ବଲାଙ୍ଗୀର ;ତା-୦୯/୧୨(ବିଏମସି ଟିଭି ଓଡ଼ିଆ)
ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଅବକାରୀ ବିଭାଗ କାର୍ଯ୍ୟାଳୟ ନାମକୁ ମାତ୍ର ଥିବା ଓ ସର୍ବଦା ତାଲା ଝୁଲୁଥିବା ବେଳେ ମାତ୍ରାଧିକ ଭାବେ ରନ୍ଧା ମଦ କାରବାର ବଢ଼ିଚାଲିଛି । ଏହି ଟିଟିଲାଗଡ ସହର ମଝିରେ ଥିବା ବେଆଇନ୍ ମଦ ଭାଟି ବେସରକାରୀ ଭାବେ ଚାଲୁଥିବା ବେଳେ ଗଳି, କନ୍ଦି ରେ କୁଚିଆ ମଦ ଦୋକାନ ଏକ ବ୍ୟବସାୟ ରେ ପରିଣତ ହୋଇଛି । ସେହିପରି ଆଖ,ପାଖ ଅଞ୍ଚଳ ତଥା ବିଭିନ୍ନ ଗ୍ରାମ ଗୁଡ଼ିକ ରେ ମଦ ଭାଟି ଥିବା ସହ କୁଚିଆ ମଦ ଦୋକାନ ରହିଛି । ବତକ ଚିହ୍ନ ଓ ମାଛ ଚିହ୍ନ ଥିବା ଜରି ପ୍ୟାକେଟ ମଦ ଯୋଗୁଁ ଲୋକ ଙ୍କ ଅକାଳ ମୃତ୍ୟୁ ସଧାରଣ ଘଟଣା ପାଲଟିଛି। ସେହିପରି ଯୁବ ପିଢ଼ି ,ମହିଳା ଏ ନିଶା ରେ ଅବ୍ୟସ୍ତ୍ ହେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଟିଟିଲାଗଡ ଅବକାରୀ ଅଧିକାରୀ ବର୍ଷାଧିକ କାଳ ତଳେ ନୂତନ ରୂପେ କାର୍ଯ୍ୟ ରେ ଯୋଗ ଦେଇ ରନ୍ଧା ମଦ କାରବାର ଉପରେ ଚଢ଼ାଉ କରି ଆସୁଥିବା ବେଳେ ଏବେ ମାସିକ ଦରମା ଟଙ୍କା ସହ ମଦ ଭାଟି ଓ ରନ୍ଧା ମଦ ମାଫିଆ ଙ୍କ ସହ ସଲା,ସୁତୁରା ନୀତି କରି ପ୍ରୋତ୍ସାହନ ଦେବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେହିପରି ସହର ମଝିରୁ ଏହି ବେଆଇନ୍ ମଦ ଭାଟି ଯାହା ପୂର୍ବେ ସାଧାରଣ ଲୋକ ଙ୍କ ବିରୋଧ ଯୋଗୁଁ ସହର ବାହାର କୁ ସ୍ଥାନାନ୍ତର ହୋଇ ଥିଲା, ପୁନଃ ଏହି ସହର ମଝିରୁ ବେଆଇନ ଭାବେ ଚାଲିଥିବା ମଦ ଭାଟି ବନ୍ଦ ସହ ଅବକାରୀ ଅଧିକାରୀ ଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସଚେତନ ନାଗରିକ କମିଟି ତଥା ବିଭିନ୍ନ ମହଲ ରୁ ଦୃଢ଼ ଦାବୀ ହୋଇଛି ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


