ବାଙ୍କୀ – ୨୭ବ/ ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ।
ଡମପଡା ବ୍ଲକ ଶିମିଳିପୁର ଗ୍ରାମପଂଚାୟତ ଵା ବୁଘର ସାହି ମା ମଙ୍ଗଳା ଙ୍କ ପୀଠରେ ଶ୍ରୀରାମ ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସକାଳ ସମୟ ରେ ମା ଙ୍କର ସ୍ନାନ , ମଜଣା ଓ ନୂଆ ବସ୍ତ୍ର ପରିଧାନ କରାଯାଇଥିଲା । ୧୦ଟା ସମୟରେ ମୁଖ୍ୟ ପୂଜକ ସତ୍ୟବ୍ରତ ମହାପାତ୍ର ଙ୍କ ଦ୍ୱାର ପତାକା ମା ଙ୍କ ମନ୍ଦିର ଉପରକୁ ଉଠିଥିଲା । ସେହି ସମୟରେ ଘଣ୍ଟ ନାଦ ହରିବୋଲ ଓ ହୁଳହୁଳି ରେ କମ୍ପି ଉଠିଥିଲା ମା ଙ୍କ ମନ୍ଦିର ଓ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହା ପରେ ହୁମ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗ୍ରାମର ମହିଳା ମାନେ ମା ଙ୍କ ପାଖରେ ଭୋଗ ଲାଗି କରିଥିଲେ ଓ ପଣା କରି ମନ ଆନନ୍ଦରେ ସମସ୍ତେ ସେବନ କରିଥିଲା । ପରେ ମା ଶଙ୍ଖୁଡ଼ି ଭୋଗ ଲାଗି କରାଯାଇଥିଲା । ଏହି କାର୍ଯ୍ୟରେ ସୁଶାନ୍ତ କୁମାର ନାୟକ ଓ ସସ୍ମିତା ନାୟକ କର୍ତ୍ତା ଓ କର୍ତ୍ତୀ ହୋଇ ଥିଲେ । ସନ୍ଧ୍ୟା ସମୟରେ ଭାଗବତ ନାମରେ କମ୍ପି ଉଠି ଥିଲା ମା ପୀଠ । ଏହା ପରେ ମନ ଆନନ୍ଦରେ ସମସ୍ତେ ପ୍ରସାଦ ପାଇଥିଲେ । ଏହି କାର୍ଯ୍ୟ ରେ ଗ୍ରାମର ଶଶାଙ୍କ ସ୍ୱାଇଁ , ଗଙ୍ଗାଧର ସ୍ୱାଇଁ ନିରଞ୍ଜନ ନାୟକ , ମଞ୍ଜୁଲତା ସ୍ୱାଇଁ , ଟିକିନା ନାୟକ , ରେଣୁବାଳ ସ୍ୱାଇଁ , ସିନିବାସ ସ୍ୱାଇଁ , ମଙ୍ଗୁଳି ନାୟକ , ଶେଷଦେବ ନାୟକ , ପ୍ରଭାକର ନାୟକ ହୃଦୟ ରଞ୍ଜନ ସ୍ୱାଇଁ ସମୀର ନାୟକ ଆଦି ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟ ଗ୍ରାମର ମୁରବି ଯୋଗେଶ ଚନ୍ଦ୍ର ନାୟକ ଙ୍କ ତତ୍ଵାବଧାନରେ ହୋଇଥିଲା ।

ବାଙ୍କୀ ରୁ ସୁଶାନ୍ତ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


