ପଶ୍ଚିମବଙ୍ଗ ; ତା-୦୮/୦୫ ( ବିଏମସି ଟିଭି ଓଡ଼ିଆ) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଳ ବୈଠକର ଅଧ୍ୟକ୍ଷତା କରି ଶୁଭେନ୍ଦୁ ଅଧିକାରୀଙ୍କୁ ସପକ୍ଷରେ ସମସ୍ତ ପ୍ରସ୍ତାବ ଗ୍ରହଣ କରିଛନ୍ତି। ବିଜେପି ଦଳ ବିଧାୟକ ଭାବେ ନିର୍ବାଚିତ ପରେ ଆଗାମୀ ୯ତାରିଖ ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜେପି ବିଧାୟକ ଦଳ ବୈଠକର ଅଧ୍ୟକ୍ଷତା କରୁଥିବା ଶ୍ରୀ ଶାହ କହିଛନ୍ତି ଯେ ସମସ୍ତ ପ୍ରସ୍ତାବ ଶୁଭେନ୍ଦୁ ଅଧିକାରୀଙ୍କ ସପକ୍ଷରେ ଗ୍ରହଣ କରାଯାଇଛି। ବିଜେପି ବିଧାନସଭା ନିର୍ବାଚନରେ ଏକ ଐତିହାସିକ ବିଜୟ ହାସଲ କରିଛି। ଯାହା ଦ୍ୱାରା ଟିଏମସିର ୧୫ବର୍ଷର ଶାସନର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ରାଜନୈତିକ କ୍ୟାରିୟରର ସବୁଠାରୁ ବଡ଼ ଝଟକା ଦେଇଛି। ୪ମେ ସୋମବାର ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠାରୁ, ସମଗ୍ର ବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି। ବୁଧବାର ୬ମେ ଦିନ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ…
Author: bmcnews
ବଲାଙ୍ଗିର ; ତା-୧୦/୦୫ ( ବିଏମସି ଟିଭି ଓଡ଼ିଆ) ସମସ୍ୟା ଖବର । ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଧୂମାଭଟା ଗ୍ରାମ ରାଏଖାଲରାଜ୍ୟ ସରକାରଙ୍କ ଲୋକପ୍ରିୟ ବସୁଧା ଯୋଜନା ମାଧ୍ୟମରେ ଗ୍ରାମଞ୍ଚଳକୁ ପିଇବା ପାଣି ପହଞ୍ଚାଇବାର ଲକ୍ଷ୍ୟ ରହିଥିବା ସତ୍ତ୍ୱେ, ଅନେକ ଅଞ୍ଚଳରେ ଏହି ଯୋଜନା ବର୍ତ୍ତମାନ ଅଚଳ ଅବସ୍ଥାରେ ପହଞ୍ଚିଛି। ବିଶେଷକରି ବଲାଙ୍ଗୀର ଜିଲ୍ଲାର କିଛି ଗ୍ରାମରେ ପାଣି ଟାଙ୍କି ରହିଥିଲେ ମଧ୍ୟ ସେଥିରୁ ପାଣି ଯୋଗାଣ ହେଉନାହିଁ।ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁସାରେ, ବସୁଧା ଯୋଜନା ଅଧୀନରେ ନିର୍ମିତ ପାଣି ଟାଙ୍କି ଓ ପାଇପ ଲାଇନ ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ପଡ଼ିରହିଛି। ଫଳରେ ଲୋକମାନେ ଦୂର ଦୂରନ୍ତରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି। କେତେକ ସ୍ଥାନରେ ମୋଟର ନଷ୍ଟ ହୋଇଥିବା ବେଳେ, କେଉଁଠି ପାଇପ ଲାଇନ ଭାଙ୍ଗିଯାଇଥିବା ଦେଖାଯାଉଛି। ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ଏହା ସମ୍ପର୍କରେ ପ୍ରଶାସନକୁ ଅନେକଥର ଜଣାଇଥିଲେ ମଧ୍ୟ କୌଣସି ସଠିକ୍ ପଦକ୍ଷେପ ଗ୍ରହଣ…
