କଟକ ଜିଲ୍ଲା , ନରଗାଙ୍ଗ ; ତା – ୨୭ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ।
ଦେଶର ଭବିଷ୍ୟତ ଯୁବପିଢ଼ିଙ୍କ ମନରେ ଖେଳୁଆଡ ମନୋବୃତ୍ତି ସୃଷ୍ଟି କରିବା ସହିତ ସମାଜରେ ବନ୍ଧୁତ୍ବପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ , ସବୁ ବର୍ଷ ପରି ଚଳିତ ବର୍ଷ କଟକ ଜିଲ୍ଲାର ଡମପଡା ବ୍ଲକ ଅନ୍ତର୍ଗତ ନରଗାଙ୍ଗ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଛି ବାର୍ଷିକ କ୍ରିକେଟ ଟୁର୍ଣାମେଣ୍ଟ । ଗ୍ରାମର ତ୍ରୀଦେବ ତ୍ରୀନାଥ କ୍ରିକେଟ ବ୍ଲକ ଆନୁକୂଲ୍ୟରେ ଏହି ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣାମେଣ୍ଟରେ ଆଖପାଖ ପଡୋଶୀ ଗ୍ରାମର ୦୮ଟି ଦଳ ଭାଗ ନେଇଥିଲେ । ଫାଇନାଲରେ ଅମ୍ପାୟାର ପ୍ରଶାନ୍ତ କୁମାର ଜେନା ଓ ପପୁ ଜେନାଙ୍କ ପରିଚାଳନାରେ କୁସୁପଙ୍ଗୀ କ୍ରିକେଟ ଟିମ ସହିତ ବ୍ରହ୍ମପୁରା କ୍ରିକେଟ ଟିମର ରୋମାଞ୍ଚକର ମ୍ଯାଚ ଆରମ୍ଭ ହୋଇଥିଲା । ଏହି ମ୍ଯାଚରେ ୧୬ ଓଭରରେ କୁସୁପଙ୍ଗୀ କ୍ରିକେଟ ଟିମ ୦୯ ଓ୍ବିକେଟ ବିନିମୟରେ ୧୦୮ ରନ କରିଥିବା ବେଳେ ବ୍ରହ୍ମପୁରା କ୍ରିକେଟ ଟିମ ସମସ୍ତ ଓ୍ବିକେଟ ହରାଇ ୯୪ ରନ କରି କୁସୁପଙ୍ଗୀ ଠାରୁ ପରାସ୍ତ ହୋଇଥିଲା । ଦୀର୍ଘ ୦୭ ବର୍ଷ ଧରି ଏହି କାର୍ଯ୍ୟକ୍ରମକୁ ସଂଯୋଜକ ଅଶୋକ କୁମାର ରାଉତ ଓ ସହ-ସଂଯୋଜକ ମୁକେଶ କୁମାର ଜେନା ପରିଚାଳନା କରୁଥିବାବେଳେ କ୍ଲବର ସଭାପତି ଅଭିଜିତ ନାୟକ ସଭାପତିତ୍ୱ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଆଲୋକବ୍ରତ ନାୟକ ସମ୍ପାଦକୀୟ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମଟିରେ ତ୍ରୀଦେବ ତ୍ରୀନାଥ କ୍ରିକେଟ କ୍ଲବର ଉପ ସଭାପତି ପ୍ରଦ୍ୟୁମ୍ନ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତୁଷାର କାନ୍ତ ଚକ୍ରବର୍ତ୍ତୀ ,,ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ତଥା ପରିବେଶବିତ୍ ପ୍ରକୃତି ବନ୍ଧୁ ଆଦର୍ଶ ଶିକ୍ଷକ ବଳରାମ ପାଇକରାୟ , ସମ୍ମାନିତ ଅତିଥି ଭାବେ କଟକ ଲୋକସଭା ସାଂସଦଙ୍କ ପ୍ରତିନିଧି ତଥା ଡମପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜ କୁମାର ମତଗଜସିଂହ , ନରଗାଙ୍ଗର ପୂର୍ବତନ ସରପଞ୍ଚ ଗଣେଶ୍ବର ଜେନା , ନରଗାଙ୍ଗର ବିଶିଷ୍ଟ ସମାଜସେବୀ ରମେଶ କୁମାର ଜେନା , ହରିବନ୍ଧୁ ଜେନା ଓ ଅସଫ ଖାଁ ଯୋଗଦାନ କରିଥିଲେ । କଟକ ଡ୍ଯାନସ୍ ଗ୍ରୁପର ରିନା ଓ ଜଲି ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ଖେଳାଳୀ ଓ ଦର୍ଶକ ମାନଙ୍କର ମନ ମୋହିଥିଲେ । ଏହି କାର୍ଯ୍ୟକ୍ରମକୁ ଆଖପାଖ ଅଞ୍ଚଳର ପ୍ରାୟ ଦୁଇ ହଜାରରୁ ତିନି ହଜାର ଦର୍ଶକ ମନୋଭରି ଉପଭୋଗ କରିଥିଲେ । ମୁଖ୍ୟ ଅତିଥି ମ୍ଯାଚ ଜିତିଥିବା କୁସୁପଙ୍ଗୀ କ୍ରିକେଟ ଟିମର ଅଧିନାୟକଙ୍କୁ ବିଜୟ ଟ୍ରଫି ପ୍ରଦାନ କରିଥିବା ବେଳେ ବ୍ରହ୍ମପୁରା କ୍ରିକେଟ ଟିମର ଅଧିନାୟକଙ୍କୁ ରନରସ୍ ଅପ ଟ୍ରଫି ପ୍ରଦାନ କରିଥିଲେ । କୁସୁପଙ୍ଗୀ କ୍ରିକେଟ ଟିମର ବିଭୁନା ନାୟକଙ୍କୁ ମ୍ଯାନ ଅଫ ଦି ଟୁର୍ନାମେଣ୍ଟ ଟ୍ରଫି ପ୍ରଦାନ କରାଯାଇଥିଲା । କୁନି ସ୍ବେଛାସେବୀ ବାଦଲ ଜେନା ଓ ବବୁଲ ଜେନାଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ତ୍ରୀଦେବ ତ୍ରୀନାଥ କ୍ଲବର ଅଧିନାୟକ ଟି. ସୁମନ ଧନ୍ୟବାଦ ଅର୍ପଣ କରିଥିଲେ ।

ବାଙ୍କୀ ରୁ ସୁଶାନ୍ତ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।


