Author: bmcnews

ବିଏମସି ଟିଭି ଲାଇଫ୍ ଷ୍ଟାଇଲ ; ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା ଶରୀରରେ ଶର୍କରା ପରିମାଣ ସନ୍ତୁଳିତ ରହିଥାଏ। ଏହାବ୍ୟତୀତ ଶରୀରରେ ଶକ୍ତି ବୃଦ୍ଧି କରିଥାଏ। ଏଥିରେ ପୋଟାସିୟମ୍‌ ଓ କ୍ୟାଲ୍‌ସିୟମ ଥିବାରୁ ଏହା ଦାନ୍ତ ଓ ଦାନ୍ତମାଢ଼ିକୁ ନଷ୍ଟ ହେବାରୁ ରକ୍ଷା କରିଥାଏ। ଆଖୁରସ ପିଇବା ଦ୍ୱାରା ଖାଦ୍ୟ ହଜମ ଠିକ୍‌ ଭାବେ ହୋଇଥାଏ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ପାକସ୍ଥଳୀ ସଂକ୍ରମଣ ଆଶଙ୍କାକୁ ମଧ୍ୟ କେତେକାଂଶରେ ଦୂର କରିଥାଏ। ଅସ୍ଥି ଏବଂ ମାଂସପେଶୀକୁ ମଜଭୁତ କରିଥାଏ। ଆଖୁ ରସରେ ଭିଟାମିନ୍‌-ସି ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ବାହ୍ୟ ଜୀବାଣୁ ଆକ୍ରମଣରୁ ମଧ୍ୟ ଏହା ରକ୍ଷା କରିଥାଏ। ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା ବେଶ୍‌ ଉପକାରୀ। ବିଏମସି ନ୍ୟୁଜ୍ ଓଡି଼ଶା ।

Read More

ମୁମ୍ବାଇ, ତା-୩୦/୦୩ ( ବିଏମସି ଟିଭି ଓଡ଼ିଆ) କିଛି ଦିନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫେରାରି (Ferrari 12Cilindri) କିଣିଛନ୍ତି। ଏହାର ମୂଲ୍ୟ ୧୨ କୋଟି ବୋଲି ଜଣାପଡ଼ିଛି। ଏବେ ତାଙ୍କ କାର କଲେକ୍ସନରେ ଆଉ ଏକ ମହଙ୍ଗା ଗାଡ଼ି ଯୋଡି ହୋଇଛି। ସେ ଏକ ମର୍ସିଡିଜ-ବେଞ୍ଜ V-କ୍ଲାସ କିଣିଛନ୍ତି। ପାଣ୍ଡ୍ୟା ତାଙ୍କ ପ୍ରେମିକା ମାହିକା ଶର୍ମାଙ୍କ ସହିତ କାର୍‌ ଚାବି ଗ୍ରହଣ କରୁଥିବାର ଦେଖାଯାଉଛି। ’ଅଟୋ ହ୍ୟାଙ୍ଗର୍‌’ ପକ୍ଷରୁ ଇନଷ୍ଟାଗ୍ରାମରେ ଷେୟାର କରାଯାଇଥିବା ଏକ ପୋଷ୍ଟରେ ଲେଖାଯାଇଛି: ଅଟୋ ହ୍ୟାଙ୍ଗର୍‌ ଗର୍ବର ସହିତ ଭାରତର ପ୍ରଥମ ମର୍ସିଡିଜ-ବେଞ୍ଜ V-କ୍ଲାସ ହାର୍ଦ୍ଦିକ ଏବଂ ମାହିକାଙ୍କୁ ହସ୍ତାନ୍ତର କରୁଛି। ପାଣ୍ଡ୍ୟା ଏହି ଗାଡ଼ି ତାଙ୍କ ପ୍ରେମିକା ମାହିକାଙ୍କୁ ଉପହାର ଦେଇଥିବା ଚର୍ଚ୍ଚା ହେଉଛି। ଚଳିତ ମାସ ଆରମ୍ଭରେ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଫେରାରି ଘରକୁ ଆଣିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା କିଣାଯାଇଥିବା ମର୍ସିଡିଜ-ବେଞ୍ଜ V-କ୍ଲାସ ପାଇଁ ଭାରତରେ ଏକ୍ସ-ଶୋ’ରୁମ ମୂଲ୍ୟ…

