କୋରାପୁଟ ; ତା-୦୮/୦୫ ( ବିଏମସି ଟିଭି ଓଡ଼ିଆ ) ଆଜି କୋରାପୁଟ ଟାଉନ ଥାନା ପରିସରରେ ଜୁଣେଭା କାଯ୍ୟକ୍ରମ କୋରାପୁଟ ଏସ ପି ରୋହିତ ବର୍ମା ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ଗଠନ ଉପରେ ଏକ ଆଲୋଚନା କାଯ୍ୟକ୍ରମ ହେବା ସହ ଜିଲ୍ଲା ର ସମସ୍ତ ୨୫ଗୋଟି ଥାନା ରେ ଏହି କାଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିବାର ଜଣାପଡିଛି । ପିଲାମାନେ ବି ଭବିଷ୍ୟତ ରେ କଣ ହେବେ ସେ ଉପରେ ନିଜର ମତ ବ୍ୟକ୍ତ ଅତିଥି ଙ୍କ ନିକଟରେ ଉପସ୍ଥାପନା କରିଥିଲେ ଏପରିକି ପିଲାଙ୍କୁ ଥାନା ଆଉ ଥାନା ର କାଯ୍ୟ ଉପରେ ବିଭାଗୀୟ ଅଧିକାରୀ ମାନେ ଅବଗତ କରିଥିଲେ ଏପରିକି କିଛି ପିଲା ଭବିଷ୍ୟତ ରେ ପ୍ରଶାସନିକ ଅଧିକାରୀ ହେବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ଏସ ପି ତାଙ୍କୁ ଦିଗଦର୍ଶନ ଦେଇଥିଲେ । ଆଜିର କାଯ୍ୟକ୍ରମ ରେ କୋରାପୁଟ…
Author: bmcnews
କଟକ ; ତା-୦୭/୦୫ ( ବିଏମସି ଟିଭି ଓଡ଼ିଆ) ଉତ୍କଳ ସାହିତ୍ୟ ସମାଜ ଆମ ଅସ୍ମିତାର ପ୍ରତୀକ । ଏହାର ଗଠନ ଓ ବିକାଶରେ ଯେଉଁ ମହାନ୍ ବରପୁତ୍ରମାନେ ତ୍ୟାଗ ସ୍ୱୀକାର କରିଛନ୍ତି, ସେମାନେ ଏ ଜାତିର ନମସ୍ୟ ବୋଲି ଉତ୍କଳ ସାହିତ୍ୟ ସମାଜର ୧୨୪ତମ ପ୍ରତିଷ୍ଠା ଦିବସରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପ୍ରତିଷ୍ଠା ଦିବସକୁ ଉଦ୍ଘାଟନ କରି ମାନ୍ୟବର ନ୍ୟାୟମୂର୍ତ୍ତି ଚିତ୍ତରଂଜନ ଦାଶ ଉତ୍କଳ ସାହିତ୍ୟ ସମାଜ ଗ୍ରହଣ କରିଥିବା ଅଗ୍ର-ଭୂମିକା ସଂପର୍କରେ ଆଲୋକପାତ କରି ଏହି ଅନୁଷ୍ଠାନର ଗୌରବମୟ ଅତୀତକୁ ଆମେମାନେ ପାସୋରିବା ଉଚିତ ନୁହେଁ ବୋଲି ପ୍ରକାଶ କରିଥିଲେ । ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ‘ଜେମା ସାମନ୍ତ ସୃଜନୀ ପୁରସ୍କାର-୨୦୨୬’ ବାଦଦରେ ପଚାଶ ହଜାର ଅର୍ଥରାଶି ସହିତ ଅନୁଷ୍ଠାନର ପ୍ରତୀକ ଚିହ୍ନ ଓ ଉପଢୌକନ ଗ୍ରହଣ କରି ବିଶିଷ୍ଟ ସାରସ୍ୱତ ସାଧକ ପ୍ରଫେସର ଆଦିକନ୍ଦ ସାହୁ…
