ମାଲକାନଗିରି ;ତା-୧୫/୦୮(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ଇଣ୍ଡୋର ଷ୍ଟାଡିଅମ ଖେଳାଳୀ ସୂର୍ଯ୍ୟକାନ୍ତ ଖରାଙ୍କୁ ଆଜି ମାଲକାନଗିରି ଜିଲ୍ଲା ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସଂମାନିତ କରିବା ସହ ମାନପତ୍ର ପ୍ରଦାନ କରିଛନ୍ତି।ଗତ ମାସ ଜୁଲାଇ ୨୪ରୁ ୨୭ ତାରିଖ ରାଜ୍ୟ ସ୍ତରୀୟ ଭାରଉତ୍ତୋଳନ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା।ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ର ତଥା ବାଲିମେଳା ଇଣ୍ଡୋର ଷ୍ଟାଡିୟମର ଖେଳାଳୀ ଅଣ୍ଡର ୧୪ ରେ ଭାଗ ନେଇ ରାଜ୍ୟ ସ୍ତରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।ସୂର୍ଯ୍ୟକାନ୍ତ ପାଠ ପଢିବା ସହ ପ୍ରତେକ ଦିନ ଇଣ୍ଡୋର ଆସି କୋଚ ରଘୁନାଥ ଖରା ତତ୍ୱାବଧାନରେ ପ୍ରଶିକ୍ଷଣ କରୁଥିଲେ।ଆଜି ଜିଲ୍ଲା ମଞ୍ଚରେ ସୂର୍ଯ୍ୟକାନ୍ତ ସଂମାନିତ ହୋଇଥିବାରୁ ତାଙ୍କ କୋଚ ରଘୁନାଥ , ବାଲିମେଳା ଇଣ୍ଡୋର ଇନଚାର୍ଚ୍ଚ ଲଷ୍ମୀ କାନ୍ତ ପୂଜାରୀ ଓ ସମସ୍ତ କ୍ରୀଡ଼ାବିତ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣେଇବା ସହ ଖୁସିର ଲହରୀ ଖେଳିଯାଇଛି।
ମାଲକାନଗିରି ରୁ ଦିଲ୍ଲୀପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


