ନୟାଗଡ଼/ ଭାପୁର ; ତା-୦୮/୦୧ ( ବିଏମସି ଟିଭି ଓଡ଼ିଆ) ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ଅସ୍ମିତା, କଳା, ସଂସ୍କୃତି, ଐତିହ ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ବହୁ ପ୍ରତିକ୍ଷୀତ ଉତ୍କର୍ଷ ଭାପୁର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୬ ଗୁରୁବାରଠାରୁ ଆରମ୍ଭ ହୋଇଯାଇଛି । ଗୁରୁବାର ଦିନ ୧୨ ଟାରେ ଉତ୍କର୍ଷ ଭାପୁର ମହୋତ୍ସବର ଉଦଘାଟନ କାର୍ଯ୍ୟକ୍ରମ ଅତ୍ୟାନ୍ତ ଭକ୍ତିମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଛି । ବାବା ବାଲୁଙ୍କେଶ୍ୱର ଦେବପୀଠରୁ ଭାପୁର ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏହି ଅବସରରେ ଉତ୍କର୍ଷ ଭାପୁର ମହୋତ୍ସବର ସଭାପତି ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଠାକୁରଙ୍କ ନିକଟରେ ପୂଜର୍ଚନା କରି ପତାକା ଦେଖାଇ ମଶାଲ ଶୋଭାଯାତ୍ରା ଶୁଭାରମ୍ଭ କରିଥିଲେ । ମଶାଲ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଯୁବକ, ଯୁବତୀ ଓ ସ୍ଥାନୀୟ ଲୋକେ ଉତ୍ସହର ସହ ଅଂଶଗ୍ରହଣ କରି…
Author: bmcnews
ସୁବର୍ଣ୍ଣପୁର ; ତା-୦୮/୦୧ ( ବିଏମସି ଟିଭି ଓଡ଼ିଆ) ସୁବର୍ଣ୍ଣପୁର ଜିଲ୍ଲାର କଳା ସଂସ୍କୃତି ଐତିହ ଓ ବିକାଶ ଧାରାର ବାର୍ତ୍ତାଵହ ୩୨ ତମ “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ହଜାର ହଜାର ସଂଖ୍ୟାରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ଏହି ଅବସରରେ ସାଂସ୍କୃତିକ ସଭା ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସମସ୍ତଙ୍କୁ ଦ୍ଵିତୀୟ ସନ୍ଧ୍ୟାରେ ସମସ୍ତ ଅତିଥି ମାନଙ୍କ ସହିତ ଉପସ୍ଥିତ ଦର୍ଶକମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସାଂସ୍କୃତିକ ସଭାରେ ଆରକ୍ଷୀ ଅଧିକ୍ଷକ, ନାରାୟଣ ନାୟକ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ରାଜେନ୍ଦ୍ର ମାଝୀ ଓ ଅଞ୍ଜଳିନା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ-୨୦୨୬ ଉପଲକ୍ଷେ ସେମାନଙ୍କର ଶୁଭେଚ୍ଛା ବାର୍ତ୍ତା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ସଭା…
