ବାଲିମେଳା ; ତା-୧୫/୦୧ (ବିଏମସି ଟିଭି ଓଡ଼ିଆ)ରାଜ୍ୟ ସରକାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂକୃତି ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ରାଷ୍ଟ୍ର ଗୀତ “ବନ୍ଦେ ମାତରମ”ର ୧୫୦ତମ ବାର୍ଷିକ ପାଳନ ଅବସରରେ ସାମୂହିକ ବନ୍ଦେ ମାତରମ ଗାନ କାର୍ଯ୍ୟକ୍ରମ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମେ ମାଲକାନଗିରି ଜିଲ୍ଲା ପ୍ରଶାସନଙ୍କ ନିର୍ଦେଶ କ୍ରମେ କୋରୁକୋଣ୍ଡା ବ୍ଲକ ତଥା କୋରୁକୋଣ୍ଡା ପଞ୍ଚାୟତ ସମିତି ସ୍ତରୀୟ ସାମୁହିକ ବନ୍ଦେ ମାତରମ ଗାନ କାର୍ଯ୍ୟକ୍ରମ କରାଯିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ରାଜ୍ୟ ଓ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଧେଶ ଅନୁଯାୟୀ କୋରୁକୋଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ କୁମାର ସାହୁଙ୍କ ତତ୍ୱବଧାନରେ ଗୁରୁବାର ବ୍ଲକ କାର୍ଯ୍ୟାଳୟ ପରିସରରେ ବନ୍ଦେ “ମା ତରମ” ୧୫୦ତମ ବାର୍ଷିକୀ ପାଳନ ଅବସରରେ ପଞ୍ଚାୟତ ସମିତି ସ୍ତରୀୟ ସାମୁହିକ ବନ୍ଦେ ମାତରମ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ କୋରୁକୋଣ୍ଡା…
Author: bmcnews
ବୋଲଗଡ ; ତା-୧୪/୦୧ ( ବିଏମସି ଟିଭି ଓଡ଼ିଆ ) କବିର କବିତା ସମାଜର ନିଚ୍ଛକ ଛବିପ୍ରତିବିମ୍ବିତ ହୋଇଥାଏ.ଯାହା ସମାଜକୁ ସୁଧାରି ଗତିଶୀଳ କରାଇଥାଏ। ବୋଲଗଡ ସାରସ୍ୱତ ଅନୁଷ୍ଠାନ ନନ୍ଦିଘୋଷ ର ବାର୍ଷିକ ମକର ମିଳନ ଉତ୍ସବ ରେ କବି କବୟିତ୍ରୀଙ୍କ ସମ୍ମିଳନୀ ରେ ଏହା ମତ ପ୍ରକାଶ ପାଇଛି। ବରିଷ୍ଠ ଶିକ୍ଷାବିତ ହରିବନ୍ଧୁ ସାହୁଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ରୂପେ ତିରୁପତି ବୈଦିକ ବିଶ୍ୱବିଦ୍ୟାଳୟ ର ଅଧକ୍ଷ ଡ଼. ହରିହର କାନୁନଗୋ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଦୀପକ ପରିଡା ନିର୍ଦେଶକ ଜ୍ଞାନ ଗଙ୍ଗା ଏବଂ ସମ୍ମାନିତ ଅତିଥି ରୂପେ ପ୍ରାଧ୍ୟାପକ ଡ଼. ପ୍ରଫୁଲ୍ଲ କୁମାର ସୁବୁଦ୍ଧି, ଐତିହାସିକ ରବୀନ୍ଦ୍ର କୁମାର ପରିଡା, ଲଲାଟ କେଶରୀ ସିଂ ପ୍ରମୁଖ ଯୋଗଦେଇଥିଲେ। ଏହି ଉସ୍ଚବରେ ସନାତନ ପାଟ୍ଟଶାଣୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ସମ୍ପାଦକ ଧୀରେସ ମହାପାତ୍ର ବିବରଣୀ ପାଠ କରିଥିଲେ।…
