ବୋଲଗଡ: ତା -୦୯/୦୨(ବିଏମସି ଟିଭି ଓଡ଼ିଆ)
ବୋଲଗଡ ବ୍ଲକ ବୋଲଗଡ ସଦର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରବିବାର ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ପ୍ରାଧ୍ୟାପକ ଡ଼. କୈଳାସ ବାଣ୍ଠ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୁରୀ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଭାତ ରଞ୍ଜନ ମହାପାତ୍ର ଯୋଗଦେଇ ହିଦୂତ୍ୱ ଏବେ ବିପଦରେ ପଡିଛି। ଏଣୁ ପ୍ରତ୍ୟେକ ହିନ୍ଦୁ ଜାଗ୍ରତ ହେବାକୁ ଆହ୍ୱାନ କରିଥିଲେ।ପ୍ରତିଟି ହିନ୍ଦୁ ସର୍ବଗୁଣ ସମ୍ପନ୍ନ ଧୈର୍ଯ୍ୟ ବାନ ଅଟନ୍ତି।ବିଧର୍ମୀ ଙ୍କ ଚକ୍ରାନ୍ତରେ ନପଡିବାକୁ ନିବେଦନ କରିଥିଲେ.ମୁଖ୍ୟ ବକ୍ତା ଡ଼. ସ୍ୱାମୀ ଚିଦାନନ୍ଦ ମହାରାଜ ଅଧକ୍ଷ ଇଣ୍ଟରନ୍ୟାସନାଲ ଗୀତା ମିଶନ ଯୋଗଦେଇ ହିନ୍ଦୁ ସ୍ନେହ ପ୍ରେମ ଓ ସଂସ୍କୃତି ପରମ୍ପରା କୁ ବଜାୟ ରଖିବା ଜରୁରୀ ହୋଇପଡିଛି । ବିଧର୍ମୀ ଙ୍କ ଚକ୍ରାନ୍ତ କୁ ଏକତ୍ରିତ ହୋଇ ପଣ୍ଡ କରିବାକୁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଶିଷ ବିଦୁରେନ୍ଦ୍ର ହିନ୍ଦୁ ଜାଗରଣ ମଞ୍ଚ ରାଜ୍ୟ ସହ ସଂଯୋଜକ, ଲାବନ୍ୟେନ୍ଦୁ ଦଳାଇ ବୌଦ୍ଧିକ ପ୍ରମୁଖ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପ୍ରମୁଖ ଯୋଗଦେଇ ଉଦବୋଧନ ପ୍ରଦାନ କରିଥିଲେ । ଲଲାଟ କେଶରୀ ସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ପ୍ରାରମ୍ଭରେ ସଂକୀର୍ତ୍ତନ ମଣ୍ଡଳୀ ନଗର ପରିକ୍ରମା କରିଥିଲେ । ପରିଶେଷରେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବିରଞ୍ଚି କୁମାର ସାହୁ ହିନ୍ଦୁ ଏକତା ବଜାୟ ରଖିବାକୁ ଦୃଢ଼ ସଂକଳ୍ପ ନେବାକୁ ନିବେଦନ କରି ଧନ୍ୟବାଦ ଅର୍ପଣ କରିଥିଲେ ।
ବୋଲଗଡ ରୁ ରୁଦ୍ର ମାଧବ ସାହୁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


