Author: bmcnews

ବୋଲଗଡ ; ତା ୧୧/୦୧ (ବିଏମସି ଟିଭି ଓଡ଼ିଆ) ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ଟାଙ୍ଗୀସାହି ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଆଲୋକ କୁମାର ସାହୁଙ୍କ ଆବାହକତ୍ୱରେ ୨୦୦୭ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ରବିବାର ଦିନ ରଘୁନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବନ୍ଧୁମିଳନ ଉତ୍ସବରେ ପୁରାତନ ଛାତ୍ର ଛାତ୍ରୀ ଓ ସେମାନଙ୍କର ପରିବାର ବର୍ଗ ଯୋଗଦେଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରି ଅତୀତର ଅଭୁଲା ସ୍ମୃତିକୁ ମନେ ପକାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ । ଏହି ବନ୍ଧୁମିଳନରେ ଯୋଗଦେଇଥିବା ପୁରାତନ ପ୍ରଧାନ ଶିକ୍ଷକ ବାସୁଦେବ ବେହେରା,ଶିକ୍ଷକ ମଦନ ମୋହନ ପୃଷ୍ଟି ,ଦୁର୍ଯ୍ୟୋଧନ ସୁବୁଦ୍ଧି,,ଶ୍ରୀଧର ନାୟକ ଶିକ୍ଷୟିତ୍ରୀ କବିତା ବରାଳ ଓ ଚତୃଥୀ ଶ୍ରେଣୀ କର୍ମ ଚାରୀ ମାୟାଧର ରାଉଳ, କୁଳମଣି ମଲ୍ଲିକ,ପ୍ରଫୁଲ୍ଲ କୁମାର ପାଇକରାୟ ପ୍ରମୁଖଙ୍କୁ ପୁରାତନ ଛାତ୍ର ଛାତ୍ରୀମାନେ ମଥାରେ ଫୁଲ,ଚନ୍ଦନ ଲଗାଇ ଉତ୍ତରୀୟ…

Read More

ବେଗୁନିଆ ; ତା-୧୨/୦୧ ( ବିଏମସି ଟିଭି ଓଡ଼ିଆ) ବେଗୁନିଆ ବ୍ଲକ ବୋତଲମା ପଞ୍ଚାୟତ କାର୍ଯ୍ୟାଳୟ ରେ ପଲ୍ଲୀ ରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ କଳ୍ପନା ସାଥୁଆ, ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଦେବାଶିଷ ଆଚାର୍ଯ୍ୟ, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ବିନୋଦିନୀ ପଣ୍ଡା , ସୁପରଭାଇଜର ସରବାରୀ ବିବି ,ଆଦିତ୍ୟ ନାରାୟଣ ସିଂ (ଜେ.ଇ), ଐଶ୍ଵର୍ଯ୍ୟ ଭଞ୍ଜଦେଓ (ଏ.ଇ.ଇ),ବ୍ଲକ କୃଷି ଅଧିକାରୀ ନାଜନିନୀ କୌଶର, ଶିକ୍ଷା ବିଭାଗ ସି. ଆର.ସି.ସି ମାନସ କୁମାର ପରିଡ଼ା, ଡ଼ଃ ସମୀକ୍ଷା ଦେଉରୀ,ପ୍ରମୁଖ ବ୍ଲକ ସ୍ଥରୀୟ ବିଭାଗୀୟ ମୁଖ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଜନ ଶୁଣାଣି କରିଥିଲେ । ଜନସାଧାରଣ ପକ୍ଷରୁ ୨୧୬ ଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲା। ସ୍ବାସ୍ଥ୍ୟ ବିଭାଗ,କୃଷି ବିଭାଗ,ଶିକ୍ଷା ବିଭାଗ,ମହିଳା ଶିଶୁ ବିକାଶ ବିଭାଗ,ପାନୀୟ ଜଳ ବିଭାଗ ତରଫରୁ ୧୫ ଟି ଷ୍ଟଲ ଖୋଲା…

