Author: bmcnews

ପୁରୀ ରଥଯାତ୍ରା ଦଳାଚକଟା ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ । ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ ଆରମ୍ଭ । ଦାୟିତ୍ୱରେ ଅବହେଳା ପାଇଁ ପୁରୀ ଏଏସଏଫ୍‌ଙ୍କ ବିରୁଦ୍ଧରେ ଆକ୍ସନ । ୩୦ ଦିନ ଭିତରେ ନିଜର ପକ୍ଷ ରଖିବାକୁ ନିେର୍ଦ୍ଦେଶ ଦିଆଯାଇଛି ।ସୂଚନା ଅନୁସାରେ ରଥଯାତ୍ରା ପରଦିନ ଯେତେବେଳେ ଶରଧାବାଲିରେ ଦଳାଚକଟା ହୋଇଥିଲା ସେହି ସମୟରେ ଲକ୍ଷାଧିକ ଲୋକ ରୁଣ୍ଡ ହୋଇଥିଲେ। ପୁରୀ ଏସିଏଫ୍‌ ଅଶୋକ ବେହେରା ଏହି ସମୟରେ କଣ୍ଟ୍ରୋଲ ରୁମ୍‌ର ଦାୟିତ୍ବରେ ଥିଲେ। ତାଙ୍କର ଅବହେଳା ପାଇଁ ଅଭାବନୀୟ ପରିସ୍ଥିତି ଦେଖାଯାଇଥିଲା। ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ରିପୋର୍ଟ ପରେ ଅଶୋକ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ସହ ଆଉ ୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରୁସ୍ ଦିଆଯାଇଛି । ସହକାରୀ ଜିଲ୍ଲାପାଳ, ଡିଏସଏସଓଙ୍କ ବିରୋଧରେ ଆକ୍ସନ ସୁପାରିସ୍ ଦିଆଯାଇଛି । ୨ ଅତିରିକ୍ତ ତହସିଲ୍‌ଦାରଙଅକ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ସୁପାରିସ୍ ଦିଆଯାଇଛି…

Read More

ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଯାନବାହନ ମାଲିକ ଓ ଚାଳକମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ରିହାତି ଘୋଷଣା କରିଛନ୍ତି। ମୋଟର ଯାନ ଆଇନ୍, ୧୯୮୮ ଅନୁଯାୟୀ କିଛି ନିର୍ଦ୍ଦିଷ୍ଟ ଉଲ୍ଲଂଘନ କ୍ଷେତ୍ରରେ ପଡ଼ି ରହିଥିବା ଜରିମାନା ରାଶିକୁ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସୁବିଧା ଜୁଲାଇ ୩୧, ୨୦୨୫ ପର୍ଯ୍ୟନ୍ତ ଉପଲବ୍ଧ ରହିବ।ସଂଶୋଧିତ ହାର ଅନୁଯାୟୀ, ବିନା ପରମିଟରେ ଯାନ ବ୍ୟବହାର କରିବା ଉପରେ ୧୦,୦୦୦ ଟଙ୍କା ବଦଳରେ ୫,୦୦୦ ଟଙ୍କା ଜରିମାନା ଦେବାକୁ ପଡିବ। ସେହିପରି ଅନୁମତିପ୍ରାପ୍ତ ଓଜନଠାରୁ ଅଧିକ ଓଜନର ଗାଡ଼ି ଚଲାଇବା ପାଇଁ ୨୦,୦୦୦ ଟଙ୍କା ପରିବର୍ତ୍ତେ ୧୦,୦୦୦ ଟଙ୍କା ଏବଂ ଅଧିକ ଲୋଡ୍ ପାଇଁ ପ୍ରତି ଟନ୍ ୨,୦୦୦ ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ। ତେବେ ଯେଉଁ ଚାଲାଣଗୁଡ଼ିକ ସମ୍ପର୍କରେ କୋର୍ଟରେ ପ୍ରସିକ୍ୟୁସନ୍ ରିପୋର୍ଟ (PR) ଦାଖଲ କରାଯାଇଛି, ସେଗୁଡ଼ିକ ଏହି ଯୋଜନାର ପରିସରଭୁକ୍ତ ହେବ…