ମାଲକାନଗିରି /ବାଲିମେଳା ; ତା-୧୩/୦୧ ( ବିଏମସି ଟିଭି ଓଡ଼ିଆ)ମାଲକାନଗିରି ଜିଲ୍ଲାର ଜଣେ ଦକ୍ଷ ଶ୍ରମିକ ସଙ୍ଗଠକ ତଥା ବାଲିମେଳା ଟିପିଏସଓଡିଲ୍ ବାଲିମେଳା ସବ୍ ଡ଼ିଭିଜନରେ କାର୍ଯ୍ୟରତ ମଳୟ କୁମାର ପଟ୍ଟନାୟକ ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସ (ଆଇଏନଟିୟୁସି)ର ମାଲକାନଗିରି ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି। ଏନେଇ ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଆଜି (ଆଇଏନଟିୟୁସି ଚିଠି ନଂ ୨୪୭/୨୦୨୬) ରେ ସୂଚନା ଦେଇଛନ୍ତି। ଖୁବ୍ ଶୀଘ୍ର ଜିଲ୍ଲା କମିଟିର ନାଁ ସୁପାରିଶ କରି ପଠାଇବାକୁ ଶ୍ରୀ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଆସିଛି। ସୂଚନାଯୋଗ୍ୟଯେ ଶ୍ରୀ ପଟ୍ଟନାୟକ ଟିପିଏସଓଡିଲ୍ (ଟାଟା ପାୱାର)ର ମାଲକାନଗିରି ଡ଼ିଭିଜନାଲ୍ ସେକ୍ରେଟାରୀ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ସହ ଶ୍ରମିକ କର୍ମଚାରୀଙ୍କ ନାଯ୍ୟ ଦାବି ହାସଲ ନିମନ୍ତେ ଲଢେ଼ଇ ଜାରି ରଖିଛନ୍ତି। ଶ୍ରୀ ପଟ୍ଟନାୟକ ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସର ମାଲକାନଗିରି ଜିଲ୍ଲା ସଭାପତି ମନୋନୀତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ…
ବୋଲଗଡ଼, ତା-୧୪/୦୧ ( ବିଏମସି ଟିଭି ଓଡ଼ିଆ) ପବିତ୍ର ମକର ସଙ୍କ୍ରାନ୍ତି ଅବସରରେ ବୋଲଗଡ଼ ପ୍ରଖଣ୍ଡ ବଜରଙ୍ଗଦଳ ତରଫରୁ ମକର ମିଳନ କାଯ୍ୟକ୍ରମ ବୋଲଗଡ଼ ସ୍ଥିତ ଗୋପବନ୍ଧୁ ଛକ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି। ଏହି ମକର ମିଳନ କାଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଖୋଦ୍ଧା ଜିଲ୍ଲା ବଜରଙ୍ଗଦଳ ସୁରକ୍ଷା ପ୍ରଭାରୀ ମୁକେଶ ସାମନ୍ତରାୟ ଓ ସମ୍ମାନୀତ ଅତିଥି ଭାବେ ବୋଲଗଡ଼ ପ୍ରଖଣ୍ଡ ସଂଯୋଜକ ଇତେଶ କୁମାର ବେହେରା , ସୀତମ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସଂଗଠନର ସଦସ୍ଯ ମାନଙ୍କ ଉପସ୍ଥିତିରେ ପୂଜାପାଠ ଓ ହୋମଯଜ୍ଞ କରାଯାଇ ସାମୁହିକ ହନୁମାନ ଚାଳିଶା ପାଠ ପଠନ କରାଯାଇଥିଲା। ମକର ମିଳନ ଉପଲକ୍ଷେ ଭାଇଚାରାର ସଂମ୍ପର୍କ ରକ୍ଷା କରାଯାଇ ୩୦୦ ରୁ ଉଦ୍ଧ ପଥଚାରୀ ମାନଙ୍କୁ ମକର ଚାଉଳ ବଣ୍ଟନ କରିବା ସଙ୍ଗେ ସଙ୍ଗେ ବୁଲା ଗୋମାତା ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ସମସ୍ତ…
ବ୍ରହ୍ମପୁର ; ତା-୧୪/୦୧ ( ବିଏମସି ଟିଭି ଓଡ଼ିଆ) ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କେଶବ ପ୍ରଭାତ ଶାଖା ଦ୍ୱାରା ଆଜି ପ୍ରଭାତରେ ସ୍ଥାନୀୟ ନୀଳକଣ୍ଠେଶ୍ଵର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ମକର ସଂକ୍ରାନ୍ତି ଉତ୍ସବ ପାଳିତ ହୋଇ ସାରିଛି । ଏହି ଅବସରରେ ଶାଖା କାର୍ଯ୍ୟବାହ ବାସୁଦେବ ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିଖିଳ ଓଡିଶା ବିଶ୍ୱବିଦ୍ୟାଳୟ କର୍ମଚାରୀ ମହାସଂଘର ସଭାପତି ଡ ମିହିର କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱୟଂ ସେବକର ଭୂମିକା ଉପରେ ଆଲୋକପାତ କରିଥିଲେ । ଦୀନବନ୍ଧୁ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମକର ଉତ୍ସବର ମହତ୍ୱ ବିଷୟରେ ଅବଗତ କରାଇଥିଲେ ଏବଂ ଉତ୍ସବ ସମ୍ପର୍କିତ କବିତା ସ୍ୱଲିଖିତ କବିତା ପାଠ କରିଥିଲେ । ଉପ ନଗର କାର୍ଯ୍ୟ ବାହ ସିମାଞ୍ଚଳ ପଣ୍ଡା ସଭାରେ ଅଧ୍ୟକ୍ଷତା କରି ମକର ପସାଦ ପୂଜା କରି ବଣ୍ଟନ କରିଥିଲେ…
ବୋଲଗଡ଼ ; ତା-୧୪/୦୧ (ବିଏମସି ଟିଭି ଓଡ଼ିଆ ) ବୋଲଗଡ଼ସ୍ଥିତ ମା” ବୁଢ଼ୀ ଭୂଇଁଆଣୀ ଉର୍ନ୍ନୟନ ପରିଷଦ, ଭୂଇଁଆଣୀ ଦେବୀ ପରିଚାଳନା କମିଟି ଓ ବୋଲଗଡ଼ ଗ୍ରାମବାସୀମାନଙ୍କ ମିଳିତ ସହଯୋଗରେ ବୁଧବାର ଦିନ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ମା “ବୁଢ଼ୀ ଭୂଇଁ ଆଣୀ ଦେବୀଙ୍କର ପବିତ୍ର ଷଷ୍ଠତମ ବାର୍ଷିକ ମକର ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି । ଏହି ପବିତ୍ର ମକର ଉତ୍ସବରେ ବିଭିନ୍ନ କଳାକାରମାନଙ୍କ ଦ୍ୱାରା ମନୋରଞ୍ଜନ ଧର୍ମୀ ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ସହିତ ସଂକ୍ରୀତ୍ତନ, ଦାସକାଠିଆ, ପାଲ୍ଲା, ରାମନାଟକ ପରିବେଷଣ କରାଯାଇଥିଲା । ଉତ୍ସବର ପ୍ରାରମ୍ଭରେ ବରିଷ୍ଠ ପୂଜକ ବସନ୍ତ ପ୍ରଧାନଙ୍କ ଦ୍ୱାରା ଅଧିବାସ, ହୋମଯଜ୍ଞ, ପୂର୍ଣ୍ଣାହୁତି, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲ! । ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ମା” ବୁଢ଼ୀ ଭୂଇଁ ଆଣୀ ଠାକୁରାଣୀଙ୍କୁ ଦର୍ଶନ କରି କୃପା ଭିକ୍ଷା ଲାଭ କରିଥିଲେ । ଏହି ମକର ଉତ୍ସବ କାର୍ଯ୍ୟକ୍ରମକୁ ମା…
ବୋଲଗଡ଼ , ତା-୧୪/୦୧ ( ବିଏମସି ଟିଭି ଓଡ଼ିଆ) ପବିତ୍ର ମକର ସଙ୍କ୍ରାନ୍ତି ଉପଲକ୍ଷେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଓ ତାଙ୍କର ଧର୍ମ ପତ୍ନୀ ମିଳିତ ଭାବେ ବୁଧବାର ଦିନ ବଡକୁମାରୀ ସ୍ଥିତ ଜରା ଆଶ୍ରମ ପରିଦର୍ଶନ କରି ଅବସ୍ଥାପିତ କରୁଥିବା ବ୍ରୁଦ୍ଧ ବ୍ରୁଦ୍ଧା ଙ୍କର ଆଶୀର୍ବାଦ ଲାଭ କରିଥିଲେ। ମାନବ ସେବା ହିଁ ମାଧବ ସେବା ନୀତି ଆଦର୍ଶକୁ ପାଥେୟ କରି ବ୍ରୁଦ୍ଧା ଆଶ୍ରମରେ ଖରା, ବର୍ଷା, ଶୀତ କାକରରେ ବସବାସ କରୁଥିବା ୨୦ଜଣ ବୁଢ଼ା ବୁଢୀ ମାନଙ୍କୁ ମାଗଣାରେ ଶୀତବସ୍ତ୍ର କମଳ, ଫଳ ଓ ଶୁଖିଲା ଖାଦ୍ୟ ଆଜି ବଣ୍ଟନ କରି ସେମାନଙ୍କର ସୁସ୍ଥ ତଥା ନୀରୋଗ ଜୀବନ ଯାପନ କାମନା କରି ଅଛନ୍ତି। ଘରୁ ବିତାଡ଼ିତ ହୋଇ ଜରା ଆଶ୍ରମରେ ବସବାସ କରୁଥିବା ସମସ୍ତେ ଜୀବନରେ ସୁଖୀ ଓ ଆନନ୍ଦ ହୁଅନ୍ତୁ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ବାଇଁ ଜଗତର…
ବୋଲଗଡ଼ ; ତା ୧୩/୦୧ (ବିଏମସି ଟିଭି ଓଡ଼ିଆ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ଡାବରଧୂଆ ଗ୍ରାମ ପଞ୍ଚାୟତର ବିଶିଷ୍ଟ ସମାଜସେବୀ ଶରତ କୁମାର ପରିଜା ଙ୍କ ୮୮ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଆଜି ରାଜସୁନାଖଳା ସ୍ଥିତ ସରକାରୀ ଡ଼ାକ୍ତରଖାନାରେ ପରଲୋକ ଘଟିଯାଇଛି। ସ୍ୱର୍ଗତ ପରିଜା ନିଜସ୍ଵ ଦାନରେ ନିଜ ପିତାଙ୍କ ନାମରେ ବାଙ୍କନିଧି ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନ କରିଥିଲେ। ବର୍ତମାନ ଏହି ବିଦ୍ୟାଳୟ ସରକାରଙ୍କ ଅଧୀନକୁ ଯାଇଛି। ଡାବରଧୂଆ ସ୍ଥିତ ଶ୍ୟାମସୁନ୍ଦର ଆଦର୍ଶ ଉଚ୍ଚ ବିଦ୍ୟାଳୟ ପାଇଁ ସେ ଭୂମିଦାନ କରିଥିଲେ।ସସେ ଜଣେ ଲଢ଼ୁଆ କଂଗ୍ରେସ କର୍ମୀ ଏବଂ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସମାଜସେବା ରେ ନିଜକୁ ନିୟୋଜିତ କରିଥିଲେ।ତାଙ୍କ ମୃତ୍ୟୁ ରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଏମସି ନ୍ୟୁଜ୍ ଓଡ଼ିଶା ।