Read More

ବଲାଙ୍ଗୀର/ଟିଟିଲାଗଡ଼ – ତା-୧୨/୦୧ ( ବିଏମସି ଟିଭି ଓଡ଼ିଆ) ସ୍ବାମୀ ବିବେକାନନ୍ଦଙ୍କ ୧୬୩ ତମ ଜନ୍ମ ଜୟନ୍ତୀ ଅବସରରେ ହିନ୍ଦୁ ସମାଜ ପକ୍ଷରୁ ସୋମବାର ସକାଳୁ ଏକ ବିରାଟ ଶୋଭାଯାତ୍ରା ବାହାରି ଥିଲା ଯେଉଁଥିରେ ବିଧାୟକ ନବୀନ ଜୈନ ନିଜେ ବାଇକ ଧରି ରେଲିରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ମହାରାଜ ସାଗର ନିକଟ ହନୁମାନ ମନ୍ଦିରରୁ ବାହାରି ସହର ପରିକ୍ରମା କରି ଓଭର ବ୍ରିଜ ନିକଟ ସଭା ସ୍ଥଳକୁ ପହଞ୍ଚିଥିଲା। ଏହାପରେ ଗାୟତ୍ରୀ ପରିବାର ପକ୍ଷରୁ ହୋମ ଯଜ୍ଞ ଆୟୋଜନ କରାଯାଇଥିଲା। ତାପରେ ଓଭର ବ୍ରିଜ ନିକଟରେ ଥିବା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ବିଧାୟକ ଶ୍ରୀଯୁକ୍ତ ଜୈନ। ଏହାପରେ ସେଠାରେ ବିରାଟ ହିନ୍ଦୁ ସମ୍ମେଳନ ପକ୍ଷରୁ ଆୟୋଜିତ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସେଥିରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ମମତା ଦେବୀ ଜୈନ, ସ୍ବାମୀ…

Read More

ଚିକିଟୀ ; ତା-୧୨/୦୧ (ବିଏମସି ଟିଭି ଓଡ଼ିଆ) ଚିକିଟୀ ପେଣ୍ଠ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତବିଂଶ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଉପସ୍ଥିତ ରହିଥିବାବେଳେ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟୀର ସଭାପତି ପଟମୁ ରାମରାଓ ସୁବୁଦ୍ଧି ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ କୈଳାଶ ଚନ୍ଦ୍ର ସ୍ୱାଇଁ, ପରିଚାଳନା କମିଟୀର ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ ଓ ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ କାମଦେବ ବେହେରା ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଦ୍ୱାରା ଦୀପ ପ୍ରଜ୍ୱଳନ ସହିତ ସଭାକାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ସଭାରେ ଉପସ୍ଥିତ ମଞ୍ଚାସିନ ଅତିଥିମାନେ ଶିକ୍ଷାର ଗୁରୁତ୍ୱ, ନୀତିମୂଲ୍ୟ ଓ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଗଭୀର ଓ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ପ୍ରକାଶ କରିଥିଲେ ଯେ- ଶୃଙ୍ଖଳା ହିଁ…