ବେଲଗୁଣ୍ଠା ; ତା-୧୦/୦୫ ( ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ କିଛି ଦିନ ତଳେ ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଶ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ବେଳେ ଆଜି ଏକ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କିଛି ଦିନ ତଳେ ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଙ୍ଗିପୁରମ୍ ହରିଙ୍କୁ ସାକ୍ଷାତ କରି ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଶ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ୨୦୨୫ ମାର୍ଚ୍ଚ ମାସରେ ପାରିତ ହୋଇଥିବା ଆର୍ଥିକ ବିଲ ମଧ୍ୟରେ ଭାଲିଡେସନ୍ ଆକ୍ଟ୍ କୁ ପ୍ରତ୍ୟାହାର କରିବା,ସମସ୍ତଙ୍କୁ ଓପିଏସ ପ୍ରଦାନ କରିବା,୩୧ ଡିସେମ୍ବର ସୁଦ୍ଧା ଅବସର ଗ୍ରହଣ କରିଥିବା ସମସ୍ତ କର୍ମଚାରୀଙ୍କୁ ଅଷ୍ଟମ ବେତନ କମିଶନର ସମସ୍ତ ସୁବିଧା ସୁଯୋଗ ପ୍ରଦାନ,ଅବସରପ୍ରାପ୍ତ କର୍ମଚାରୀଙ୍କୁ ଟ୍ରେନ୍,ଉଡାଜାହାଜ,…
ଅନୁଗୋଳ ; ତା-୦୯/୦୫ ( ବିଏମସି ଟିଭି ଓଡ଼ିଆ) ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ TPCODL ଟାଟା ପାୱର ବଇଣ୍ଡା ବିତ୍ୟୁତ୍ ଅଫିସ ବାହାରେ ଛଟେଇ ହୋଇଥିବା ଓ ଅନ୍ୟ କର୍ମ ଚାରି ମାନଙ୍କୁ ନେଇ ଏକ ଆନ୍ଦୋଳନ କରିଥିଲେ । ଯାହାକି ଠିକା ସଂସ୍ଥା ଅଧୀନରେ ପ୍ରାୟ ୬ ବର୍ଷ ଧରି ବିଦ୍ୟୁତ୍ ବିଭାଗର କାମ କରି ଆସୁଛନ୍ତି । କିନ୍ତୁ ସେମାନଙ୍କୁ କୌଣସି ସୂଚନା ନ ଦେଇ ଚାକିରି ବାହାର କରି ଦେବା କେତେ ଦୁର ଠିକ୍ ପରବର୍ତ୍ତୀ ସମୟରେ ସେମାନଙ୍କ ଭବିଷ୍ୟତ କଣ ଆଗକୁ ହେବ ବାକି ରହିଲା ଦେଖିବାକୁ । ଅଭିଯୋଗ କାରୀ ମାନଙ୍କ କହିବା ଅନୁଯାୟୀ ସର୍ଵ ମୋଟ୍ ୧୦ ଜଣଙ୍କୁ ବାହାର କରି ଦିଆଯାଇଛି। ପ୍ରାୟ ୬ବର୍ଷ ଧରି ବିଦ୍ୟୁତ୍ ବିଭାଗର ଠିକା ସଂସ୍ଥା ଅଧୀନରେ କାମ କରି ଆସୁଥିଲେ । ଆଠମଲ୍ଲିକ,ବାମୂର୍, ବଇଣ୍ଡା ଅଧିନରେ ୧୦ଜଣ ବିଦ୍ୟୁତ୍ ବିଭାଗ ର…
ମାଲକାନଗିରି ; ତା-୦୯/୦୫ ( ବିଏମସି ଟିଭି ଓଡ଼ିଆ) ରାଜ୍ୟର ଦୁର୍ଗମ ତଥା ଆଦିବାସୀ ବହୁଳ ଜିଲ୍ଲା ମାଲକାନଗିରିରେ ବିକାଶ କାର୍ଯ୍ୟକୁ ଏକ ନୂତନ ଗତି ଦେବା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ଆଜି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲାର କାୟାକଳ୍ପ ବଦଳାଇବା ପାଇଁ କାର୍ଯ୍ୟ ନିର୍ବାହୀ ସଂସ୍ଥାଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଭର୍ଚୁଆଲ୍ ମୋଡ୍ରେ ଆୟୋଜିତ ଏହି ବୈଠକରେ ଗମନାଗମନ, ସେତୁ ନିର୍ମାଣ, ପାନୀୟ ଜଳ ଓ ପର୍ଯ୍ୟଟନ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମୋଟୁ ରାସ୍ତାର ପ୍ରଶସ୍ତିକରଣ ଏବଂ ମାଲକାନଗିରିରୁ ସୁକୁମା ରାସ୍ତାର ଉନ୍ନତିକରଣ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏଥିସହ ସ୍ୱାଭିମାନ ଅଞ୍ଚଳ ଭାବେ ପରିଚିତ ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଧାରିବା ପାଇଁ ଜନ୍ତ୍ରୀ ଓ ଘନବେଡ଼ାଠାରେ ଚାଲିଥିବା ଉଚ୍ଚସ୍ତରୀୟ ସେତୁ…
