ସମ୍ବଲପୁର ; ତା.୦୨/ ୧୨ (ବିଏମସି ଟିଭି ଓଡିଆ)
ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ନଭେମ୍ବର ୨୫ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ଲିଙ୍ଗଗତ ନିର୍ଯାତନା ବିରୁଦ୍ଧରେ ଜନ ସଚେତନତା କାର୍ଯ୍ୟକ୍ରମରେ ବ୍ୟାପକ କରାଯାଇଛି। ସୋମବାର ସପ୍ତମ ଦିବସରେ ବିଶ୍ୱ ଏଡସ୍ ଦିବସ ଅବସରରେ ଏଚଆଇଭି ଏଡସ୍ ରୁ ରକ୍ଷା ପାଇବା ଏଵଂ ସୁସ୍ଥ ସୁରକ୍ଷିତ ଜୀବନ ବଞ୍ଚିବାର ଶୈଳୀ ଉପରେ ଗୋଟିଏ ସଚେତନତା ସଭା ୱାନ ଷ୍ଟପ ସେଣ୍ଟର, ସଖି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନାରେ ଡ.ରାଜାରାମ ଷଡ଼ଙ୍ଗୀ ଏଚଆଇଭି ଏଡ୍ସ୍ ରୋଗର ଭୟାବହତା ଉପରେ ଆଲୋକପାତ କରିଥିଲେ। ସହରାଞ୍ଚଳ ଶିଶୁ ବିକାଶ ସୁରକ୍ଷା ଅଧିକାରିଣୀ ମିନତୀ ପାଣଗ୍ରାହୀ ସଖିର କାର୍ଯ୍ୟକଳାପ ଉପରେ ଗୁରୁତ୍ୱାରୋପ କରିଥିଲେ।

ମହିଳା ସୁରକ୍ଷା ଅଧିକାରିଣୀ ସରିତା ଦାଶ ଲିଙ୍ଗଗତ ନିର୍ଯାତନା ବିରୋଧୀ ସଚେତନତା ପାଳନର ଉଦ୍ଦେଶ୍ୟ ବୁଝାଇଥିଲେ। ଶକ୍ତି ସଦନର ଅଧ୍ୟକ୍ଷା ଅନୁପମା ପାଢ଼ୀ ଶକ୍ତି ସଦନର ମୂଳ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। ଉକ୍ତ ଶିବିର ରେ କିନ୍ନର , ମହାବିଦ୍ୟାଳୟ ଛାତ୍ରୀ ଏଵଂ ସଖୀ କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କିନ୍ନର ସମ୍ପ୍ରଦାୟର ସଭାପତି ବିନ୍ଦିଆ ମାଝୀଙ୍କୁ ତାଙ୍କ ସମ୍ପ୍ରଦାୟରେ ସକ୍ରିୟ ଯୋଗଦାନ ପାଇଁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଜନ ସଚେତନତା ପାଇଁ ଏକ ପଦଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବାହାରିଥିଲା।

ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