Read More

ବୋଲଗଡ ; ତା-୧୨/୦୧ ( ବିଏମସି ଟିଭି ଓଡ଼ିଆ) ବୋଲଗଡ ବ୍ଲକ ଆରିକମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଅଁରପୁର ବେଗୁନିଆ ମୂଳ ଗ୍ରାମ ଠାରେ ଶିକ୍ଷାବିତ୍ ତଥା ସମାଜ ସେବୀ ହୃଷିକେଶ ଚମ୍ପତ୍ତିଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ଯୁବ ଗୋଷ୍ଠି ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଅମୃତ ବାଣୀଙ୍କୁ ବ୍ୟାନର ପ୍ଲାଏ କାର୍ଡ ସ୍ଲୋଗାନ ମାଧ୍ୟମରେ ପ୍ରଚାର ପ୍ରସାର କରିଥିଲେ । ଏହି ଅବସରରେ ସ୍ୱାମୀ ବିବେକାନନ୍ଦ ସେବା ସଂଘ ଆନୁକୂଲ୍ୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମ ଶାଳାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାର ଉପଜିଲ୍ଲାପାଳ ସୁରେନ୍ଦ୍ର ଚନ୍ଦ୍ର ପଣ୍ଡା ମୁଖ୍ୟ ବକ୍ତା ଭାବେ ଶ୍ରୀମଦ ଉପବଦ ଗୀତା ପ୍ରଚାର ସଂଘର ସମ୍ପାଦକ ଶିଶିର କୁମାର ଦାସ ଓ ସମ୍ମାନିତ ଅତିଥିଭାବେ ସନ୍ତୋଷ କୁମାର ମହାପାତ୍ର, ଉଦ୍ୟାନବିତ ଗୋପବନ୍ଧୁ…

Read More

ବାଙ୍କୀ; ତା-୧୨/୦୧ ( ବିଏମସି ଟିଭି ଓଡ଼ିଆ) ଅଗ୍ରଣୀ ଯୁବ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ତରଫରୁ ଯୁବବନ୍ଧୁ ଭବନ ଚକାପଦାଠାରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ପରିଷଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ନିରଞ୍ଜନ ପଣ୍ଡା, ସହ ସମ୍ପାଦକ ବଳଭଦ୍ର ରଣାଙ୍କ ସମେତ ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ (ବୁଲୁ ବାବା), ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ବରିଷ୍ଠ ସାହିତ୍ୟିକ କିଶୋର ନୀଳମାଧବ ମିଶ୍ର, ଶ୍ରୀରାମ କମିଟି ତାଳବସ୍ତର ସଭାପତି ବିଶ୍ୱ ରଞ୍ଜନ ସ୍ବାଇଁ, କବି ତଥା ସଂଗଠକ ଶଶି ଭୂଷଣ ତ୍ରିପାଠୀ, ଅମ୍ରିତ କୁମାର ସାମଲ, ଶଙ୍କର ନାୟକ, ଲିପୁ ପରିଡା, ଓମ ପ୍ରକାଶ ରଣା, ଅର୍ପିତ୍ କୁମାର ସାମଲ, ରାଣୀ ଶୁକଦେଈ ମହିଳା ଗୋଷ୍ଠୀର ଯୁବ ସଦସ୍ୟା ସବିତା ମଲ୍ଲିକଙ୍କ ସମେତ ସଭ୍ୟା ବାସନ୍ତୀ ମନ୍ତ୍ରୀ, ରାଧାରାଣୀ ମନ୍ତ୍ରୀ, ରଘୁନାଥ ସ୍ବଂୟ ସହାୟକ ଗୋଷ୍ଠୀର…

