ବଲାଙ୍ଗୀର , ଟିଟିଲାଗଡ ରେ ଶ୍ରୀ ରାମ ନବମୀ ଉତ୍ସବ ପାଳନ ଅବସର ରେ ଏକ ବିରାଟ ଶୋଭାଯାତ୍ରା ରେ ସ୍ଥାନୀୟ ବିଧାୟକ ନବୀନ ଜୈନ ଫାଙ୍କା ଗୁଳି ଚାଳନା କରି ଥିବା ଘଟଣା ଏବେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି ।
ବିଧାୟକ ଶ୍ରୀ ଜୈନ ସ୍ଥାନୀୟ ସହର ର ଶାସ୍ତ୍ରୀ ଛକ ନିକଟ ରେ ରିବଲବର୍ ବାହାର କରି ସର୍ବ ସମ୍ମୁଖରେ ଫାଙ୍କା ଗୁଳି ଚାଳନା କରି ଦେଇଥିଲେ । ଉକ୍ତ ସମୟ ରେ ତାଙ୍କ ପି ଏସ ଓ ବିଧାୟକ ଙ୍କ ହାତକୁ ଧରି ଉପରକୁ କରିବା ରେ ସାହାଯ୍ୟ କରି ଥିଲେ । ଗୁଳି ଚାଳନା ପରେ ଫିଲ୍ମ ଷ୍ଟାଇଲ ରେ ସେ ପୁଣି ସେଇ ବନ୍ଧୁକ ନିଜ ଅଣ୍ଟା ରେ ରଖିଥିଲେ । ଏହି ଘଟଣା ନେଇ ଏବେ ବେଶ୍ ଚର୍ଚ୍ଚା ଜୋର ଧରିଛି। ଏ ନେଇ ଶ୍ରୀ ଜୈନ ଙ୍କୁ ଯୋଗାଯୋଗ କରିବା ରୁ ଏହା ଭକ୍ତ ଙ୍କ ଉତ୍ସାହ ବୃଦ୍ଧି ପାଇଁ ବୋଲି ପ୍ରକାଶ କରିଛନ୍ତି ।

ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