ବୋଲଗଡ ; ତା-୦୮/୦୧ (ବିଏମସି ଟିଭି ଓଡ଼ିଆ ) ବୋଲଗଡ଼ ଶିକ୍ଷାବ୍ଲକ ଅନ୍ତର୍ଗତ ବାଙ୍କୋଇ ଦେଶ ଗ୍ରାମପଞ୍ଚାୟତ ବାଙ୍କୋଇ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୨ୟ ପିଏମଶ୍ରୀ ବାର୍ଷିକ ଉତ୍ସବ ଗୁରୁବାର ଦିନ ପାଳିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବ କାଯ୍ୟକ୍ରମ ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ଦଳେଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ଏବିଇଓ କୈଳାଶ ନାଥ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଅମିତା ମିଶ୍ର , ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ବଡ଼କୁମାରୀ ସରପଞ୍ଚ ତଥା ବ୍ଲକ ଚେୟାରମ୍ୟାନ ଙ୍କ ପ୍ରତିନିଧି ପ୍ରଫୁଲ୍ଲ ପ୍ରଧାନ, ବରିଷ୍ଠ ଶିକ୍ଷାବିତ ଜୟକୃଷ୍ଣ ଫତେସିଂ , ପ୍ରାକ୍ତନ ପ୍ରଧାନ ଶିକ୍ଷକ ହାଜି ବଦ୍ରୁଲ ହାସନ , ବରିଷ୍ଠ ଶିକ୍ଷାବିତ କାଳିଚରଣ ଜୟସିଂ, ସମିତିସବ୍ୟ ରଞ୍ଜନ ଲେଙ୍କା, ୱାର୍ଡସଭ୍ୟା ଚନ୍ଦ୍ରକାନ୍ତି ପଟ୍ଟନାୟକ, ପଞ୍ଚସଖା ସେତୁ ସୁରେଶ ଚନ୍ଦ୍ର ସାମନ୍ତରାୟ,…
ରଣପୁର, ତା-୦୬/୦୧ (ବିଏମସି ଟିଭି ଓଡ଼ିଆ) ରଣପୁର ମହୋତ୍ସବ “ଅର୍ଜୁନ”ର ଦ୍ୱିତୀୟ ସନ୍ଧ୍ୟା ଦର୍ଶକମାନଙ୍କ ପାଇଁ ଏକ ସ୍ମରଣୀୟ ଓ ଆନନ୍ଦମୟ ଅନୁଭୂତି ନେଇଆସିଲା। ଆଲୋକ, ସଙ୍ଗୀତ ଓ ସଂସ୍କୃତିର ସମନ୍ୱୟରେ ସମଗ୍ର ପରିବେଶ ଉତ୍ସବମୟ ହୋଇଉଠିଥିଲା।ସନ୍ଧ୍ୟାର କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକନୃତ୍ୟ, ଲୋକସଙ୍ଗୀତ, ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। ସ୍ଥାନୀୟ କଳାକାରଙ୍କ ସହିତ ଆମନ୍ତ୍ରିତ ଶିଳ୍ପୀମାନଙ୍କ ପ୍ରଦର୍ଶନୀ ମଞ୍ଚକୁ ଆହୁରି ଜୀବନ୍ତ କରିଥିଲା। ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ଶହୀଦ ରଘୁନାଥ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଉତ୍ସାର୍ଗୀକୃତ କରାଯାଇଛି । ଦର୍ଶକମାନଙ୍କ ଭିଡ଼ ଓ ଉତ୍ସାହ ମହୋତ୍ସବର ସଫଳତାକୁ ସ୍ପଷ୍ଟ କରିଥିଲା। ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ ନାୟକ,…
ଭୁବନେଶ୍ଵର ; ତା-୦୮/୦୧ ( ବିଏମସି ଟିଭି ଓଡ଼ିଆ) ବେଶ ଜାକଜମକ, ଡିଜେ ସାଉଣ୍ଡ ବଜାଇ, ପ୍ରଶଂସକ ଓ ଯାତ୍ରା ପ୍ରେମୀଙ୍କ ଗହଣରେ ବର୍ଷେ ପରେ ମଞ୍ଚକୁ ଚଢିଥିଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ। ନାଟକ ‘ତୁ ମୋ ବଜରଙ୍ଗି’ ଜରିଆରେ ଯାତ୍ରା ମଞ୍ଚରେ ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ ଲୋକପ୍ରିୟ ଅଭିନେତା ପୀୟୂଷ। ହେଲେ ମଞ୍ଚକୁ ଚଢିବାର କେଇ ଘଣ୍ଟା ନ ଯାଉଣୁ ପୀୟୂଷଙ୍କୁ ଲାଗିଛି ବଡ଼ ଝଟକା। ଏବେ ଯାତ୍ରା ମଞ୍ଚରେ ଅଭିନୟ କରି ପାରିବେନି ପୀୟୂଷ। ଏମିତି ନିଷ୍ପତ୍ତି ଶୁଣାଇଛନ୍ତି ଭୁବନେଶ୍ଵର ସିଭିଲ୍ କୋର୍ଟ।ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ବୁଧବାର ଶୁଣାଣି କରିଛନ୍ତି କୋର୍ଟ। ଆଉ ପୀୟୂଷଙ୍କୁ ମଞ୍ଚରେ ଅଭିନୟ କରିବା ଉପରେ ରୋକ୍ ଲଗାଇଛନ୍ତି ଭୁବନେଶ୍ଵର ସିଭିଲ୍ କୋର୍ଟ। କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ଯାଏ ମଞ୍ଚରେ ଅଭିନୟ ବାରଣ କରାଯାଇଛି। ଯାତ୍ରା ସିଂହବାହିନୀରେ ଅଭିନୟ କରିଥିଲେ ପୀୟୂଷ। କୋର୍ଟଙ୍କ ଏହି ନିଷ୍ପତ୍ତି ପୀୟୂଷଙ୍କ ସହିତ…
