ବାଲିମେଳା: ତା -୦୪/୦୨(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଙ୍କ ଏକ ସ୍ଵତନ୍ତ୍ର ପ୍ରଚେଷ୍ଟା। ଯବାନ ଭାବେ ନିଯୁକ୍ତି ହୋଇଥିବା ମହିଳା ଯବାନ ମାନଙ୍କୁ ନେଇ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆରଏସସି – ୬ ବିଦ୍ୟାଳୟର ଛାତ୍ରୀ ମାନଙ୍କ ମନୋବଳ ସୁଦୃଢ କରାଇବା ନେଇ ଏକ ନିଆରା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଏସଏଫ ଯବାନ ମାନଙ୍କୁ ସ୍ଵାଗତ କରାଯାଇଥିଲା । ନିମତ୍ରିତ ହୋଇ ଥିବା ଯବାନମାନେ ନିଜର ଉଦବୋଧନ ରେ ସେମାନଙ୍କ ନିଜ ନିଜ ବିଷୟରେ ମତ ପ୍ରକାଶ କରିଥିବା ସହ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ଏବଂ ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ପ୍ରେରଣା ଯୋଗାଇଥିଲେ ।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


