ବ୍ରହ୍ମପୁର -୨୬/୧୨ (ବିଏମସି ଟିଭି ଓଡ଼ିଆ)
ଆମ ରାଜ୍ୟର ଜାତୀୟ ସ୍ମାରକୀ ତଥା ବିଶିଷ୍ଟ ଐତିହାସିକ ପୀଠ
ରୂପେ ପରିଚିତ ଉତ୍କଳ ଆଶ୍ରମ ପରିସରସ୍ଥ ଭାଷା ଭବନ କକ୍ଷରେ ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ତ୍ରୟୋବିଂଶ ତମ ଏବଂ ଗଞ୍ଜାମ ଜିଲ୍ଲା ଲେଖିକା ସାମ୍ମୁଖ୍ୟ ସପ୍ତଦଶ ତମ ସ୍ଵନକ୍ଷତ୍ର ଉତ୍ସବ ସାରସ୍ଵତ ସମାରୋହ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନ କବିତା ପାଠୋତ୍ସବ ରେ ଲେଖକ ସାମ୍ମୁଖ୍ୟ ଉପସଭାପତି ଡ଼ ବିଜୟ ଚନ୍ଦ୍ର ମହାରଣା ସଭାପତିତ୍ବ କରିଥିଲା ବେଳେ ଅତିଥି ଭାବରେ ବିଶିଷ୍ଟ କବି ବିରୁପାକ୍ଷ ଦାଶ, ଲେଖିକା ସାମ୍ମୁଖ୍ୟ ଉପସଭାପତି ଶ୍ରୀମତି ଉମାରାଣୀ ପଣ୍ଡା, ପ୍ରମିଳା ମହଲା, ସଂଯୋଜିକା ଜ୍ୟେତ୍ସ୍ନାମୟୀ ପ୍ରଧାନ, ପ୍ରେମଶିଳା ଶିଳା ନନ୍ଦ, ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଦ୍ବିତୀୟ ଅଧିବେଶନ ଲେଖକ ସାମ୍ମୁଖ୍ୟ ସଭାପତି ହାଡ଼ିବନ୍ଧୁ ମାଳି ଏବଂ ଲେଖିକା ସାମ୍ମୁଖ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସାରସ୍ବତ ସମାରୋହରେ ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଲୋକ ସାହିତ୍ୟ ର ବିଶିଷ୍ଟ ଗବେଷକ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ଲମ୍ବୋଦର ପାଣିଗ୍ରାହୀ, ମୁଖ୍ୟ ବକ୍ତା ରୂପେ ଓଡ଼ିଆ ସାହିତ୍ୟ ର ଅନ୍ୟତମ ଗବେଷକ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ହରି କୃଷ୍ଣ ନାୟକ,ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଅନୁବାଦିକା ଡ଼ ସୂଚନା ପାଢୀ, ସମ୍ମାନିତ ବକ୍ତା ଭାବରେ ମହାମାୟୀ ମହିଳା ମହାବିଦ୍ୟାଳୟ ର ଗୃହ ବିଜ୍ଞାନ ମୁଖ୍ୟ କବୟିତ୍ରୀ ଡ଼ ଜୟନ୍ତୀ ରାଣୀ ପଣ୍ଡା, ଲେଖିକା ସାମ୍ମୁଖ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଆରତୀ ଶତପଥୀ ଏବଂ ଲେଖକ ସାମ୍ମୁଖ୍ୟ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ଅଂଶଗ୍ରହଣ କରି ସମାରୋହ କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଏବଂ ଅନୁଷ୍ଠାନ ର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ର ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ଉଦ୍ଘାଟନ କରିଥିଲେ।

