କଲନରା ; ତା – ୩୧ / ୦୩ ( ବିଏମସି ଟିଭି ଓଡ଼ିଆ ) ।
ଆଜି ରାୟଗଡା ଜିଲ୍ଲା ର କଲନରା ବ୍ଲକ ନିକଟସ୍ଥ ଅମ୍ଲାପେଟା ସେଣ୍ଟର ଠାରେ ରୋସେଇ ଗ୍ୟାସ ନୋପାଇ ଅଞ୍ଚଳ ବାସି ମୁଖ୍ୟ ରାଜରାସ୍ତା ଅବରଧ କରି ରଖିଥିଲେ । ଜୋ ଦ୍ଵାରା କି ରାସ୍ତା ରେ ଯାତାୟାତ କରୁଥିବା ଯାନ ବାହାନା ରେ ଯାତ୍ରା କରୁଥିବା ଯାତ୍ରୀ ବହୁତ ଅସୁବିଧା ର ସନମୁଖୀନ ହୋଇଥିଲେ । ଏବଂ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡିଗୁଡାକ ଭିଡ ହଇଯିବା ଦ୍ୱାରା ରୋଗୀ କୁ ନେଇ ଡାକ୍ତର ଖାନା ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଫୋସି ରହିଥିଲା ।

ସୂଚନା ଅନୁଯାଇ ଆମ ଗଣ ମାଧ୍ୟମ ପହଁଚିଲା ପରେ ମତ ଏହା କହିଥିଲେ ,ଆମେମାନେ ଯେତେବେଳେ ମଧ୍ୟ ଗ୍ୟାସ ପାଇଁ ଆସୁଛୁ ସବୁବେଳେ ଗ୍ୟାସ ଦେଉଥିବା କର୍ମକର୍ତା ବାରମ୍ବାର ଆମକୁ ହଇରାଣ କରୁଛନ୍ତି । ସବୁବେଳେ ଗୋଟିଏ କଥା ଆଜି ଆସ ନହେଲେ କାଲିକି ଆସ ବୋଲି ପ୍ରତିଶୃତି ଦେଉଛନ୍ତି ମାତ୍ର ଆମେ ଗ୍ୟାସ ପାଇପାରୁନାହୁଁ । ପୁଣି ଏହା ମଧ୍ୟ କହୁଛନ୍ତି ସହରରେ ପ୍ରତ୍ୟକ ହୋଟେଲ ଗୁଡିକୁ ଗ୍ୟାସ ପହଂଚି ଯାଉଛି କିନ୍ତୁ ଆମେ କଣ ପାଇଁ ପାଇପାରିନୁ । ଏହି ସମସ୍ୟା ତୁରନ୍ତ ସମାଧାନ କରାଯାଉ ନ ହେଲେ ଆମେ ଆଗାମୀ ଦିନରେ ବାଧ୍ୟ ହେବୁ ବଡ ଧରଣର ଆନ୍ଦାଳନ କରିବୁ ବୋଲି ମତ ରଖିଛନ୍ତି ।

ପୁଣି ଏହାର ପରବର୍ତୀ ସମୟରେ ରାସ୍ତା ଉପରେ ଜନସାଧାରଣ ମାନଙ୍କର ଅଧିକ ଉତେଜନା ହେବାର ଖବର ପାଇ ସ୍ଥାନ୍ୟ ନିକଟସ୍ଥ ଚାନ୍ଦିଲି ଥାନା କୁ ଖବର ଅବଗତ ହଇଥିଲା ଏବଂ ଚାନ୍ଦିଲି ଥାନାରେ କାର୍ଯ୍ୟରତ ଥିବା ସମସ୍ତ ଅଫିସର ଆସି ପହଂଚିଥିଲେ । ଓ ରାସ୍ତା ଅବରଧ କରିଥିବା ସମସ୍ତଙ୍କୁ ବୁଝାଇଥିଲେ , ଆପଣ ମାନେ ଗ୍ୟାସ ଯଦି ପାଉ ନାହାନ୍ତି ତାହା ହେଲେ ଗ୍ୟାସ ବଣ୍ଟନ କରୁଥିବା କର୍ମଚାରୀ ମାନଙ୍କୁ ପଚାରିବୁଝ । ଯଦି ସେମାନେ କୈଣସି ପ୍ରକାର ସମାଧାନ ଦେଇପାରୁନାହାନ୍ତି ତାହା ହେଲେ ଆପଣମାନେ ଆସି ଆମକୁ ଥାନାରେ ଜଣାନ୍ତୁ । କିନ୍ତୁ ଏହି ଭଳି ରାସ୍ତା ଅବରଧ କରନ୍ତୁ ନାହିଁ ବୋଲି ଚାନ୍ଦିଲି ଥାନା ର ଆଇ ଆଇ ସି ଉତ୍ତମ କୁମାର ସାହୁ କହିଥିଲେ । ଏବଂ ରାସ୍ତା ଉପରେ ଏହି ଆନ୍ଦଳନ କରୁଥିବା ସମସ୍ତ ଲୋକେ ଉତ୍ତମ ସାହୁ ଙ୍କ କଥା ମାନି ସମସ୍ତେ ଶାନ୍ତି ଶୃଙ୍ଖଳା ରକ୍ଷା କରି ରାସ୍ତା ରୁ ଓହରି ଯାଇଥିଲେ ।

ରାୟଗଡା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡି଼ଶା ।