ରାଉରକେଲା ; ତା-୦୬/୦୧ ବିଏମସି ଟିଭି ଓଡ଼ିଆ) ସଙ୍ଗମ କଳାଗୃପ ଦ୍ୱାରା ଆୟୋଜିତ ଭାରତର ସର୍ବବୃହତ ଗାୟନ ପ୍ରତିଭା ଚୟନର ୪୧ତମ ସୁରତରଙ୍ଗ ଅଡିସନ ରାଜଗାଙ୍ଗପୁର ଶ୍ରୀଅରବିନ୍ଦ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଡିଶନ୍ ସଫଳତାର ସହ ଜାରି ରହିଛି । ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ସେକ୍ଟର ୧୬ ସରକାରୀ ଉଚ୍ଚ ବିଦ୍ୟାଳୟ, ଉଦିତ ନଗରର ପିଏମଶ୍ରୀ ବିଦ୍ୟାଳୟ, ଦୀପିକା ଶିକ୍ଷା ସଦନ, ଭୁବନେଶ୍ୱରର ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଏବଂ କଟକ ପରେ ସମ୍ପ୍ରତି ରାଜଗାଙ୍ଗପୁର ସ୍ଥିତ ଶ୍ରୀଅରବିନ୍ଦ ସ୍କୁଲରେ ସଫଳ ଅଡିଶନ୍ ଆୟୋଜିତ ହୋଇଥିଲା । ଏହି ଅଡିଶନ୍ରେ ରାଜଗାଙ୍ଗପୁର ଏବଂ ଆଖପାଖର ଡିଭିଏମ, ଏସଭିଏମ, ନିର୍ମଳା ଓ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ଶିଳ୍ପପତି କମଳ ଅଗ୍ରୱାଲ, ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଶ୍ରୀଅରବିନ୍ଦ ସ୍କୁଲର ସଭାପତି ସଞ୍ଜିବ ବେହୁରା , ଅଧ୍ୟକ୍ଷ…
ବଲାଙ୍ଗିର ; ତା-୦୬/୦୧ ( ବିଏମସି ଟିଭି ଓଡ଼ିଆ) ବଲାଙ୍ଗିର ଜିଲ୍ଲା ନଅଗାଁ (ଖ)ପଲ୍ଲୀ ଆଲୋକ ପାଠାଗାର ଠାରେ ଉଦ୍ୟାନ କୃଷି ଉପନିର୍ଦେଶକ, ବଲାଙ୍ଗିର ତରଫରୁ ଉଦ୍ୟାନ କୃଷି ଯୋଜନା ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିମନ୍ତ୍ରିତ ଅତିଥି ଭାବେ ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ, ସରପଞ୍ଚ ବୃନ୍ଦାବନ ସେଠ, ସମିତି ସଭ୍ୟ ଦେବଦତ୍ତ ଦଣ୍ଡସେନା, ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଶ୍ରାବଣୀ ମହାପାତ୍ର, ପ୍ରାଣୀ ସମ୍ପଦ ଅଧିକାରୀ ସତ୍ୟବ୍ରତ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉଦ୍ୟାନ କୃଷି ଓ ପ୍ରାଣୀ ସମ୍ପଦର ବ୍ୟବସ୍ଥାରେ ଉପଲବ୍ଧ ହେଉଥିବା ବିଭିନ୍ନ ଯୋଜନା ଯଥା ଗୋପାଳନ, ଛେଳିଚାଷ, ଆଳୁଚାଷ, ଛତୁଚାଷ, ଗେଣ୍ଡୁଫୁଲ ଚାଷ ତଥା ଆମ୍ବ, କଦଳୀ ପ୍ରଭୃତି ଫଳଚାଷରେ ମିଳୁଥିବା ସବସିଡି ଉପରେ ଅତିଥି ଗଣ ଆଲୋକପାତ କରିଥିଲେ…
