ବୋଲଗଡ଼, ତା-୧୦/୦୭ ( ବିଏମସି ଟିଭି ଓଡ଼ିଆ)
ମାଣିକାଗୋଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବିପର୍ଯ୍ୟସ୍ତ ;
୪ବର୍ଷ ହେଲାଣି, ନାହାନ୍ତି ଡାକ୍ତର, କି ନାହାଁନ୍ତି ଫାର୍ମାସିଷ୍ଟ ,
- ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଫେରୁଛନ୍ତି ରୋଗୀ
- ମାଗଣା ଔଷଧ ନପାଇ ରୋଗୀ ହନ୍ତସନ୍ତ
- ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଦଳେଇସାହି ପଞ୍ଚାୟତ ବାସୀ
- ସାଂସଦଙ୍କୁ ଓ ତାଙ୍କ ସ୍ୱାସ୍ଥ୍ୟ ଶିବିର କୁ ନିନ୍ଦା କଲେ ଅଞ୍ଚଳ ବାସୀ
ଗ୍ରାମାଞ୍ଚଳ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି। ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡସ୍ଥିତ ଦଳେଇସାହି ଗ୍ରାମପଞ୍ଚାୟତର ମାଣିକାଗୋଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ପ୍ରତି ନାହିଁ ନ ଥିବା ସମସ୍ୟା ଦେଇ ଗତି କରୁଛି । ଦଳେଇ ସାହି ଗ୍ରାମପଞ୍ଚାୟତ ପନ୍ଦର ହଜାରୁ ଉର୍ଦ୍ଧ ଗ୍ରାମବାସୀ ପଞ୍ଚାୟତ ବାସି ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଗ୍ରାମପଞ୍ଚାୟତର ରୋଗୀ ନିର୍ଭର କରୁଛନ୍ତି । ହେଲେ ଏଠାରେ ଅଭିଜ୍ଞ ଡାକ୍ତର, ଆବଶ୍ୟକ ମେଡିକାଲ କର୍ମଚାରୀ ଏବଂ ରୋଗୀମାନଙ୍କ ପାଇଁ ଆବଶ୍ୟକ ଶଯ୍ୟା ନ ଥୁବାରୁ ରୋଗୀମନେ ଉପଯୁକ୍ତ ଚିକିତ୍ସା ନ ପାଇ ଦହଗଞ୍ଜ ହେଉଥିବା ଜଣାପଡିଛି।
ସସ୍ଥ୍ୟକେନ୍ଦ୍ରରେ ୧ ଜଣ ବିଶେଷଜ୍ଞ ଡାକ୍ତର ଓ ୧ ଜଣ ଫାର୍ମାସିଷ୍ଟ ଆବଶ୍ୟକ ରହିଥିବାବେଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜକୁ ୪ବର୍ଷ ହେବ ଉଭୟ ପଦବୀ ଖାଲି ପଡିଛି l ଯାହା ଫଳରେ ରୋଗୀ, ଗ୍ରାମବାସୀ ଓ ପଞ୍ଚାୟତବାସି ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି l
ମାଗଣା ଔଷଧ ନ ପାଇ ରୋଗୀ ହନ୍ତସନ୍ତ ହେଉଛନ୍ତି ନିରାମୟ କେନ୍ଦ୍ର ଏବେ ବୁଲା କୁକୁରଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି l
ସେହିପରି ପୂର୍ବ ଆଟେଣ୍ଡାଣ୍ଟ ପଦବି ଖାଲି ପଡିଛି। ଷ୍ଟାପ୍ନର୍ସ ୨ ଜଣ ଆବଶ୍ୟକ ଥିବାବେଳେ ଏଠାରେ କେବଳ ୧ ଜଣ ସ୍ୱିପର ଓ ୧ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି l ରାତି ପାହିଲେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିକି ପୁଣି ନିର୍ଦ୍ଧାରିତ ସମୟରେ ବନ୍ଦ କରୁଛନ୍ତି ଏହି ଦୁଇ କର୍ମଚାରୀ l ଫଳରେ ସ୍ଥାନୀୟ ଅଞ୍ଚଳର ରୋଗୀମାନେ ରାଜସୁନାଖଳା, ବୋଲଗଡ଼ , ବାଙ୍କୋର, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି। ମାଣିକଗୋଡା ଠାରୁ ବୋଲଗଡ ୭ କିଲୋମିଟର ଦୂରତା ହେଉଥିବା ବେଳେ ରାଜସୁନାଖଳା ୧୫ କିଲୋମିଟର ଓ ବାଂକୋଇ ସ୍ୱାସ୍ଥ୍ୟ କେନ୍ଦ୍ର ୧୯ କିଲୋମିଟର ଦୂରତା ହେଉଛି l ଗରିବ ଖଟିଖିଆ ଲୋକମାନେ ସାଧାରଣ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ସାଇକେଲ ଧରି ଏତେ ବାଟ ଦେଇ ଆସିଲା ବେଳକୁ ଲୋକମାନେ ମରଣ ସହିତ ସଂଗ୍ରାମ କରୁଛନ୍ତି l ମୌଳିକ ସୁବିଧା ରୁ ବଞ୍ଚିତ ହେଉଛନ୍ତି ପଞ୍ଚାୟତ ବାସୀ l
