Author: bmcnews

ନୁଆଦିଲ୍ଲୀ ; ତା-୨୩/୦୧ ( ବିଏମସି ଟିଭି ଓଡ଼ିଆ) ୨୦୨୭ ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଗୁରୁବାର ଜାରି ହୋଇଥିବା ଏହି ବିଜ୍ଞପ୍ତିରେ, ଜନଗଣନା ସମୟରେ ପଚରାଯିବାକୁ ଥିବା ପ୍ରଶ୍ନ ବିଷୟରେ ଉଲ୍ଲେଖ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଏହି ବିଜ୍ଞପ୍ତି ଜାରି କରାଯାଇଛି। ଘର, ପରିବାର ସଦସ୍ୟ, ଗାଡ଼ି, ଆସବାବ ପତ୍ର ଭଳି ମୋଟ୍ ୩୩ଟି ପ୍ରଶ୍ନ ପଚରାଯିବା ନେଇ ବିଜ୍ଞପ୍ତିରେ କୁହାଯାଇଛି। ଜନଗଣନା ସମୟରେ ପରିବାର ମୁଖ୍ୟଙ୍କୁ ଏହି ୩୩ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ଏହା ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଜନଗଣନା ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ପ୍ରଥମ ପର୍ଯ୍ୟାୟ ଗଣନା ହେବ। ଏଥିରେ ବାସଗୃହ ତାଲିକାଭୁକ୍ତ ହେବ ଏବଂ ପ୍ରତି ଘର ବିଷୟରେ ତଥ୍ୟ ସଂଗ୍ରହ କରାଯିବ। ପରେ ଫେବ୍ରୁଆରି ୨୦୨୭ରୁ ଦ୍ବିତୀୟ ପର୍ଯ୍ୟାୟ ଗଣନା କରାଯିବ।…

Read More

ବୋଲଗଡ଼ ; ତା-୨୨/୦୧ (ବିଏମସି ଟିଭି ଓଡ଼ିଆ ) ବୋଲଗଡ଼ ବ୍ଳକ ଅନ୍ତର୍ଗତ ବଡ଼କୁମାରୀଠାରେ ଦ୍ବାଦଶ ପାଞ୍ଚଗଡ଼ ମହୋତ୍ସବ, ପାଇକ-୨୦୨୬ ଗୁରୁବାର ଦିନ ଶୀତୁଆ ସଂନ୍ଧ୍ଯାରେ ଉଦଘାଟିତ ହୋଇଛି। ମହୋତ୍ସବ ମାଧ୍ୟମରେ ସ୍ବେଛାକୃତ ରକ୍ତଦାନ, କଳା ସାଂସ୍କୃତିର ପ୍ରଚାର, ଅଞ୍ଚଳର ଗୌରବମୟ ଐତିହ୍ୟ ଆଦିର ପ୍ରଚାର ପ୍ରସାର ଓ ଶିକ୍ଷା ସଚେତନତା, ଯୁବ ସଶକ୍ତିକରଣକୁ ଅଗ୍ରାଧିକାର ଦେବା ସହିତ ସାମାଜିକ କୁସଂସ୍କାର, ଅନ୍ଧ ବିଶ୍ଵାସ ବିରୋଧରେ ସଚେତନତା ସୃଷ୍ଟି ପ୍ରୟାସରେ ଆଜି ପୂର୍ବାହ୍ନରେ ଏକ ବିଶାଳ ସାଇକେଲ ଶୋଭାଯାତ୍ରାରେ ବଡ଼କୁମାରୀ ଓ ବାଙ୍କୋଇ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମ ସ୍ବେଛାସେବୀ ଓ ଆୟୋଜକମାନେ ପରିକ୍ରମା କରିଥିଲେ। ସ୍ଥାନୀୟ ବଡ଼କୁମାରୀ ଗ୍ରାମସ୍ଥିତ ଶ୍ରୀଶ୍ରୀ ନୀଳକଣ୍ଠେଶ୍ବର ଦେବଙ୍କ ମନ୍ଦିର ସମ୍ମୁଖ ପଡିଆରେ ଏହି ମହୋତ୍ସବ ରାଡ଼ିଆଣ୍ଟ ଯୁଥ ଫୋରମ ଓ ପାଞ୍ଚଗଡ଼ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ହୋଇଛି। ଆବାହନୀ ସଂଗୀତର ତାଳେ ତାଳେ ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ଯୁଥ ଫୋରମର ଅଧ୍ୟକ୍ଷ ଡଃ…

