ମାଲକାନଗିରି ; ତା-୧୭/୧୨ ( ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରରେ ଶିକ୍ଷା ସଭା କାର୍ଯ୍ୟକ୍ରମ ତଥା ଆସ ସ୍କୁଲ ଯିବା-୨୦୨୫ ସି.ଆର୍.ସି.ସି. ଜିତେନ୍ଦ୍ର କୁମାର ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ଉଦଘାଟନ ଉତ୍ସବରେ ପଦ୍ମଗିରି ଗ୍ରାମପଂଚାୟତ ସରପଞ୍ଚ ସୁନାଧର ମାଡକାମୀ, ଜିପି ସଭ୍ୟା କୁନି ଭୂମିଆ, ୱାଡମେମ୍ୱର ମହେନ୍ଦ୍ର ମାଡକାମୀ, ମାଲକାନଗିରି ବ୍ଲକ ସଭାପତି ଗୌରୀ ପଡିଆମି ଙ୍କ ଦ୍ଵାରା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଧୂପ ଦୀପ ପ୍ରଜ୍ବଳନ କରି କାର୍ଯକ୍ରମ ଆରମ୍ଭ କରାଯାଇଥିଲା । ଏହି ପଞ୍ଚାୟତର ୫୭ ଜଣ ପିଲାଙ୍କୁ drop out ଓ never enrollment CTS survey ରୁ ଚିହ୍ନଟ କରାଯାଇଥିଲା ସେଥି ମଧ୍ୟରୁ ୩୭ ଜଣ ଛାତ୍ରଛାତ୍ରୀ SIOS, ଓ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ବୟସ ଆନୁପାତିକ ଶ୍ରେଣୀ ରେ ନାମ ଲେଖାଯାଇଛି ବା ଲେଖିଛନ୍ତି ସେହି ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କୁ ଆଜି ର ଏହି ଶିକ୍ଷା ସଭା କାର୍ଯକ୍ରମ ରେ ଆମନ୍ତ୍ରିତ କରାଯାଇ ସଚେତନ ର ବାର୍ତ୍ତା ପ୍ରଦାନ କରାଯିବା ସହ ବିଦ୍ୟାଳୟରୁ ମିଳୁଥିବା ସୁବିଧା ସୁଯୋଗ ବିଷୟ ରେ ଆଲୋକପାତ କରାଯାଇଥିଲା। ତତ୍ ସହ FLN/NIPUN CORNER, SIOS/NIOS CORNER,SCHOOL LEGACY CORNER ଓ CWSN CORNER ପ୍ରଦର୍ଶନ କରାଯାଇଥିଲା ବୈଳାପାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ଦ୍ଵାର ଶିକ୍ଷା ସଚେତନ ନୃତ୍ୟ, ପରିବେଶଣ ମଧ୍ୟ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ଓ ସହ ଶିକ୍ଷକ ମାନେ ଉପସ୍ଥିତ ରହି କାର୍ଯକ୍ରମକୁ ପରିଚାଳନା ତଥା ସହଯୋଗ କରିଥିଲେ ଓ ସଭା ଶେଷରେ ପ୍ରଧାନ ଶିକ୍ଷକ ଅର୍ଚନା ହାଲବା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ସଭାସାଙ୍ଗ ଘୋଷଣା କରିଥିଲେ।

ମାଲକାନଗିରି ରୁ ଜିଲ୍ଲା ପ୍ରତିନିଧି ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