ବେଲଗୁଣ୍ଠା ; ତା-୦୯/୦୫ ( ବିଏମସି ଟିଭି ଓଡ଼ିଆ) ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ରୋକିବା ଏବଂ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ‘ମହିଳା ଓ ଶିଶୁ ଅପରାଧ ଶାଖା’ ପକ୍ଷରୁ ଓଡ଼ିଶାର ସମସ୍ତ ଥାନାରେ ‘ଜୁଭେଣ୍ଟିକା’ ନାମକ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗାଙ୍ଗପୁର ଥାନା ପରିସରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆଭାସୀ ମାଧ୍ୟମରେ ଯୋଗଦେଇ ଉପସ୍ଥିତ ଛାତ୍ରୀମାନଙ୍କ ସହ ସିଧାସଳଖ ଭାବ ବିନିମୟ କରିଥିଲେ। ଥାନାକୁ ଆସି ସେମାନଙ୍କୁ କିପରି ଅନୁଭବ ହେଉଛି, ପୋଲିସ କର୍ମଚାରୀଙ୍କ ବ୍ୟବହାର କିଭଳି ରହିଛି ଏବଂ ଆଜିର କାର୍ଯ୍ୟକ୍ରମରୁ ସେମାନେ କ’ଣ ଶିକ୍ଷା କଲେ, ସେ ସମ୍ପର୍କରେ ଡିଜି ପଚାରି ବୁଝିଥିଲେ। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମାଇବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ…
ସମ୍ବଲପୁର ; ତା.୦୯/୦୫ (ବିଏମସି ଟିଭି ଓଡିଆ) କବିତା ରଚନା ପାଇଁ ଜଟିଳ ଶବ୍ଦ ନୁହେଁ ଭାବର ଗାମ୍ଭୀର୍ଯ୍ୟତା ଅତ୍ୟନ୍ତ ଜରୁରୀ। ଉଦାର, ସ୍ବାର୍ଥ ତ୍ୟାଗ, ମୁକ୍ତ ବିଚାର ଓ ସରଳତା ଏହାର ଅଳଙ୍କାର ଅଟେ। ଅନୁଭବ ଓ ସଚେତନତା ହିଁ ଶ୍ରେଷ୍ଠ ରଚନା ସୃଷ୍ଟିରେ ସହାୟକ ହୋଇଥାଏ। ପୃଥିବୀର ସମସ୍ତ ଭାଷା, ଲେଖକ ଓ କବିଙ୍କୁ ପଢ଼ିବା ପରେ ହିଁ ଆମ ଜ୍ଞାନର ବିସ୍ତାର ହୋଇଥାଏ। ବିଶ୍ୱର ଉନ୍ନତି ଓ ଶାନ୍ତି ପାଇଁ କବି ହିଁ ମନ୍ତ୍ର ଉଚ୍ଚାରଣ କରିପାରେ। ସଙ୍କିର୍ଣ୍ଣତାରୁ ଉଦ୍ଧାର ହେବା ହିଁ କବିତ୍ୱ। ବିଶ୍ବକବି ଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ଅବସରରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ମୁକ୍ତକଣ୍ଠ ପ୍ରଧାନ ଯୋଗ ଦେଇ ମନ୍ତବ୍ୟ ଦେଇଥିଲେ। ‘କଲମ’ ପରିବାର ଟ୍ରଷ୍ଟ ସଭାପତି ତଫିଜୁଲ ହୁସେନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନରେ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉପ-ସଭାପତି ଜୟକୃଷ୍ଣ ବେହେରା ଓ…
