ସମ୍ବଲପୁର/ଗୋଡଭଗା ; ତା.୦୨/୦୨ (ବିଏମସି ଟିଭି ଓଡିଆ) ‘ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ’ ସାହିତ୍ଯ ସଂସଦର ରାଜ୍ଯ ସ୍ତରୀୟ ଦ୍ବିତୀୟ ବାର୍ଷିକ ମହୋତ୍ସବ ଓ ବାର୍ଷିକ ବିଶେଷାଙ୍କ “ମୋ ପରିଚୟ ମୋ ମାତୃଭାଷା” ଉନ୍ମୋଚନ ଉତ୍ସବ ଭୂବନେଶ୍ବର ସ୍ଥିତ ୟୁନିଟ-୯, ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଟୋପ୍, ର ଶିକ୍ଷୟିତ୍ରୀ, କବୟିତ୍ରୀ ତଥା ସମାଜସେବୀ ଅନୁସୂୟା ଦେବତାଙ୍କୁ ସମ୍ମାନଜନକ “ସମୀକ୍ଷା ସାରଥୀ” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠିତ ସଭାରେ ଅନୁଷ୍ଠାନ ସହ ଜଡିତ ଥିବା ୧୫୦ରୁ ଅଧିକ କବି ଓ କବୟିତ୍ରୀ ବହୁସଂଖ୍ୟାରେ ଯୋଗଦାନ ପୂର୍ବକ ସ୍ୱରଚିତ କବିତା ଆବୃତ୍ତି କରି ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସଂସଦର ପ୍ରତିଷ୍ଠାତା ତଥା ସମ୍ପାଦକ ପ୍ରହ୍ଲାଦ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ କବିତା ପାଠୋତ୍ସବରେ ବାଣୀପୁତ୍ର କୁଳମଣି ବାରିକ ସଭାପତିତ୍ୱ କରିଥିଲେ। ଦ୍ବିତୀୟ ଅଧିବେଶନରେ ଆୟୋଜିତ ଉତ୍ସବରେ…
Author: bmcnews
ବୋଲଗଡ଼ ; ତା-୩୧/୦୧ (ବିଏମସି ଟିଭି ଓଡ଼ିଆ ) ବୋଲଗଡ଼ ଶିକ୍ଷାବ୍ଲକ ଅନ୍ତର୍ଗତ ପିଚୁକୁଳିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତାପସ କୁମାର ଦ୍ବିବେଦୀଙ୍କ ଆବାହକତ୍ୱରେ ବିଦ୍ୟାଳୟ ପରିସରରେ ଶନିବାର ଦିନ ୪ର୍ଥ ବାର୍ଷିକ ଉତ୍ସବ “ସୃଜନିକା” ମହାଆଡମ୍ବର ସହକାରେ ପାଳିତ ହୋଉଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ଦ୍ବିବେଦୀଙ୍କ ଅଧ୍ୟକ୍ଷତlରେ ମୁଖ୍ୟଅତିଥି ଭାବେ ବୋଲଗଡ଼ -ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟ ବକ୍ତାଭାବେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଓ ଶିକ୍ଷକ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ତାପସ କୁମାର ନାୟକ, ସ୍ୱତନ୍ତ୍ର ଅତିଥିଭାବେ କୃଷକ ଶିକ୍ଷା ପ୍ରତିଷ୍ଠାନର ନିର୍ଦେଶକ ବୃନ୍ଦାବନ ଶତପଥି ଓ ସମ୍ମାନିତ ଅତିଥିଭାବେବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ,ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘର ସମ୍ପାଦକ ନିରଞ୍ଜନ ମହାନ୍ତି, ଗୋପାଳପୁର ସରପଞ୍ଚ ପ୍ରଦୀପ କୁମାର ବାରିକ ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ସମିତି ସମ୍ପାଦକ ପବିତ୍ର ମୋହନ ମାଝୀ ପ୍ରମୁଖ ଯୋଗଦେଇ ଜଗତରନାଥ ଶ୍ରୀଜଗନ୍ନାଥଙ୍କ…
