ସମ୍ବଲପୁର ; ତା.୨୨/୧୧ (ବିଏମସି ଟିଭି ଓଡିଆ)
ବାମରା ବ୍ଲକ ଅନ୍ତର୍ଗତ ମହୁଲପାଲି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସଭା କକ୍ଷରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ପ୍ରଚଣ୍ଡ ଗାନ୍ଧିବାଦୀ ସହିଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ କିରଣ ପ୍ରକାଶ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ‘ବନ୍ୟପ୍ରାଣୀ ଓ ଅହିଂସା ‘ ଶୀର୍ଷକ ଆଲୋଚନା ଚକ୍ରରେ ବିଶିଷ୍ଟ ପରିବେଶବିତ୍ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସହିଦ ଲକ୍ଷ୍ମଣ ନାୟକ କିପରି ଆଦିବାସୀଙ୍କ ଭିତରେ ଅହିଂସା ନୀତିକୁ ପ୍ରୟୋଗ କରିଥିଲେ ଏବଂ ଅହିଂସା ହିଁ ବନ୍ୟପ୍ରାଣୀଙ୍କ ସୁରକ୍ଷା କବଚ ବିଷୟକ ଆଲୋଚନା କରିଥିଲେ । ପ୍ରକୃତିବନ୍ଧୁ ଅଲେଖ କୁମାର ପତି ମୁଖ୍ୟବକ୍ତା ଭାବରେ ଯୋଦେଇ ସହିଦ ଲକ୍ଷ୍ମଣ ନାଏକଙ୍କ ଜୀବନୀ ସହ ଅହିଂସା ନୀତି ଉପରେ ଆଲୋଚନା କରିଥିଲେ । ଉଦ୍ୟାନ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ରବୀନ୍ଦ୍ର କୁମାର ଦାସ ଓ ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ତୁଳସୀ ମଞ୍ଜରୀ ବହିଦାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ମାନସ କୁମାର ସାହୁ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ତୁଳସୀ ଲାକ୍ରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହା ପରେ ଲକ୍ଷ୍ମଣ ନାଏକଙ୍କ ସ୍ମୁତି ଉଦ୍ଦେଶ୍ୟରେ ଚାରା ରୋପଣ କରାଯାଇଥିଲା । ଶେଷରେ ସହକାରୀ ଶିକ୍ଷୟିତ୍ରୀ ସୁପ୍ରିୟା ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସିବଞ୍ଜଳି ଅଟି, ବର୍ଷା ସୁନାନୀ, ସରୋଜ କିସାନ, ଶିବ କିସାନ ଓ ଆଲୋକ ପଟେଲ ପ୍ରମୁଖ ଆୟୋଜନ କରିଥିଲେ ।

ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