Read More

ଦିଲ୍ଲୀ ବିସ୍ଫୋରଣରେ ସାମିଲ ଥିବା ୪ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ । ଆଉ ଡାକ୍ତରୀ ଅଭ୍ୟାସ କରିପାରିବେନି ଏମାନେ । ଜାତୀୟ ମେଡିକାଲ କମିଶନ ନିଜ ସରକାରୀ ରେଜିଷ୍ଟରରୁ ସେମାନଙ୍କ ନାଁ କାଟି ଦେଇଛି । ଦିଲ୍ଲୀ ବିସ୍ଫୋରଣ ପରେ ବେଆଇନ କାର୍ଯ୍ୟକଳାପ ତଥା (UAPA) ଆଇନ ଅନୁଯାୟୀ, ମାମଲା ରୁଜୁ ହେବା ପରେ ଜାତୀୟ ମେଡିକାଲ କମିଶନ ଶୁକ୍ରବାର ରେଜିଷ୍ଟରରୁ ଡକ୍ଟର ମୁଜାଫର ଅହମ୍ମଦ, ଡକ୍ଟର ଆଦିଲ୍ ଅହମ୍ମଦ ରାଥର, ଡକ୍ଟର ମୁଜାମ୍ମିଲ୍ ସକିଲ୍ ଏବଂ ଡକ୍ଟର ଶାହିନ ସଇଦଙ୍କ ନାଁକୁ ହଟାଇ ଦେଇଛି । କମିଶନଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଡାକ୍ତରମାନେ ନା ଅଭ୍ୟାସ କରିପାରିବେ ନା କୌଣସି ରୋଗୀଙ୍କ ଚିକିତ୍ସା କରିପାରିବେ । ଦିଲ୍ଲୀ ବୋମା ବିସ୍ଫୋରଣରେ ସମ୍ପୃକ୍ତ ଏହି ଆତଙ୍କବାଦୀ ଡାକ୍ତରମାନେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ପୁଣିଥରେ ଡାକ୍ତର ହୋଇପାରିବେ ନାହିଁ ।

Read More

ଅଭିନେତା ରାଜକୁମାର ରାଓ ପିତା ହୋଇଛନ୍ତି। ତାଙ୍କ ପତ୍ନୀ ପତ୍ରଲେଖା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତା ଏହି ବିଶେଷ ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଖାସ୍ କଥା ହେଉଛି ଯେ, ଦମ୍ପତ୍ତି ସେମାନଙ୍କ ଚତୁର୍ଥ ବିବାହବାର୍ଷିକୀରେ କନ୍ୟା ସନ୍ତାନକୁ ଜନ୍ମ ଦେଇ ପିତା-ମାତା ହୋଇଛନ୍ତି । ଏଥିସହ ସୁନ୍ଦର ଝିଅ ସହ ବିବାହ ବାର୍ଷିକୀରେ ଭଗବାନଙ୍କର ସେମାନଙ୍କୁ ଏହା ବଡ଼ ଆଶୀର୍ବାଦ ବୋଲି କ୍ୟାପସନରେ ଲେଖିଛନ୍ତି । ଯାହା ସେମାନଙ୍କ ଖୁସିକୁ ଦ୍ବିଗୁଣିତ କରିଛି । ଅଭିନେତା ପତ୍ରଲେଖାଙ୍କୁ ୧୫ ନଭେମ୍ବର ୨୦୨୧ରେ ବିବାହ କରିଥିଲେ। ଦୁହେଁ ୨୦୧୪ ଫିଲ୍ମ ସିଟି ଲାଇଟ୍ସରେ ଏକାଠି କାମ କରିଥିଲେ। ରାଜକୁମାର ୪୧ ବର୍ଷ ବୟସରେ ପିତା ହୋଇଛନ୍ତି। ସେ ୧୫ ବର୍ଷ ଧରି ଚଳଚ୍ଚିତ୍ର ଶିଳ୍ପରେ କାମ କରୁଛନ୍ତି।

Read More

ବିହାର ବିଧାନସଭା ନିର୍ବାଚନରେ NDA ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଏହା ଏବେ ୨ଶହରୁ ଅଧିକ ଆସନରେ ଆଗୁଆ ରହିଛି । ବିଜେପି ଏବଂ JDU ଉଭୟ ଶିବିରରେ ଖୁସିର ଲହରୀ ଖେଳିଯାଇଛି। ଭାଜପା ବିହାରରେ ଏକ ଐତିହାସିକ ପ୍ରଦର୍ଶନ କରିଛି, 95 ଆସନ ସହିତ ଏକକ ବୃହତ ଦଳ ଭାବରେ ଉଭା ହୋଇଛି। JDU 82 ଆସନରେ, LJP (R) 20 ଆସନରେ, HAM 5 ଆସନରେ ଏବଂ RLM 4 ଆସନରେ ଆଗୁଆ ଅଛି। ଏହି ସମୟରେ, ବରିଷ୍ଠ ଭାଜପା ନେତା ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ବିହାରରେ ଭାଜପାର ବିଜୟକୁ ଐତିହାସିକ ବୋଲି କହିଛନ୍ତି।ମହାଗଠବନ୍ଧନ ବିଷୟରେ, RJD 24 ଆସନ ପାଇଥିବା ଜଣାପଡ଼ିଛି, ତା’ପରେ କଂଗ୍ରେସ 2, VIP 0, ବାମପନ୍ଥୀ 2 ଏବଂ IIP 0 ଆସନ ପାଇଛି। ପ୍ରଶାନ୍ତ କିଶୋରଙ୍କ ଯାଦୁ ମଧ୍ୟ ବିହାରରେ କୌଣସି ପ୍ରଭାବ ପକାଇ ପାରିଲା ନାହିଁ।…