ବେଗୁନିଆ ; ତା-୨୯/୦୧ ( ବିଏମସି ଟିଭି ଓଡ଼ିଆ) ଖୋଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡ଼ାଡିହ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ରାଣୀ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତା ଭାବେ ବିଦ୍ୟାଳୟ ପୋଷ୍ୟ କର୍ତ୍ତ୍ରୀ ବାଉରୀ ଶ୍ରୀଚନ୍ଦନ, ସମ୍ମାନିତ ଅତିଥି ଭାବେ ବେଗୁନିଆ ର ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ସେଠୀ, ସରପଞ୍ଚ ଲତା ସେଠୀ, ଏସଏମସି ଅଧ୍ୟକ୍ଷ ଚନ୍ଦ୍ର ଶେଖର ସ୍ଵାଇଁ, ପଞ୍ଚ ସଖା ଶିକ୍ଷା ସେତୁ ସଭାପତି ଭୁବନାନନ୍ଦ ମହାନ୍ତି, ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦାଶରଥୀ ପ୍ରଧାନ ଆଦି ଯୋଗ ଦେଇ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପିଲାମାନଙ୍କର ସୃଜନଶୀଳତା ଉଦ୍ରେକ କରିବାରେ ସହାୟକ…
ବୋଲଗଡ ; ତା-୩୦/୦୧ (ବିଏମସି ଟିଭି ଓଡ଼ିଆ) ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ସାନପଦର ସ୍ଥିତ ଭକ୍ତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ୪୩ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ବେହେରାଙ୍କ ସଭାପତିତ୍ୱରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତାଭାବେ ବୋଲଗଡ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଓ ସମ୍ମାନିତ ଅତିଥିଭାବେ ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ,ସମିତି ସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର, ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ଖଟେଇ,ପୂର୍ବତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଛୋଟରାୟ,ପ୍ରତିଷ୍ଠାତା ସଭ୍ୟ ରାଜକିଶୋର ବ୍ରହ୍ମା, ତ୍ରିଲୋଚନ ମହାନ୍ତି, ବୈକୁଣ୍ଠ ଚରଣ ନାୟକ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ରାମ ଚନ୍ଦ୍ର ନାୟକ,ପୂର୍ବତନ ପ୍ରଧାନ ଶିକ୍ଷକ ଯୋଗିନାଥ ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ସିଂହ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଶାନ୍ତି ମହାପାତ୍ର ପ୍ରମୁଖ…
ନୂଆଦିଲ୍ଲୀ ; ତା-୨୯/୦୧ ( ବିଏମସି ଟିଭି ଓଡ଼ିଆ) ଟି-୨୦ ବିଶ୍ବକପ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ଭାରତ ଟି-୨୦ ବିଶ୍ବକପ ୨୦୨୬ରେ ଟାଇଟଲ ଜିତିବାର ପ୍ରବଳ ଦାବିଦାର ଭାବେ ଉଭା ହେବ । ବିଶ୍ବର ଏକ ନମ୍ବର ଟିମ ଗତ ୧ ବର୍ଷ ଧରି ଶାନଦାର ଫର୍ମରେ ରହିଛି । ତେଣୁ ଭାରତୀୟ ଦଳ ସହଜରେ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିବ ବୋଲି ଆଶା କରାଯାଉଛି । ପୂର୍ବ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟିମ୍ ଇଣ୍ଡିଆକୁ ଚେତାଇ ଦେଇଛନ୍ତି କି, ଭାରତ ପାଇଁ ବିଶ୍ବକପର ରାସ୍ତା ସହଜ ହୋଇନପାରେ । ଦଳକୁ କିଛି ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ ।ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତର ସବୁଠାରୁ ବଡ଼ ଚ୍ୟାଲେଞ୍ଜକୁ ନେଇ ରୋହିତ ନିଜର ମତାମତ ରଖିଛନ୍ତି । ଟିମ୍ ମ୍ୟାନେଜମେଣ୍ଟ ଆଗରେ ଏହା ଏକ ବଡ଼ ପ୍ରଶ୍ନ ହେବ ଯେ, କୁଳଦୀପ ଯାଦବ…
ବୋଲଗଡ଼ ; ତା-୨୯/୦୧ (ବିଏମସି ଟିଭି ଓଡ଼ିଆ) ଖୋଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ବଡକୁମାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡିହଖଉରୁଣୀ ଗ୍ରାମର ଗରିବ ଖଟିଖିଆ ଦିନ ମଜୁରିଆ ଚାଷୀ ଧରମୁ ଛୁଆଳସିଂହଙ୍କ ୫୬ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥାଇ ଗତ କାଲି ମୃତ୍ଯୁବରଣ କରିଅଛନ୍ତି। ମୃତ୍ଯୁଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ମମତା ଛୁଆଳସିଂହ (୪୩) ଓ ଏକ ମାତ୍ର ପୁତ୍ର ସାନ୍ତାନୁ ଛୁଆଳସିଂହ (୨୦) ରହିଥିଲେ। ମୃତ୍ୟୁର ଖବର ପାଇ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦ୍ଦେଶକ ତଥା ସମାଜସେବୀ ପ୍ରକାଶ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ ଡିହଖ ଉରୁଣୀ ସେବା ସମବାୟ ବ୍ୟାଙ୍କର ସଭାପତି ବେଲାଳସେନ ବଳିଆରସିଂହ, ସମ୍ପାଦକ ଲକ୍ଷ୍ମୀଧର ଷଣ୍ଢ ଓ ପିଅନ ପିଙ୍କନ ମାଝି ପ୍ରମୁଖ ଚାଷୀଙ୍କ ଘରକୁ ଯାଇ ବିନା ସୁଧରେ କୃଷିଊଣ ସହାୟତା ଯୋଗାଇ ଦେଇଅଛନ୍ତି। ମୃତ ଚାଷୀ ଧରମୁ ଛୁଆଳସିଂହ ଡିହଖଉରୁଣୀ ସେବା ସମବାୟ ସମିତିରେ ଧାନ ମଣ୍ଡିରେ ଧାନ ଦେବାପାଇଁ…
ନୂଆଦିଲ୍ଲୀ ; ତା-୨୯/୦୧ ( ବିଏମସି ଟିଭି ଓଡ଼ିଆ) ଆସନ୍ତା ମାସ ଇସ୍ରାଏଲ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଏନେଇ ଛାନିଆ ରେ ପାକିସ୍ତାନ । ଆସନ୍ତା ମାସ ୨୭-୨୮ରେ ଇସ୍ରାଏଲ୍ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଯଦି ଏହା ହୁଏ,ଏହା ତାଙ୍କର ତୃତୀୟ କାର୍ଯ୍ୟକାଳରେ ଏବଂ ୨୦୧୭ରେ ପରେ ମୋଦି ପ୍ରଥମଥର ପାଇଁ ଇସ୍ରାଏଲ ଗସ୍ତ କରିବେ। ପାଖାପାଖି ନଅ ବର୍ଷ ପରେ ଏହା ତାଙ୍କର ପ୍ରଥମ ଯାତ୍ରା। ଏହି ଗସ୍ତର ଉଦ୍ଦେଶ୍ୟ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବ ବୋଲି ବିଶ୍ୱାସ କରାଯାଉଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ଏହି ଗସ୍ତ ହେଉଛି। ପ୍ରତିରକ୍ଷା, ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଓ ଆତଙ୍କବାଦ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ମଧ୍ୟପ୍ରାଚ୍ୟର ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଏହି ଗସ୍ତକୁ ଭାରତର ବୈଦେଶିକ ନୀତି…