ବଲାଙ୍ଗୀର ; ତା-୦୬/୦୫ ( ବିଏମସି ଟିଭି ଓଡ଼ିଆ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ରେ ଥିବା ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ମହୋତ୍ସବ ରେ ସାମ୍ବାଦିକଙ୍କୁ ସାମ୍ବାଦିକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ତା.୩୦.୦୪.୨୬ ଗୁରୁବାର ଦିନ ରାତି ୧୧ ଟା ସମୟ ବେଳେ ସମସ୍ତ ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଖାଇବା ସ୍ଥାନରେ ଦର୍ଶନ ଖବରକାଗଜ ର ପାଟଣାଗଡ଼ ଉପଖଣ୍ଡ ପ୍ରତିନିଧି ସାମ୍ବାଦିକ ପୁର୍ଣ୍ଣ ଶଶୀ ଶେଖର ରାଓ ଖାଉଥିବା ସମୟରେ ଧରିତ୍ରୀ ଖବରକାଗଜ ର ଖପ୍ରାଖୋଲ ବ୍ଳକ ପ୍ରତିନିଧି ସାମ୍ବାଦିକ ଅଭୟ ତ୍ରୀପାଠୀ ପହଞ୍ଚିଥିଲେ। ଏବଂ ସେ କହିଥିଲେ କି କେତେ ଜଣ ସାମ୍ବାଦିକ ଖାଲି ପ୍ରଶାସନ ର ଦୁର୍ବଳତା ଏବଂ ପ୍ରଶାସନିକ ଅଧିକାରୀଙ୍କ ବିପକ୍ଷରେ ଖବର ପ୍ରକାଶ କରି ନିଜକୁ ଜନତା ସମ୍ମୁଖରେ ହିରୋ ଦେଖାଉଛନ୍ତି। ତା ପୂର୍ବଦିନ ଗନ୍ଧମାର୍ଦ୍ଦନ ପାହାଡ଼ ରେ ନିଆଁ ଲାଗିଥିବାରୁ କିଛି ସମାଜସେବୀ ଓ ଗନ୍ଧମାର୍ଦ୍ଦନ ସୁରକ୍ଷା…
ପାଟଣା ; ତା-୦୭/୦୫ ( ବିଏମସି ଟିଭି ଓଡ଼ିଆ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସ୍ଥିତ ଡିଆନାଳି ଗ୍ରାମରେ କିଛି ଦିନ ପୂର୍ବର ଘଟଣା, ଗ୍ରାମର ଜିତୁ ମୁଣ୍ଡାଙ୍କର କଙ୍କାଳ ବୋହିବା ଘଟଣା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ତାଙ୍କୁ କିଛି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସାହାଯ୍ୟର ହାତ ବଢାଇଥିଲେ। ଏହି ପରିପ୍ରେକ୍ଷୀରେ କଟକ ସହରର ଏକ ଆଗ ଧାଡ଼ିର ସାମାଜିକ ସଂସ୍ଥା କଟକ ସେବା ଫାଉଣ୍ଡେସନ ଗତ କାଲି ଜିତୁ ମୁଣ୍ଡା ଭଉଣୀର କ୍ରିୟା ସମୟରେ ୧୦ ହଜ଼ାର ଆର୍ଥିକ ରାଶି ସହାୟତା କରିଛନ୍ତି। ଏହି ରାଶି ପାଇ ଜିତୁ ମୁଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ସାମାଜିକ ସଂଗଠନର ସଭାପତି ଘଟଣା ଜାଣିଲା ପରେ ଫାଉଣ୍ଡେସନର ସଦସ୍ୟ ମାନେ ନିଜ ଖର୍ଚ୍ଚରୁ କିଛି ଟଙ୍କା ଯୋଗାଡ଼ଥିଲେ ବୋଲି ସଭାପତି ଶ୍ରୀ ପାତ୍ର କହିଛନ୍ତି। ଫାଉଣ୍ଡେସନର ସଭାପତି ଶ୍ରୀ ପାତ୍ରଙ୍କ ସହ ସଦସ୍ୟ ପ୍ରତ୍ୟୁଷ ରାଉତ, ରାକେଶ କୁମାର…