Read More

ବୌଦ୍ଧ ; ତା-୧୯/୦୧ ( ବିଏମସି ଟିଭି ଓଡ଼ିଆ) ବୌଦ୍ଧ ଜିଲ୍ଲା ସଂଗ୍ରାହାଳୟ ଠାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କୌତୁକ ବେଶ ପୋଷାକ ପ୍ରତିଯୋଗିତା ର ବିଚାରକ ଭାବେ ଅଧ୍ୟାପକ, ପଞ୍ଚାୟତ ମହାବିଦ୍ୟାଳୟ, ବୌଦ୍ଧ ର ପ୍ରତାପ କୁମାର ରଥ, ସଭାପତି, ଜ଼ିଲ୍ଲା ଉନ୍ନୟନ ପରିଷଦ ଚିତ୍ତ ରଞ୍ଜନ ଦାଶ, ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶ୍ୟାମ ସୁନ୍ଦର ମହାପାତ୍ର ଯୋଗଦେଇ ଦାୟିତ୍ୱ ର ସହ ବିଚାର କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ଲେ ଗ୍ରୁପ ଠାରୁ ଦ୍ବିତୀୟ ଶ୍ରେଣୀ ପଯ୍ୟନ୍ତ ଶ୍ରେଣୀ ସ୍ତରୀୟ ପ୍ରତିଯୋଗିତା ରେ ଗୌରୀଶଙ୍କର ପବ୍ଲିକ ସ୍କୁଲ ର ସାଇ ଶ୍ରେୟାଂଶି ପ୍ରଧାନ – ପ୍ରଥମ, ବ୍ରାଇଟ ମାଇଣ୍ଡ ଡାଇମନସନ ସ୍କୁଲ ର ବଦ୍ରୀନାଥ ସାହୁ – ଦ୍ଵିତୀୟ ଓ ଶ୍ରେୟା ସୁହାନି ମଲ୍ଲିକ – ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ଦିବ୍ୟାନସି…

Read More

ବାଲିମେଳା ; ତା-୧୯/୦୧ ( ବିଏମସି ଟିଭି ଓଡ଼ିଆ) ବାଲିମେଳା ପି.ଏମ.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ନିମନ୍ତେ (ଏ-୧) ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ସ୍ବତନ୍ତ୍ର ଆବାସିକ ପ୍ରଶିକ୍ଷଣ ଜାନୁଆରୀ ୧୯ ତାରିଖ ରୁ ୨୪ ଜାନୁଆରି ପର୍ଯନ୍ତ୍ ହେବାକୁ ଥିବା ଆଜି ବିଦ୍ୟାଳୟ ପ୍ରାଙ୍ଗଣରେ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କୁ ନେଇ ସଚେତନ ଶିବିର ଅନୁଷ୍ଠିତ । ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ର ପୂର୍ବତନ ଛାତ୍ର ରାଜେନ୍ଦ୍ର କୁଲଦୀପ ସମ୍ମାନିତ ଅତିଥି ଭାବେ ଏମ.ଭି – ୨୭ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ନାୟକ, ନୀଳାଦ୍ରିନଗର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ବାଲିମେଳା ଉଚ୍ଚ ବିଦ୍ୟାଳୟ, ନୀଳାଦ୍ରି ନଗର ଉଚ୍ଚ ବିଦ୍ୟାଳୟ, ତାରାଳକୋଟା ଉଚ୍ଚ ବିଦ୍ୟାଳୟ, ବାଲିମେଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ…

Read More

ବୋଲଗଡ ; ତା-୧୭/୦୧ (ବିଏମସି ଟିଭି ଓଡ଼ିଆ ) ବୋଲଗଡ ଶିକ୍ଷା ବ୍ଲକ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ସାହୁଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ଜିଲ୍ଲା ମଙ୍ଗଳ ଅଧିକାରୀ ଡକ୍ଟର ଗୀତାଂଶୁ ମୋହନ ଦାଶ ଓ ମୁଖ୍ୟବକ୍ତା ଭାବେ ବୋଲଗଡ ବୋଲଗଡ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଓ ସମ୍ମାନିତ ଅତିଥିଭାବେ ବୋଲଗଡ ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ତାପସୀ ପ୍ରିୟଦର୍ଶିନୀ,ପୂର୍ବତନ ପ୍ରଧାନ ଶିକ୍ଷକ ଧ୍ରୁଵାନନ୍ଦ ନାୟକ,ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଭୂଷଣ ତ୍ରିପାଠୀ,ଶିକ୍ଷା ସେତୁ କମିଟି ସଭାପତି କୈଳାଶ ଛାଟୋଇ,ସ୍କୁଲ ପରିଚାଳନା କମିଟି ସଭାପତି ଭାରତୀ ନାୟକ, ଶିକ୍ଷାବିତ୍ ଲିଲି ମିଶ୍ର,ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ,ଚନ୍ଦନ ଧୂପ,ଦୀପ ଦେଇ ଏହାକୁ ଶୁଭ ଉଦଘାଟନ…

