Author: bmcnews

ରଣପୁର / ରାଜସୁନାଖଳା ; ତା-୦୯/୦୨ ( ବିଏମସି ଟିଭି ଓଡ଼ିଆ) ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ମ୍ୟାଚରେ ପପୁଲାର କ୍ଲବ ଢେଙ୍କାନାଳ ଓ ଭଞ୍ଜନଗର ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ବିଜେପି ନୟାଗଡ ଜିଲ୍ଲା ସଭାପତି ତାପସ ମାର୍ଥା , ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ନୟାଗଡ ଜିଲ୍ଲା ଯୋଗାଣ ଅଧିକାରୀ ମୁରଲୀ କ୍ରୀଷ୍ଣା ରାଓ, ସମାଜ ସେବୀ ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ମ୍ୟାଚରେ ଅତିଥିମାନେ ଓ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ଗୋବିନ୍ଦ ଚନ୍ଦ୍ର ସାହୁ , ୱାହିଦ୍ ଖାଁ , ଆସଫ ଅଲ୍ଲୀ , ଇଦ୍ରିଶି ଖାଁ , କ୍ଲବ ସମ୍ପାଦକ ଫକୃଦିନିଁ ବେଗ ,…

Read More

ବ୍ରହ୍ମପୁର ; ତା-୦୮/୦୨ ( ବିଏମସି ଟିଭି ଓଡ଼ିଆ) ରୋଟାରି କ୍ଲବ ଅଫ ବ୍ରହ୍ମପୁର ମିଡ଼ଟାଉନ ଏବଂ ସମ ହସ୍ପିଟାଲ ଶୀତଳପଲ୍ଲୀ ର ସହଯୋଗ ରେ ବ୍ରହ୍ମପୁର ସ୍ଥିତ ଅନ୍ଧ ପସରା ନିକଟ ସ୍ଥିତ ବ୍ଲାଇଣ୍ଡ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ ହସ୍ପିଟାଲ ର ମୁଖ୍ୟ ଦେବୀପ୍ରସାଦ ଦାସ ଏବଂ ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ମିଡ଼ଟାଉନ ର ସଭାପତି ରୋଟାରୀଆନ ସ୍ୱାଧୀନ କୁମାର ପାତ୍ର ସ୍ୱାସ୍ଥ୍ୟ ଶିବିରକୁ ଅନୁଷ୍ଠାନିକ ଭାବେ ଉଦାଘାଟନ କରିଥିଲେ । ଏହିସ୍କୁଲ ର ମୁଖ୍ୟ ଭବାନୀ ଶଙ୍କର ପାଢ଼ୀ ସମାଜକୁ କିଛି ବାର୍ତା ଦେଇ ନିଜର ଅଭିଭାଷଣ ରଖିଥିଲେ। ପ୍ରାୟ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କର ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ମାଗଣା ରେ ମେଡ଼ିସିନ ବଣ୍ଟନ କରାଯାଇଥିଲା। ସମହସ୍ପିଟାଲର ଏହିପରି କାଯ୍ୟକ୍ରମ ଦେଖି ଛାତ୍ରଛାତ୍ରୀମାନଙ୍କ ଖୁସି ଦ୍ବିଗୁଣିତ ହୋଇ ଯାଇଥିଲା। ଏହିପରି କାଯ୍ୟକ୍ରମ ଆଗରୁ କେବେ ହୋଇନଥିଲା ବୋଲି…

