ବ୍ରହ୍ମପୁର ; ତା-୧୩/୧୨ ( ବିଏମସି ଟିଭି ଓଡ଼ିଆ)
ସ୍ଥାନୀୟ ଗଞ୍ଜାମ କଳା ପରିଷଦ ଠାରେ ରାଜଧିରାଜ ଦେବରାଜ ସାହିତ୍ୟ ସଂସଦ ଏବଂ ଲେଖିକା ସଂସଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଶୀତ ସାହିତ୍ୟ ଆସରରେ କବି ଆଶୁତୋଷ ପାତ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କବିତା ଅସାରରେ ମୁଖ୍ୟ ଅତିଥି ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ର, ମୁଖ୍ୟ ବକ୍ତା ଭାବେ ସୂଚନା ପାଢ଼ୀ ସମ୍ମା ନୀୟ ଅତିଥି ଭାବେ କାଳିନ୍ଦୀ ନାୟକ, ଏବଂ ତାପସ ପାଣିଗ୍ରାହୀ ଯୋଗ ଦେଇ ଥିଲେ। ବର୍ଷର ଶେଷ ଶୀତ ଆସରରେ ଶୀତରେ ଶୀତ କବିତାକୁ ମୁଖ୍ୟ ଅତିଥି ଡକ୍ଟର ଶ୍ୟାମା ମିଶ୍ର ନିଜ ବକ୍ତବ୍ୟ ରେ ନୂତନ କବି ମାନେ ଶୀତ କବିତାକୁ ଆହୁରି ସୁନ୍ଦର ଭାବେ ରଚନା କରି ପତ୍ର, ପତ୍ରିକାରେ ପ୍ରକାଶ କରିବାକୁ ଆହ୍ୱାନ ଦେଇଥିଲେ।

ସନ୍ନମାନୀୟ ଅତିଥି କାଳିନ୍ଦ ନାୟକ ଆଜି ଦାରିଙ୍ଗବାଡି, ଫୁଲବାଣୀ ଠାରେ ଅନେକ କବି କବିତା ପାଠ କରି ଶୀତର ମଜା ନେଉଛନ୍ତି। ରାଜଧିରାଜ ଅନୁଷ୍ଠାନ ତରଫରୁ ନୂତନ ବର୍ଷର ତ୍ରିପାଠୀ କ୍ୟାଲେଣ୍ଡର ଏବଂ ଦେବସୁଧା ପତ୍ରିକାକୁ ଉନ୍ନମୋଚନ କରିଥିଲେ। ଶୀତ କବିତା ଆସରରେ ବରିଷ୍ଠ କବି ପ୍ରଫୁଲ କୁମାର ତ୍ରିପାଠୀ, ବି ସତ୍ୟମ ଆଚାରୀ, ଗଙ୍ଗାଧର ମାହାଙ୍କୁଡ, ଡକ୍ଟର ସନ୍ତୋଷ ଦାଶ, ଶରତ ଦାଶ, ସୁନୀଲ ପ୍ରଧାନ,ପଦ୍ମିନୀ ମିଶ୍ର, ନିହାରିକା ସାହୁ, କ୍ଷଣପ୍ରଭା ଶତପଥି, ଅମିତା ମିଶ୍ର, ସୌଦାମିନୀ ମିଶ୍ର, ପ୍ରେମ ଶିଳା ନନ୍ଦ, ଜୋଛନା ପାଣି, ମମତା ସୁଆର, କାଳୀ ଦାଶ, ବିଷ୍ଣୁ ପ୍ରିୟା ମହାପାତ୍ର, ସବିତା ସାହୁ, ଲଷ୍ମୀପ୍ରିୟା ନନ୍ଦଡା, ବର୍ଷା ରାଣୀ ଏବଂ ରୁଦ୍ର ନାରାୟଣ ନାୟକ କବିତା ପାଠ କରିଥିଲେ କବିତା ଗୁଡିକୁ ସଂଯୋଜନା କରିଥିଲେ ସ୍ବର୍ଣ୍ଣମୟୀ ପାଢ଼ୀ, ଶେଷରେ ରାଜଧି ରାଜ ଦେବରାଜ ସାହିତ୍ୟ ସଂସଦର ସମ୍ପାଦିକା ସୁଧାଞ୍ଜଳୀ ମିଶ୍ର ଧନ୍ୟବାଦ ଦେଇ ଥିଲେ।

ବ୍ରହ୍ମପୁର ରୁ ସିଟି ରିପୋର୍ଟର କାଳୀ ଦାସ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।



