ମାଲକାନଗିରି ;ତା-୨୨/୦୭ ( ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଜଣେ ବ୍ୟକ୍ତିଙ୍କୁ ଠକେଇ ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ।ଗିରଫ ବ୍ୟକ୍ତି ଜଣକ ହେଲେ ବାଲେଶ୍ବର ଜିଲ୍ଲା ସିଙ୍ଗଳା ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ନିରଞ୍ଜନ ସେଠୀ(୩୧)।ସୂଚନା ଅନୁଯାୟୀ ବାଲିମେଳା ସ୍ଥିତ ୱାର୍ଡ ନ ୧୦ ଓସିସି ନୂଆ ଗାଁ ରବି. ଈଶ୍ୱର ରାଓଙ୍କ ଝିଅ ୨୦୨୫ ରେ +୨ ପରୀକ୍ଷା ଦେଇ ଫେଲ ହୋଇଯାଇଥିଲା। ସେ ପୁନର୍ବାର ପରୀକ୍ଷା ଖାତା ଚେକିଂ ପାଇଁ ଆବେଦନ କରିଥିଲେ। ଏହି ସମୟରେ ବାଲେଶ୍ବର ର ନିରଞ୍ଜନ ସହିତ ଦେଖା ହୋଇଥିଲା। ସେ ତାଙ୍କୁ ପାସ କରେଇ ଦେବି କହି ଈଶ୍ୱରଙ୍କୁ ୧୭୦୦୦ଟଙ୍କା ମାଗିଥିଲେ ଈଶ୍ୱର ତାଙ୍କୁ ଫୋନ ପେ ମାଧ୍ୟମରେ ୪/୬/ ୨୦୨୫ ଟଙ୍କା ପଠାଇଥିଲେ। ତାପରେ ପରୀକ୍ଷା ଫଳ ବାହାରିଲା କିନ୍ତୁ ତାଙ୍କ ଝିଅ ଫେଲ।ଈଶ୍ୱର ବାରମ୍ବାର ତାଙ୍କୁ ଫୋନ ଯୋଗେ ସମ୍ପର୍କ କରିବାକୁ ଚେଷ୍ଟା କଲେ ମଧ୍ୟ ସେ ଫୋନ ଆଉ ଉଠାଇଲେ ନାହିଁ। ଶେଷରେ ବାଧ୍ୟ ହୋଇ ୩୦/୧୧/୨୫ରେ ଓର୍କେଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଓର୍କେଲ ଥାନାରେ ୩୩୦/୨୫ପ୍ରକାରେ ମାମଲା ରୁଜୁ ହୋଇଥିଲା। ପୋଲିସ ଚେଷ୍ଟା କରୁଥିଲା ବାରମ୍ବାର ଅଭିଯୁକ୍ତ ଚକମା ଦେଉଥିଲା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଲା ଅଭିଯୁକ୍ତ ନିରଞ୍ଜନ ବାଲେଶ୍ଵରର ବାଲିସାହି ଗ୍ରାମରେ ଅଛି ଓର୍କେଲ ପୋଲିସ ତରଫରୁ ଏସଆଇ ଅଜିତ ସିଂ ବାରିହା ଏଏସଆଇ ସୁରେଶ ବିଶିମାଝୀ ଓ ଟିମ ବାଲେଶ୍ବର ଯାଇ ତାଙ୍କ ଗ୍ରାମରୁ ନିରଞ୍ଜନକୁ ଗିରଫ କରିବା ସହ ୧୭୦୦୦ଟଙ୍କା ଓ ମୋବାଇଲ ଜବତ କରି ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ କହିଛନ୍ତି।