ରାସୋଳ/ହିନ୍ଦୋଳ/ ଢେଙ୍କାନାଳ ; ତା-୦୬/୦୫ ( ବିଏମସି ଟିଭି ଓଡ଼ିଆ) ଏକବିଂଶ ତମ ରାସୋଳ ମହୋତ୍ସବ ର ନଅ ଦିନ ପରେ ଗତ ୨୭ତାରିଖ ରୁ ରାସୋଳ ଯୁବଗୋଷ୍ଠୀ ମହୋତ୍ସବର ଆୟୋଜକ ଅନୁଷ୍ଠାନ ରାସୋଳ ବିକାଶ ପରିଷଦ ଓ ପଞ୍ଚାୟତ ସରପଞ୍ଚ ଙ୍କୁ ପଡିଆ ର ସ୍ଵଛତା ନିମିତ୍ତ ତ୍ୱରିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିବା ପରେ ଜାଣି ଶୁଣି କାଳକ୍ଷେପଣ ନୀତି ଅବଲମ୍ବନ କରିବାରୁ ଗତ କାଲି ତା୦୫/୦୫/୨୦୨୬ରିଖ ମଙ୍ଗଳ ବାର ଦିନ ହିନ୍ଦୋଳ ଉପଜିଲ୍ଲାପାଳ ଙ୍କ ପାଖରେ ଦେଇଥିଲେ ଲିଖିତ ଅଭିଯୋଗ। ବିଏମସି ନ୍ଯୁଜ୍ ଚ୍ୟାନେଲ ରେ ଏହି ଖବର ଟି ବାଜିବା ପରେ ତତ୍ପରତା ଦେଖାଇଛି ସ୍ଥାନୀୟ ପ୍ରଶାସନ। ଅଭିଯୋଗ ପରେ ପ୍ରଶାସନ ର ନିର୍ଦ୍ଦେଶ ଅନୁସାରେ ଆଜି ଅଠର ଦିନ ପରେ ବିଳମ୍ବ ରେ ହେଉ ପଛେ ଚେତିଲେ ରାସୋଳ ମହୋତ୍ସବ ଆୟୋଜକ ଓ ପଞ୍ଚାୟତ କର୍ତ୍ତୃପକ୍ଷ।ପଡିଆ ସଫା ପାଇଁ କରାଗଲା ପ୍ରୟାସ। ପାର୍ଥକ୍ୟ…
ବଲାଙ୍ଗିର ; ତା-୦୭/୦୫ ( ବିଏମସି ଟିଭି ଓଡ଼ିଆ) ବଲାଙ୍ଗିର ଜିଲ୍ଲା ସଇଁତଳା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିନ ରେ ଥିବା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୁମ୍ଭାରି ରେ ଯୋଗ ଦେଇ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ସୁମିତ୍ରା ପରିଡ଼ା ସରକାରୀ କାର୍ଯ୍ୟାଳୟ ଖୋଲୁ ଥିବା ପ୍ରତ୍ୟେକ ଦିନ ସେ ଆରୋଗ୍ୟ କେନ୍ଦ୍ର କୁ ଆସୁନାହାନ୍ତି କା ଭା କେବେ କେବେ ଆସନ୍ତି ତାହା ସକାଳ ୮:ଘ ୪୦ ମିନିଟ ରୁ ୧୦ ପ୍ରୟନ୍ତ ରହନ୍ତି ,କିନ୍ତୁ ସରକାର ଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କୁ ସୁବିଧାଜନକ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଗୁଡ଼ିକୁ ସକ୍ରିୟ କରାଯାଇଥିବାବେଳେ, କୁମ୍ଭାରି ସ୍ଥିତ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ତାହାର ସଠିକ୍ ପ୍ରତିଫଳନ ଦେଖିବାକୁ ମିଳୁନଥିବା ଅଭିଯୋଗ ହୋଇଛି । ଏଠାରେ କାର୍ଯ୍ୟରତ (ସିଏଚଓ) ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରିଣୀ ସୁମିତ୍ରା ପରିଡ଼ା ଙ୍କ ମନମାନି କାର୍ଯ୍ୟଶୈଳୀ ଯୋଗୁଁ ସାଧାରଣ ରୋଗୀମାନେ ନାନା…
