ନୟାଗଡ଼ ; ତା-୦୧/୦୧ ( ବିଏମସି ଟିଭି ଓଡ଼ିଆ)
ରାଜ୍ୟରେ ନବବର୍ଷ ପାଳନ ନକରିବାକୁ କଡା ଚିଠି ଦେଇଥିବାବେଳେ ନୟାଗଡ ମ୍ୟୁନିସିପାଲିଟି ନିଜ କାର୍ଯ୍ୟାଳୟରେ ନ କରି ଅନ୍ୟତ୍ର ଲୁଚାଛପାରେ ଉତ୍ସବ ମନାଇଛି । ଏଥିପାଇଁ ମ୍ୟୁନିସିପାଲିଟି ତହବିଲରୁ ମଧ୍ୟ ଲକ୍ଷାଧିକ ଟଙ୍କା ବି ବ୍ୟୟ ହୋଇଛି । ଏନଏସି ଓ ମ୍ୟୁନିସିପାଲିଟି ହେବା ଭିତରେ ନବ ବର୍ଷ କେବେ ପାଳିତ ହୋଇନଥିଲା । କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ହୋଟେଲ ପରିସରରେ ସମ୍ବର୍ଦ୍ଧନା ଦିଆଯାଇ ନୂଆବର୍ଷକୁ ପାଳନ କରିଥିଲେ । କିଛି ସାମ୍ବାଦିକ ବି ଯାଇନଥିଲେ । ସାମ୍ବାଦିକଙ୍କୁ ମନାଇବା ପାଇଁ ଏଭଳି ଏକ ପ୍ରୟାସ କରିଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ନଗରପାଳ ଏବଂ ଉପନଗରପାଳ ଏବଂ କିଛି ହାତଗଣତି କାଉନସିଲର ମଧ୍ୟ ଉପସ୍ଥିତ ଥିଲେ । ଏହା ସରକାରୀ ଭାବେ ନକରାଇ ବେସରକାରୀ ଭାବରେ ଅନ୍ୟତ୍ର କରିଥିବାର ଜଣାପଡିଛି । ଏ ବାବଦରେ କେଉଁଠୁ ଏତେ ଅର୍ଥ ଆସିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ପ୍ରୟାସ ମ୍ୟୁନିସିପାଲିଟି ତରଫରୁ କାହିଁକି ହେଲା ସେଥିନେଇ ସବୁଠି ଆଲୋଚନା ଚାଲିଛି । ସାମ୍ବାଦିକଙ୍କୁ ମନାଇବା ପାଇଁ କାହିଁକି ଏ ଉତ୍ସବ ପାଳନ ହେଲା ତାହା ବି ଚର୍ଚ୍ଚା ଚାଲିଛି ।

ନୟାଗଡ଼ ରୁ ଜିଲ୍ଲା ପ୍ରତିନିଧି ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


