ଖୋଦ୍ଧା / ବେଗୁନିଆ ; ତା-୧୯/୧୨ ( ବିଏମସି ଟିଭି ଓଡ଼ିଆ)
ଖୋଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ସ୍ଥିତ ଅଟ୍ରି ଉଷ୍ଣ ପ୍ରସ୍ରବଣ ଠାରେ ଆସନ୍ତା ମକର ସଂକ୍ରାନ୍ତିଠାରୁ ମକର ମେଳା ଓ ମହୋତ୍ସବ ଅନୁଷ୍ଠିତ ହେବ, ସେଥିପାଇଁ ପ୍ରସ୍ତୁତି ବୈଠକ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବେଗୁନିଆ ତହସିଲଦାର ତାପସ କୁମାର ବିଶି ଙ୍କ ଆବାହକତ୍ୱରେ ବିଡିଓ ସନ୍ତୋଷ କୁମାର ଜେନା, ବ୍ଲକ ଅଧକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି , ଜିଲ୍ଲାପରିଷଦ ସଭ୍ୟ ପ୍ରକାଶ କୁମାର ସାହୁ, ଉପନିବନ୍ଧକ ଅମିତ କୁମାର ସେଠି ଓ ବାଘମାରି ଥାନା ଅଧିକାରିଣୀ ସୁଚିତ୍ରା ଜେନା ପ୍ରମୁଖ ଯୋଗଦେଇଥିଲେ । ଏହି ମହୋତ୍ସବ ଆସନ୍ତା ଜାନୁଆରୀ ମାସର ୧୪ତାରିଖ ଠାରୁ ଆରମ୍ଭ ହୋଇ ୧୮ତାରିଖ ୨୦୨୬ ଯାଏଁ ଅନୁଷ୍ଠିତ ହେବ । ଏହି ମହୋତ୍ସବ ସ୍ଥଳକୁ ଯଥେଷ୍ଟ ଆଲୋକୀକରଣ, ପାନୀୟଜଳ ଓ ଯାତାୟାତ ସୁଗମ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସ୍ଥିର କରାଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ ବେହେରା , ପର୍ଯ୍ୟଟନ ଅଧିକାରିଣୀ ମୀରାବାଈ ବେହେରା, ପାନୀୟ ଜଳ ଯୋଗାଣ ଅଧିକାରିଣୀ ସରିତା ଦାସ , ସ୍ଥାନୀୟ ସରପଞ୍ଚ ମାନସ ରଞ୍ଜନ ବିଶ୍ୱାଳ ଙ୍କ ସମେତ ସମସ୍ତ କମିଟି ସଦସ୍ୟମାନେ ଯୋଗ ଦେଇଥିଲେ । କମିଟିର କାର୍ଯ୍ୟକାରୀ ସଭାପତି ଭଗବାନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ଦିଲ୍ଲୀପ ମହାପାତ୍ର ବିବରଣୀ ପ୍ରଦାନ କରିଥିଲେ । ପରିଶେଷରେ ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ବେହେରା ସମସ୍ତଙ୍କର ସହଯୋଗ ଆଶା କରି ଧନ୍ୟବାଦ ଅର୍ପଣ କରିଥିଲେ।

ବିଏମସି ନ୍ୟୁଜ୍ ଓଡ଼ିଶା ।


