ସମ୍ବଲପୁର/ଗୋଡଭଗା:ତା.୧୬/୧୨ (ବିଏମସି ଟିଭି ଓଡିଆ)
ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ କଳାମାଟି ପଞ୍ଚାୟତ ଅଧିନସ୍ଥ ଗୋଡଭଗା କେମ୍ପ୍ ସ୍ଥିତ ଘୁଡୁକାଟିକ୍ରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସଙ୍କୁଳସ୍ତରୀୟ ବାର୍ଷିକ କ୍ରୀଡା ମହୋତ୍ସବ ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି ।ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଓଡିଶା, ବୁର୍ଲା ସଙ୍କୁଳ ଦ୍ଵାରା ଏଠାରେ ଆୟୋଜିତ ସଙ୍କୁଳ ସ୍ତରୀୟ ଷଷ୍ଠ ବାର୍ଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଖେଳ ଶିକ୍ଷକ ଭୁବନେଶ୍ୱର ମହାକୁର ଯୋଗଦେଇ କ୍ରୀଡା ଜ୍ୟୋତିକୁ ପ୍ରଜ୍ବଳିତ କରିଥିଲେ। ସମାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆନ୍ତର୍ଜାତିକ କ୍ରୀଡାବିତ୍ ରେଖା ଦେ ଯୋଗ ଦେଇଥିଲେ। ସ୍ଥାନୀୟ ସାରସ୍ବତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଖେଳ ଶିକ୍ଷକ ରୁକ୍ମଣ ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ବୁର୍ଲା ସଙ୍କୁଳର ସଙ୍କୁଳ ସଂଯୋଜକ ଦେବରାଜ ତ୍ରିପାଠୀ ଖେଳକୁ ସମ୍ପୂର୍ଣ୍ଣ ତଦାରଖ କରିଥିଲେ। ୭ଟି ଶିଶୁ ମନ୍ଦିରରୁ ୨୩୦ ଜଣ ଭାଇ ଭଉଣୀ ଯୋଗଦେଇ ବିଭିନ୍ନ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ୧୦୦ମି, ୨୦୦ମି , ୪୦୦ମି, ୬୦୦ମି, ୮୦୦ମି, ୧୫୦୦ମି, ୩୦୦୦ମି ଦୌଡ଼ ସହ ଚାଲିବା, ଲମ୍ବଡ଼ିଆ, ଉଚ୍ଚଡ଼ିଆଁ, ବାଧା ଦୌଡ଼, ଥାଳିଆ ଫିଙ୍ଗା, ତ୍ରୀ କୁଦ ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ମାଝୀପାଲି, ବୁର୍ଲା, ଲପଙ୍ଗା, କତରବଗା, ଗୋବିନ୍ଦପାଲି, ହୀରାକୁଦ, ଏବଂ ଘୁଡୁକାଟିକ୍ରା ଆଦି ୭ଟି ବିଦ୍ୟାଳୟ ଯୋଗ ଦେଇଥିଲେ। ଶାରୀରିକ ଶିକ୍ଷା ପ୍ରମୁଖ ମାନୁ ପର୍ଡିଆ ଓ ସଙ୍କୁଳ ଖେଳ ପ୍ରମୁଖ ବୈକୁଣ୍ଠ ନାଗ ଖେଳ ପରିଚାଳନା କରିଥିଲେ।
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଘୁଡୁକାଟିକ୍ରା ଗୋଡଭଗା କେମ୍ପ୍ର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର ବିଶ୍ବାଳ ଅତିଥି ପରିଚୟ ଏଵଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ପରିଚାଳନା ସମିତିର ସଭାପତି ପ୍ରଦୀପ କର୍ଣ୍ଣ ଶିଶୁମାନଙ୍କୁ ଉଦ୍ବୋଧନ ଦେଇଥିଲେ। ସମ୍ପାଦନ କୃଷ୍ଣଚନ୍ଦ୍ର ସାଥୁଆ ଧନ୍ୟବାଦ ଅର୍ପଣ କରିଥିଲେ। ଯୁଗ୍ମ ସମ୍ପାଦକ ତ୍ରିବିକ୍ରମ ପ୍ରଧାନ, ସଦସ୍ୟା ରେଶଶ୍ଵିନି ସେଠ୍, ରୀନା ମହାରଣା ତଥା ସମସ୍ତ ଗୁରୁଜୀ/ଗୁରୁମା ସକ୍ରୀୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ହୀରାକୁଦ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କୌଶିକ ମହାକୁର, ଗୋବିନ୍ଦପାଲି ପ୍ରଧାନ ଆଚାର୍ଯ୍ୟ ଜଗବନ୍ଧୁ ବେହେରା, ଲପଂଗା ପ୍ରଧାନ ଆଚାର୍ଯ୍ୟ ରିତା ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଗୋବିନ୍ଦପାଲିର ଶାରୀରିକ ଶିକ୍ଷା ପ୍ରମୁଖ ସୁରେନ୍ଦ୍ର ବିଶି, ଘୁଡୁକା ଟିକ୍ରାର ରିମା କର୍ଣ୍ଣ, ମାଝିପାଲିର ଶ୍ରୀକାନ୍ତ ମଟାରି, ଲପଙ୍ଗାର ବାସନ୍ତୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ପୁନମ ଅଦାବର ସଂଯୋଜନା ଦାୟିତ୍ୱ ସୁନ୍ଦର ଭାବେ ନିର୍ବାହ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


