ବୋଲଗଡ଼ ; ତା-୦୭/୦୭ ( ବିଏମସି ଟିଭି ଓଡ଼ିଆ)
ନିଖିଳ ଉତ୍କଳ ଗୋଲା ସମାଜ, ଓଡିଶା , ଭୁବନେଶ୍ୱରଙ୍କ ଆନୁକୁଲ୍ୟରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଅଧୀନ ସଂପୁର ଗ୍ରାମର ଜଣାଶୁଣା ଅଗ୍ରଣୀ ସ୍ବେଚ୍ଛାସେବୀ ସାମାଜିକ ଅନୁଷ୍ଠାନ “ଅପରାଜିତା ନାରୀ ସଂଗଠନ”ତରଫରୁ ପୂର୍ବାହ୍ନରେ ମିଶନ ଶକ୍ତି ଗୃହ ପ୍ରାଙ୍ଗଣରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ପ୍ରତିଷ୍ଠାତା ସମ୍ପାଦିକା ସେବତୀ ପରିଡ଼ାଙ୍କ ଆହ୍ବାନ କ୍ରମେ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ସହ ସ୍ଥାନୀୟ ଉ.ପ୍ରା ବିଦ୍ୟାଳୟର କିଛି ଛାତ୍ରୀଙ୍କ ସହ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ଝିପିଝିପି ଲଗାଣ ବର୍ଷାକୁ ଖାତିର ନକରି ମାଆ ଭଉଣୀମାନେ ପୂର୍ବରୁ ସ୍ଥିରୀକୃତ ମିଶନ ଶକ୍ତି ଗୃହ ପ୍ରାଙ୍ଗଣରେ ଦେବଦାରୁ, ପିସ୍ତାବାଦାମ, ଅମୃତଭଣ୍ଡା, ଭୃଷଙ୍ଗ,କାନ୍ଧିଆ, ଲେମ୍ବୁ , ଶେଫାଳୀ ଇତ୍ୟାଦି ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ। କୋମଳମତି ଶିଶୁମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବାପାଇଁ ଆସନ୍ତା ବର୍ଷଠୁ ପିଲାଙ୍କ ମଧ୍ୟରେ ବାନ ମହୋତ୍ସବ ଏବଂ ପରିବେଶ ସୁରକ୍ଷା ଉପରେ କୁଇଜ୍ ,ତର୍କ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଇ ପୁରସ୍କୃତ କରିବା ପାଇଁ ସଂଗଠନର ଅନ୍ୟତମ ସଦସ୍ୟା ବିନୋଦିନୀ ଦତ୍ତ ପ୍ରସ୍ତାବ ରଖିଥିଲେ।

ଅନ୍ୟ ମାନଙ୍କମଧ୍ୟରେ ମିତାଲି ପରିଡ଼ା, ଯମୁନା ଦେଓ ମହାପାତ୍ର, ଶକୁନ୍ତଳା ପରିଡ଼ା, ନିଶାମଣି ପରିଡ଼ା, ହୁଲାସିନୀ ଦତ୍ତ, ବିଳାସିନୀ ଦେଓ ମହାପାତ୍ର, ଝୁନତୀ ଦେଓ ମହାପାତ୍ର ଆଦି କାର୍ଯକ୍ରମ ଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

ବିଏମସି ନ୍ୟୁଜ୍ ଓଡ଼ିଶା ।


