ରାୟଗଡ଼ା / କଲନରା ; ତା-୨୪/୧୧ ( ବିଏମସି ଟିଭି ଓଡ଼ିଆ)
ଆଜି ରାୟଗଡା ଜିଲ୍ଲା ର ଜେକେପୁର ନିକଟସ୍ଥ ମଡେଲ ଡିଗ୍ରୀ କଲେଜ ରେ ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ଦାବୀ ନେଇ ଆନ୍ଦାଳନ କରିବାର ଦେଖିବାର ମିଳିଛି । ସୂଚନା ଅନୁଯାଇ ଛାତ୍ରଛାତ୍ରୀଙ୍କ କହିବାନୁଯାଇ କଲେଜ ର କର୍ମକର୍ତା କର୍ତ୍ତୃପକ୍ଷ ଓ ପ୍ରିନ୍ସପାଲ ଦାଇତ୍ୱ ହୀନତା କାମ କରୁଛନ୍ତି ବୋଲି କଲେଜ ର ଛାତ୍ର ତଥା ଛାତ୍ରୀ ଆମ ଗଣ ମାଧ୍ୟମକୁ ମତ ଦେଇଛନ୍ତି । ଛାତ୍ର ମାନେ କହିବା ଅନୁଯାଇ ପରୀକ୍ଷା ଫଳ ସଠିକ ରହୁନାହିଁ। ପରୀକ୍ଷା ଦବ ଜଣେ କିନ୍ତୁ ନାମ ଆସିବ ଅନ୍ୟ ଜଣକର । କୈଣସି ବିଷୟ ମଧ୍ୟ ସଠିକ ଭାବେ ପରିଚାଳିତ ହେଉନାହିଁ ବୋଲି କହିଛନ୍ତି । ଏବଂ ଯଦି କିଛି ସମସ୍ୟା କୁ ନେଇ ଆମେ ପ୍ରିନ୍ସପାଲ ମାଡାମ ଙ୍କୁ ଜଣାଇଲେ ମାଡାମ କହୁଛନ୍ତି ବ୍ୟସ୍ତ ହୁଅନ୍ତୁ ନାହି ସବୁ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେଉଛନ୍ତି ।

କିନ୍ତୁ ତାର ପରବର୍ତୀ ସମୟରେ କୈଣସି ସମସ୍ୟାର ସମାଧାନ ହେବାର ସମାଧାନ ହୋଉ ନାହି । ଏହି ସବୁ ବିଷୟ କୁ ନେଇ ଆମ ଗଣ ମାଧ୍ୟମ ପ୍ରିନ୍ସପାଲ ମାଡାମ ଙ୍କୁ ଦେଖା କରିଥିଲୁ ଏବଂ ଛାତ୍ର ଛାତ୍ରୀ ମାନେ ଅଭିଯାଗ କରିଥିବା ବିଷୟ କୁ ଉପସ୍ଥାପନା କରିଥିଲୁ କିନ୍ତୁ ପ୍ରିନ୍ସପାଲ ମାଡାମ ଏହି ସବୁ ବିଷୟ ଆମ ଆୟତରେ ନାହି ଯାହାମଧ୍ୟ ହେବ ଜୟପୁର ୟୁନିଭେରସିଟି ତାହା ବୁଝିବ ବୋଲି ମତ ରଖିଥିଲେ । ପୁଣି ତାହାର ପରବର୍ତୀ ସମୟରେ କଲେଜ ର ଛାତ୍ର ମାନଂକର ଉତ୍ତକ୍ତ ହେବାର ଦେଖିବାକୁ ପାଇଥିଲୁ ଓ ଶେଷ ସମୟରେ ଛାତ୍ର ଛାତ୍ରୀ ଏହା ପ୍ରତିକ୍ରିୟା ରଖିଥିଲେ ଯଦି ଏହାର ତୁରନ୍ତ ସମାଧାନ ନ କରାଯାଏ ତାହାହେଲେ ଆମେ ଆଗାମୀ ସମୟରେ ବଡ ଧରଣର ଆନ୍ଦାଳନ ହେବ ନଚେତ ରାଜରାସ୍ତା କୁ ଓଲ୍ଲାଇବୁ ବୋଲି କହିଛନ୍ତି

ରାୟଗଡା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