ଭୁବନେଶ୍ଵର ; ତା-୧୪/୦୧ ( ବିଏମସି ଟିଭି ଓଡ଼ିଆ) ଏଣିକି ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାର୍ଯ୍ୟ । ଏ ନେଇ ସମସ୍ତ ବିଭାଗ ଓ ଜିଲ୍ଲାପାଳ ମାନଙ୍କୁ ଚିଠି ହୋଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ସମସ୍ତ ନୋଟିସ୍, ବିଜ୍ଞପ୍ତି, ପତ୍ର ବିନିମୟ ଓଡ଼ିଆରେ ହେବ। ଏଥିରେ ଖିଲାପ କଲେ ତାଗିଦ୍ ସହ କାରଣ ଦର୍ଶାଅ ନୋଟିସ୍ ଜାରି ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଛି। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ତଥା ବ୍ଳକ, ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ କରାଯିବ। ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସମସ୍ତ ଅଧସ୍ତନ କାର୍ଯ୍ୟାଳୟ, ସରକାରଙ୍କ ଦ୍ବାରା…
ବ୍ରହ୍ମପୁର ; ତା-୧୩/୦୧ ( ବିଏମସି ଟିଭି ଓଡ଼ିଆ) ବ୍ରହ୍ମପୁର ସ୍ଥାନୀୟ ଲାଞ୍ଜିପଲ୍ଲୀ ରାଜପଥ ପର୍ଶ୍ଵସ୍ଥ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ର ଅଷ୍ଟାଦଶ ବାର୍ଷିକ ଉତ୍ସବ ର ଦ୍ଵିତୀୟ ଦିବସ ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି । ଆୟୋଜିତ ସଭାରେ ଡ.ପ୍ରମୋଦ କୁମାର ଅଗ୍ରୱାଲ ସଭାପତିତ୍ବ କରି ଛାତ୍ର ଛାତ୍ରୀ ଙ୍କ ପ୍ରଗତିରେ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ରଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲା ବେଳେ ଅନୁଷ୍ଠାନ ର ନିର୍ଦ୍ଦେଶକ ଇ. ଅଶୋକ କୁମାର ପାଳ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ସିଦ୍ଧାନ୍ତ ମହାପାତ୍ର ଶିଶୁଙ୍କ ଶିକ୍ଷା ପ୍ରଗତି ରେ ଓଡ଼ିଶା ସରକାର ଙ୍କ ଶିକ୍ଷା ଯୋଜନା ସମ୍ପର୍କେ ଆଲୋକପାତ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ଭାଜପା ସଭାପତି ସରୋଜ ସାବତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଶ ର ଭବିଷ୍ୟତ ନାଗରିକ ଙ୍କ କର୍ତ୍ତବ୍ୟ ସମ୍ପର୍କେ ବକ୍ତବ୍ୟ…