Read More

ବଲାଙ୍ଗିର ; ତା-୨୮/୦୩ (ବିଏମସି ଟିଭି ଓଡ଼ିଆ) ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିର ସହରବାସୀଙ୍କୁ ଶୁଦ୍ଧ ଓ ଶୀତଳ ପାନୀୟ ଜଳ ଯୋଗାଇଦେବା ପାଇଁ ‘ସହଯୋଗ ଫାଉଣ୍ଡେସନ’ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ସନ୍ଧ୍ୟାରେ ସହରର ଟାଉନ ପୋଲିସ୍ ଷ୍ଟେସନ୍ ପ୍ରାଙ୍ଗଣରେ ଶୀତଳ ଧାରା – ର ଭବ୍ୟ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରପାଳିକା ଅଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏସ୍‌.ଡି.ପି.ଓ. ସରୋଜ ଉପାଧ୍ୟାୟ ଏବଂ ବିଶିଷ୍ଟ ଅତିଥି ଭାବେ ଟାଉନ ଥାନା ଆଇ.ଆଇ.ସି. ଅବନୀ ସାହୁ ଉପସ୍ଥିତ ରହି ସଂସ୍ଥାର ଏହି ମାନବୀୟ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଅତିଥିମାନେ ସେମାନଙ୍କ ଅଭିଭାଷଣରେ କହିଥିଲେ ଯେ, ଖରାଦିନେ ପଥଚାରୀ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ପାଣି ମୁନ୍ଦେ ଯୋଗାଇଦେବା ସବୁଠାରୁ ବଡ଼…

Read More

ବନ୍ଧୁଗାଁ ; ତା-୨୯/୦୩ ( ବିଏମସି ଟିଭି ଓଡ଼ିଆ) ମାର୍ଚ୍ଚ ୨୯ ତାରିଖ ଅର୍ଥାତ୍ ଆଜିର ଦିନରେ ଆମ ଓଡିଶାର ବୀର କ୍ଷେତ୍ରୀୟ ଭାବରେ ଓଡିଶା ମାଟି ପାଇଁ ଲଢେ଼ଇ କରି ଓଡ଼ିଶା ରାଜ୍ୟକୁ ଓଡ଼ିଆ ଲୋକଙ୍କ ସ୍ମୃତି ଓ ଅବିଳାସକୁ ପରିପୂର୍ଣ୍ଣ ଭାବରେ ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ଓଡିଶା ରାଜ୍ୟରେ ନାମିତ କରିବା ପାଇଁ ନିଜର ଜୀବନକୁ ତ୍ୟାଗ କରିଦେଇଥିଲେ । ତାଙ୍କର ଜୀବନକୁ ଓଡ଼ିଆଙ୍କ ଗୌରବ ପାଇଁ ନିଜର ଜୀବନକୁ ବଳିଦାନ ଦେଇଥିବା ଯୋଗୁଁ ଆଜି ସାରା ଓଡିଶାରେ ଏହି ମହାନ ବ୍ୟକ୍ତି ଲକ୍ଷ୍ମଣ ନାୟକଙ୍କ ଫାସୀ ଦିବସ ପାଳନ କରିଥିବା ବେଳେ ସେଥିରୁ ବାଦ ପଡିନାହିଁ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ଠାରେ ମଧ୍ୟ ଅମର ସହିଦ ଲକ୍ଷ୍ମଣ ନାୟକଙ୍କ ୮୩ ତମ ଫାଶୀ ଦିବସ ଭାବରେ ଆଜି ବନ୍ଧୁଗାଁ ବ୍ଲକର ଆଦିବାସି ଚାଷୀ ମୁଲିଆ ସଙ୍ଘ ତରଫରୁ ତାଙ୍କ ଅମର ଆତ୍ମା ର ଶାନ୍ତି ସକାଶେ…