Read More

ବଲାଙ୍ଗିର / ପାଟଣାଗଡ଼ ; ତା-୧୭/୦୧ ( ବିଏମସି ଟିଭି ଓଡ଼ିଆ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଦାନ୍ଦ୍ରାବହାଲ ହାଇସ୍କୁଲ ଘଟଣା କେବଳ ଗୋଟିଏ ଗାଁ କିମ୍ବା ଗୋଟିଏ ସ୍କୁଲର ସମସ୍ୟା ନୁହେଁ, ଏହା ଆମ ସମାଜରେ ଲୁଚି ରହିଥିବା ଜାତିଆଣ ମନୋଭାବ ଓ ସ୍ୱାର୍ଥନେଶୀ ରାଜନୀତିର ଏକ ଚିନ୍ତାଜନକ ପ୍ରତିବିମ୍ବ।ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁଚେପାଲି ପଞ୍ଚାୟତର ଦାନ୍ଦ୍ରାବହାଲ ଗ୍ରାମସ୍ଥିତ ହାଇସ୍କୁଲର ମୁଖ୍ୟ ଗେଟରେ ସକାଳ ସମୟରେ ଯୋଜନାବଦ୍ଧ ଭାବରେ ତାଲା ପଡ଼ିବା ଘଟଣା, ଶିକ୍ଷା ପରିବେଶକୁ ଅଶାନ୍ତ କରିବାର ଏକ ସ୍ପଷ୍ଟ ପ୍ରୟାସ। ସ୍କୁଲ ଖୋଲିବା ପୂର୍ବରୁ ଏଭଳି କାର୍ଯ୍ୟ କରାଯିବା ମାନେ—ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିବା।ଘଟଣା ପରେ ପୋଲିସ ତତ୍ପରତା ଦେଖାଇ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିବା ନିଶ୍ଚୟ ପ୍ରଶଂସାଯୋଗ୍ୟ। କିନ୍ତୁ ପ୍ରଶ୍ନ ଉଠୁଛି—ଶିକ୍ଷା ମନ୍ଦିର ପର୍ଯ୍ୟନ୍ତ ଏଭଳି ଷଡଯନ୍ତ୍ର କିପରି ପହଞ୍ଚୁଛି?ଅଧିକ ଚିନ୍ତାଜନକ ଅଭିଯୋଗ ହେଉଛି, ଦଳିତ ସମ୍ପ୍ରଦାୟର ପ୍ରଧାନ ଶିକ୍ଷକ ହେବାକୁ ନେଇ କିଛି କୁଚକ୍ରୀ ଗୋଷ୍ଠୀ…

Read More

ଭୁବନେଶ୍ବର ; ତା-୧୮/୦୧ ( ବିଏମସି ଟିଭି ଓଡ଼ିଆ) ସାରା ରାଜ୍ୟରେ ପକ୍ଷୀ ଗଣନା । ଚିଲିକା ଓ ହୀରାକୁଦରେ ପକ୍ଷୀ ଗଣନା ହେଉଛି । ଚିଲିକାରେ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ । ୫ଟି ରେଞ୍ଜ ପାଇଁ ମୋଟ ୨୨ଟି ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୩ ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଚିଲିକାର ବିଭିନ୍ନ ସ୍ଥାନ ବୁଲି ପକ୍ଷୀ ଗଣନା କରାଯାଉଛି ।ବାଇନା କୁଲାର, କ୍ୟାମେରା ଏବଂ ଜିପିଏସ ସାହାଯ୍ୟରେ ପକ୍ଷୀ ଗଣନା କରାଯାଉଛି । ସାତପଡାରେ ୪, ଟାଙ୍ଗୀରେ ୮, ବାଲୁଗାଁରେ ୭, ରମ୍ଭା -୨ ଓ ନୂଆପଡାରେ ଗୋଟିଏ ଟିମ୍ ନିୟୋଜିତ ଅଛନ୍ତି । ଚଳିତବର୍ଷ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢିଥିବା ଅନୁମାନ କରାଯାଉଛି । ଗତବର୍ଷ ୧୧ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀ ଆସିଥିଲେ । ଚଳିତବର୍ଷ ପକ୍ଷୀ…

