ବନ୍ଧୁଗାଁ ; ତା-୦୪/୦୫ ( ବିଏମସି ଟିଭି ଓଡ଼ିଆ)
କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ପେଦାଅଲଡ଼ା ପଞ୍ଚାୟତ ଠାରେ ଆଜି ପଞ୍ଚାୟତ ସ୍ତରୀୟ ଜନ ସଚେତନତା ଅଭିଯୋଗ ଶୁଣାଣୀ ଶିବିର ବ୍ଲକର ନୂତନ ବିଡ଼ିଓ ଅସିତ କୁମାର ମହାନ୍ତି ଙ୍କ ଉପସ୍ଥିତରେ ହୋଇଥିଲା । ଆଜିର ଶୁଣାଣୀ ଶିବିରରେ ୩ ଗୋଟି ଗୋଟି ଅଭିଯୋଗ ହୋଇଥିଲା । ଏଥିରେ ଥିଲା (୧) ପେଦାଅଲଡ଼ା ପଞ୍ଚାୟତ ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମୋରାମତି ଓ ଛାତ ପଟୁ ପାଣି ଗଲୁଥିବା ହେତୁ ଛାତ ଗ୍ରିଡିଙ୍ଗ କରିବା ସହ ପାଚେରୀ କୋରାଯିବା ପାଇଁ ଓ ବସୁଧା ଜଳ ସେଚନର ପାଣି ଟେଙ୍କ ର ମୋରାମତି ସହ ପାଚେରୀ ମୋରାମତି କୋରାଯିବା ପାଇଁ ।

(୨).ଝାଙ୍କର କାର୍ଲି ଗ୍ରାମର ଅଙ୍ଗନବାଡ଼ି କର୍ମୀ ମନମୁଖୀ ଅନୁଯାଇ କେନ୍ଦ୍ରକୁ ନ ଯିବା ବିଷୟକୁ ନେଇ ବିଡିଓ ବୁଝିଥିଲେ କି କଣ ପ ଯାଉନାହାନ୍ତି ଅଙ୍ଗନ ବାଡ଼ି କେନ୍ଦ୍ରକୁ ବଲି ପୋଚରା ଯିବାରୁ ଆଲମଣ୍ଡା ଠାରେ ଆମ ଅଞ୍ଚଳର ସମସ୍ତ କେନ୍ଦ୍ରର ଅଙ୍ଗନ ବାଡ଼ି କର୍ମୀଙ୍କୁ ନେଇ ବୈଠକ ହୋଇଥିବାରୁ ମୁଁ ସେଠାରେ ଉପସ୍ଥିତ ଯୋଗୁଁ ମୁଁ ମ ଅଙ୍ଗନ ବାଡ଼ି କେନ୍ଦ୍ରରେ ଅନୁପସ୍ଥିତ ରହିଥିଲି ବଲି ବିଡ଼ିଓ ଶ୍ରୀ ମହାନ୍ତି ଙ୍କୁ ଉତ୍ତର ଦେଇଥିଲେ । (୩). କ୍ୱିନ୍ତଲ ଭଦ୍ରା ଗ୍ରାମର ଅଙ୍ଗନ ବାଡ଼ି କେନ୍ଦ୍ର ର ମୋରାମତି, ପାଣିର ସୁବିଧା ଯୋଗେଇ ଦେବା ପ ଓ କେନ୍ଦ୍ର ପାଇଁ ସ୍ୱଛାଳୟ ପାଇଁ ୩ଟି ଗ୍ରାମର ୪ ଗୋଟି ଅଭିଯୋଗ ଶୁଣାନୀ ହୋଇଥିଲା ।

ଆଜିର ଶୁଣାଣୀ ଶିବିରରେ ଅଙ୍ଗନ ବାଡ଼ି ବିଭାଗର ଅଧିକାରୀ ଗୀତାନଞ୍ଜଲି ମହାରଣା, ମଙ୍ଗଳ ସମ୍ଫର୍ସାରଣ ବିଭାଗର ଅଧିକାରୀ ଚନ୍ଦନ କୁମାର ସ୍ୱାଇଁ, ବ୍ଲକ ଏଇ ସୌରବ ନାୟକ, ପଞ୍ଚାୟତ ସରପଞ୍ଚ ଶେଖର କଣ୍ଡାଗୋରୀ, ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା, ସମସ୍ତ ଅଙ୍ଗନ ବାଡ଼ି କର୍ମୀ, ବଣ ବିଭାଗ, ଶିକ୍ଷା ବିଭାଗ, ବିଜୁଳି ବିଭାଗ, ଓ ଅନ୍ୟନ୍ୟ ସମସ୍ତ ଲାଇନ ଡ଼ିପାର୍ଟ ମେଣ୍ଟ ର କର୍ମଚାରିଗଣ ଉପସ୍ଥିତ ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବନ୍ଧୁଗାଁ ଥାନା ଷ୍ଟାଫ ଉପସ୍ଥିତ ରହିଥିଲେ । ଆଜିର ଜନ ଶୁଣାଣୀ ଅଭିଯୋଗ ଶିବିରରେ ପଞ୍ଚାୟତର ପିଓ ବାଡ଼ି ମହେଶ୍ଵର ପରିଚାଳନା କରିଥିବା ବେଳେ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ବିନୋଦ କାଲପା ସହଯୋଗ କରିଥିଲେ ।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ରୁ ମାଲି କେନ୍ଦ୍ରୁକା ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା ।



