ବଲାଙ୍ଗୀର/ଟିଟିଲାଗଡ ; ତା-୧୩/୧୨ ( ବିଏମସି ଟିଭି ଓଡ଼ିଆ)
ଏଡସ୍ ଭୁତାଣୁ ରେ ସଂକ୍ରମିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଥିବା ଜଗ ବାଗ (ଛଦ୍ମନାମ) ନାମକ ଜଣେ ୬୮ ବର୍ଷୀୟ ବୃଦ୍ଧ ଙ୍କୁ ସରକାରୀ ମାଗଣା ଏ ଆର ଟି ଔଷଧ ମିଳି ପାରୁନି । ପ୍ରକାଶ ଯେ,ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ର ଏହି ବୃଦ୍ଧ ଙ୍କ ସ୍ତ୍ରୀ ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ଅକାଳ ମୃତ୍ୟୁ ବରଣ କରିଥିଲେ । ସେହିପରି ତାଙ୍କ ଗୋଟିଏ ୨୭ ବର୍ଷୀୟ ପୁଅ ର ମଧ୍ୟ ମୃତ୍ୟୁ ଘଟିଛି । ଶ୍ରୀ ବାଗ ଅର୍ଥ ଅଭାବ ରୁ ବଲାଙ୍ଗୀର ଜିଲ୍ଲା ଏ ଆର ଟି କେନ୍ଦ୍ର ବସ ରେ ୧୦୦ ଟଙ୍କା ଭଡ଼ା ଦେଇ ଯିବାକୁ ଅସମର୍ଥ । ପାଞ୍ଚ କେଜିୟା ଚାଉଳ କାର୍ଡ ଟିଏ ଓ ମାସିକ ୧୦୦୦ ଟଙ୍କା ଭତ୍ତା ହିଁ ତାଙ୍କ ସାହାରା । ଏବେ କେହି ସାହା, ଭରଷା ନ ଥିବା ବେଳେ ସେ ବଲାଙ୍ଗୀର ଯାଇ ଔଷଧ ଆଣିବାକୁ ଅସମର୍ଥ । ଔଷଧ ବନ୍ଦ ହୋଇ ଯାଇ ଥିବା ଯୋଗୁଁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଭୋଗି ଚାଲିଛନ୍ତି । ବିଶେଷ ଦ୍ରଷ୍ଟବ୍ୟ ଯେ,ଅତୀତରେ ଓଡ଼ିଶା ର ଗଞ୍ଜାମ କୁ ଟପି ବଲାଙ୍ଗୀର ଜିଲ୍ଲା ଏଚ ଆଇ ଭି ଆକ୍ରାନ୍ତ ଙ୍କ ସଂଖ୍ୟା ରେ ପ୍ରଥମ ହୋଇଥିବା ଚିନ୍ତା ର କାରଣ ପାଲଟି ଥିଲା । ବର୍ତ୍ତମାନ ଏହି ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଡ଼ାକ୍ତରଖାନା ରେ ଏହି ପରୀକ୍ଷା କେନ୍ଦ୍ର ନାହିଁ । ସାଇ ଟି ଆଇ ନାମକ ଏକ ପ୍ରକଳ୍ପ ଏହି ଆକ୍ରାନ୍ତ ଙ୍କୁ ନେଇ କେବଳ କାଗଜ ପତ୍ର ରେ ଲକ୍ଷ, ଲକ୍ଷ ଟଙ୍କା ହାରିଲୁଟ କରି ଚାଲିଥିବା ବେଳେ ଆକ୍ରାନ୍ତ ଅକାଳ ମୃତ୍ୟୁ ବରଣ କରୁଛନ୍ତି ।
ଘରୋଇ କ୍ଲିନିକ୍ ରେ ଅର୍ଥ ଖର୍ଚ୍ଚ କରି ନିଜେ ଏଚ୍ ଆଇ ଭି ଭୂତାଣୁ ରେ ସଂକ୍ରମିତ ଜାଣି ସୁଦ୍ଧା ଏ ଆର ଟି ଔଷଧ କଣ ଜାଣି ନ ପାରି ଅକାଳ ମୃତ୍ୟୁ ବରଣ କରି ଆସୁଛନ୍ତି ।
ଏ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହେଉଛି ।
ଟିଟିଲାଗଡ଼ ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