Read More

ସୁନ୍ଦର ସ୍ବାସ୍ଥ୍ଯ ଓ ଲାଇଫ୍ ଷ୍ଟାଇଲ / ବିଏମସି ଟିଭି ଓଡ଼ିଆ। ଖାଇବା ତିଆରିରେ ବ୍ୟବହାର କରାଯାଉଥିବା ତେଲ ଆମ ସ୍ବାସ୍ଥ୍ଯ ଉପରେ ଗଭୀର ପ୍ରଭାବ ପକାଇଥାଏ । ହାର୍ଟ, କୋଲେଷ୍ଟ୍ରଲ୍ ଭଳି ରୋଗ ହୋଇଥାଏ । ଜାଣନ୍ତୁ କ’ଣ ଏପରି ତେଲ ରହିଛି ଯେଉଁ ତେଲକୁ ବ୍ୟବହାର କରିବା ଦ୍ବାରା ଶରୀରକୁ ପୋଷଣ ମିଳିଥାଏ । ନଡିଆ ତେଲ : ଏହି ତେଲରେ ପୋଟାସିୟମ୍, କ୍ୟାଲସିୟମ, ଫାଇବର, ଭିଟାମିନ୍ ଏ, ବି, ସି ଭରପୁର ମାତ୍ରାରେ ରହିଥାଏ । ବ୍ଲଡ୍ ପ୍ରେସର୍ ଏବଂ ହାର୍ଟରେ ପିଡିତ ଲୋକମାନଙ୍କ ପାଇଁ ଏହି ତେଲ ନିୟମିତ ଖାଇବା ଦ୍ବାରା ଏହି ସବୁ ରୋଗରୁ ଉପସମ ମିଳିଥାଏ । ଏହା ଛଡା ନଡିଆ ତେଲ ନିୟମିତ ଖାଇବାରେ ବ୍ୟବହାର କରିବା ଦ୍ବାରା କୋଲେଷ୍ଟଲର ଭୟ ମଧ୍ୟ କମିଥାଏ ।ଅଲିଭ୍ ତେଲ : ଏହି ତେଲରେ ଫ୍ୟାଟି ଏସିଡ୍ ପ୍ରଚୁର ମାତ୍ରାରେ ଭରି ରହିଥାଏ ଯେଉଁ…

Read More

ରଣପୁର, ତା-୧୧/୦୧ (ବିଏମସି ଟିଭି ଓଡ଼ିଆ) ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟସ୍ଥ ଅନନ୍ତ ଗୁମ୍ଫା ପରିସରରେ ବଜରଙ୍ଗ ଦଳର ପ୍ରଥମ ଖଣ୍ଡ ପ୍ରସ୍ତୁତି ବୈଠକ ରବିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଶ୍ଵ ହିନ୍ଦୁ ପରିଷଦର ସହସମ୍ପାଦକ ଖୋର୍ଦ୍ଧା ଜିଲ୍ଲା ପ୍ରଭାତ ପାଣଗ୍ରାହୀ , ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଖୋର୍ଦ୍ଧା ଜିଲ୍ଲା ଉଦିତ୍ୟ ପ୍ରହରାଜ, ସହ ସଂଯୋଜକ ଦିବ୍ୟ ପ୍ରକାଶ,ସୁରକ୍ଷା ପ୍ରମ୍ମୁଖ ମୁକେଶ ସାମନ୍ତ ରାୟ, ପ୍ରଖଣ୍ଡ ସଂଯୋଜକ ବୋଲଗଡ଼ ହିତେଶ କୁମାର ବେହେରା ଓ ପ୍ରଖଣ୍ଡ ସଂଯୋଜକ ରଣପୁର ସଞ୍ଜୀବ କୁମାର ପ୍ରଧାନ ଏଥି ସହିତ ରାଜସୁନାଖଳା ସରପଞ୍ଚ ତଥା ସମାଜସେବୀ ଚିତ୍ତ ରଞ୍ଜନ ପ୍ରଧାନ , ଶିକ୍ଷାବିତ ବଲ୍ଲଭ ପ୍ରଧାନ ,ଆଇନଜିବୀ ସର୍ବେଶ୍ଵର ବେହେରା , ସମାଜ ସେବୀ ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବିଶ୍ଵ ହିନ୍ଦୁ ପରିଷଦର ସହ ସମ୍ପାଦକ ନିଜ ଅଭିଭାଷଣ ମାଧ୍ୟମରେ ବଜରଙ୍ଗ ଦଳର ଉତ୍ପତ୍ତି , ଲକ୍ଷ୍ୟ…

