ଢେଙ୍କାନାଳ ;ତା-୧୫/୦୮(ବିଏମସି ଟିଭି ଓଡ଼ିଆ)
ଆଜି ଅଶୀତମ ପବିତ୍ର ସ୍ଵାଧୀନତା ଦିବସ ଅଵସର ରେ ଜାତୀୟ ପତାକା ସମ୍ମାନ ର ସହ ସକାଳ ଘ୬:୩୦ ମି ସମୟରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ ର ଦେଉଳସାହି ସ୍ଥିତ କାର୍ଯାଳୟ ପରିସର ରେ ସଂଗଠନ ର ଉପଦେଷ୍ଟା ଶ୍ରୀଯୁକ୍ତ ଭକ୍ତବନ୍ଧୁ ଶତପଥୀ ଉତ୍ତୋଳନ କରିବା ସହିତ ସାମୁହିକ ଜାତୀୟ ସଙ୍ଗୀତ ଗାନ ତଥା ଦେଶାତ୍ମବୋଧକ ସ୍ଳୋଗାନ ପୂର୍ବକ ଉପଦେଷ୍ଟା ଶ୍ରୀଯୁକ୍ତ ଭକ୍ତବନ୍ଧୁ ଶତପଥୀ ଓ ପ୍ରତିଷ୍ଠାତା ଵିଭୁ ଶତପଥୀଙ୍କର ସମାଜ ସେବା ଧର୍ମୀ,ଦେଶାତ୍ମବୋଧକ ଉଦବୋଧନ ପ୍ରତିଟି ସେବକ ସେବିକା ଭାଇ ଭଉଣୀ ମାନଙ୍କ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରିଵାରେ ଵେଶ ସହାୟକ ହୋଇ ଥିଲା।ସକାଳ ୮ଘଟିକା ସମୟ ରେ ସାମୁହିକ ଜଳପାନ ସହିତ ଆପୋଷ ମିଷ୍ଟାର୍ଣ୍ନ ଵଣ୍ଟନ ପୂର୍ବକ ସ୍ନେହ,ଶ୍ରଦ୍ଧା ଏଵଂ ମୈତ୍ରୀ ର ଭାଵ ଅନ୍ତର ରେ ଉଜ୍ଜୀଵିତ କରି ଏକତା ସୂତ୍ର ରେ ଵାନ୍ଧି ହୋଇ ଆଗାମୀ ଦିନ ରେ ସମସ୍ତେ ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ ହୋଇ “ମୋ ଗାଁ ମୋ ସମ୍ମାନ ଆହ୍ବାନ କୁ ଵ୍ୟାପକ କରିବା ଦିଗରେ ପ୍ରୟାସ ଜାରି ରଖିଵା ପାଇଁ ସଂଗଠନ ର ପ୍ରତ୍ୟେକ ସେଵକ ସେଵିକା ଗଣ ତଥା ଗ୍ରାମବାସୀ ଙ୍କର ଆନ୍ତରିକ ସହଯୋଗ ଏଵ ସହଭାଗୀତା ନିମିତ୍ତ ଆଶା ରଖିଛନ୍ତି ପ୍ରତିଷ୍ଠାତା ଵିଭୁ ଶତପଥୀ। ଆଜିର ଏହି ଅମୃତ ଵେଳା ରେ ସଂଗଠନ ର ସମସ୍ତ ସେଵକ ସେଵିକ ଗଣ ଏକ ହେଵା ନିଜକୁ ମାର୍ଜିତ କରିଵା,ଆମ ଗାଁ,ଆମ ସମାଜ,ଆମ ରାଜ୍ୟ ତଥା ଦେଶକୁ ଉନ୍ନତି ପଥ ରେ ଆଗେଇ ନେଵା ପାଇଁ ସହଯୋଗ ର ହାତ ଵଢାଇଵାର ଏକ ଦୁର୍ଵାର ଶପଥ ନେଇ ନିଜର ସାମାଜିକ କର୍ତଵ୍ୟ ସମ୍ପାଦନା ପାଇଁ ଆଗେଇ ଆସିବା ଉଚିିତ ବୋଲି ଉପଦେଷ୍ଟା ଶ୍ରୀଯୁକ୍ତ ଭକ୍ତବନ୍ଧୁ ଶତପଥୀ ସ୍ବ-ବକ୍ତବ୍ୟ ରେ ଅନୁରୋଧ ରଖିଥିଲେ।
ବୃକ୍ଷ ଆମର ଜୀବନ ଧନ ଆହ୍ବନ ର ସଫଳ ରୁପାୟନ ନିମିତ୍ତ ଆଜି ଭଳି ପବିତ୍ର ଦିବସରେ ପ୍ରତିଷ୍ଠାତା ବିଭୁ ଶତପଥୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଭାନେତ୍ରୀ ନିରୁପମା ମିଶ୍ର, ଉପସଭାନେତ୍ରୀ ପ୍ରତିମା ପାଲ, ସଂଯୋଜକ ଚନ୍ଦନ ସାହୁ,ଆଜୀବନ ସେବକ ଭରତ ମହାରଣା, ନିରାକାର ବୈଦ୍ୟ, ମଙ୍ଗୁସାହୁ,ପ୍ରତିମା ବୈଦ୍ୟ, ଅପସରୀ ଵେଗମ, ସସ୍ମିତା ମିଶ୍ର ଆଦି ସେବକ ସେବିକା ଭାଇ ଭଉଣୀ ମାନଙ୍କ ସହଯୋଗ ରେ ସଂଗଠନ ତରଫରୁ ନିକଟସ୍ଥ ସାପୁଆ ବଣଭୋଜି ସ୍ଥଳ ର ଖୋଲା ସ୍ଥାନରେ ପରିବେଶ ସୁରକ୍ଷା ନିମିତ୍ତ ଗୋଟିଏ ବଟ ବୃକ୍ଷ ଏବଂ ଗୋଟିଏ ଅଶ୍ବତଥ୍ ବୃକ୍ଷ ରୋପଣ କରା ଯାଇଥିଲା। ଭାରତ ମାତା କି ଜୟ, ଜୟ ଉତ୍କଳ, ଜୟ ଢେଙ୍କାନାଳ, ଜୟ ହିନ୍ଦୋଳ, ଜୟ ରାସୋଳ,ଜନ ମଙ୍ଗଳ ର ହେଉ ଜୟ।ହେଉ ମୋର ଜନମ ଭୁଇଁ ର ଜୟ।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


