ବୋଲଗଡ଼ ; ତା-୨୨/୦୧ (ବିଏମସି ଟିଭି ଓଡ଼ିଆ )

ବୋଲଗଡ଼ ବ୍ଳକ ଅନ୍ତର୍ଗତ ବଡ଼କୁମାରୀଠାରେ ଦ୍ବାଦଶ ପାଞ୍ଚଗଡ଼ ମହୋତ୍ସବ, ପାଇକ-୨୦୨୬ ଗୁରୁବାର ଦିନ ଶୀତୁଆ ସଂନ୍ଧ୍ଯାରେ ଉଦଘାଟିତ ହୋଇଛି। ମହୋତ୍ସବ ମାଧ୍ୟମରେ ସ୍ବେଛାକୃତ ରକ୍ତଦାନ, କଳା ସାଂସ୍କୃତିର ପ୍ରଚାର, ଅଞ୍ଚଳର ଗୌରବମୟ ଐତିହ୍ୟ ଆଦିର ପ୍ରଚାର ପ୍ରସାର ଓ ଶିକ୍ଷା ସଚେତନତା, ଯୁବ ସଶକ୍ତିକରଣକୁ ଅଗ୍ରାଧିକାର ଦେବା ସହିତ ସାମାଜିକ କୁସଂସ୍କାର, ଅନ୍ଧ ବିଶ୍ଵାସ ବିରୋଧରେ ସଚେତନତା ସୃଷ୍ଟି ପ୍ରୟାସରେ ଆଜି ପୂର୍ବାହ୍ନରେ ଏକ ବିଶାଳ ସାଇକେଲ ଶୋଭାଯାତ୍ରାରେ ବଡ଼କୁମାରୀ ଓ ବାଙ୍କୋଇ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମ ସ୍ବେଛାସେବୀ ଓ ଆୟୋଜକମାନେ ପରିକ୍ରମା କରିଥିଲେ।

ସ୍ଥାନୀୟ ବଡ଼କୁମାରୀ ଗ୍ରାମସ୍ଥିତ ଶ୍ରୀଶ୍ରୀ ନୀଳକଣ୍ଠେଶ୍ବର ଦେବଙ୍କ ମନ୍ଦିର ସମ୍ମୁଖ ପଡିଆରେ ଏହି ମହୋତ୍ସବ ରାଡ଼ିଆଣ୍ଟ ଯୁଥ ଫୋରମ ଓ ପାଞ୍ଚଗଡ଼ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ହୋଇଛି। ଆବାହନୀ ସଂଗୀତର ତାଳେ ତାଳେ ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ଯୁଥ ଫୋରମର ଅଧ୍ୟକ୍ଷ ଡଃ ପ୍ରକାଶ ଚନ୍ଦ୍ର ପ୍ରଧାନ ସଭାପତିତ୍ବ କରିଥିଲେ ।

ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ସମେତ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତୀ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତାଭାବେ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ରାଉତରାୟ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ପୂର୍ବତନ ସମିତି ସଭ୍ୟ ବଂଶୀଧର ସାହୁ, ସମାଜସେବୀ ଦୁର୍ଗା ଚରଣ ଦାଶ, ୟୁଥ ଫୋରମର କାର୍ଯ୍ୟକାରୀ ସଭାପତି ତୁଷାରକାନ୍ତ ନାୟକ, ସମ୍ପାଦକ ସୁଦୀପ୍ତ କୁମାର ପଣ୍ଡା, ସିନେ କଳାକାର ନୀଳିମା, ଅଭିଜିତ ପ୍ରମୁଖ ମଞ୍ଚାସୀନ ଥିଲେ।

ମହୋତ୍ସବ କମିଟି ସମ୍ପାଦକ ସୁନନ୍ଦ ପ୍ରଧାନ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଚନ୍ଦ୍ରକାନ୍ତ ମହାପାତ୍ର, ସିମାଞ୍ଚଳ ପଣ୍ଡା ଓ ଗଣେଷ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପାଞ୍ଚଗଡ଼ ରତ୍ନ ସମ୍ମାନରେ ସ୍ଥାନୀୟ ବିଧାୟକ ଶ୍ରୀ ସାହୁଙ୍କୁ ସମ୍ବନ୍ଧିତ କରାଯାଇଥିବା ବେଳେ ଫାସିଓଦା ସମିତି ସଭ୍ୟ ପ୍ରଦୀପ କୁମର ପ୍ରଧାନଙ୍କୁ ସାମ୍ବାଦିକ, ଉତ୍ତମ ସମାଜସେବୀ ଓ ଯୁବ ନେତା ଭାବେ ସମ୍ବଦ୍ଧିତ କରାଯାଇଥିଲା।

ସେହିପରି ନୂତନ ଭାବେ କର୍ମକ୍ଷେତ୍ରରେ ଯୋଗ ଦେଇଥିବା ପୋଲିସ କର୍ମଚାରୀ ମାନସ କୁମାର ପ୍ରଧାନ, ଭାରତୀୟ ସେନା କର୍ମଚାରୀ ଅନୀଲ କୁମାର ପ୍ରଧାନ ଙ୍କ ସମେତ ମଞ୍ଚାସୀନ ଅତିଥ୍ୟାମାନଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ମହୋତ୍ସବ କମିଟିର ସାଂସ୍କୃତିକ ବିଭାଗ ସଭାପତି ବସନ୍ତ ନାୟକ ଧନ୍ୟବାଦ ଦେଇଥିଲେ। ସଂନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ମଞ୍ଚନାଟ୍ୟ ନିର୍ଦ୍ଦେଶକ ବସନ୍ତ କୁମାର ଉତ୍ତରକବାଟ ଓ ସିନେ କଳାକାରମାନେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଏହି ମହୋତ୍ସବ କାଯ୍ୟକ୍ରମ କୁ ଏହି ଅଞ୍ଚଳର ଗ୍ରାମବାସୀ ଙ୍କ ସମେତ ସ୍ୱେଛାସେବୀମାନେ ସହଯୋଗ କରିଥିଲେ।

ବିଏମସି ନ୍ଯୁଜ ଓଡ଼ିଶା।