Read More

ବେଗୁନିଆ ; ତା-୧୧/୦୧ ( ବିଏମସି ଟିଭି ଓଡ଼ିଆ) ବେଗୁନିଆ ବ୍ଲକ ଗଡ଼ମାଣତୀର ଆରସିସି କ୍ରିକେଟ ଟିମ୍ ଆନୁକୂଲ୍ୟରେ ହାଇସ୍କୁଲ ପଡ଼ିଆ ରେ ଆଜି ଠାରୁ କର୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨ଟି ଦଳକୁ ନେଇ ଉଦଘାଟିତ ହୋଇଯାଇଛି । ଏଥିରେ ଉଦ୍ଘାଟକ ଭାବେ ଖୋର୍ଦ୍ଧା ଜିଲ୍ଲା ପ୍ରେସ କ୍ଲବ ସଭାପତି ତଥା ନନ୍ଦିଘୋଷ ଟିଭି ସାମ୍ବାଦିକ ଶୁଭ୍ରାଂଶୁ ସାମନ୍ତରାୟ ଯୋଗ ଦେଇଥିଵା ବେଳେ ସମ୍ମାନିତ ଅତିଥି ଭାବେ ଓୟୁଡବ୍ଲୁଜେ ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ନକ୍ଷତ୍ର ନିୟୁଜ୍ ସାମ୍ୱାଦିକ ପ୍ରକାଶ କୁମାର ହାତୀ , ସ୍ବାଧୀକାର ନିୟୁଜ୍ ସାମ୍ବାଦିକ ଗୋବିନ୍ଦ ଚନ୍ଦ୍ର ରଥ ମଞ୍ଚାସିନ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅଞ୍ଚଳ ରେ ଏହିପରି ପ୍ରୟାସ ଜାରିରହିଲେ ଭାଇଚାରା ସୁଦୃଢ ହେବାସହ ସୁନ୍ଦର ସ୍ୱାସ୍ଥ୍ୟ ସୁନ୍ଦର ଶରୀର ଗଠନ ରେ ସହାୟକ ହୋଇପାରିବ ବୋଲି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି କ୍ରୀଡ଼ାପ୍ରେମୀଙ୍କୁ ଉଦବୋଧନ ଦେଇଥିଲେ । ସୂର୍ଯ୍ୟକାନ୍ତ ଜୁଝାରସିଂହ…

Read More

ବାଙ୍କୀ ; ତା-୧୧/୦୧ ( ବିଏମସି ଟିଭି ଓଡ଼ିଆ) ବାଙ୍କୀ, ବିଜ୍ଞାପିତ କ୍ଷେତ୍ର ପରିଷଦ ଅନ୍ତର୍ଗତ ଚକାପଦା ଗ୍ରାମର ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦର ଅଷ୍ଟମ ବାର୍ଷିକ ଉତ୍ସବ ଚଳିତ ଜାନୁଆରୀ ମାସ ୨୬ ତାରିଖରେ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଯୁବବନ୍ଧୁ ଭବନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ପାଖାପାଖି ୧୦ଟି ଜିଲ୍ଲାର କବି ସାହିତ୍ୟିକ, ସମାଜସେବୀ, ସଂଗଠକମାନେ ଉପସ୍ଥିତ ରହି ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ଗାଁ ର ମହକ ‘ ପତ୍ରିକାର ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ସହମତି ପ୍ରକାଶ କରିଛନ୍ତି। ଆବାହକ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ଲଲାଟେନ୍ଦୁ ପଣ୍ଡା, ସମ୍ପାଦକ ବାବୁଲି ରଣାଙ୍କ ସମେତ ଆଧ୍ୟାତ୍ମିକ ପରାମର୍ଶ ଦାତା କୁମାର ଅମୀୟ(ବୁଲୁ ବାବା), ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ବରିଷ୍ଠ ସାହିତ୍ୟିକ କିଶୋର ନୀଳମାଧବ ମିଶ୍ର, ସଂଗଠକ ବିଶ୍ୱ ରଞ୍ଜନ ସ୍ବାଇଁ, ଶଶି ଭୂଷଣ ତ୍ରିପାଠୀ, ଶକୁନ୍ତଳା…

