ବଲାଙ୍ଗୀର ;ତା-୧୩/୧୨(ବିଏମସି ଟିଭି ଓଡ଼ିଆ)
ସମ୍ବିଧାନ ର ଚତୁର୍ଥ ସ୍ତମ୍ବ ଗଣ ମାଧ୍ୟମ ହୋଇ ଥିବା ବେଳେ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ସାମ୍ବାଦିକ ପ୍ରକୋଷ୍ଠ ଥିବା ବେଳେ କାର୍ଯ୍ୟକାରୀ ନ ହେବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରେସରୁମ୍ ବା ସାମ୍ବାଦିକ ପ୍ରକୋଷ୍ଠ ଥିବା ତଥା ଅନ୍ୟ ସମସ୍ତ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ସରକାରୀ ନିୟମାନୁଯାୟୀ ଏହି ସାମ୍ବାଦିକ ପ୍ରକୋଷ୍ଠ ବା ପ୍ରେସ ରୁମ୍ ରହିଥାଏ । ହେଲେ ପରିତାପ ର ବିଷୟ ଯେ,ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଥିବା ପ୍ରେସରୁମ ଉଇ ହୁଙ୍କା ପାଲଟି ଯାଇଛି । ଦୀର୍ଘ ବର୍ଷ ଧରି ଏହି ପ୍ରେସ ରୁମ୍ ବନ୍ଦ ଯୋଗୁଁ ସାଧାରଣ ବିଭିନ୍ନ ସୁବିଧା,ସୁଯୋଗ ରୁ ବଞ୍ଚିତ ହେଉଛନ୍ତି। ସାମ୍ବାଦିକ ଙ୍କୁ ସୂଚନା ଦେବା ,ବିଭିନ୍ନ ସମସ୍ୟା ନେଇ ଅବଗତ କରାଇବା ପାଇଁ ଆଖ, ପାଖ ଅଞ୍ଚଳରୁ ସାଧାରଣ ଲୋକ ଆସି ହଇରାଣ , ହରକତ ହୋଇ ଆସୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ସେହିପରି ଉପଖଣ୍ଡ ସୂଚନାକେନ୍ଦ୍ର ଓ ପାଠାଗାର ଅତ୍ୟନ୍ତ ସଙ୍କୁଳ ଅବସ୍ଥାରେ ଥିବା ଯୋଗୁଁ ଭିଡ ରହିବା ପାଠକ , ପାଠିକା ଆସି ଫେରିଯିବା ଦେଖାଯାଉଛି । ବିଗତ ଦିନରେ ସ୍ଥାନୀୟ ବରିଷ୍ଟ ସାମ୍ବାଦିକ ଏଥି ପାଇଁ ପ୍ରେସ ଦିବସ ପାଳନ ଅବସରରେ ନୀରବ ପ୍ରତିବାଦ କରି ପ୍ରେସ ଦିବସ ପାଳନ କରି ନ ଥିଲେ । ଏହି ପ୍ରେସ ରୁମ୍ ବା ଅଭିଯୋଗ ପ୍ରକୋଷ୍ଠ ସରକାରୀ ଭାବେ କାର୍ଯ୍ୟକାରୀ ନ ହେବା ଓ ବନ୍ଦ ପଡ଼ିଥିବା ଯୋଗୁଁ ନକଲି ସାମ୍ବାଦିକ ଙ୍କ ଦୌରତ୍ମ ବୃଦ୍ଧି ପାଉଛି । ଏ ଦିଗରେ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଦାବି ହୋଇଛି ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।