ଖୋର୍ଦ୍ଧା / ବୋଲଗଡ଼ ; ତା-୦୧/୦୧ ( ବିଏମସି ଟିଭି ଓଡ଼ିଆ ) ବୋଲଗଡ ବ୍ଲକ ପିଚୁକୁଳି ପଞ୍ଚାୟତରେ ଅବସ୍ଥିତ ଶ୍ରୀରାମକୃଷ୍ଣ ସେବାଶ୍ରମ, ଟିକାତାଳରେ ଠାକୁର ଶ୍ରୀରାମକୃଷ୍ଣଙ୍କ କଳ୍ପତରୁ ଉତ୍ସବ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ପ୍ରାଧ୍ୟାପକ କାଳୀ କିଙ୍କର ପଟ୍ଟନାୟକ ଯୋଗଦେଇ ଶ୍ରୀରାମକୃଷ୍ଣ ପରମହଂସଙ୍କ ଆଧ୍ୟାତ୍ମିକ ସାଧନା ଓ ଶିକ୍ଷା ଜଗତରେ ଏକ ନବଯୁଗର ଆନୟନ କରିଛି ଯାହାର ପ୍ରଭାବରେ ସ୍ୱାମୀ ବିବେକାନନ୍ଦ ପାଶ୍ଚାତ୍ୟରେ ଭାରତର ବେଦ ବେଦାନ୍ତ ପ୍ରଚାର କରି ବିଶ୍ୱ ବିଜୟୀ ହୋଇଥିଲେ। ମୁଖ୍ୟ ପ୍ରବକ୍ତା ଭାବରେ ଆଶ୍ରମର ସଂସ୍ଥାପକ ସ୍ୱାମୀ ଭାଗବତାନନ୍ଦ ପୁରୀ ମହାରାଜ ଶ୍ରୀରାମକୃଷ୍ଣ କଳ୍ପତରୁ ପ୍ରସଙ୍ଗ ଅବତାରଣା କରି କହିଲେ ଯେ, ଠାକୁରଙ୍କ ଦେହତ୍ୟାଗର ଅଳ୍ପ ଦିନ ପୂର୍ବରୁ ୧୮୮୬ ମସିହା ଜାନୁଆରୀ ପହିଲା ଦିନ ଭକ୍ତ ତଥା ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିବ୍ୟସ୍ପର୍ଶ ପ୍ରଦାନ କରି “ସମସ୍ତଙ୍କର ଚୈତନ୍ୟ ହେଉ” ବୋଲି ଆଶୀର୍ବାଦ କରିଥିଲେ। ଗଳା…
ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ୨ ମ୍ୟାନେଜରଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି। ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା ହୋଇଛି। ହ୍ୟୁମାନ ସାଗରଙ୍କ ମୃତ୍ୟୁ ସଠିକ୍ ତଦନ୍ତ ଦାବି କରିଛି କୋଶଳ ବାଦୀ ସଂଗଠନ । ଦିନେଶ ଆଉ ପ୍ରଶାନ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।ହ୍ୟୁମାନ ସାଗରଙ୍କ ଦେହ ଅସୁସ୍ଥ ଥିବା ସତ୍ତ୍ଵେ ତାଙ୍କୁ ଜୋର ଜବରଦସ୍ତି କାମ କରାଇ ତାଙ୍କୁ ପ୍ରାୟୋଜିତ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହା ସହ ହ୍ୟୁମାନ ସାଗରଙ୍କ ମା’ଙ୍କୁ ଦୁର୍ବ୍ୟବହାର କରି ଅପଶବ୍ଦ ବ୍ୟବହାର କରାଯାଇଥିବା ଏତଲାରେ ଦର୍ଶାଯାଇଛି।ଏହା ପୂର୍ବରୁ ହ୍ୟୁମାନଙ୍କ ମାଆ ବିସ୍ଫୋରକ ବୟାନ ଦେଇ କହିଥିଲେ ହ୍ୟୁମାନଙ୍କ ମୃତ୍ୟ ପାଇଁ ୩ ଜଣ ଦାୟୀ । ଜଣେ ମହିଳାଙ୍କ ସହ ଅନ୍ୟ ଦୁଇ ଯୁବକଙ୍କ ନାଁ ନେଇଥିଲେ ହ୍ୟୁମାନଙ୍କ ମାଆ। ପପୁ, ପ୍ରଶାନ୍ତ, ଅର୍ପିତା ଚୌଧୁରୀ ମୋ ପୁଅର…
ମାଲକାନଗିରି, ତା- ୨୦/୧୧/୨୦୨୫ ରିଖ, ( ବିଏମସି ଟିଭି ଓଡିଆ) ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ସ°ସ୍କୃତି ଭବନରେ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ସମବାୟ ସମୁହର ଉପ ନିବନ୍ଧକ ଥିଓଫିଲ ଶବର ଅଧ୍ୟକ୍ଷତା କରିଥିବାବେଳେ, ମାନ୍ୟବର ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେସିସି ବ୍ୟାଙ୍କ ନିର୍ଦ୍ଦେଶକ ଗୋପୀ ପାଙ୍ଗୀ, ବିଧାୟକ ପ୍ରତିନିଧି ନିହାର