ସମ୍ବଲପୁର/ଗୋଡଭଗା ; ତା.୨୫/୧୧ (ବିଏମସିଟିଭି ଓଡିଆ)
ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ଯୁବା ରେଡକ୍ରସ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଯେlଗ ଦେଇଥିଲେ। କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ତରଫରୁ ସ୍ଵେଚ୍ଛାସେବୀଙ୍କ ପ୍ରଶିକ୍ଷଣ ଶିବିର ନଭେମ୍ବର ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା। ଯୁବ ରେଡକ୍ରସ କାଉନସିଲର ଯତୀନ୍ଦ୍ର କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଏହି ଦୁଇ ଜଣ ଛାତ୍ରୀ ପ୍ରଶିକ୍ଷଣ ଶିବିରରେ ଯୋଗଦାନ କରିଥିଲେ। ତାଲିମ୍ ଶିବିରର ପ୍ରବନ୍ଧରେ ଯାଜ୍ଞସେନି ମହାକୁର ପ୍ରଥମ ସ୍ଥାନ ଓ ରଙ୍ଗୋଲି ପ୍ରତିଯୋଗୀତାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ଛାଚ୍ରୀ ମୁଷ୍କାନ ନାଗ ଇଂରାଜୀ ବକୃତାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡା ଅଧ୍ୟାପକ ରସାନନ୍ଦ ଥପା ଯୋଗଦେବା ସହ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଅନ୍ତର୍ଯ୍ୟାମୀ ପଣ୍ଡାଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସମର୍ଦ୍ଧନା ଦେଇଥିଲେ। ଅନ୍ତର୍ଯ୍ୟାମୀ ପଣ୍ଡା କହିଥିଲେ ଆଗାମୀ ଜୋନାଲ ସ୍ତରରେ ଛାତ୍ରୀମାନେ କେମିତି ଭାଗ ନେବେ ଓ ପରବର୍ତ୍ତୀ ସମୟରେ କିପରି ଭାବେ ରାଜ୍ୟ ଏବଂ ଜାତୀୟ ସ୍ତରରେ ମନୋନୀତ ହୋଇପାରିବେ ସେଥିପାଇଁ ଶତ ପ୍ରତିଶତ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ। ପରିଶେଷରେ ସହ କାଉନସିଲର ଯଜ୍ଞାସେନୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