Read More

ପୋଲସରା ; ତା-୧୬/୦୧ ( ବିଏମସି ଟିଭି ଓଡ଼ିଆ) ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସିଦିପିଓ ତିଳୋତ୍ତମା ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ‘ବେଟି ବଚାଓ, ବେଟି ପଢାଓ’ ବ୍ଲକ ସ୍ତରୀୟ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅତିଥି ଭାବେ ଆଇନଜୀବୀ ତଥା ଜିଲ୍ଲା ରିସୋର୍ଚ୍ଚ ପର୍ସନ (ଆରପି) ଦାଶରଥି ତ୍ରିପାଠୀ ଓ ଆଇନଜୀବୀ ତଥା ରିସୋର୍ଚ୍ଚ ପର୍ସନ ଜମିର ଅଲ୍ଲୀ ଖାନ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ରହ୍ମପୁର (ଆର୍ଥିକ ସାକ୍ଷରତା) ଦିଲୀପ କୁମାର ଦଳାଇ, ବାପୁଜୀ କନିଆରୀ (ବିଏଚ୍ଇ ଡବ୍ଲୁ, ହୁବକ୍ଟାବଟ), ଶିକ୍ଷକ ଜିତେନ୍ଦ୍ର କୁମାର ମିଶ୍ର ଓ ଶିକ୍ଷକ ସମୀର କୁମାର ଦଳାଇ ପ୍ରମୁଖ ଯୋଗଦେଇ କିଶୋରୀ ବାଳିକାଙ୍କ ପାଇଁ ରହିଥିବା ବିଭିନ୍ନ ସାମ୍ବିଧାନିକ ପରିସରଭୁକ୍ତ ଅଧିକାର ଓ ଯୋଜନା, ସାମାଜିକ, ଅର୍ଥନୈତିକ ସମେତ ଆର୍ଥିକ ସାକ୍ଷରତା ସମ୍ପର୍କରେ ପ୍ରାଞ୍ଜଳ ଭାବରେ ଆଲୋକପାତ କରିଥିଲେ। ଏହି…

Read More

ବେଲଗୁଣ୍ଠା ; ତା-୧୭/୦୧ ( ବିଏମସି ଟିଭି ଓଡ଼ିଆ) ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ବେଲଗୁଣ୍ଠା ଜି.ଟି ହାଇସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିବା ବେଳେ ମୁଖ୍ୟ ବକ୍ତାଭାବେ ବିଡ଼ିଓ ସିଙ୍ଗାପୁରମ ହରି, ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ସାଂସଦ ପ୍ରତିନିଧି ନାରାୟଣ ସାହୁ, କାଉନସିଲର ଦିବ୍ୟ ରଞ୍ଜନ ଦାଶ ଓ ପ୍ରଦୀପ ସେଠି, ବେଲଗୁଣ୍ଠା ଏନ ଏ ସି ନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା, ଗୋଷ୍ଟୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବ୍ରଜକିଶୋର ମହାରଣା, ତନରଡ଼ା ସି ଆର ସି ସି ମନୋଜ ପଟ୍ଟନାୟକ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ,…

Read More

ଅତାବିରା/ବରଗଡ଼ ; ତା.୧୭.୦୧.୨୦୨୬ (ବି ଏମ୍ ସି ଟିଭି ଓଡ଼ିଆ)ଆଜି ‘ ଶନିବାର ‘ ଦିନ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କାଦୋବାହାଲ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୧୦ ତମ ‘ମାତୃ କର୍ମ ଶାଳା ‘ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଦିପ୍ତିମୟୀ ପଣ୍ଡା (କାଦୋ ବାହାଲ ଅଧ୍ୟାପିକା (ଗୃହବିଜ୍ଞାନ ବିଭାଗ ) ସମ୍ମାନୀତ ଅତିଥି ଭାବରେ ଶ୍ରୀମତୀ ରାଜେଶ୍ଵରୀ ଶତପଥୀ (କାଦୋବାହାଲ ଇତିହାସ ଅଧ୍ୟାପିକା )ଏବଂ ଶ୍ରୀଯୁକ୍ତ ତ୍ରିଲୋଚନ ଭୁଏ CRCC ଅତାବିରା, ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସୁକାନ୍ତି ସିଂହ ଏବଂ ସଭାଟିକୁ ଆଗେଇନେଇଥିଲେ ସଭାପତି ଶିଖାରାଣୀ ଭୋଏ (ଗୁରୁମା ) ଏବଂ ମଧୁମିତା ମହାକୁର ଗୁରୁମା ଧନ୍ୟବାଦ ଦେଇ ସଭାଟିକୁ ସାଂଗ କରିଥିଲେ। ଉକ୍ତ ଉତ୍ସବ କୁ ସୂଚାରୂ ରୂପେ ତୁଲାଇ ଥିଲେ ଯଶୋବନ୍ତି ମିଶ୍ର ଗୁରୁମା, ଚୁମକି ଭୁଏ ଗୁରୁମା, ରୀତାଞ୍ଜଳି ସିଂହ ଗୁରୁମା, ପି…

