ରାୟଗଡ଼ା: ତା- ୨୦/୦୧(ବିଏମସି ଟିଭି ଓଡ଼ିଆ)
ରାୟଗଡ଼ା ଜିଲ୍ଲା ରାୟଗଡ଼ା ବ୍ଳକ୍ ତାଡ଼ମା ପଞ୍ଚାୟତ ଅଧିନସ୍ତ ସିଙ୍ଗିପୁଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ଦାସ ଙ୍କ ସଭାପତିତ୍ବରେ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ଏଥିର ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା ଉପସ୍ଥିତ ରହିଥିବା ବେଳେ ମୁଖ୍ୟ ବକ୍ତା ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ତାଡ଼ମା ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ପାଳ ଓ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଆଲେମି ଜାକାକା, ସମିତି ସଭ୍ୟ ଚନ୍ଦ୍ରଶେଖର ଖରସାଳିବଂଶ, ଆଞ୍ଚଳିକ କେନ୍ଦ୍ର ସଂଯୋଜକ ଏମ ଗଣେଶ୍ୱର ରାଓ, ସହକାରୀ ଗୋଷ୍ଟି ଶିକ୍ଷ୍ୟା ଅଧିକାରୀ ବଳରାମ ହୁଇକା , ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସପାଲ୍ ଖିରେଶ୍ୱର୍ ପ୍ରଧାନ,ଏସ ଏମ୍ ସି ଚେୟାରମେନ୍ କାନାରା କାଡ୍ରାକା ପ୍ରମୁଖ ମଞ୍ଚାସିନ ରହିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦୀପ ପ୍ରଜ୍ବଳନ କରା ଯାଇଥିଲା ଏହା ପରେ ବିଦ୍ୟାର୍ଥୀ ମାନେ ସ୍ବାଗତମ୍ ସଙ୍ଗୀତ ପରିବେଷଣ କରିଥିଲେ ତାପରେ ଅତିଥିଙ୍କ ଅଭିଭାଷଣ ସହ କୃତିତ୍ୱ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ବିଦ୍ୟାଳୟ ର ହିନ୍ଦୀ ଶିକ୍ଷୟତ୍ରୀ ମନସ୍ଵିନୀ ପାଢ଼ୀ ସଭା ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ , ଅଭିଭାବକ, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷୟତ୍ରୀ, କର୍ମଚାରୀ ବିଶେଷ ସହଯୋଗ କରିଥିଲେ।
ରାୟଗଡା ରୁ ରଞ୍ଜନ କୁମାର ମହାନ୍ତିଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