Read More

ଭୁବନେଶ୍ୱର ; ତା-୦୮/୦୨ ( ବିଏମସି ଟିଭି ଓଡ଼ିଆ) ଆଜି ରୁଚିକା ସମାଜ ମଙ୍ଗଳ ସଂଗଠନ, ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ ଆଲାଏନସ ଓ ଖୋରଧା ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ବାଲ୍ୟ ବିବାହ ମୁକ୍ତ ଭାରତ ରଥ ଓ ମହିଳାକର୍ମୀ ତଥା ବାଲ୍ୟ ବିବାହ ବନ୍ଦ ପାଇଁ କାର୍ଯ୍ୟ କରୁଥିବା ଯୁବତୀମାନଙ୍କର ଏକ ବିଶାଳ ଶୋଭାଯାତ୍ରାକୁ ଉଦଘାଟନ କରିଲେ ଓଡ଼ିଶା ବିଧାନ ସଭା ବାଚସ୍ପତି ସୁରମା ପାଢ଼ୀ । ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଲେ କି ” ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନକ୍ରମେ ଆମେ ଓଡିଶାକୁ ୨୦୩୦ ମସିହା ମଧ୍ୟରେ ନିଶ୍ଚିତ ବାଲ୍ୟ ବିବାହ ମୁକ୍ତ ରାଜ୍ୟ ଭାବେ ଘୋଷଣା କରିଦେବୁ। ରୁଚିକା ସମାଜ ମଙ୍ଗଳ ସଂଗଠନ ଓ ଓଡ଼ିଶାରେ ବାଲ୍ୟ ବିବାହ ମୁକ୍ତ ପାଇଁ କାର୍ଯ୍ୟ କରୁଥିବା ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ ଅଂଶୀଦାର ସଂଗଠନମାନଙ୍କ କାର୍ଯ୍ୟକୁ ଭୁୟସି ପ୍ରଶଂସା କରି ଶ୍ରୀମତୀ ପାଢ଼ୀ କହିଲେ ସ୍ବେଚ୍ଛାସେବୀ…

Read More

ନୂଆଦିଲ୍ଲୀ ; ତା-୦୪/୦୨ ( ବିଏମସି ଟିଭି ଓଡ଼ିଆ) ଆସନ୍ତା ୭ ତାରିଖରୁ ଖେଳାଯିବ ଟି-୨୦ ବିଶ୍ବକପ । ସମସ୍ତ ଦଳ ନିଜର ଅଭ୍ୟାସ ଆରମ୍ଭ କରିଛନ୍ତି । ଅଭ୍ୟାସ ମ୍ୟାଚରେ ନିଜର ଦକ୍ଷତା ପ୍ରତିପାଦନ ପାଇଁ ସମସ୍ତ ଦଳ ପ୍ରୟାସ କରିଛନ୍ତି । ତେବେ କଲମ୍ବୋରେ ନିଜର ସମସ୍ତ ମ୍ୟାଚ ଖେଳିବ ପାକିସ୍ତାନ । ଏହା ପୂର୍ବରୁ କଲମ୍ବୋରେ ଆୟାରଲ୍ୟାଣ୍ଡ ବିପକ୍ଷରେ ନିଜର ଅଭ୍ୟାସ ମ୍ୟାଚ ଖେଳିଥାନ୍ତା ପାକିସ୍ତାନ । ବୁଧବାର ଏହି ମ୍ୟାଚ ଖେଳାଯିବାକୁ ଥିବାବେଳେ ବାତିଲ୍ ହୋଇଯାଇଛି ।ଅଭ୍ୟାସ ମ୍ୟାଚରେ ପାକିସ୍ତାନ ନିଜର ଖେଳାଳିଙ୍କ ଦକ୍ଷତା ଦେଖିଥାନ୍ତା । କିନ୍ତୁ ଏହି ଅଭ୍ୟାସ ମ୍ୟାଚ ପୂର୍ବରୁ ବର୍ଷା ସାଜିଛି ବାଧକ । ଏହି ମ୍ୟାଚ ବାତିଲ ହୋଇଥିବା ମ୍ୟାଚ ଖେଳିବାର ସୁଯୋଗ ପାଇନି ପାକିସ୍ତାନ । ପାକିସ୍ତାନ ନିଜର ସମସ୍ତ ମ୍ୟାଚ ଏହି କଲୋମ୍ବୋରେ ଖେଳିବ । ଆସନ୍ତା ୭ ତାରିଖରେ ନେଦରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ…

