ସମ୍ବଲପୁର ; ତା.୩୦/୧୧ (ବିଏମସି ଟିଭି ଓଡିଆ)
କୁଚିଣ୍ଡା ନିକଟସ୍ଥ ବି.ଜମନକିରା ଠାରେ ଶତାଧିକ ନିଃସହାୟ ବୃଦ୍ଧା,ବୃଦ୍ଧା ,ବିଧବା ଓ ମାନସିକ ଅନଗ୍ରସର ଲୋକଙ୍କୁ ଶତାଧିକ ସଂଖ୍ୟାରେ ଶୀତ ବସ୍ତ୍ର ବଣ୍ଟନ କରାଯିବା ସହ ବିଶିଷ୍ଟ ସମାଜସେବୀ ଓ ସ୍ବାଧିନତା ସଂଗ୍ରାମୀ ଠକ୍କର ବାପାଙ୍କ ଜୟନ୍ତୀ ଉପଲକ୍ଷେ ସ୍ମୁତି ଚାରଣ କରାଯାଇଥିଲା । ଗଡ୍ସ ପାୱାର ଏଣ୍ଡ ବ୍ଲେଶିଙ୍ଗସ ମିନୀଷ୍ଟ୍ରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ସଭାପତି ପାମୋଡ ରୋଡ଼ିଦାସଙ୍କ ସଭାପତିତ୍ବ ଓ ସାମାଜିକ କର୍ମୀ ବିମଳ ମେହେରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୁଚିଣ୍ଡା ଉପଜିଲ୍ଲାପାଳ ସର୍ବାନନ୍ଦ ସ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଓ ମୁଖ୍ୟବକ୍ତା ଭାବରେ ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିଶାନ ଯୋଗଦେଇ ଶୀତ ବସ୍ତ୍ର ବାଣ୍ଟିବା ସହ ଠକ୍କର ବାପାଙ୍କ ଜୀବନୀ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସବଡିକ ସଂଘ ସଭାପତି ପ୍ରଭାତ ବେହେରା, ଏଡଭୋକେଟ ଶାନ୍ତନୁ କାଲୋ, ସାମ୍ବାଦିକ ସଞ୍ଜୟ ମିଶ୍ର, ଗଜେନ୍ଦ୍ର ଭୋଇ, ନାଇଁ ସରପଞ୍ଚ ଉଷ ବହଳ ପ୍ରମୁଖ ସାମାଜିକ କର୍ମୀ ଶୀତ ବସ୍ତ୍ର ବାଣ୍ଟିବା ସହ ଅନୁଷ୍ଠାନର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଅତିଥି ସୁବାସ ନାୟକଙ୍କୁ ଠକ୍କର ବାପା ସ୍ମୁତି ଉଦ୍ଦେଶ୍ୟରେ ସମ୍ମାନିତ କରାଯାଇଥିବା ବେଳେ ଅନ୍ୟ ଅତିଥିମାନଙ୍କୁ ମଧ୍ୟ ଉପଢୌକନ ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