କଟକ ; ତା-୨୯/୦୧ ( ବିଏମସି ଟିଭି ଓଡ଼ିଆ) ଭିଜିଲାନ୍ସ ଜାଲରେ ଏସସିବି ମେଡିକାଲର ଡାକ୍ତର ସନାତନ ବେହେରା। ହେପାଟୋଲୋଜି ବିଭାଗକୁ ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ଲାଞ୍ଚ ନେବା ସମୟରେ ଧରାପଡିଲେ ଡାକ୍ତର ସନାତନ । ଗୁରୁବାର ଅପରାହ୍ନରେ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସନାତନ ବେହେରାଙ୍କୁ କଟକର କାଠଗୋଲାସାହି-ମେଡିକାଲ ରୋଡରେ ଓଡ଼ିଶା ଭିଜିଲାନ୍ସର ଏକ ଦଳ ଦ୍ୱାରା ଅଟକାଇ ଦିଆଯାଇଥିଲା। ତାଙ୍କ ନିକଟରୁ ୨,୬୩,୦୦୦ ଟଙ୍କା ସନ୍ଦେହଜନକ ନଗଦ ଅର୍ଥ ଜବତ କରାଯାଇଛି। ହେପାଟୋଲୋଜି ବିଭାଗର ସହକାରୀ ପ୍ରଫେସର ଥିବା ବେହେରା ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରୁଥିଲେ। ଏନେଇ ଭିଜିଲାନ୍ସ ପାଖରେ ବିଶ୍ୱସ୍ତ ସୂଚନା ରହିଥିଲା। ଗୁରୁବାର ଡାକ୍ତର ବେହେରା ନିଜ ସ୍କୁଟିରେ ସରକାରୀ ବାସଭବନକୁ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇଥିଲା। ତଲାସି ବେଳେ ତାଙ୍କ…
ଖଣ୍ଡପଡ଼ା ; ତା-୨୫/୦୧ ( ବିଏମସି ଟିଭି ଓଡ଼ିଆ) ଖଣ୍ଡପଡ଼ା ମହୋତ୍ସବ ପଡିଆରେ ଗତ ୩ଦିନ ଧରି ଚାଲିଥିବା ପ୍ରଥମ ସାମନ୍ତ ମହୋତ୍ସବ ରବିବାର ସଂନ୍ଧ୍ଯାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଂନ୍ଧ୍ଯା ବେଶ ଚିତାକର୍ଷକ ହେବା ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଞ୍ଚ ତଳେ ବାନ୍ଧି ରଖିଥିଲା। ସଂନ୍ଧ୍ୟାରେ ଆୟୋଜିତ ସଭାରେ ସାମନ୍ତ ମହୋତ୍ସବ କମିଟିର ମୂଖ୍ଯ ପୁରୋଧା ତଥା ଯୁବ ସମାଜସେବୀ ବିଧାନ ଚନ୍ଦ୍ର ପ୍ରଧାନ ପୌରହିତ୍ଯ କରିଥିଲେ। ମୁଖ୍ୟ ଅତିଥି ଭାବେ ନୟାଗଡ଼ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ,ସମ୍ମାନିତ ଅତିଥି ଭାବେ ଖଣ୍ତପଡା ଏନଏସି ଅଧକ୍ଷା ଆରତୀ ପ୍ରଧାନ,ମହୋତ୍ସବ କମିଟିର ସଭାପତି ଗିରିଜା ପ୍ରସାଦ ମିଶ୍ର,ଯୁବ ଇଞ୍ଜିନିୟର ପ୍ରଦ୍ୟୁମ୍ନ କୁମାର ସିଂହ ସାମନ୍ତ,ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀଙ୍କ ସମେତ ମହୋତ୍ସବ କମିଟିର ସମ୍ପାଦକ ନାରାୟଣ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ସାମନ୍ତ ମହୋତ୍ସବ ସୁଦୁର…