ମାଲକାନଗିରି ; ତା-୦୬/୦୫ ( ବିଏମସି ନ୍ଯୁଜ୍ ଓଡ଼ିଶା) ଚଳିତ ଆର୍ଥିକ ବର୍ଷ ପାଇଁ କୃଷି ବିକାଶ କାର୍ଯ୍ୟକଳାପ ଉପରେ ଏକ ବ୍ଲକସ୍ତରୀୟ ସଚେତନତା ଅଭିଯାନ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି , ଯେଉଁଥିରେ ସମସ୍ତ ୧୮ଟି ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ତୃଣମୂଳ ସ୍ତରରେ ନେତୃତ୍ୱକୁ ସୁଦୃଢ଼ କରିବା ଏବଂ ସ୍ୱାଭିମାନ ଅଞ୍ଚଳରେ ସ୍ଥାୟୀ କୃଷି ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା। ଏହି ବୈଠକ ମାନ୍ୟବର ବିଧାୟକ ଶ୍ରୀ ମଙ୍ଗୁ ଖିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏବଂ ମାନ୍ୟବର ଶ୍ରୀମତୀ ସମାରି ତାଙ୍ଗୁଲୁ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ; ଶ୍ରୀ ଦାସରଥୀ ସାରାବୁ, ସିଡିଓ-କମ-ଇଓ, ଜିଲ୍ଲା ପରିଷଦ; ଶ୍ରୀ ଅନିଲ କୁମାର ପ୍ରହରାଜ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ମାଲକାନଗିରି; ଶ୍ରୀମତୀ ପ୍ରୀତା କୁମାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଚିତ୍ରକୋଣ୍ଡା ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଏହି କର୍ମଶାଳାର…
ବୋଲଗଡ, ତା- ୦୬/୦୫ ( ବିଏମସି ଟିଭି ଓଡ଼ିଆ) ଆଜି ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ ଅନ୍ତର୍ଗତ ସାନପଦର ସ୍ଥିତ ଭକ୍ତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ଯ ଓ ପ୍ରାଥମିକ ଶିକ୍ଷକ ସଂଘ (ଏନ୍.ପି.ଏସ୍.)ର ସମ୍ପାଦକ ପ୍ରଫୁଲ୍ଲ କୁମାର ସିଂହଙ୍କ ସଂଯୋଜନାରେ ଏକ ବୈଠକ ଅନୁଷ୍ଠିତ ହୋଇ ମଣ୍ଡଳ ସ୍ତରୀୟ ଶୈକ୍ଷିକ ଉନ୍ନୟନ ପରିଷଦ ଗଠିତ ହୋଇଯାଇଛି। ଉକ୍ତ ପରିଷଦରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ବାଇଁ ନିର୍ଦ୍ଦେଶକ, ବୋଲଗଡ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞସେନୀ ସାହୁ ,ପ୍ରାକ୍ତନ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ପଦ୍ମ ଚରଣ ବେହେରା,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ବାଇଁ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅମିତା ମିଶ୍ରଙ୍କୁ ଉପଦେଷ୍ଟା ମଣ୍ଡଳୀରେ ରଖାଗଲା । ରବିନ୍ଦ୍ର କୁମାର ବେହେରାଙ୍କୁ ସଭାପତି,ପ୍ରଣତି ସିଂହଙ୍କୁ ଉପସଭାନେତ୍ରୀ, ପ୍ରମୋଦ କୁମାର ହୋତାଙ୍କୁ ସମ୍ପାଦକ,…