Read More

ପାଟଣା ; ତା-୨୮/୦୩ ( ବିଏମସି ଟିଭି ଓଡ଼ିଆ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମରେ ୨୬ ରୁ ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଯାଇଛି । ନାମଯଜ୍ଞ ପୂର୍ବରୁ ଗ୍ରାମ ନିକଟରେ ଥିବା ନାଳକୁ ଯାଇ ସେଠାରେ ପୂଜାର୍ଚ୍ଚନା କରି କଳସରେ ପାଣି ଆଣି ଭଜନ କୀର୍ତ୍ତନ ସହ ଗ୍ରାମରେ କଳସୀ ଯାତ୍ରା କରା ଯାଇଥିଲା। ଏହାପରେ ଏହି କଳସ ଯାତ୍ରା ନାମଯଜ୍ଞ ମଣ୍ଡପରେ ପହଞ୍ଚି ଥିଲା। ଏହି ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ଗୁଳୁଦିପଶି ଗ୍ରାମରେ ଦୀର୍ଘ ବର୍ଷ ଧରି ହୋଇ ଆସୁଛି । ଏହି ନାମ ଯଜ୍ଞରେ ପୂଜକ ଭାବେ ତରୁଣ କୁମାର ତ୍ରିପାଠୀ ପୂଜାର୍ଚ୍ଚନା କରୁଥିବାବେଳେ କର୍ତ୍ତା ଭାବେ ନିରଞ୍ଜନ ବାରିକ୍, ରଘୁ ଦେହୁରୀ, ଜୟକୃଷ୍ଣ ବାରିକ୍, ପଶୁନ ବାରିକ୍, ଡ୍ରାଇଭ୍ ଦାସ ପ୍ରମୁଖ ସମ୍ପାଦନ କରୁଛନ୍ତି । ଏହି ଚବିଶ ପ୍ରହର ନାମଯଜ୍ଞ ରେ ଯୋଗ…

Read More

ନୂଆଦିଲ୍ଲୀ; ତା-୨୭/୦୩ ( ବିଏମସି ଟିଭି ଓଡ଼ିଆ ) ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ପରେ ଦେଶ ମଧ୍ୟରେ ଉପୁଜିଥିବା ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଯୋଗାଣ ସମ୍ୱନ୍ଧୀୟ ସମସ୍ୟାଗୁଡ଼ିକର ସମୀକ୍ଷା ଏବଂ ରଣନୀତି ପ୍ରସ୍ତୁତ କରିବା। ବୈଠକ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ ଦେଶବ୍ୟାପୀ ଲକଡାଉନ ଲାଗୁ କରାଯିବ ନାହିଁ। ଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲ ସହିତ ଜଡିତ ସଂଘର୍ଷର ପ୍ରଭାବ ଭାରତ ସମେତ ବିଶ୍ୱବ୍ୟାପୀ ପଡ଼ିଥିବା ବେଳେ, ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ ଯେ, ଏହି ଚ୍ୟାଲେଞ୍ଜ ସତ୍ତ୍ୱେ, ଲକଡାଉନ ଲାଗୁ କରିବା ଭଳି କଠୋର ପଦକ୍ଷେପ ନେବାର କୌଣସି ଆବଶ୍ୟକତା ନାହିଁ।ପଶ୍ଚିମ ଏସିଆର ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ…

Read More

ବାଲିମେଳା ; ତା-୨୬/୦୩ (ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ଠାରେ ଥିବା ପୁରାତନ ମନ୍ଦିର ମା ଦଣ୍ଡକାଳୀ ଙ୍କ ଝାମଯାତ୍ରା ବା ଦଣ୍ଡଯାତ୍ରା ପାଇଁ ଆଜି ବେଲ ବରଣ କରି ଶୁଭ ଖୁଣ୍ଟ ମା ଦଣ୍ଡକାଳୀ ମନ୍ଦିର ରେ ସ୍ଥାପନ କରାଯାଇଅଛି । ଘଣ୍ଟ ଢୋଲ ସାଙ୍ଗକୁ ମହୁରୀର ତାଳେ ତାଳେ ସହର ପରିକ୍ରମା କରି ଶୁଭ ଖୁଣ୍ଟ ଅଣାଗଲା । ଆସନ୍ତା ମାସ ଏପ୍ରିଲ ୨ ତାରିଖ ରେ ମାଙ୍କ ଦଣ୍ଡଯାତ୍ରା ବାହାରି ଅବିଭକ୍ତ କୋରାପୁଟ ଜିଲ୍ଲା ର ଗୋବିନ୍ଦପାଲି, ବୌପାରିଗୁଡ଼ା,ସୁନାବେଢ଼ା,ଦାମନଯୋଡି, ବୋରିଗୁମ୍ମା ଓ ପାପଡ଼ାହଣ୍ଡି ବିଭିନ୍ନ ସହର ଯାତ୍ରା କରିବା ପରେ ସ୍ଥାନୀୟ ବାଲିମେଳା ସହରରେ ଏପ୍ରିଲ ୧୩ତାରିଖ ଦିନ ପଣା ସଂକ୍ରାନ୍ତି ଦିନ ଦଣ୍ଡ ଯାତ୍ରା ଉଦଯାପନ ହେବ । ଏହି ଦଣ୍ଡ ଯାତ୍ରା ଗଞ୍ଜାମ ରୀତି ନୀତି ଅନଯାୟୀ ଅନୁଷ୍ଠିତ ହୋଇ ଆସୁଅଛି । ଦଣ୍ଡ ଯାତ୍ରା ର ସଭାପତି ଭାବେ ଗଜେନ୍ଦ୍ର…