Read More

ବୋଲଗଡ, ତା-୦୪/୦୨ (ବିଏମସି ଟିଭି ଓଡ଼ିଆ) ଓଡିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ର ନିର୍ଦେଶ ଅନୁଯାଇ ସ୍ଥାନୀୟ ପରମାନନ୍ଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ରେ ଡ଼ିଗ୍ରୀ ଛାତ୍ରୀ ମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ର ଏକ ଆଠ ଦିନ ବ୍ୟାପି ହେବାକୁ ଯାଉଥିବା ଶିବିର ର ଉଦଘାଟନ ହୋଇ ଅଛି । ଆଜି ତା ୦୪. ୦୨. ୨୦୨୬ ରିଖ ଠାରୁ ଆସନ୍ତା ତା ୧୪. ୦୨. ୨୦୨୬ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିର ରେ ଦୁଇ ମାଷ୍ଟର ପ୍ରଶିକ୍ଷିକା ପ୍ରଶିକ୍ଷଣ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମ ରେ +୩, ୧ମ ବର୍ଷ ର ୧୫୦ ରୁ ଉର୍ଦ୍ଧ ଛାତ୍ରୀ ଭାଗ ନେବେ । ଉଦଘାଟନ ଉତ୍ସବ ରେ ଅଧକ୍ଷା ଡ଼କ୍ଟର ଅନୁସୂୟା ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ଗାନ୍ଧୀ କୁମାର ସାହୂ…

Read More

ରଣପୁର/ରାଜସୁନାଖଳା ; ତା-୩୧/୦୧ (ବିଏମସି ଟିଭି ଓଡ଼ିଆ) ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କାୟକଳ୍ପ ଟିମର ୫ ଜଣିଆ ସଦସ୍ୟ ଶନିବାର ଦିନ ଅପରାହ୍ନ ସମୟରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ରର ପରିସ୍କାର ପରିଚ୍ଛନ୍ନତା, ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ ବ୍ୟବସ୍ଥା ସମେତ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା କିପରି ମିଳୁଛି ତାହାର ତଦାରଖ କରିଥିଲେ । ଏହି କାୟାକଳ୍ପ ଟିମ ପକ୍ଷରୁ ଡ ବିଜୟ କୁମାର ଧଳ ଆଡିସନାଲ ଡାଇରେକ୍ଟ , ପ୍ରଶାନ୍ତ କୁମାର ଦାସ ବିଦ୍ୟାଳୟ ସ୍ବାସ୍ଥ୍ୟ ପରାମର୍ଶଦାତା, ସର୍ବେଶ୍ଵର ସାହୁ ପି ଏଚ ଏଫ୍ ଆଇ, ପ୍ରକାଶ ଚନ୍ଦ୍ର ବାନାର୍ଜୀ ଡି ପି ଏ ମ, ସନନ୍ତ କୁମାର ମହାପାତ୍ର ପ୍ରମୁଖ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ବେଳେ ରୋଗୀ ମାନଙ୍କ ପାଇଁ ପଡ଼ିଥିବା ବେଡ…

Read More

ସମ୍ବଲପୁର/ଗୋଡଭଗା ; ତା.୦୨/୦୨ (ବିଏମସି ଟିଭି ଓଡିଆ) ‘ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ’ ସାହିତ୍ଯ ସଂସଦର ରାଜ୍ଯ ସ୍ତରୀୟ ଦ୍ବିତୀୟ ବାର୍ଷିକ ମହୋତ୍ସବ ଓ ବାର୍ଷିକ ବିଶେଷାଙ୍କ “ମୋ ପରିଚୟ ମୋ ମାତୃଭାଷା” ଉନ୍ମୋଚନ ଉତ୍ସବ ଭୂବନେଶ୍ବର ସ୍ଥିତ ୟୁନିଟ-୯, ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଟୋପ୍‌, ର ଶିକ୍ଷୟିତ୍ରୀ, କବୟିତ୍ରୀ ତଥା ସମାଜସେବୀ ଅନୁସୂୟା ଦେବତାଙ୍କୁ ସମ୍ମାନଜନକ “ସମୀକ୍ଷା ସାରଥୀ” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠିତ ସଭାରେ ଅନୁଷ୍ଠାନ ସହ ଜଡିତ ଥିବା ୧୫୦ରୁ ଅଧିକ କବି ଓ କବୟିତ୍ରୀ ବହୁସଂଖ୍ୟାରେ ଯୋଗଦାନ ପୂର୍ବକ ସ୍ୱରଚିତ କବିତା ଆବୃତ୍ତି କରି ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସଂସଦର ପ୍ରତିଷ୍ଠାତା ତଥା ସମ୍ପାଦକ ପ୍ରହ୍ଲାଦ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ କବିତା ପାଠୋତ୍ସବରେ ବାଣୀପୁତ୍ର କୁଳମଣି ବାରିକ ସଭାପତିତ୍ୱ କରିଥିଲେ। ଦ୍ବିତୀୟ ଅଧିବେଶନରେ ଆୟୋଜିତ ଉତ୍ସବରେ…