ବୋଲଗଡ଼ ; ତା-୦୫/୦୫ (ବିଏମସି ଟିଭି ଓଡ଼ିଆ ) ପଣ୍ଡିଚେରୀ କେନ୍ଦ୍ର ଶାସିତ ଅଞ୍ଚଳ ଓ ପଶ୍ଚିମ ବଙ୍ଗ, ଆସାମ, ଓ କେରଳ ପ୍ରମୁଖ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ସଫଳତାକୁ ନେଇ ବୋଲଗଡ଼ -ବେଗୁନିଆ ବିଜେପି ପକ୍ଷରୁ ମଙ୍ଗଳବାର ବୋଲଗଡ଼ ବ୍ଲକ କାର୍ଯ୍ୟାଳୟଠାରୁ ତହସିଲ ଛକ ପର୍ଯ୍ୟନ୍ତ ବିଶାଳ ବିଜୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଏହି ବିଜୟ ପଦ ଯାତ୍ରା କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି ଉପସଭାପତି ବାସୁଦେବ ସାହୁ, ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳି, ସମାଜସେବୀ ବ୍ରଜବନ୍ଧୁ ସୁବୁଦ୍ଧି, ବରିଷ୍ଠ ବିଜେପି କର୍ମୀ ଐତିହାସିକ ରବୀନ୍ଦ୍ର ପରିଡା , ଖୋର୍ଦ୍ଧାଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଆର୍ତ୍ତ୍ତ୍ରବନ୍ଧୁ ପ୍ରଧାନ, ରେଡ ରୋଜ ସଭାପତି ପ୍ରକାଶ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ବୋଲଗଡ଼ ତହସିଲ ଛକରେ ଝାଲ ମୁଢ଼ି ଖାଇ ବିଜୟ ଉତ୍ସବ ପାଳନ କରିଥିଲେ । ଉତ୍ସବ ସମୟରେ କର୍ମୀମାନେ ପ୍ରଧାନମନ୍ତ୍ରୀ…
ବାଙ୍କୀ ; ତା-୦୫/୦୫ ( ବିଏମସି ଟିଭି ଓଡ଼ିଆ ) ବାଙ୍କୀ ବିଜ୍ଞାପିତ କ୍ଷେତ୍ର ପରିଷଦ ଅନ୍ତର୍ଗତ ଚକାପଦା ଗ୍ରାମର ଅଗ୍ରଣୀ ଯୁବ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ପକ୍ଷରୁ ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ପଞ୍ଚାୟତ ଅଧିନସ୍ଥ ସାମନ୍ତରାପୁର ଗ୍ରାମରେ ଅବସ୍ଥିତ ଇନ୍ଦିରା ପ୍ରିୟଦର୍ଶିନୀ ଆଦିବାସୀ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ର ସୌମ୍ୟରଞ୍ଜନ ସାହୁଙ୍କୁ ତାଙ୍କର ସାମନ୍ତରାପୁରସ୍ଥିତ ବାସଭବନରେ ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ସେ ଏ୧ରେ ପାସକରି ନିଜ ଅଞ୍ଚଳର ସୁନାମ ଆଣିଛନ୍ତି। ପରିଷଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥି ଭାବରେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସମାଜସେବୀ ବିଶ୍ଵ ରଞ୍ଜନ ସ୍ବାଇଁ, ପିତା ସନ୍ତୋଷ କୁମାର ସାହୁ, ବିଦ୍ୟାଳୟର ପ୍ରଧାନଶିକ୍ଷକ ପବିତ୍ର ମୋହନ ଷଡଙ୍ଗୀ ଓ ମାତା ମମତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପରିଷଦର ଉକ୍ତ କାର୍ଯ୍ୟକ୍ରମକୁ ପରିବାର ତଥା ବିଦ୍ୟାଳୟ ତରଫରୁ ସାଧୁବାଦ ଦିଆଯାଇଥିଲା।…
