କୁଡୁମୁଲୁଗୁମ୍ମା ; ତା – ୨୭ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ।
କୁଡୁମୁଲୁଗୁମ୍ମା ସ୍ଥିତ ରାମମନ୍ଦିର ପ୍ରାଙ୍ଗଣରେ ଶ୍ରୀ ରାମନବମୀ ଧୁମଧାମରେ ପାଳିତ ହୋଇଯାଇଛି । ଚୈତ୍ର ମାସର ଶୁକ୍ଳ ପକ୍ଷ ନବମୀ ତିଥିରେ ଆଦର୍ଶ ପୁରୁଷ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମତିଥି ପାଳନ ଅବସରରେ ଆଜି ସକାଳୁ ପୁରୋହିତ ଗୋପିନାଥ ଦାସ ଓ ବିନାୟକ ମିଶ୍ରଙ୍କ ପୈ।ରହିତରେ ପୁଜାର୍ଚ୍ଚନା ଓ ମନ୍ତ୍ର ଉଚ୍ଚାରଣ ସହ ପ୍ରଭୁ ଶ୍ରୀ ରାମଙ୍କ ଅଭିଷେକ ସହ ହୋମ ଯଜ୍ଞ ପର୍ବ ଆରମ୍ଭ ହୋଇଥିଲା , ଏଥିରେ ମୁଖ୍ୟ କର୍ତ୍ତା ଭାବେ ରମେଶ ଚନ୍ଦ୍ର ରାଉତ ଓ ତାଙ୍କ ଧର୍ମ ପତ୍ନୀ ଯୋଗ ଦେଇଥିଲେ । ଏହି ସମୟରେ କୁଡୁମୁଲୁଗୁମ୍ମା ଓ ଏହାର ଆଖପାଖ ଅଞ୍ଚଳର ଶହଶହ ଭକ୍ତ ଶ୍ରୀ ରାମଲଲା ଙ୍କ ଦିବ୍ୟ ବିଗ୍ରହ ଦର୍ଶନ ସହ ଆଳତି ଓ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ଅପରାହ୍ନ ୧ ଘଣ୍ଟିକା ରେ ସମସ୍ତେ ଆନନ୍ଦ ବଜାରରେ ଅନ୍ନ ପ୍ରସାଦ ସେବନ କରିଥିଲେ ଓ ସ°ଧ୍ୟା ୫ ଘଣ୍ଟିକା ସମୟରେ ଗ୍ରାମର ଯୂବକ ମାନଙ୍କ ଦ୍ୱାରା ଏକ ବାଇକ୍ ରାଲି ର ଆୟୋଜନ କରାଯାଇଥିଲା , ଏଥିରେ ରାମଭକ୍ତ ଯୂବକ ମାନେ ହାତରେ ପତାକା ଧରି ଜୟ ଶ୍ରୀ ରାମ ଧ୍ୱନି ଦେଇ କୁଡୁମୁଲୁଗୁମ୍ମା ଗ୍ରାମ ପରିକ୍ରମା କରିଥିଲେ ଓ ଏଥିରେ ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ଭରପୁର ସହଯୋଗ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ରାମ ମନ୍ଦିର ଟ୍ରଷ୍ଟ ସଦସ୍ୟ ବାଳକୃଷ୍ଣ ପ୍ରଧାନ , ରମେଶ ଚନ୍ଦ୍ର ରଥ , ଭଗବାନ ସାହୁ , ଅନୁପ କୁମାର ଦାସ , ରମାକାନ୍ତ ଧାକଡ , ହୃଷିକେଶ ସେଠୀ ,ବଲି ମାଝୀ ,ଗୋପି ପାଙ୍ଗୀ , ଅଶୋକ ଆଡ୍ୟ , ମଙ୍ଗଳା ମାଢୀ , ପ୍ରଭାକର ଜେନା , ପ୍ରଭାକର ବେହେରା , ନିର୍ମଳ ଦାସ , ତ୍ରିନାଥ ବରାଡ , କଙ୍ଗରୁ ପ୍ରଧାନ , ଗୋପାଳ ମାଝୀ , ହିମାଂଶୁ ଶେଖର ସ୍ୱାଇଁ , ବିଜୟ ମାଝୀ , ଶ୍ୟାମସୁନ୍ଦର ମଲ୍ଲିକ , ସନ୍ତୋଷ ପାଙ୍ଗୀ ,ବେଣୁଧର ଦାସ ପ୍ରମୁଖ ସହଯୋଗ କରିଥିଲେ ।