ରଞ୍ଜନ ରାୟ, ସହକାରୀ ନିବନ୍ଧକ ବି. ଭେଙ୍କଟ ରାଓ ଓ ସମବାୟ ଅଡିଟର କାହ୍ନୁ ଚରଣ ଗୈଡ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ଠାକୁର ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ଦ୍ୱିପ ପ୍ରଜ୍ବଳନ କରାଯାଇଥିଲା ଏବଂ ଏହାପରେ ଉତ୍କଳ ଗୈାରବ ମଧୂସୁଦନ ଦାସଙ୍କ ତୈଳଚିତ୍ର ରେ ମାଲ୍ୟାର୍ପଣ କରାଯାଇ…
ବେଲଗୁଣ୍ଠା, ୨୦/୧୧, ( ବିଏମସି ଟିଭି ଓଡିଆ)ଆଜି ସୋରଡା ବିଧାୟକ ନୀଳମଣି ବିଷୋୟୀ ଅଚାନକ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ରୋଗୀ ସେବାରେ ଡାକ୍ତରଙ୍କ ଅବହେଳା ଦେଖି ଅସନ୍ତୋଷ ପ୍ରକାଶ କରିବା ସହିତ ଡ଼ାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି I ସୂଚନା ପ୍ରକାରେ ଆଜି ସକାଳ ସାଢେ ଏଗାରଟା ସମୟରେ ସୋରଡ଼ା ବିଧାୟକ ଶ୍ରୀ ବିଷୋୟୀ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସେଠାରେ ଡାକ୍ତରଙ୍କ ସ୍ଥାନରେ ଜଣେ ସ୍ୱାସ୍ଥ୍ୟ କର୍ମୀ ବସି ରୋଗୀ ଦେଖୁଥିବାରୁ ସେ ବିରକ୍ତି ପ୍ରକାଶ କରିଥିଲେ I ଏହା ସହିତ ଦାୟିତ୍ୱରେ ଥିବା ଡ଼ାକ୍ତର ଉପାଧ୍ୟାୟ ମଦ୍ୟପାନ କରି କ୍ୱାର୍ଟର୍ ରେ ଶୋଇଥିବା ଜାଣିବାକୁ ପାଇଥିଲେ I ସେହିପରି ସ୍ୱାସ୍ଥ୍ୟକେନ୍ଦ୍ରର ପରିଦର୍ଶନ ପଞ୍ଜିକାରେ ନିଜର ଜାଲ୍ ଦସ୍ତଖତ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ I ପରିଦର୍ଶନ ପଞ୍ଜିକାରେ ବିଧାୟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ସନ୍ତୋଷଜନକ ମନ୍ତବ୍ୟ ଦେଇ ବିଧାୟକଙ୍କ…
ବ୍ରହ୍ମପୁର: ତା-୨୦/୧୧ ( ବିଏମସି ଟିଭି ଓଡ଼ିଆ),ଅରୂପା ତରଫରୁ ତଥା ସରକାରଙ୍କ ସୁକ୍ଷ୍ମ-କ୍ଷୁଦ୍ର-ମଧ୍ଯମ ଉଦ୍ୟୋଗ ବିଭାଗ ସହଯୋଗରେ ସେଣ୍ଟ ଷ୍ଟିଫେନ୍ସ ଚର୍ଚ ପଡ଼ିଆରେ ବ୍ରହ୍ମପୁର ବାଣିଜ୍ଯ ମେଳା- ୨୦୨୫ ଉପଲକ୍ଷେ “ଅପରାହ୍ଣ” ଦୈନିକ ଖବର କାଗଜର “ଗଞ୍ଜାମ କବିତା ଗୁଚ୍ଛ” ତରଫରୁ ସାହିତ୍ଯ ଆଲୋଚନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ବତ ଉତ୍ସବକୁ ବରିଷ୍ଠ କବି ଓ ଶିକ୍ଷାବିତ୍ ବି.ଗୋବିନ୍ଦ ରାଓ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ବରିଷ୍ଠ ଶିକ୍ଷାବିତ୍ ପ୍ରାଧ୍ୟାପକ ଡ଼. ଜୟନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ରୂପେ କବି ଦୁର୍ଗା ମାଧବ ମହାରଣା ଓ କବିତା ସଂଯୋଜନା କରିଥିଲେ ସୁଜାତା ଶତପଥୀ ଓ ଜଗନ୍ନାଥ ସଂସ୍କୃତି ପ୍ରଚାରକ ସ୍ବସ୍ତି ସୁନ୍ଦର ସିଅ ଏବଂ ଯୁବ କବି ସୁନୀଲ କୁମାର ପ୍ରଧାନ ସଭା ମୁଖ୍ଯ ଦାୟିତ୍ବ ତୁଲାଇ ଥିଲେ । ମୁଖ୍ୟ ଅତିଥି ଡ଼. ପଣ୍ଡା କହିଥିଲେ ଯୁବ…
