ବାଲିମେଳା: ତା -୨୪/୦୧(ବିଏମସି ଟିଭି ଓଡିଆ)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି -୩ ପଞ୍ଚାୟତ ଏମଭି -୩୭ ଗାଁରେ ପ୍ରତି ଶନିବାର ବସୁଛି ସାପ୍ତାହିକ ହାଟ।ହେଲେ ବ୍ୟବସାୟୀ ଙ୍କ ପାଇଁ ପିଣ୍ଡି କିମ୍ବା ମାର୍କେଟ କମ୍ପ୍ଲେକ୍ସ ନ ଥିବାରୁ ସେମାବେ ବାଧ୍ୟ ହୋଇ ବାଲିମେଳା-ମାଲକାନଗିରି ମୂଖ୍ୟ ରାସ୍ତା ପାର୍ଶ୍ଵରେ ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଜାର ସାମଗ୍ରୀର ପସରା ମେଲାଉଛନ୍ତି।ଫଳରେ ରାସ୍ତା ଉପରେ ଟ୍ରାଫିକ ସମସ୍ୟା ଲାଗି ରହୁଥିବାରୁ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀମାନେ ନାହିଁ ନ ଥିବା ଦୁର୍ଦଶା ଭୋଗୁଥିବା ଅଭିଯୋଗ ହେଉଛି। ଅନେକ ସମୟରେ ଏଠାରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ସାପ୍ତାହିକ ହାଟ ପାଇଁ ଏକ ସ୍ୱତନ୍ତ୍ର ଜାଗା ଚି଼ହ୍ନଟକରି ସେଠାରେ ବ୍ୟବସାୟୀଙ୍କ ପାଇଁ ଆବଶ୍ୟକ ହେଉଥିବା ଏକ ନୂତନ ମାର୍କେଟ କମ୍ପ୍ଲେକ୍ସ ଓ ପିଣ୍ଡି ନିର୍ମାଣ କରିବାକୁ ଅଞ୍ଚଳବାସୀ ବହୁବାର ପଞ୍ଚାୟତ କତୃପକ୍ଷ ଏବଂ ବ୍ଲକ ପ୍ରଶାସନ ନିକଟରେ ନିବେଦନ କରିଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ କରାଯାଉନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ହାଟରେ ବ୍ୟବସାୟ କରୁଥିବା ବେପାରୀ ମାନଙ୍କ ଠାରୁ ପଞ୍ଚାୟତ କତୃପକ୍ଷ ନିୟମିତ ଟିକସ ନେଉଛନ୍ତି। ହେଲେ ଦୀର୍ଘବର୍ଷ ଧରି ରାଜରାସ୍ତା ପାର୍ଶ୍ୱରେ ବିପଦସଂକୁଳ ଅବସ୍ଥାରେ ବସି ବ୍ୟବସାୟ କରୁଥିବା ଅଞ୍ଚଳବାସୀ କହିଛନ୍ତି।ଫଳରେ ଚାଷୀଙ୍କ ଠାରୁ ଆରମ୍ଭ କରି ଛୋଟ ବଡ ବ୍ୟବସାୟୀ ମାନେ ଖରା, ବର୍ଷା ଓ ହାଡଭଙ୍ଗା ଶୀତରେ ଖୋଲା ଆକାଶ ତଳେ ବସି ସାମଗ୍ରୀ ବିକ୍ରୀ କରୁଛନ୍ତି।ଏହି ହାଟ ଉପରେ ଏମଭି -୧୨୨,ଏମଭି -୩୬, ଏମଭି -୩୮, ଏମଭି -୧୦୮, ଏମଭି -୩୭, ଏମଭି -୩୫, ଏମଭି -୧୦୩, ଏମଭି -୧୦୯, ଏମଭି -୧୦୪, ତାର୍ଲାକୋଟା, ସି କଲୋନୀ, କେନ୍ଦୁଗୁଡା,ପୁଷପାଲୀ, ରଙ୍ଗମାଟି ଗୁଡା,ସୋମନାଥପୁର, ସଦାଶିବ ପୁର ସମେତ ବିଭିନ୍ନ ପଞ୍ଚାୟତର ବହୁ ଗ୍ରାମବାସୀ ନିର୍ଭର କରୁଛନ୍ତି। ହାଟ ଦିନ ରାସ୍ତାରେ ଲୋକଙ୍କ ଭିଡ ଜମୁଥିବାରୁ ଗାଡି ମୋଟର ଚଳା ଚଳିରେ ବହୁ ଅସୁବିଧା ସୃଷ୍ଟି ହେଉଛି।ଏ ସମ୍ପର୍କରେ କୋରୁକୋଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୁଲ୍ୟ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,ଏନେଇ ତୁରନ୍ତ ରାଜସ୍ବ ବିଭାଗର ତହସିଲଦାରଙ୍କ ସହ ଆଲୋଚନା କରିବା ସହିତ ରାଜସ୍ବ ନିରୀକ୍ଷକଙ୍କ ଜରିଆରେ ମାର୍କେଟ କମ୍ପ୍ଲେକ୍ସ ଓ ପିଣ୍ଡି ନିର୍ମାଣ କରିବା ପାଇଁ ଜାଗା ଚି଼ହ୍ନଟ କରାଯିବ। ଜାଗା ଚି଼ହ୍ନଟ ହେବା ପରେ ହାଟ ପାଇଁ ଆବଶ୍ୟକ ହେଉଥିବା ପିଣ୍ଡି ନିର୍ମାଣ କରାଯିବ ବୋଲି ବିଡ଼ିଓ ଶ୍ରୀ ସାହୁ କହିଛନ୍ତି।
ମାଲକାନଗିରି ଜିଲ୍ଲା ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