ବଲାଙ୍ଗିର/ ପାଟଣାଗଡ଼ ; ତା-୦୯/୦୫ ( ବିଏମସି ଟିଭି ଓଡ଼ିଆ ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକର ସୋରୋଜ କୁମାର ଚିନ୍ତା (ଓରଫ ରାଣ ଚିନ୍ତା ) ସଡ଼କ ଦୁର୍ଘଟଣାରେ ଦୁଃଖଦ ଭାବେ ପରଲୋକଗମନ କରିଥିବା ଖବର ପ୍ରଚାର ପାଇବା ପରେ ସମଗ୍ର ପାଟଣାଗଡ଼ ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି। ତାଙ୍କର ଅକାଳ ମୃତ୍ୟୁ ପରେ ଅଞ୍ଚଳରେ ଏକ ଅପୂରଣୀୟ କ୍ଷତି ବୋଲି ସାଧାରଣ ଲୋକେ ମନେ କରୁଛନ୍ତି।ମିଳିଥିବା ସୂଚନା ଅନୁସାରେ, ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ତାଙ୍କର ମ୍ରୃତ୍ୟୁ ଘଟିଥିଲା । ଏହି ଘଟଣା ନେଇ ଅଞ୍ଚଳରେ ଗଭୀର ଦୁଃଖ ଓ ଶୋକର ପରିବେଶ ଦେଖାଯାଉଛି।ସୋରୋଜ କୁମାର ଚିନ୍ତା ଜଣେ ସକ୍ରିୟ ଭାରତୀୟ ଜନତା ପାର୍ଟି (ବିଜେପି) ର ନେତା ଭାବେ ପରିଚିତ ଥିବା ସହିତ ସମାଜସେବା କାର୍ଯ୍ୟରେ ମଧ୍ୟ ସକ୍ରିୟ ଭାବେ ଜଡିତ ଥିଲେ। ସେ ପାଟଣାଗଡ଼ର କ୍ରିକେଟ ମଣ୍ଡଳୀରେ ମଧ୍ୟ ଜଣେ ପରିଚିତ ଓ…
ବଲାଙ୍ଗୀର/ଟିଟିଲାଗଡ ; ତା-୦୯/୦୫ ( ବିଏମସି ଟିଭି ଓଡ଼ିଆ ) ଦେଶରେ ଗୋମାତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଯେପରି ପ୍ରତି ନିର୍ବାଚନ ମଣ୍ଡଳୀରେ ଗୋଶାଳା ନିର୍ମାଣ କରି ଗୋମାତାଙ୍କୁ ଥଇଥାନ କରିବା, ତାଙ୍କର ଯତ୍ନ ନେବାକୁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ନିର୍ଦ୍ଦିଷ୍ଟ ଅସାଧୁ ବ୍ୟବସାୟୀ ଓ ବ୍ୟକ୍ତି ପାଇଁ ବେଆଇନ୍ ଗୋ ଚାଲାଣ ଏବେ ମୋଟା ଅଙ୍କର ଟଙ୍କା ରୋଜଗାର ର ମାଧ୍ୟମ ପାଲଟିଛି । ପ୍ରକାଶ ଯେ,ଶନିବାର ଭୋର ସକାଳୁ ଟିଟିଲାଗଡ ଶ୍ରୀରାମ ଗୋସେବା ସଦସ୍ୟ ମାନେ ଖବର ପାଇଥିଲେ ଯେ ହଜାର, ହଜାର ସଂଖ୍ୟାରେ ମୁରିବାହାଲ ବ୍ଲକର ବିଭିନ୍ନ ଗ୍ରାମରୁ ଟିଟିଲାଗଡ ଶିହିନି କେନାଲ ରାସ୍ତା ଦେଇ ବାହାର ରାଜ୍ୟକୁ ହଜାର ହଜାର ସଂଖ୍ୟାରେ ଗୋଚାଲାଣ କରୁଛନ୍ତି । ଦୀର୍ଘ ବର୍ଷ ବର୍ଷ ଧରି ଏହି କାରବାର ଚାଲି ଆସିଥିବା ବେଳେ ଏହାକୁ ରୋକିବାକୁ ଗୋସେବା ସଦସ୍ୟ ମାନେ ପାଓମେକ୍ସ…
ଖୋର୍ଦ୍ଧା ; ତା-୦୯/୦୫ ( ବିଏମସି ଟିଭି ଓଡ଼ିଆ ) ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଇଦଗାହ ପରିସରରେ ୫୯ତମ ବାର୍ଷିକ ଶାନ୍ତି ସମ୍ମିଳନୀ ଉଦଘାଟିତ ହୋଇଛି । ଏହି ସମ୍ମିଳନୀର ପ୍ରଥମ ଅଧିବେଶନରେ ଜିଲ୍ଲା ଖୋର୍ଦ୍ଧା ଓ ନୟାଗଡର ସଭାପତି ସୈଫୁର ଅହମଦ ପୌରୋହିତ୍ୟ କରିଥିଲେ । ମଦିୟା ମୁସଲିମ ଧ୍ବଜାରୋହଣ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ପବିତ୍ର କୋରାନ ପାଠ ମୌଲାନା ନୁରୁଲ ହକ ଖାନ କରିଥିବା ବେଳେ ଏହାର ଓଡିଆ ଅନୁବାଦ ଜିଲ୍ଲା ଖୋର୍ଦ୍ଧା ଓ ନୟାଗଡର ଯୁବ ସଭାପତି ସୋଲେମାନ ଅହମଦ ପଢି ଶୁଣାଇଥିଲେ । ଉର୍ଦ୍ଦୁ ନଜମ ସଂଗୀତ ଇସରାଇଲ ଖାଁ ପରିବେଷଣ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଭୁବନେଶ୍ବରର ମୌଲାନା ହଲିମ ଖାଁ ଈଶ୍ବଙ୍କ ଅସ୍ତିତ୍ବ ଓ ପ୍ରାଧନା ଗ୍ରହଣୀୟ ବିଷୟରେ ମତାମତ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ଖୋର୍ଦ୍ଧା ଶିଶୁ ମନ୍ଦିର ସ୍କୁଲର ମୁଖ୍ୟ ଆୟୋଜକ ଗିରିଶ କୁମାର…
