ସମ୍ବଲପୁର ; ତା.୧୩/୧୨ (ବିଏମସି ଟିଭି ଓଡିଆ)
ଭାରତୀୟ ଦଳିତ ସାହିତ୍ୟ ଏକାଡେମିର ୪୧ତମ ରାଷ୍ଟ୍ରୀୟ ଅଧିବେଶନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଫେସର ଡ.ସୋହନପାଲ ସୋମନାକ୍ଷରଙ୍କ ଅଧ୍ୟକ୍ଷତାରେ ଗତ ଶୁକ୍ରବାର ପଞ୍ଚଶୀଳ ଆଶ୍ରମ, ଝରୋଦା, ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥାଏ। ଏଥର ସାରା ଭାରତର ୧୦ଜଣଙ୍କ ମଧ୍ୟରୁ ଓଡିଶାର ବିଶିଷ୍ଟ ସମାଜସେବୀ ନିହାଲ ସିଂଙ୍କୁ ଡ.ବି.ଆର୍.ଆମ୍ବେଦକର ସେବା ସମ୍ମାନ ମୁଖ୍ୟଅତିଥି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ.ସତ୍ୟନାରାୟଣ ଜଟିଆ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଂଘପ୍ରୀୟ ଗୌତମଙ୍କ ଉପସ୍ଥିତିରେ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଥିଲା।

ଭାରତ ବାହାର ଦେଶ ଜାପାନ, ନେପାଳ, ଭୁଟାନ ଓ କାନାଡା ପ୍ରତିନିଧି ମଧ୍ୟ ଯୋଗଦାନ କରିଥିଲେ । ଏଥିରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମି ରାଷ୍ଟ୍ରୀୟ ମହାସଚିବ ଜୟ ସୋମନାକ୍ଷର ଓ ସଚିବ ଆଇନଜୀବୀ ଦୀପକ ରଞ୍ଜନ ବାଗ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି ଶ୍ରୀଯୁକ୍ତ ସିଂ ମୂଖ୍ୟତଃ ଦଳିତ ଓ ନିଷ୍ପେସିତ ବର୍ଗର ଲୋକମାନଙ୍କୁ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ସହଯୋଗ କରି ସମଗ୍ର ଓଡ଼ିଶାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟିକରି ପାରିଛନ୍ତି। ସଂପ୍ରତି ସେ ଓଡିଶା ଦଳିତ ସାହିତ୍ୟ ଏକାଡେମୀର ସଭାପତି ଭାବେ କାର୍ଯ୍ୟରତ ଅଛନ୍ତି।

ସମ୍ବଲପୁରରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


