ବେଲଗୁଣ୍ଠା ; ତା – ୨୮ / ୦୩ ( ବିଏମସି ଟିଭି ଓଡ଼ିଆ ) ।
ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବଡ଼ବୋରସିଂ ପଂଚାୟତ ରେ ବିଭିନ୍ନ ପକଳ୍ପ ସ୍ଥାନୀୟ ସରପଞ୍ଚ ତଥା ବ୍ଲକ ବିଜେଡି ସଭାପତି ଏସ. ରାମେଶ୍ୱର ପାତ୍ର ଙ୍କ ଅଧକ୍ଷୟତା ଉଦଘାଟନ ହୋଇଯାଇଛି । ମୁଖ୍ୟଅତିଥି ରୂପେ ବ୍ଲକ ଅଧକ୍ଷା ମମତା ଭୋଳ ଯୋଗ ଦେଇ ୪ ଟି ପକଳ୍ପ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ରୂପେ ୪୭ ନଂ ଜିଲ୍ଲାପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ , ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼ , ରବୀନ୍ଦ୍ର କୁମାର ସାହୁ , ସିମାଞ୍ଚଳ ବିଶୋଇ , ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବବିଜେଡି ସଭାପତି ଚନ୍ଦ୍ରଶେଖର ନାୟକ , ଯୁବନେତା ଶରତ ଚନ୍ଦ୍ର ସ୍ବାଇଁ , ସୁମନ୍ତ ବିଶୋଇ ଯୋଗଦେଇଥିଲେ । ଆଜି ର ଉଦଘାଟିତ ପକଳ୍ପ ଗୁଡିକ ହେଲା ଦୁବଲୁଣ୍ଡା ଠାରେ ମିଶନ ଶକ୍ତି ଗୃହ , କାଳିଆଗୁଡା ଠାରେ ମିଶନ ଶକ୍ତି ଭବନ , ରଙ୍ଗଣୀ ସମାଜ ନୂତନ ଗୃହ ଓ ବନସଂରକ୍ଷଣ ସମିତି ର ନୃତନ ଗୃହ ।

ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡି଼ଶା ।