Read More

ଖୋଦ୍ଧା / ବେଗୁନିଆ , ତା-୨୫ / ୦୩ ( ବିଏମସି ଟିଭି ଓଡ଼ିଆ ) ଆମ ସଂସ୍କୃତି ପରମ୍ପରା ବିଶ୍ଵରେ ନିଆରା | ଏଠାରେ ବାର ମାସରେ ତେର ପର୍ବ ପାଳନ ହୁଏ। ଆମ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ମଲ୍ଲିପଦର ଗ୍ରାମରେ ଆୟୋଜିତ ହୋଇ ଆସୁଛି ‘ଆମ ଗାଁ’ ମହୋତ୍ସବ ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଚଳିତ ବର୍ଷ ୮ ବର୍ଷରେ ପହଞ୍ଚିଛି। ଅଞ୍ଚଳର ଲୁକାୟିତ ପ୍ରତିଭାମାନଙ୍କୁ ଲୋକଲୋଚଙ୍କୁ ଆଣିବା ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟ ସଂସ୍କୃତି ବିଭାଗ ଓ ଇଷ୍ଟର୍ଣ୍ଣ ଜୋନାଲ କଲଚରାଲ ସେଣ୍ଟର୍ କୋଲକାତା ସହଯୋଗରେ ଆୟୋଜିତ ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ କମିଟି ଉପସଭାପତି କୁଞ୍ଜବିହାରୀ ମହାପାତ୍ର ପୌରୋହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗ ଦେଇ ମହୋତ୍ସବକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।…

Read More

ଖୋର୍ଦ୍ଧା/ ବୋଲଗଡ ; ତା-୨୩/୦୩ ( ବିଏମସି ଟିଭି ଓଡ଼ିଆ) ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଧଳାପଥର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ “ପଲ୍ଲୀରେ ଜିଲ୍ଲା ପ୍ରଶାସନିକ ଜନଶୁଣାଣି କରି ଜନ ସାଧାରଣ ମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣି କରିଛନ୍ତି। ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ବିଧାୟକ, ବେଗୁନିଆ ପ୍ରଦୀପ କୁମାର ସାହୁ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ , ଉପ ଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ଆସିଷ୍ଟାଣ୍ଟ କଲେକ୍ଟର, ଅଭିଯୋଗ, ଭୁବନେଶ୍ଵରୀ କଅଁର , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଯୋଗଦେଇଥିଲେ। ଆଜିର ଅଭିଯୋଗ ଶୁଣାଣି ରେ ମୋଟ ୯୭ ଗୋଟି ଅଭିଯୋଗ ଆସିଥିବାବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୮୧ ଗୋଟି ଏବଂ ଗ୍ରାମୀଣ ସମସ୍ୟା ଜନିତ…

Read More

ବୋଲଗଡ ; ତା-୨୩/୦୩ (ବିଏମସି ଟିଭି ଓଡ଼ିଆ ) ବୋଲଗଡ ବ୍ଲକ ବଡ଼ କୁମାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିକେଶର ଗ୍ରାମର ଯୁବକ ସଂଘ ଓ ଗ୍ରାମ ବାସୀମାନଙ୍କର ମିଳିତ ଆନୁକୂଲ୍ୟରେ ଚତୁର୍ଥ ବର୍ଷ ଗାଁ ମହୋତ୍ସବ ହରିକେଶର ଆଜି ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ବରିଷ୍ଠ ସମାଜ ସେବୀ ପ୍ରକାଶ ଚନ୍ଦ୍ର ରାଉତରାୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ପ୍ରଧାନ , ମୁଖ୍ୟ ବକ୍ତାଭାବେ ୨୬ନମ୍ବର ଜୋନର ଜିଲ୍ଲାପରିଷଦର ସଭ୍ୟ ସୁବାଷ ଭଲଚନ୍ଦ୍ର ରାୟଗୁରୁ ଓ ସମ୍ମାନିତ ଅତିଥିଭାବେ ସାମ୍ବାଦିକ ସଙ୍ଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଦେବବ୍ରତ ହୋତା ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ ଚନ୍ଦନ ଓ ଧୂପ ଦୀପ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ । ମହୋତ୍ସବର ପ୍ରାରମ୍ଭରେ ବୈଂଶୀଧର ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସଭାପତି ପ୍ରକାଶ ଚନ୍ଦ୍ର ରାଉତରାୟ…

