ସମ୍ବଲପୁର/ବରପାଲି ; ତା – ୨୬ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) l
ବରପାଲି କେନାଲ ରୋଡ ସ୍ଥିତ ଶିରିଡ଼ି ସାଇ ମନ୍ଦିରର ତୃତୀୟ ପ୍ରତିଷ୍ଠା ଦିବସ ତଥା ଶ୍ରୀରାମ ନବମୀ ପାଳିତ ହୋଇଯାଇଛି । ସକାଳ ୫ ଟା ରେ କାକଡ ଆରତୀ ପରେ ବାବାଙ୍କ ମହା ଅଭିଷେକ ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା । ପରେ ମହିଳାମାନଙ୍କ କଳସ ଶୋଭାଯାତ୍ରା ପରେ ଦ୍ୱାରକମାୟୀ ଠାରେ ହୋମ ଅନୁଷ୍ଠିତ ହୋଇଥିଲା । ବିଜେପୁରର ସଞ୍ଜୟ ପଣ୍ଡା ଓ ଧରିତ୍ରୀ ପଣ୍ଡା କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ । ପଣ୍ଡିତ ହେମନ୍ତ ମିଶ୍ର , ପଣ୍ଡିତ ପିଣ୍ଟୁ ପାଣିଗ୍ରାହୀ , ଉଦ୍ଧବ ଦେବତା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ଇଣ୍ଡିଆନ ଓଭର ସିଜ୍ ବ୍ୟାଙ୍କ ପକ୍ଷରୁ ପ୍ରଦତ୍ତ ଇ ହୁଣ୍ଡିକୁ ଶାଖା ପରିଚାଳକ ତଥା କମିଟି ସଭ୍ୟ ଉପସ୍ଥିତରେ ଉଦ୍ଘାଟନ କରାଯାଇଥିଲା । ସନ୍ଧ୍ୟାରେ ଆରତୀ ପରେ ବାବାଙ୍କ ପାଲିଙ୍କି ଯାତ୍ରା ହେବା ପରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାଇ ମନ୍ଦିର ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାଙ୍କ ସହ ବହୁ ସାଇ ଭକ୍ତ ଯୋଗ ଦେଇଥିଲେ ।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।



