ବେଲଗୁଣ୍ଠା ; ତା – ୨୭ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ।
ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଶକୁନ୍ତଳା ନାୟକ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରିଥିଲେ ଓ ପରିଚାଳନା ସମିତିର ସମ୍ପାଦକ ପବିତ୍ର କୁମାର ସାହୁ , କୋଷାଧ୍ୟକ୍ଷ ଚିନଂ ରବିନ୍ଦ୍ର ନାଥ ସୁବୁଦ୍ଧି , ସଦସ୍ୟା ଚିନଂ ସୁଜାତାସୁବୁଦ୍ଧି ,ରାଧାରାଣୀ ସେଠୀ ଦୀପ ପ୍ରଜ୍ବଳନ କରିଥିଲେ । ଉପସ୍ଥିତ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଚନ୍ଦ୍ରଙ୍କ ବିଷୟରେ କିଛି ଉପଦେଶ ଦେବା ପରେ ରାମ , ଲକ୍ଷ୍ମଣ , ଭରତ , ଶତ୍ରୁଘ୍ନ , ମାତା ସୀତା ଓ ହନୁମାନ ବେଶରେ ଛାତ୍ରଛାତ୍ରୀ ମାନେ ସୁସଜ୍ଜିତ ହୋଇ ସ୍ଥାନୀୟ ରଘୁନାଥ ମନ୍ଦିର ଓ ବିଭିନ୍ନ ମନ୍ଦିରକୁ ଯାଇ ଠାକୁରଙ୍କର ଦର୍ଶନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପଥ ସଞ୍ଚାଳନ ହୋଇଥିଲା । ଘରେ ଘରେ ମା ଓ ମାଉସୀ ମାନେ ପ୍ରଭୁ ରାମଙ୍କ ପାଦ ଧୋଇ ସ୍ଵାଗତ କରିଥିଲେ ।

ଲୋପ ପାଇବାକୁ ବସିଥିବା ଆମ ସଂସ୍କୃତିକୁ ଶିଶୁ ମନରେ ଜାଗ୍ରତ କରିବା ଓ ପ୍ରଭୁ ରାମଚନ୍ଦ୍ରଙ୍କ ଆଦର୍ଶ ରେ ସମସ୍ତେ ଅନୁପ୍ରାଣିତ ହେବା ପରିଚାଳନା ସମିତିର ମୁଖ୍ୟ ଲକ୍ଷ୍ଯ ଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଆଦିତ୍ୟ ପ୍ରସାଦ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବେଲଗୁଣ୍ଠା ସହର ପରିକ୍ରମା ଓ ପଥ ସଞ୍ଚଳନ କରାଯାଇଥିଲା । ଅଞ୍ଚଳର ସମସ୍ତ ସାମ୍ବାଦିକ ତଥା ବେଲଗୁଣ୍ଠାବାସୀ ଉତ୍ସାହର ସହ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ ଓ ଅଭିନନ୍ଦନ କରି ଉପଭୋଗ ଥିଲେ । ଶିକ୍ଷା ସହ ଏଭଳି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରି ଅନୁଷ୍ଠାନର ସେବାବ୍ରତୀ ମାନେ ଲୋକମାନଙ୍କ ଦ୍ୱାରା ବେଶ୍ ଉଚ୍ଛ୍ଵସିତ ଓ ପ୍ରଶଂସିତ ହୋଇଛନ୍ତି । କାର୍ଯ୍ୟକ୍ରମରେ ଅନୁଷ୍ଠାନର କୈଳାଶ ଗୁରୁଜୀ , ପ୍ରଫୁଲ୍ଲ ଗୁରୁଜୀ , ଲକ୍ଷ୍ମଣ ଗୁରୁଜୀ , ରାଜୀବ ଗୁରୁଜୀ , ବସନ୍ତ ଗୁରୁଜୀ , ଗୀତା ଗୁରୁମା , ମାଧୁରୀ ଗୁରୁମା ,ଜୟନ୍ତୀ ଗୁରୁମା , ପ୍ରଣୀତା ଗୁରୁମା , ତପସ୍ୱିନୀ ଗୁରୁମା , ଅନୁରାଧା ଗୁରୁମା , ମିନତି କୁମାରୀ ମିଶ୍ର ଗୁରୁମା , କଳ୍ପନା ଗୁରୁମା , ମଧୁ ଗୁରୁମା , ମମତା କୁମାରୀ ତ୍ରିପାଠୀ ଗୁରୁମା ,ସଂଜ୍ଞା ଗୁରୁମା ,ସମସ୍ତ ଗୁରୁଜୀ , ଗୁରୁମା ଏବଂ ଲକ୍ଷ୍ମୀ ମାଉସୀ , ମମିତା ମାଉସୀ ଏହି ପୂର୍ଣ୍ଣ ସହଯୋଗ କରିଥିଲେ । ଅନୁଷ୍ଠାନ ସମ୍ପାଦକ ପବିତ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


