ବୋଲଗଡ଼ ; ତା-୩୧/୦୧ (ବିଏମସି ଟିଭି ଓଡ଼ିଆ )
ବୋଲଗଡ଼ ଶିକ୍ଷାବ୍ଲକ ଅନ୍ତର୍ଗତ ପିଚୁକୁଳିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତାପସ କୁମାର ଦ୍ବିବେଦୀଙ୍କ ଆବାହକତ୍ୱରେ ବିଦ୍ୟାଳୟ ପରିସରରେ ଶନିବାର ଦିନ ୪ର୍ଥ ବାର୍ଷିକ ଉତ୍ସବ “ସୃଜନିକା” ମହାଆଡମ୍ବର ସହକାରେ ପାଳିତ ହୋଉଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ଦ୍ବିବେଦୀଙ୍କ ଅଧ୍ୟକ୍ଷତlରେ ମୁଖ୍ୟଅତିଥି ଭାବେ ବୋଲଗଡ଼ -ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟ ବକ୍ତାଭାବେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଓ ଶିକ୍ଷକ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ତାପସ କୁମାର ନାୟକ, ସ୍ୱତନ୍ତ୍ର ଅତିଥିଭାବେ କୃଷକ ଶିକ୍ଷା ପ୍ରତିଷ୍ଠାନର ନିର୍ଦେଶକ ବୃନ୍ଦାବନ ଶତପଥି ଓ ସମ୍ମାନିତ ଅତିଥିଭାବେବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ,ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘର ସମ୍ପାଦକ ନିରଞ୍ଜନ ମହାନ୍ତି, ଗୋପାଳପୁର ସରପଞ୍ଚ ପ୍ରଦୀପ କୁମାର ବାରିକ ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ସମିତି ସମ୍ପାଦକ ପବିତ୍ର ମୋହନ ମାଝୀ ପ୍ରମୁଖ ଯୋଗଦେଇ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ପ୍ରତିମୃତିରେ ଫୁଲ ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ । ଅଧ୍ୟକ୍ଷ ତାପସ କୁମାର ଦ୍ବିବେଦୀ ବାର୍ଷିକ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟର ଛାତ୍ରୀ ଅଭିଲିପ୍ସା ଦାସ ଓ ଜସ୍ମିନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟାକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ମନୋରଞ୍ଜନ ଧର୍ମୀ ରଙ୍ଗାରଙ୍ଗ ସାଂସ୍କୃତିକ ନୃତ୍ୟ ପରିବେଶ କରାଯାଇଥିଲା । ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ୯୦ଜଣ କୃତୀ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଧାନ କରି ସମ୍ବର୍ଦ୍ଧିତ କରାଯାଇଥିଲl । ସମସ୍ତ ଛାତ୍ରଛାତ୍ରୀ ମାନେ ଶିକ୍ଷା ସହିତ କ୍ରୀଡ଼ାକୁ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ଶୃଙ୍ଖଳିତ ଭାବରେ ସମୟାନୁବର୍ତ୍ତିତା ହୋଇ ସମସ୍ତ ଶିକ୍ଷକ /ଶିକ୍ଷୟିତ୍ରୀ ଓ ପିତାମାତାଙ୍କ କଥା କୁ ସମ୍ମାନ ପ୍ରଦର୍ଶନ କରିବାକୁ ମୁଖ୍ୟଅତିଥି ବିଧାୟକ ପ୍ରଦୀପ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକ ବିରଞ୍ଚି ନାରାୟଣ ବାରିକ, ଶିକ୍ଷୟିତ୍ରୀ ଇପ୍ସିତା ମିଶ୍ର, ଓ ଅନିତା ପାତ୍ର ପ୍ରମୁଖ ନୃତ୍ୟ ତାଲିମ ପ୍ରଦାନ କରିଥିଲେ । ପରିଶେଷରେ ଶିକ୍ଷକ ଆଶୁତୋଷ ପୁରୋହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଏମସି ନ୍ୟୁଜ୍ ଓଡ଼ିଶା ।