Read More

ଡମପଡା ; ତା-୨୩/୦୩ ( ବିଏମସି ଟିଭି ଓଡ଼ିଆ) ଆଜି ଡମପଡା ବ୍ଲକ ଅଧିନସ୍ଥ ଜାତମୁଣ୍ଡିଆ ପଞ୍ଚାୟତ ଭବନ ଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଙ୍କୀ ବ୍ଲକର ଜନସାଧାରଣ ଯୋଗଦେଇ ନିଜ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ବିଭିନ୍ନ ଅଭିଯୋଗ ମଧ୍ୟରେ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା, କୃଷି,ରାଜସ୍ଵ, ଫୌଜଦାରୀ, ସ୍ୱାସ୍ଥ୍ୟ, ଶିକ୍ଷା,ପ୍ରଭୁତି ବିଭିନ୍ନ ସମସ୍ୟା ସମ୍ପକିତ ମୋଟ ୧୬୬ ଟି ଅଭିଯୋଗର ଶୁଣାଣୀ କରି ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦେଶ ପ୍ରଦାନ କରିଥିଲେ। ଉକ୍ତ ଅଭିଯୋଗ ଶୁଣାଣି ଶିବିରରେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ବିନିତ୍ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ କମଳଜିତ୍ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ…

Read More

ଯାଜପୁର /କଳିଙ୍ଗନଗର, ତା.୨୧/୦୩ ( ବିଏମସି ଟିଭି ଓଡ଼ିଆ) ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ)ରେ ଏହାର କଳିଙ୍ଗନଗର ପ୍ଲାଣ୍ଟ ପରିସରରେ ଶିଳ୍ପ ସୁରକ୍ଷା ଏବଂ ଜରୁରୀକାଳୀନ ସତର୍କତା ପାଇଁ ମହଜୁଦ ଥିବା ପ୍ରସ୍ତୁତି ପରଖିବା ଏବଂ ଅଧିକ ଉନ୍ନତ କରିବା ପାଇଁ ଏକ ପୂର୍ଣ୍ଣକାଳୀନ ଅନ୍-ସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କୋଇଲା ଏବଂ ବାଇ-ପ୍ରୋଡକ୍ଟ ପ୍ଲାଣ୍ଟର ‘ଟାର୍ ଷ୍ଟୋରେଜ୍’ ଅଞ୍ଚଳରେ ନିଆଁ ଲାଗିଲେ କିପରି ଉଦ୍ଧାର କରାଯିବ, ସେଥିପାଇଁ ଏକ ମିଳିତ ଅଭ୍ୟାସ କରାଯାଇଥିଲା। ଏହି ମକ୍ ଡ୍ରିଲ୍ ଯାଜପୁର ଜୋନ୍‌ର କାରଖାନା ଏବଂ ବଏଲର ସହକାରୀ ନିର୍ଦ୍ଦେଶକ ଗଣେଶ୍ୱର ମାର୍ଡିଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଏବଂ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟ ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ଦାନଗଦୀର ଅଗ୍ନିଶମ କେନ୍ଦ୍ର ଅଧିକାରୀ ସୁରେଶ କୁମାର ଜେନାଙ୍କ ସମେତ ଆଭ୍ୟନ୍ତରୀଣ ସୁରକ୍ଷା ନେତୃତ୍ୱ ବୃନ୍ଦ ଅଂଶଗ୍ରହଣ କରିଥିଲେ। ଏହି ମକ୍ ଡ୍ରିଲର ମୁଖ୍ୟ ଉଦ୍ଦେଶ୍ୟ…

Read More