Read More

ବୋଲଗଡ଼, ତା-୧୫/୦୧ ( ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରିବାକୁ ଗୁରୁବାର ଦିନ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟ ଏବଂସହ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ମଣ୍ଡଳ ସଂଯୋଜକ କୈଳାସ ନାଥ ସ୍ୱାଇଁଙ୍କ ଆବାହକତ୍ୱରେ ଉପରୋକ୍ତ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅମିତା ମିଶ୍ର ପିଚୁକୁଳି ଏବଂ କଳାଙ୍ଗ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ଓ ବିଭୁପ୍ରସାଦ ମହାପାତ୍ର ,ପ୍ରାକ୍ତନ ଶିକ୍ଷକ ବାନାମ୍ବର୍ ଷଡ଼ଙ୍ଗୀ,ପ୍ରଧାନ ଶିକ୍ଷକମଳୟ କୁମାର ପଣ୍ଡା,ଭିକାରୀ ପୁଷ୍ଟି, ଚିତ୍ତରଞ୍ଜନ ସ୍ବାଇଁ, ମୁସ୍ତାହୁଦ୍ଦିନ ଖାଁ,ପ୍ରଫୁଲ୍ଲ ମହାପାତ୍ର,ଶିକ୍ଷକ ଅପର୍ତ୍ତି ଅଟ, ସୁକାନ୍ତ କୁମାର ଜେନା,ସନ୍ତୋଷ କୁମାର ନାୟକ, ଗୌର ଚରଣ ସୁବୁଦ୍ଧି,ଆଶିସ କୁମାର ସାହୁ,ପ୍ରକାଶ ଚନ୍ଦ୍ର ସାହୁ,ମୁଖ୍ୟ କିରାଣୀ ସେଖ ମୁନିର, ଶିବ ପ୍ରସାଦ ମିଶ୍ର, ଅଜୟ କୁମାର ବଲିୟାରରସିଂହ, ସଞ୍ଜୟ କୁମାର ଦଳେଇ, ସଞ୍ଜୟ…

Read More

ବୋଲଗଡ ; ତା-୧୭/୦୧ (ବିଏମସି ଟିଭି ଓଡ଼ିଆ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଫାସିଓଦା ସେବା ସମବାୟ ସମିତି ଲିଃ ପରିସରରେ ଆଜି ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ନିମନ୍ତେ ଧାନମଣ୍ଡି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ସମବାୟ ସମିତିର କର୍ମକର୍ତ୍ତା ଓ ବହୁ ସଂଖ୍ୟାରେ ଚାଷୀମାନେ ଯୋଗ ଦେଇଥିଲେ। ଧାନମଣ୍ଡି ଉଦଘାଟନୀ ଉତ୍ସବ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଧାନ ମଣ୍ଡି ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କାର୍ଯ୍ୟନିର୍ବାହୀ ବାଣିଜ୍ୟ ଅଧିକାରୀ ରାଜେନ୍ଦ୍ର ପରିଡ଼ା ଓ ସମ୍ମାନିତ ଅତିଥିଭାବେ ସେବା ସମବାୟ ସମିତି ଲିଃର ସଭାପତି ବାସୁଦେବ ସାମନ୍ତରାୟ,ବ୍ୟାଙ୍କ ପରିଦର୍ଶକ ବିରଞ୍ଚି କୁମାର ମହାପାତ୍ର,ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଧାନମଣ୍ଡି ଉଦଘାଟିନ କରିଥିଲେ । ସେବା ସମବାୟ ସମିତି ଲିଃର ସମ୍ପାଦକ ଭଗବାନ ଖଣ୍ଡେଇ ଚାଷୀମାନଙ୍କୁ ଉପଯୁକ୍ତ ଧାନର ପ୍ରାପ୍ୟ ୩୧୦୦ ଟଙ୍କା ପ୍ରଦାନ କରିବାକୁ…

Read More