କ୍ଷତ୍ରୀୟବରପୁର ; ତା-୦୮/୦୫ ( ବିଏମସି ଟିଭି ଓଡ଼ିଆ) କ୍ଷତ୍ରୀୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକମହାବିଦ୍ୟା ଳୟରେ ଯୁବ ରେଡକ୍ରସ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ରେଡକ୍ରସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗିରୀଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ପରାମର୍ଶଦାତା ଡ. ସଂଜୀବ କୁମାର ଦାସ ସଂଯୋଜନା କରିଥିଲେ।ଏହି ସଭାରେ ପ୍ରଶାସନିକ ଅଧିକାରୀ ଡ. ଇ. ରବିନାରାୟଣ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ରେଡକ୍ରସର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ।ଏଥି ସହିତ,ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମତିଥି ଅବସରରେ ତାଙ୍କ ସ୍ମୃତି ଚାରଣ କରାଯିବା ସହ ଏହି ଦିବସ ପାଳନର ଯଥାର୍ଥତା ବିଷୟରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଯୁଦ୍ଧ ସମୟରେ ଆହତ ସୈନିକମାନଙ୍କୁ ଚିକିତ୍ସା ପ୍ରଦାନ, ବନ୍ୟା, ବାତ୍ୟା, ସୁନାମି ଓ ଭୂମିକମ୍ପ ଭଳି ଦୈବୀ ଦୁର୍ବିପାକ ସମୟରେ ଲୋକଙ୍କୁ ସହାୟତା କରିବାରେ ରେଡକ୍ରସର ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖାଯାଇଥିଲା। ସ୍ବେଚ୍ଛାକୃତ ରକ୍ତଦାନ ଶିବିର…
ରାସୋଳ/ହିନ୍ଦୋଳ/ଢେଙ୍କାନାଳ ; ତା-୦୮/୦୫ ( ବିଏମସି ଟିଭି ଓଡ଼ିଆ) ଆଜି ଅପରାହ୍ନ ଚାରି ଘଟିକା ସମୟରେ ୟୂନିସେଫ ସହଭାଗିତା ରେ ରାସୋଳ ଥାନା ପରିସରରେ ଓଡ଼ିଶା ପୋଲିସ ତରଫରୁ କିଶୋର ଓ କିଶୋରୀ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସଚେତନ ଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ରାସୋଳ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଓ୍ବାର୍ଡ ର ଅଙ୍ଗନବାଡି କର୍ମୀ ତଥା ସ୍କୁଲ କଲେଜ ର କିଶୋର ଓ କିଶୋରୀ ଛାତ୍ର ଛାତ୍ରୀ ଗଣ ଏହି କାର୍ଯ୍ୟକ୍ରମ ରେ ଯୋଗ ଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ରାସୋଳ ଥାନା ଭାର ପ୍ରାପ୍ତ ଅଧିକାରୀ ବିଶ୍ବ ରଞ୍ଜନ ମହାନ୍ତି ଏବଂ ସବ୍ ଇନ୍ସପେକ୍ଟର ଝରଣା ସ୍ବାଇଁ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ସ୍ବାଗତ କରିବା ସହିତ ସାଇବର କ୍ରାଇମ ରୁ କେମିତି ରକ୍ଷା ପାଇଁ ପାରିବେ ଭିଡିଓ ଗ୍ରାଫି ଜରିଆ ରେ ଦଶ ଗୋଟି ଭିଡିଓ କ୍ଲିପ୍ ପ୍ରଦର୍ଶନ…