Read More

ବୋଲଗଡ଼ ; ତା-୦୬/୦୧ ( ବିଏମସି ଟିଭି ଓଡ଼ିଆ) ଖୋର୍ଦ୍ଧାଜିଲ୍ଲା ବୋଲଗଡ ଶିକ୍ଷା ବ୍ଲକଅନ୍ତର୍ଗତ ବହୁ ପୁରାତନ ବାମନ ଉଚ୍ଚ ବିଦ୍ୟାଳୟର ୧୯୯୦ ମସିହା ମାଟ୍ରିକ ବ୍ୟାଚର ୩୫ତମ ଲଗାତାର ଶାଶ୍ଵତ ବନ୍ଧୁମିଳନ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ବନ୍ଧୁମିଳନ ଉତ୍ସବ ଦୀର୍ଘ ୩୫ବର୍ଷ ଧରି ବନ୍ଧୁମାନଙ୍କ ନିଷ୍ଠାପର ଭାବରେ ଭେଦଭାବ ନରଖି ପ୍ରତିବର୍ଷ ଭଳି ଏହି ବନ୍ଧୁମହୋତ୍ସବ୍ ପାଳନ କରାଯାଏ । ଚଳିତ ୨୦୨୬ ନବବର୍ଷରେ ବୋଲଗଡ଼ ସ୍ଥିତ ମା’ ଭୂଇଁଆଣୀଙ୍କ ଶକ୍ତି ପୀଠ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଏହି ପୁରାତନ ଛାତ୍ର ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରମାନଙ୍କ ସମେତ ପରିବାର ବର୍ଗ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବନ୍ଧୁ ଓ ବନ୍ଧୁ ପରିବାରଙ୍କ ମଧ୍ୟରେ ଇଂରାଜୀ ନୂତନ ବର୍ଷର ଶୁଭେଚ୍ଛା ଆଦାନପ୍ରଦାନ କରିବା ସହିତ ପୁରାତନ ସ୍ବର୍ଗତ ଛାତ୍ର ଓ ଶିକ୍ଷକଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।…

Read More

ବରଗଡ଼ ; ତା-୦୮/୦୧ (ବିଏମସି ଟିଭି ଓଡ଼ିଆ) ବରଗଡ଼ ଜିଲ୍ଲା ଝାରବନ୍ଧ ବେହେରାଡୁବୁରୀ ଗ୍ରାମର ଜଣେ ଅନ୍ୟାନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ବିଶ୍ୱନାଥ ଭୋଇ ( ବୟସ-୨୨) , ସେ ଜଣେ ଦିବ୍ୟାଙ୍ଗ ତଥା ମୁକ ହୋଇ ମଧ୍ୟ ଭାରି ପରିଶ୍ରମୀ ବ୍ୟକ୍ତି ଅଟନ୍ତି। ଆଖପାଖ ଅଞ୍ଚଳରେ ସେ ଜଣେ ରଙ୍ଗ ମିସ୍ତ୍ରୀ ଭାବେ ବେଶ ଜଣାଶୁଣା। ସେ ଭଲରେ କଥା କହି ପାରନ୍ତି ନାହିଁ କି ଠିକ୍ ରେ କଥା ଶୁଣି ପାରନ୍ତି ନାହିଁ , କିନ୍ତୁ ତାହାର ହାତରେ ଯାଦୁ ଅଛି ସେ ଅନେକ ଘରରେ ରଙ୍ଗ ଦେବା, ପୁଟି ମାରିବା, କାନ୍ଥରେ ଚିତ୍ର ଆଙ୍କିଥାନ୍ତି, ସେ ଅନେକ ପ୍ରକାର ଚିତ୍ର କରିବା ସହିତ ମୂର୍ତ୍ତି ମଧ୍ଯ କରିପାରନ୍ତି । ସେ ବହୁତ କମ୍ ମୂଲ୍ୟରେ ସବୁ ପ୍ରକାର ପେଟିଂ କାମ କରିଥାନ୍ତି । ବିଶ୍ବନାଥ ଜଣେ ମୂକ ବଧିର ହୋଇ ମଧ୍ଯ ଭିକ ମାଗେ ନାହିଁ , ନିଜେ…

Read More