ଭୁବନେଶ୍ବର ; ତା-୨୫/୦୧ ( ବିଏମସି ଟିଭି ଓଡ଼ିଆ) ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୭୭ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶ ଓ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ରାଷ୍ଟ୍ରପତି କହିଲେ ଯେ, ପୂର୍ବଜମାନେ ଆମକୁ ରାଷ୍ଟ୍ରୀୟ ସାଂସ୍କୃତିକ ଏକତା ଶିଖାଇଛନ୍ତି। ରାଷ୍ଟ୍ରର ନବନିର୍ମାଣରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।. ଜନସେବାରେ ଜନ ପ୍ରତିନିଧିମାନେ କାମ କରୁଛନ୍ତି, ମତଦାନରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।.ମହିଳା ସଶକ୍ତିକରଣର ଏହା ବରିଷ୍ଠ ଉଦାହରଣ। ଦେଶର ବିକାଶରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପାଉଛି ବୋଲି ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଏମସି ନ୍ୟୁଜ୍ ଓଡ଼ିଶା ।
ଖୋଦ୍ଧା/ ବୋଲଗଡ଼ ; ତା ୨୫/୦୧ (ବିଏମସି ଟିଭି ଓଡ଼ିଆ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ସ୍ୱକୀୟ ଉଦ୍ୟମକ୍ରମେ ଏବଂ ନୟାଗଡ଼ ସଦର ମହକୁମା ସ୍ଥିତ ବ୍ଳଡ ବ୍ୟାଙ୍କ ସହାୟତାରେ ପିଚୁକୁଳି ସ୍ଥିତ ଶ୍ରୀ ରଘୁନାଥ ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ପିଚୁକୁଳି ଗ୍ରାମ ପଞ୍ଚାୟତର ସରପଞ୍ଚ ଜୟନ୍ତୀ ପ୍ରଧାନ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ। ରଣପୁର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସକ ଡଃ ଆଶିର୍ବାଦ ବେହେରା, ରକ୍ତ ବ୍ୟାଙ୍କ ର ଉପଦେଷ୍ଟା ଅଜୟ କୁମାର ପଟ୍ଟନାୟକ , ସରୋଜ କୁମାର ସାହୁ, ମାନସ ବେହେରା,ସଞ୍ଜିବ ପ୍ରଧାନ,ଅଶୋକା ନାୟକ, ରଞ୍ଜିତା ସାଥୁଆ, ପଞ୍ଚୁ ଦଳେଇ,ସବ୍ଦାର ମଲ୍ଲିକ ସମାଜସେବୀ ପବିତ୍ର ମୋହନ ସାହୁଙ୍କ ସହାୟତାରେ ୫୪ୟୁନିଟ୍ ରକ୍ତ ସ°ଗୃହୀତ ହେଲା। ସ୍ଥାନୀୟ ଜନପ୍ରତିନିଧି , ଯୁବଗୋଷ୍ଠୀ ତଥା ବାଙ୍କୋଇ…
ଭୁବନେଶ୍ୱର ; ତା-୨୪/୧୦ ( ବିଏମସି ଟିଭି ଓଡ଼ିଆ) ତମାଖୁ ଜାତୀୟ ଖାଉଟି ସାମଗ୍ରୀର କାରବାର ଉପରେ ଚାରି ଦିନ ପୂର୍ବେ ସ୍ବାସ୍ଥ୍ୟ ବିଭାଗ କଠୋର କଟକଣା ଲଗାଇଛି। ପୂର୍ବରୁ ପ୍ରଚଳିତ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି। ରାତି ଅଧିଆ ଏସବୁ ସାମଗ୍ରୀର ମୂଲ୍ୟ ବଢ଼ି ଯାଇଛି। ସିଗାରେଟ, ଗୁଟ୍ଖା, ପାନ ମସଲା, ଜର୍ଦା, ଖଇନି, ନିକୋଟିନ୍ ଯୁକ୍ତ ସମସ୍ତ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବାଣିଜ୍ୟ ଓ ବିକ୍ରୟ ଉପରେ ୨୦୧୩ ମସିହାରୁ କଟକଣା ଜାରି କରାଯାଇଛି। ହେଲେ ଓଡ଼ିଶାର କୋଣ ଅନୁକୋଣରେ ତମାଖୁ ସାମଗ୍ରୀ ଖୋଲାଖୋଲି ବିକ୍ରି ହେଉଛି। କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ମାଦକ ଦ୍ରବ୍ୟର ବିକ୍ରି ଉପରେ ଅଙ୍କୁଶ ଦୂରେର ଥାଉ ଶିକ୍ଷାନୁଷ୍ଠାନ ଓ ଧାର୍ମିକ ସ୍ଥଳ ନିକଟରେ ଏହାର ବିକ୍ରି ବନ୍ଦ ହୋଇପାରି ନାହିଁ। ଓଲଟି ସରକାର ଏସବୁ ସାମଗ୍ରୀ ବିକ୍ରିରୁ ବର୍ଷକୁ ଦେଢ଼ ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ବ ପାଉଛନ୍ତି।…