ମାଲକାନଗିରି ; ତା-୦୪/୦୫ ( ବିଏମସି ଟିଭି ଓଡ଼ିଆ) ଜଣେ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ବରଂ ଏକ ସୁସ୍ଥ ସମାଜ ଓ ଗୋଟିଏ ପୂରା ପିଢ଼ି ଗଢ଼ନ୍ତି। ଏହି କଥାକୁ ପ୍ରମାଣିତ କରିଛନ୍ତି ମାଲକାନଗିରି ବ୍ଲକ ସେରପାଲି ପଞ୍ଚାୟତ ଅନ୍ତର୍ଗତ ମିଛୁଆଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମ ଡୁରୁକା। ଦୀର୍ଘ ୩୮ ବର୍ଷର ନିରବଚ୍ଛିନ୍ନ ସେବା ପରେ ସେ ଆଜି ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଗ୍ରାମବାସୀ ଓ ବିଦ୍ୟାଳୟ ପରିବାର ପକ୍ଷରୁ ତାଙ୍କୁ ଏକ ଭବ୍ୟ ତଥା ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ମିଛୁଆ ଗୁଡା ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମମତା ଖମାରୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସହକାରୀ ଶିକ୍ଷା ଅଧିକାରୀ ଅଶ୍ୱିନୀ କୁମାର ମାଝୀ ଉପସ୍ଥିତ ଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଜୟ…
ସମ୍ବଲପୁର ; ତା.୦୫/ ୦୫ (ବିଏମସି ଟିଭି ଓଡିଆ) ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ଵାଚନରେ ବିଜେପିର ଐତିହାସିକ ବିଜୟ ପରିପ୍ରେକ୍ଷୀରେ ସୋମବାର ସନ୍ଧ୍ୟାରେ ସମ୍ବଲପୁର ଉପକଣ୍ଠ ପଡିଆବାହାଲ ଠାରେ ବିଜେପି ପକ୍ଷରୁ ଏକ ଆନନ୍ଦ ଉଲ୍ଲାସ ମଧ୍ୟରେ ବିଜୟ ଉତ୍ସବ ପାଳିତ ହୋଇଯାଇଛି। ବିଜେପି ଯୁବନେତା କପିଳ ପ୍ରଧାନ ଓ ଅରୁଣ ପ୍ରଧାନଙ୍କ ନେତୃତ୍ୱରେ ଦୁର୍ଗା ମଣ୍ଡପଠାରୁ ଢୋଲ ନିଶାନର ତାଳେ ତାଳେ ଏକ ଶୋଭାଯାତ୍ରା ବାହାରିଥିଲା। ଏହି ବିଶେଷ କାର୍ଯ୍ୟକ୍ରମରେ ବାହାମ ସରପଞ୍ଚ ସରସ୍ୱତୀ ଭୁସାଗର, ଯୁଯୁମୁରା -୧ ମଣ୍ଡଳ ସଭାପତି ଆକାଶ ମିଶ୍ର, ଯୁଯୁମୁରା ବ୍ଲକ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର, ଦେବାନନ୍ଦ ଭୁସାଗର, ଟିକି ପ୍ରଧାନ, ନରେଶ ପ୍ରଧାନ, ସୁରେନ୍ଦ୍ର ସାଏ ବେହେରା, ବିନୋଦ ମେହେର, ସୁଧାଂଶୁ ମହାପାତ୍ର, ଗୁଣନିଧି ପ୍ରଧାନ , ସୌମ୍ୟ ରଞ୍ଜନ ବଡ଼ପଣ୍ଡା ଓ ସତ୍ୟନାରାୟଣ ବାଗ ପ୍ରମୁଖଙ୍କ ସହିତ ଶତାଧିକ ବିଜେପି ପ୍ରେମୀ ଉପସ୍ଥିତ ରହି ନାଚ ଗୀତରେ…