ସେହିପରି ରୋଗୀମାନଙ୍କ ଜୀବନ ରକ୍ଷା ପାଇଁ ନିରାମୟ ତଥା ରୋଗୀ କଲ୍ୟାଣ ସମିତି ମାଧ୍ୟମରେ ସରକାର ଲକ୍ଷକ ଟଙ୍କା ବ୍ୟୟରେ ମାଗଣା ଔଷଧ ଯୋଗାଇ ଦେଉଛନ୍ତି। ହେଲେ ଏଠାରେ ଡାକ୍ତର ନାହାନ୍ତି କି ରୋଗୀମାନଙ୍କୁ ମାଗଣା ଔଷଧ ମିଳୁ ନ ଥିବା ଅଭିଯୋଗ ହେଉଛି। ମାଗଣା ଔଷଧ ବଣ୍ଟନ କେନ୍ଦ୍ରରେ ଉପଯୁକ୍ତ ଫାର୍ମାସିଷ୍ଟ ନ ଥୁବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ମାଗଣା ଔଷଧ ବଣ୍ଟନ କେନ୍ଦ୍ରରେ ବୁଲା କୁକୁର ମାନେ ଶୋଇଥିବାର ଦେଖୁବାକୁ ମିଳୁଛି l ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ଅସୁବିଧା ଭୋଗୁଛନ୍ତି । ରୋଗୀ କଲ୍ୟାଣ ସମିତି କମିଟି ଏଥିପ୍ରତି ଦୃଷ୍ଟି ନ ଦେବାରୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଇଂ କର୍ପୁର ସାହୁ ଙ୍କ ସମେତ ସରପଞ୍ଚ ସୁଶାନ୍ତ କୁମାର ପରିଡା, ସମିତି ସଭ୍ୟା ମନୋସ୍ମିତା ଦଳାଇ, ସମାଜ ସେବୀ ଶରତ କୁମାର ଦଳାଇଙ୍କ ସମେତ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ଦିଗରେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସା ଅଧିକାରୀ ଦୃଷ୍ଟି ଦେଇ ଡାକ୍ତରଖାନାରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରି ଶୀଘ୍ର ଜଣେ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ଙ୍କୁ ନିଯୁକ୍ତି କରାଇଲେ ମାଣିକଗୋଡ଼ା ଓ ଦଳେଇସାହି ପଞ୍ଚାୟତ ବାସୀ ଜୀବନ ବଞ୍ଚାଇବା ସହିତ ରୋଗର ଚିକିତ୍ସା କରିପାରିବେ ବୋଲି ବୋଲଗଡ ଅଞ୍ଚଳବାସ ଚଳବାସୀ ଦାବି କରିଛନ୍ତି। କିଛିଦିନ ତଳେ ଭୁବନେଶ୍ୱର ସଂସାଦ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ସାଂସଦ ସ୍ୱାସ୍ଥ୍ୟ ଶିବିର କରାଇଥିଲେ ହେଲେ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ସାଂସଦଙ୍କ ନଜର ପଡ଼ିଲାନି କି ଏପର୍ଯ୍ୟନ୍ତ ସେ ସ୍ଥାନରେ ଡାକ୍ତର ପଦବୀ ପୂରଣ ହେଲା ନାହିଁ ବୋଲଗଡର କିଛି ବୁଦ୍ଧିଜୀବୀ ଓ ଦଳେଇସାହି ପଞ୍ଚାୟତର କିଛି ବୁଦ୍ଧିଜୀବୀ ସାଂସଦଙ୍କୁ ନିନ୍ଦା କରି କହିଛନ୍ତି ସାଂସଦ ଗାଁ କୁ ଚାଲ ଅଭିଯାନ କରି ଖାଲି ନିଜର ପ୍ରଚାର ପ୍ରସାର କରୁଛନ୍ତି ଲୋକମାନଙ୍କର କିଛି ସମସ୍ୟା ଶୁଣୁନାହାନ୍ତି କି ସମାଧାନ କରୁନାହାନ୍ତି । ଖାଲି ତୁଛଟାରେ ବାହା ବାହା ନେଉଛନ୍ତି ବୋଲି କହିଛନ୍ତି ।

ବିଏମସି ନ୍ୟୁଜ୍ ଓଡ଼ିଶା ।