ବାଙ୍କୀ , ତା-୧୪/୦୧ ( ବିଏମସି ଟିଭି ଓଡ଼ିଆ) କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ସରଣ୍ଡା ଗଡର ଆରାଧ୍ୟ ଦେବତା ସୁବର୍ଣ୍ଣ ପୁର ଗ୍ରାମରେ ବିଜେ ଶ୍ରୀ ଶ୍ରୀ ତୃତୀୟା ଦେବ ଜୀଉ ମନ୍ଦିର ଏବେ ଅବହେଳିତ ଅବସ୍ଥାରେ ଗତି କରୁଛି । ବିଭିନ୍ନ ସେବାୟତ ମାନଙ୍କ ମାନମନି ଯୋଗୁ ଶ୍ରୀ ଜୀଉ ଙ୍କ ପୂଜା କାର୍ଯ୍ୟରେ ବିଘ୍ନ ସୃଷ୍ଟି ହେଉଥିବା ଜଣାପଡିଛି । ପ୍ରକାଶ ଥାଉ ସରଣ୍ଡା ଗଡର ତତ୍କାଳୀନ ରାଜା ସୁବର୍ଣ୍ଣ କେଶରୀ ଦେବ ଦେବଙ୍କୁ ଜଗନ୍ନାଥ ଙ୍କ ସ୍ୱପ୍ନାଦେଶ ହେବା ପରେ ସୁବର୍ଣ୍ଣପୁର ଗ୍ରାମରେ ରାଜା ମନ୍ଦିର ନିର୍ମାଣ କରିଥିଲେ ବୋଲି ଲୋକେ କୁହନ୍ତି । ଯାହାର ନାମ ଶ୍ରୀ ଶ୍ରୀ ତୃତୀୟା ଦେବ ଜୀଉ ଙ୍କ ନାମରେ ନାମିତ କରାଯାଇ ପ୍ରଭୁ ବଲଭଦ୍ର , ଶୁଭଦ୍ରା ଓ ଜଗନ୍ନାଥ ପୂଜା ପାଉଛନ୍ତି। ମହାନଦୀ ନିକଟରେ ସ୍ଥାପିତ ହୋଇଥିବା ଏହି ମନ୍ଦିର ଶ୍ରୀକ୍ଷେତ୍ର ପୁରୀ ମନ୍ଦିର ର…
ବୋଲଗଡ଼ ; ତା-୧୩/୦୧ (ବିଏମସି ଟିଭି ଓଡ଼ିଆ ) ରାଜ୍ୟ ସରକାରଙ୍କ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦେଶକ୍ରମେ ବୋଲଗଡ଼ସ୍ଥିତ ପ୍ରାଥମିକ ସେବା ସମିତି ଲିଃ ଆନୁକୂଲ୍ୟରେ ଓ ସମ୍ପାଦକ ସବ୍ୟସାଚୀ ବେହେରା ଏବଂ ନୋଡାଲ ଅଧିକାରୀ ଦିଲ୍ଲୀପ କୁମାର ରାଉଳଙ୍କ ପ୍ରମୁଖଙ୍କ ମିଳିତ ଆବାହକତ୍ୱରେ ମଙ୍ଗଳ ବାରଦିନ ସେବା ସମବାୟ ସମିତି ପରିସରସରେ ନୂତନ ଧାନ ମଣ୍ଡି ଉଦଘାଟିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସେବା ସମବାୟ ସମିତିର ସଭାପତି ସୌରାଶୁ ପରିଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ତହସିଲଦାର ରାଜକିଶୋର ଜେନା ଓ ସମ୍ମାନିତ ଅତିଥିଭାବେ ବ୍ଲକ କୃଷି ଅଧିକାରୀ ସନ୍ତୋଷ କୁମାର ପରିଡା, ବ୍ଲକ ଯୋଗାଣ ନିରୀକ୍ଷକ ସିଦ୍ଧାର୍ଥ କୁମାର ସାହୁ, ସମିତିର ନିର୍ଦେଶକ ଆଇନଜୀବୀ ବୀରକିଶୋର ଦାସ, ଲଲାଟେନ୍ଦୁ କେଶରୀ ସିଂହ ପ୍ରମୁଖ ଯୋଗଦେଇ ପୁରୋହିତାଙ୍କ ପୂଜା ଅର୍ଚ୍ଚନା ପରେ ଧାନ ମଣ୍ଡିକୁ ଶୁଭ ଉଦଘାଟନ କରିଥିଲେ । ବୋଲଗଡ଼ ସେବା ସମବାୟ ସମିତି…
