ସମ୍ବଲପୁର/ଗୋଡଭଗା:ତା-୨୭/୧୨(ବିଏମସି ଟିଭି ଓଡିଆ)
ବରଗଡ଼ ଜିଲ୍ଲା ବରପାଲି ଜଗନ୍ନାଥନଗର ରେଲୱେ ଓଭରବ୍ରିଜ ବାଏପାସ ରାସ୍ତା ନିର୍ମାଣରେ କିଛି ନା କିଛି ସମସ୍ଯା ନୁତନ ରୂପରେ ଉଭା ହୋଇ ଅଞ୍ଚଳବାସୀଙ୍କୁ ମହାଅସୁବିଧାରେ ପକାଉଥିବାର ଅଭିଯୋଗ ଶୁଣିବାକୁ ମିଳୁଛି। ଆଜକୁ ଆଠ ବର୍ଷ ହେଲା ନିର୍ମାଣକାର୍ଯ୍ଯ ଜାରୀ ରହିଥିବା ବେଳେ ଗୋଟିଏ ସମସ୍ଯା ପୁରଣ ହେଉ ହେଉ ଭିନ୍ନ ଏକ ନୂତନ ସମସ୍ୟା ମୁଣ୍ତ ଟେକି ନିର୍ମାଣରେ ବାଧା ସୃଷ୍ଟି କରୁଛି। କିଛି ଦିନ ପୁର୍ବରୁ ବହୁ ଦିନର ଜମି ଅଧିଗ୍ରହଣ ସମସ୍ଯା ପୂରଣ ହୋଇ ନିର୍ମାଣ କାମ ଆଗେଇଥିବା ବେଳେ ବ୍ରିଜର ଆଉ ଏକ ସମସ୍ୟା ଶେଷମୁଣ୍ତ ଅଞ୍ଚଳରେ ଆଉ ଏକ ରୂପରେ ଉଭା ହୋଇ ଲୋକଙ୍କ ଯାତାୟତ ସହ ଘରୁ ବାହାରିବା କଷ୍ଟଦାୟକ ହୋଇଯାଇଛି। ଖବରରୁ ପ୍ରକାଶ ଯେ ଗତ ପନ୍ଦର ଦିନ ପୁର୍ବରୁ ଅଧିଗ୍ରହଣ ପାଇଁ ଭିନ୍ନ ଭିନ୍ନ ଘରସମ୍ମୁଖ ଚିହ୍ନଟ ଭାଗ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଥିଲା। ଆଜକୁ ପନ୍ଦର ଦିନ ବିତି ଯାଇଥିଲେ ସୁଦ୍ଧା ଭଙ୍ଗା ଯାଇଥିବା ଇଟାପଥର ସିମେଣ୍ଟ ପଥର ଖଣ୍ତ ମାନ ଘର ସମ୍ମୁଖଭାଗରେ ପଡିରହିଛି। ସେହିପରି ଭଙ୍ଗା ଘର ସମ୍ମୁଖରେ ପଡି ରହିଥିବା ଭଗ୍ନସ୍ତୁପ ମଧ୍ୟସ୍ଥଳରେ ପୁର୍ବରୁ ରହିଥିବା ବିଦ୍ଯୁତପୋଲ ମାନ ବର୍ତ୍ତମାନ ମଧ୍ୟ ଛିଡା ରଖାଯାଇଛି। ଯାହାକି ବିଦ୍ଯୁତ ପୋଲର ସ୍ଥାନାନ୍ତର ହୋଇ ପାରୁନଥିବାରୁ ଭଗ୍ନସ୍ତୁପ ସଫେଇରେ ବାଧା ଦେଖା ଦେଉଥିବା ବେଳେ ନିର୍ମାଣକାର୍ଯ୍ଯ ବନ୍ଦ ରଖାଯାଇଛି। ଅଞ୍ଚଳବାସୀ ସମସ୍ଯାର ସମାଧାନ ଉପରେ କାର୍ଯ୍ଯକର୍ତ୍ତା ମାନଙ୍କୁ ପଚାରିଲେ ସେଇ ଗୋଟିଏ କଥା ବିଦ୍ଯୁତଖୁଣ୍ଟ ସ୍ଥାନାନ୍ତର ହେଲେ ନିର୍ମାଣ କାମ ଆଗେଇବ। ହେଲେ ପୋଲ କେବେ ଉଠାହେଉ ନାହିଁ। ଅଥଚ ଭଙ୍ଗାଘର ଲୋକଙ୍କୁ ଘରୁ ବାହାରିବା ମୁସ୍କିଲ ହେଉଥିବା ବେଳେ ସେମାନେ ଦହଗଞ୍ଜ ଅବସ୍ଥାରେ କାଳାତିପାତ କରିବାକୁ ବାଧ୍ୟ ହେଉଛନ୍ତି। ସମସ୍ଯାର ସମାଧାନ ଦିଗରେ ପ୍ରଶାସନିକ ଗୁରୁତ୍ବ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
ପିଛା ଛାଡୁନି ବରପାଲି ରେଳୱେ ଓଭରବ୍ରିଜ ରାସ୍ତା ନିର୍ମାଣ ସମସ୍ଯା