Read More

ବୋଲଗଡ଼ ; ତା-୩୧/୦୧ (ବିଏମସି ଟିଭି ଓଡ଼ିଆ ) ବୋଲଗଡ଼ ଶିକ୍ଷାବ୍ଲକ ଅନ୍ତର୍ଗତ ପିଚୁକୁଳିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତାପସ କୁମାର ଦ୍ବିବେଦୀଙ୍କ ଆବାହକତ୍ୱରେ ବିଦ୍ୟାଳୟ ପରିସରରେ ଶନିବାର ଦିନ ୪ର୍ଥ ବାର୍ଷିକ ଉତ୍ସବ “ସୃଜନିକା” ମହାଆଡମ୍ବର ସହକାରେ ପାଳିତ ହୋଉଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ଦ୍ବିବେଦୀଙ୍କ ଅଧ୍ୟକ୍ଷତlରେ ମୁଖ୍ୟଅତିଥି ଭାବେ ବୋଲଗଡ଼ -ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟ ବକ୍ତାଭାବେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଓ ଶିକ୍ଷକ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ତାପସ କୁମାର ନାୟକ, ସ୍ୱତନ୍ତ୍ର ଅତିଥିଭାବେ କୃଷକ ଶିକ୍ଷା ପ୍ରତିଷ୍ଠାନର ନିର୍ଦେଶକ ବୃନ୍ଦାବନ ଶତପଥି ଓ ସମ୍ମାନିତ ଅତିଥିଭାବେବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ,ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘର ସମ୍ପାଦକ ନିରଞ୍ଜନ ମହାନ୍ତି, ଗୋପାଳପୁର ସରପଞ୍ଚ ପ୍ରଦୀପ କୁମାର ବାରିକ ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ସମିତି ସମ୍ପାଦକ ପବିତ୍ର ମୋହନ ମାଝୀ ପ୍ରମୁଖ ଯୋଗଦେଇ ଜଗତରନାଥ ଶ୍ରୀଜଗନ୍ନାଥଙ୍କ…

Read More

ବେଗୁନିଆ ; ତା-୨୯/୦୧ ( ବିଏମସି ଟିଭି ଓଡ଼ିଆ) ଖୋଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡ଼ାଡିହ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ରାଣୀ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତା ଭାବେ ବିଦ୍ୟାଳୟ ପୋଷ୍ୟ କର୍ତ୍ତ୍ରୀ ବାଉରୀ ଶ୍ରୀଚନ୍ଦନ, ସମ୍ମାନିତ ଅତିଥି ଭାବେ ବେଗୁନିଆ ର ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ସେଠୀ, ସରପଞ୍ଚ ଲତା ସେଠୀ, ଏସଏମସି ଅଧ୍ୟକ୍ଷ ଚନ୍ଦ୍ର ଶେଖର ସ୍ଵାଇଁ, ପଞ୍ଚ ସଖା ଶିକ୍ଷା ସେତୁ ସଭାପତି ଭୁବନାନନ୍ଦ ମହାନ୍ତି, ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦାଶରଥୀ ପ୍ରଧାନ ଆଦି ଯୋଗ ଦେଇ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପିଲାମାନଙ୍କର ସୃଜନଶୀଳତା ଉଦ୍ରେକ କରିବାରେ ସହାୟକ…

Read More

ବୋଲଗଡ ; ତା-୩୦/୦୧ (ବିଏମସି ଟିଭି ଓଡ଼ିଆ) ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ସାନପଦର ସ୍ଥିତ ଭକ୍ତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ୪୩ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ବେହେରାଙ୍କ ସଭାପତିତ୍ୱରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତାଭାବେ ବୋଲଗଡ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଓ ସମ୍ମାନିତ ଅତିଥିଭାବେ ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ,ସମିତି ସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର, ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ଖଟେଇ,ପୂର୍ବତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଛୋଟରାୟ,ପ୍ରତିଷ୍ଠାତା ସଭ୍ୟ ରାଜକିଶୋର ବ୍ରହ୍ମା, ତ୍ରିଲୋଚନ ମହାନ୍ତି, ବୈକୁଣ୍ଠ ଚରଣ ନାୟକ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ରାମ ଚନ୍ଦ୍ର ନାୟକ,ପୂର୍ବତନ ପ୍ରଧାନ ଶିକ୍ଷକ ଯୋଗିନାଥ ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ସିଂହ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଶାନ୍ତି ମହାପାତ୍ର ପ୍ରମୁଖ…

Read More

ନୂଆଦିଲ୍ଲୀ ; ତା-୨୯/୦୧ ( ବିଏମସି ଟିଭି ଓଡ଼ିଆ) ଟି-୨୦ ବିଶ୍ବକପ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ଭାରତ ଟି-୨୦ ବିଶ୍ବକପ ୨୦୨୬ରେ ଟାଇଟଲ ଜିତିବାର ପ୍ରବଳ ଦାବିଦାର ଭାବେ ଉଭା ହେବ । ବିଶ୍ବର ଏକ ନମ୍ବର ଟିମ ଗତ ୧ ବର୍ଷ ଧରି ଶାନଦାର ଫର୍ମରେ ରହିଛି । ତେଣୁ ଭାରତୀୟ ଦଳ ସହଜରେ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିବ ବୋଲି ଆଶା କରାଯାଉଛି । ପୂର୍ବ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟିମ୍ ଇଣ୍ଡିଆକୁ ଚେତାଇ ଦେଇଛନ୍ତି କି, ଭାରତ ପାଇଁ ବିଶ୍ବକପର ରାସ୍ତା ସହଜ ହୋଇନପାରେ । ଦଳକୁ କିଛି ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ ।ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତର ସବୁଠାରୁ ବଡ଼ ଚ୍ୟାଲେଞ୍ଜକୁ ନେଇ ରୋହିତ ନିଜର ମତାମତ ରଖିଛନ୍ତି । ଟିମ୍ ମ୍ୟାନେଜମେଣ୍ଟ ଆଗରେ ଏହା ଏକ ବଡ଼ ପ୍ରଶ୍ନ ହେବ ଯେ, କୁଳଦୀପ ଯାଦବ…

Read More

ବୋଲଗଡ଼ ; ତା-୨୯/୦୧ (ବିଏମସି ଟିଭି ଓଡ଼ିଆ) ଖୋଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ବଡକୁମାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡିହଖଉରୁଣୀ ଗ୍ରାମର ଗରିବ ଖଟିଖିଆ ଦିନ ମଜୁରିଆ ଚାଷୀ ଧରମୁ ଛୁଆଳସିଂହଙ୍କ ୫୬ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥାଇ ଗତ କାଲି ମୃତ୍ଯୁବରଣ କରିଅଛନ୍ତି। ମୃତ୍ଯୁଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ମମତା ଛୁଆଳସିଂହ (୪୩) ଓ ଏକ ମାତ୍ର ପୁତ୍ର ସାନ୍ତାନୁ ଛୁଆଳସିଂହ (୨୦) ରହିଥିଲେ। ମୃତ୍ୟୁର ଖବର ପାଇ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦ୍ଦେଶକ ତଥା ସମାଜସେବୀ ପ୍ରକାଶ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ ଡିହଖ ଉରୁଣୀ ସେବା ସମବାୟ ବ୍ୟାଙ୍କର ସଭାପତି ବେଲାଳସେନ ବଳିଆରସିଂହ, ସମ୍ପାଦକ ଲକ୍ଷ୍ମୀଧର ଷଣ୍ଢ ଓ ପିଅନ ପିଙ୍କନ ମାଝି ପ୍ରମୁଖ ଚାଷୀଙ୍କ ଘରକୁ ଯାଇ ବିନା ସୁଧରେ କୃଷିଊଣ ସହାୟତା ଯୋଗାଇ ଦେଇଅଛନ୍ତି। ମୃତ ଚାଷୀ ଧରମୁ ଛୁଆଳସିଂହ ଡିହଖଉରୁଣୀ ସେବା ସମବାୟ ସମିତିରେ ଧାନ ମଣ୍ଡିରେ ଧାନ ଦେବାପାଇଁ…

Read More