ସମ୍ବଲପୁର / ବରପାଲି ; ତା – ୨୮ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ।
ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ମନୋନୟନ ପର୍ବ ଶେଷ ହୋଇଛି । ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସଂପାଦକ ଭାବେ ଦେବେନ୍ଦ୍ର ସାହୁ ମନୋନୀତ ହୋଇଥିବା ବେଳେ ଉପ-ସଭାପତି ସୁଧୀର ମେହେର , ସହ-ସମ୍ପାଦକ ପୂର୍ଣେନ୍ଦୁ କୁମାର ଦାଶ , ମହେନ୍ଦ୍ର କୁମାର ଗହୀର, ଗ୍ରନ୍ଥାଳୟ ସମ୍ପାଦକ ପରିତୋଷ ମେହେର , କୋଷାଧ୍ୟକ୍ଷ ଅଞ୍ଜନ କୁମାର ବେହେରା ରହି ଥିବା ବେଳେ କାର୍ଯକାରୀ କମିଟିରେ ଅଚ୍ୟୁତାନନ୍ଦ ଦାଶ , ଲାଲ ବିକ୍ରମ ସିଂହ ଦେଓ , ଆନନ୍ଦ ଚନ୍ଦ୍ର ସାହୁ , ମନୋଜ ପଟ୍ଟନାୟକ ଓ ଈଶ୍ୱର ନାଗ ରହିଛନ୍ତି । ଆଜିର ଏହି ନିର୍ବାଚନ ପ୍ରକ୍ରିୟାରେ ବରିଷ୍ଠ ଓକିଲ ଗୋକୁଳାନନ୍ଦ ସ୍ୱାଇଁ ଓ ରାମେଶ୍ବର କୋକା ନିର୍ବାଚନ ଅଧିକାରୀ ଦାୟିତ୍ଵ ନିର୍ବାହ କରିଥିଲେ। ବରପାଲିକୁ ସବ ଡିଭିଜନ ଦାବୀ ସହ ବରପାଲି ର ସର୍ବାଙ୍ଗୀନ ଉନ୍ନତି ପାଇଁ ଓକିଲ ସଂଘ ତାର ସଂଗ୍ରାମ ଜାରି ରଖିବ ବୋଲି ନୂତନ କାର୍ଯ୍ୟଭାର ନେଇଥିବା ସଭାପତି ପ୍ରକାଶ କରିଛନ୍ତି ।

ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