ଏହି ଅବସରରେ ପଣ୍ଡିତ ଶିଶିର କୁମାର ଶତପଥୀ ବେଦ ପାଠ କରିଥିବା ବେଳେ ବରିଷ୍ଠ କଣ୍ଠଶିଳ୍ପୀ ସୁଦୀପ୍ତ ସାହୁ, ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପ୍ରଧାନ, ପ୍ରେମଶିଳା ନନ୍ଦ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ବରିଷ୍ଠ କବୟିତ୍ରୀ କଳା ସାହିତ୍ୟ ସଂସ୍କୃତି ସମ୍ପର୍ଣ୍ଣା କିରଣ ବାଳା ମିଶ୍ର ଙ୍କ ଦେହାନ୍ତ ରେ ଗଭୀର ଶୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିରବ ପ୍ରାର୍ଥନା କରା ଯାଇଥିଲା।ସଭାପତି ଶ୍ରୀଯୁକ୍ତ ମାଳି ସ୍ବାଗତ ଭାଷଣ ପ୍ରଦାନ କରି ଉପସ୍ଥିତ କବି ଲେଖକ ଲେଖିକା ଙ୍କ ସହଯୋଗ କାମନା କରିଥିଲେ। ଶ୍ରୀମତୀ ମିଶ୍ର ଉଭୟ ଅନୁଷ୍ଠାନ ର ସଂକ୍ଷିପ୍ତ ଇତିବୃତି ପ୍ରଦାନ କରିଥିଲେ। ଏହି ଅବସରରେ ଉଭୟ ଅନୁଷ୍ଠାନ ର ସମ୍ପାଦକୀୟ ବିବରଣୀ ସାଧାରଣ ସମ୍ପାଦିକା ଓ ସାଧାରଣ ସମ୍ପାଦକ ଉପସ୍ଥାପନ କରିଥିଲେ ଏବଂ ଉଭୟ ଅନୁଷ୍ଠାନ ର ମୁଖପତ୍ର ଋଷିକୂଲ୍ୟା ଓ ସୃଜନୀ ଉନ୍ମୋଚିତ ହେବା ସହ ଅବସରପ୍ରାପ୍ତ ଅଧ୍ୟକ୍ଷ କବି ଦଣ୍ଡପାଣି ମହାପାତ୍ର ଙ୍କ ରଚିତ କବିତା ସଂକଳନ “ସଂଘର୍ଷ ଏକ ମୂହୁର୍ତ୍ତ ର”କବୟିତ୍ରୀ ଅନୁବାଦିକା ଶ୍ରୀମତୀ ପ୍ରମିଳା ମହଲା ଙ୍କ ବଙ୍ଗଳା ଭାଷାର ବିଶିଷ୍ଟ ଔପନ୍ୟାସିକା ଚାରୁ ମଜୁମଦାରଙ୍କ ଉପନ୍ୟାସ “ଅର୍ଜୁନ ଓ ଚାରି କନ୍ୟା,” ବରିଷ୍ଠ ଲେଖକ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଙ୍କ ପ୍ରବନ୍ଧ ସଙ୍କଳନ “ପରିବର୍ତ୍ତନ ର ସ୍ବର”ବରିଷ୍ଠ କବି ଭୋବନି ପଣ୍ଡା ଙ୍କ ଶିଶୁ କବିତା ସଙ୍କଳନ “ଟୁଉକୁ ମୂଷି “, ଏବଂ ଔପନ୍ୟାସିକା ସୁଶ୍ରୀ ବିସ୍ମିତା କୁମାରୀ ପଣ୍ଡା ଙ୍କ ଉପନ୍ୟାସ ” ଭିଟା ମାଟିର ମୋହ” ଅତିଥି ମାନଙ୍କ ଦ୍ଵାରା ଲୋକାର୍ପଣ ହୋଇଯାଇଛି।
ଆଲୋଚନା ପ୍ରସଙ୍ଗ ” ଓଡ଼ିଆ ଲୋକ ସାହିତ୍ୟ କୁ ଗଞ୍ଜାମ ଜିଲ୍ଲାର ଅବଦାନ” ସମ୍ପର୍କରେ ମତବ୍ୟକ୍ତ କରି ମୁଖ୍ୟ ବକ୍ତା ଡ଼ ନାୟକ ଗଞ୍ଜାମ ଜିଲ୍ଲାର ସାରସ୍ଵତ ସାଧକ ମାନଙ୍କ ଓଡ଼ିଆ ସାହିତ୍ୟ ଜଗତକୁ ଅବଦାନ ର ବିସ୍ତୃତ ଆଲୋଚନା କରି ଲୋକ ସାହିତ୍ୟ ଅନ୍ୟତମ ବିଭବ ଲୋକ ସଂଗୀତ ଓ କଳା ଭାରତ ଲୀଳା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଲୋକ ସାହିତ୍ୟ ର ବିଶିଷ୍ଟ ଗବେଷକ ଡ଼ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ ଯେ ଗଞ୍ଜାମ ଜିଲ୍ଲାର କବି ସାରସ୍ବତ ସାଧକ ଆମ ଓଡ଼ିଆ ବାଣୀ ଭଣ୍ଡାର କୁ ସମୃଦ୍ଧ କରିଯାଇଛନ୍ତି ବିଶେଷ କରି ଲୋକ କଳା ଓ ଲୋକ ସାହିତ୍ୟ ରଚନା ରେ ଗଞ୍ଜାମ ଜିଲ୍ଲାର ସାରସ୍ଵତ ସାଧକ ମାନେ ହିଁ ଏହା ର ରଚନା କରିଛନ୍ତି ତେଣୁ ଗଞ୍ଜାମ ଜିଲ୍ଲା ଲୋକ ସାହିତ୍ୟ ଓ ଲୋକ କଳା ର ଆଦି ପୀଠ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଅନୁଷ୍ଠିତ ଉତ୍ସବ ଅବସରରେ ଶିକ୍ଷାବିତ ସ୍ତମ୍ଭକାର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ହାରିତସ ଙ୍କୁ ଲେଖକ ସାମ୍ମୁଖ୍ୟ ତରଫରୁ ଅନୁଷ୍ଠାନ ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ର ସ୍ମୃତି ସମ୍ମାନ ଏବଂ ଲେଖିକା ସାମ୍ମୁଖ୍ୟ ତରଫରୁ ମହାମାୟୀ ମହିଳା ମହାବିଦ୍ୟାଳୟ ର ଗୃହ ବିଜ୍ଞାନ ମୁଖ୍ୟ ବରିଷ୍ଠ ପ୍ରାଧ୍ୟାପିକା କବୟିତ୍ରୀ ଡ଼ ଜୟନ୍ତୀ ରାଣୀ ପଣ୍ଡା ଙ୍କୁ ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯିବା ସହ ବରିଷ୍ଠ କବି ଶିଶୁ ସାହିତ୍ୟିକ ଭୋବନି ପଣ୍ଡା ଙ୍କ ଅବିଶ୍ରାନ୍ତ ସାରସ୍ଵତ ସାଧନା ନିମନ୍ତେ ” ବିଶିଷ୍ଟ ସାହିତ୍ୟିକ” ସମ୍ମାନ ରେ ସମ୍ମାନିତ କରାଯାଇଥିଲା।ଅନୁଷ୍ଠିତ କବିତା ପାଠୋତ୍ସବ ଓ ସାରସ୍ଵତ ସମାରୋହ ରେ ପ୍ରାବନ୍ଧିକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ବରିଷ୍ଠ ସାହିତ୍ୟିକ ଇଂଜିନିୟର ବିପିନ୍ ବିହାରୀ ପଣ୍ଡା, ସ୍ତମ୍ଭକାର ରାଧା ଚରଣ ନାୟକ, ଶିକ୍ଷାବିତ ଡ଼ ସନ୍ତୋଷ କୁମାର ବକ୍ସି, ଡ଼.ସନ୍ତୋଷ କୁମାର ମିଶ୍ର, ସାହିତ୍ୟିକ ଦେବୀପ୍ରସାଦ ସାହୁ, ନିରଞ୍ଜନ ତ୍ରିପାଠୀ, ନିରଞ୍ଜନ ମହାପାତ୍ର, ବିଜୟ ଚନ୍ଦ୍ର ନନ୍ଦ ରୁଦ୍ର ନାରାୟଣ ନାୟକ, ଭେଙ୍କଟ ବିହାରୀ ପ୍ରହରାଜ,ଭବାନୀ ପାଣିଗ୍ରାହୀ,ଲେଖିକା ସାମ୍ମୁଖ୍ୟ କୋଷାଧ୍ୟକ୍ଷା ଶ୍ରୀମତୀ କୁମୁଦିନୀ ଶ୍ରୀପଲ୍ଲବ , ଶ୍ରୀମତି ଅମିତା ମିଶ୍ର, ଶ୍ରୀମତି ସରସ୍ବତୀ ମହାପାତ୍ର, ଶ୍ରୀମତି ଲକ୍ଷ୍ମୀପ୍ରିୟା ମାଳି, ପ୍ରିୟମ୍ବଦା ମାଳି ଙ୍କ ସମେତ ବରିଷ୍ଠ ସାହିତ୍ୟିକ ତ୍ରିନାଥ ନାୟକ, ଇଂ ଆଶୁତୋଷ ପାତ୍ର, ଭିକାରୀ ଚରଣ ମହାପାତ୍ର, ସୁବାସ ଚନ୍ଦ୍ର ନାୟକ, ଦଣ୍ଡପାଣି ମହାପାତ୍ର ପ୍ରମୁଖ ଙ୍କ ସମେତ ଶତାଧିକ କବି କବୟିତ୍ରୀ ଉପସ୍ଥିତ ରହି ସ୍ବରଚିତ କବିତା ପାଠ କରିଥିଲେ ସମ୍ପାଦିକା ଜ୍ୟୋସ୍ନାମୟୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ରହ୍ମପୁର ରୁ ସିଟି ରିପୋର୍ଟର କାଳୀ ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


