ମାଲକାନଗିରି ;ତା-୧୪/୦୮(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ମାଲ୍ୟବନ୍ତ ସ୍ୱେଚ୍ଛାସେବୀ ସମିତି ପକ୍ଷରୁ କୋରୁକୋଣ୍ଡା ବ୍ଲକ ଚିତାପାରୀ-୩ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଲିମେଳା ଏନଏସି ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।ବିଭିନ୍ନ ପ୍ରକାରର ଫଳ ଗଛ ଚାରା ଗ୍ରାମବାସୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।ଅନ୍ୟାନ୍ୟ ମଧ୍ୟରେ ଭାଜପା ଜିଲ୍ଲା ସମ୍ପାଦକ ଅକ୍ଷୟ କୁମାର ବିଶ୍ବାଳ ଓ ଆରଏସଏସ ର ପ୍ରାନ୍ତ ସେବା ପ୍ରମୁଖ ରବୀନ୍ଦ୍ରନାଥ ରାୟ ଯୋଗ ଦେଇଥିଲେ।ଗ୍ରାମରେ ୬୫ ପରିବାର ପକ୍ଷରୁ ୩୫୦ ବୃକ୍ଷ ରୋପଣ କରାଯାଇଛି।
ମାଲକାନଗିରି ରୁ ଦିଲ୍ଲୀପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


