ବ୍ରହ୍ମପୁର ; ତା – ୨୭ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ।
ବ୍ରହ୍ମପୁର ନିକଟସ୍ଥ ନିମଖଣ୍ଡି ତୋଟାମଠ ମନ୍ଦିରରେଦ୍ୱିତୀୟ ଶ୍ରୀରାମ ନବମୀ ଉତ୍ସବ ମହାଡମ୍ବରରେ ପାଳିତ ହୋଇଯାଇଛି । ମନ୍ଦିରର ପୃଷ୍ଟପୋଷକ ଲିଙ୍ଗରାଜ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ମମତା ସାହୁ ପୂଜା କାର୍ଯ୍ୟକ୍ରମ ରେ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅଞ୍ଚଳ ର ବହୁ ଭକ୍ତ ଏହି ମନ୍ଦିର ପରିଚାଳନାରେ ସହଯୋଗ କରୁଛନ୍ତି କିନ୍ତୁ ମନ୍ଦିରର ଅଧିକ ଉନ୍ନତି ସକାଶେ ସରକାରଙ୍କ ଅନୁଦାନ ରହିଲେ ମନ୍ଦିରର ଉତ୍ତୋରତର ଉନ୍ନତି ହୋଇପାରିବ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ ।

ପ୍ରଭୁ ଶ୍ରୀରାମ ଙ୍କ ନୀତିକାନ୍ତି ଅନୁସାରେ ପ୍ରାତଃ ରେ ମଙ୍ଗଳ ଆଳତି ପରେ ପରେ ଗୀତା ପରାୟଣ , ହନୁମାନ ଚାଳିଶା , ଭଜନ ସମାରୋହ ଓ ଭାଗବତ ପାଠ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିବେଶ ଭକ୍ତିମୟ ରେ ଉତ୍ସରିତହେବା ସହ ଭକ୍ତ ମାନେ ପ୍ରଭୁ ଶ୍ରୀରାମ ଙ୍କ ଭଜନରେ ଝୁମିଥିଲେ । ଆଜିର ଦିନ ସାରାଦେଶ ପାଇଁ ଭକ୍ତିଭାବନାର ଦିନ ବୋଲି ଭକ୍ତ ମାନେ କହିଥିଲେ ।ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ଉପସ୍ଥିତ ରହି ପ୍ରଭୁ ଶ୍ରୀରାମ ଙ୍କ ଆଶୀର୍ବାଦ ଲାଭ କରିଥିଲେ । ଉକ୍ତ ଉତ୍ସବ ପରିଚାଳନାରେ ଦୁର୍ଗାମାଧବ ଶତପଥୀ , ଜଗନ୍ନାଥ ସାହୁ , କ୍ଷଣସ୍ମିତା ସାହୁ , କୁମାର ଅଂଶୁମାନ ସାହୁ , କୁମାର ଆୟୁଷ୍ମାନ ସାହୁ , ଅନ୍ବେଷ ପ୍ରିୟଦର୍ଶୀ , ବନ୍ଦନା ମହାପାତ୍ର , ଅକ୍ଷୟ କୁମାର ସାହୁ , ସଞ୍ଜୟ କୁମାର ସାହୁ , ଜିତେନ୍ଦ୍ର ଶତପଥୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଉପସ୍ଥିତ ଥିବା ଭକ୍ତମାନେ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମ ଉତ୍ସବ ର ପ୍ରସାଦ ସେବନ କରିଥିଲେ ।