Read More

ମୋରଡା ବ୍ଲକ୍‌ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ । ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ବ୍ଲକ କାର୍ଯ୍ୟାଳୟର କିରାଣୀ ପ୍ରାର୍ଥ ଶଙ୍କର ଚେଲଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍ । ମାଣତ୍ରି ଚନ୍ଦନପୁର ଗ୍ରାମର ଗଦାଧର ସରେନଙ୍କ ଠାରୁ ନେଉଥିଲେ ଲାଞ୍ଚ ।ସୂଚନା ଅନୁଯାୟୀ, ମୋରଡା ବ୍ଲକରେ ପୂର୍ବରୁ କାର୍ଯ୍ୟରତ ଥିବା ଅବସରପ୍ରାପ୍ତ ପିଇଓ ମାଣିତ୍ରୀ ଚନ୍ଦନପୁର ଗ୍ରାମର ଗଦାଧର ସୋରେନଙ୍କ ଅବସରକାଳୀନ କାଗଜପତ୍ରର କ୍ଲିଅରେନ୍ସ ପାଇଁ ୨ ହଜାର ଟଙ୍କା ବ୍ଲକ ପରିସର ଭିତରେ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ କିରାଣୀ ପାର୍ଥସାରଥୀଙ୍କୁ ମାଡି ବସିଥିଲେ l ତେବେ ପାର୍ଥସାରଥୀ ଟଙ୍କା ଗୁଡିକୁ ଫିଙ୍ଗି ଦେଇ ଅଫିସ ଭିତରକୁ ଚାଲି ଯାଇଥିଲେ l ଏହାପରେ ଭିଜିଲାନ୍ସ ଟିମ କେମିକାଲ ମିଶ୍ରିତ ପାଣିରେ ପାର୍ଥସାରଥୀଙ୍କ ହାତ ଧୋଇବାରୁ ପାର୍ଥସାରଥୀ ଲାଞ୍ଚ ନେଉଥିବାର ପ୍ରମାଣ ହୋଇଥିଲା l ଏହାପରେ ପାର୍ଥସାରଥୀଙ୍କୁ ଭିଜିଲାନ୍ସ ଟିମ ଅଟକ ରଖି ଅଧିକ ପଚାରୁଚୁରା କରୁଛି

Read More

ଶୁକ୍ରବାର ଚେନ୍ନାଇର ତାମ୍ବରମ୍ ନିକଟରେ ଭାରତୀୟ ବାୟୁସେନା (IAF)ର ଏକ ପିଲାଟସ୍ PC-7 ବେସିକ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଅପରାହ୍ନ ପ୍ରାୟ ୨ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ବାୟୁସେନା ଅନୁଯାୟୀ, PC-7 ନିୟମିତ ତାଲିମ ଅଭ୍ୟାସରେ ଥିଲା ବେଳେ ତାମ୍ବରମ୍ ଏୟାରବେସ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ବାୟୁସେନା ନିଶ୍ଚିତ କରିଛି ଯେ ପାଇଲଟ୍ କୌଣସି ଆଘାତ ବିନା ରକ୍ଷା ପାଇଯାଇଛନ୍ତି । ଦୁର୍ଘଟଣାର କାରଣ ଜାଣିବା ପାଇଁ ବାୟୁସେନା ଏକ କୋର୍ଟ ଅଫ୍ ଇନକ୍ୱାରୀ (COI) ନିର୍ଦ୍ଦେଶ ଦେଇଛି । ଏହି ଦୁର୍ଘଟଣାରେ ଏକ PC-7 ପିଲାଟସ୍ ଟ୍ରେନର ବିମାନ ସାମିଲ ଥିଲା, ଯାହାକି ବାୟୁସେନା କ୍ୟାଡେଟମାନଙ୍କୁ ବେସିକ ଉଡ଼ାଣ ତାଲିମ ପ୍ରଦାନ କରିବା ପାଇଁ ବ୍ୟବହୃତ ଏକ ପ୍ରମୁଖ ବିମାନ ଥିଲା । ଦୁର୍ଘଟଣା ପରେ ଜରୁରୀକାଳୀନ ଦଳଗୁଡ଼ିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ।

Read More

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ଦ୍ୱାରା +୨ର ସମସ୍ତ ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ (Internal Assessment) ଏବଂ ପ୍ରୋଜେକ୍ଟ କାର୍ଯ୍ୟକୁ ବାଧ୍ୟତାମୂଳକ କରାଯାଇଛି।କେବଳ ରେଗୁଲାର୍‌ ପରୀକ୍ଷାର୍ଥୀମାନେ ଇଣ୍ଟରନାଲ୍‌ ବା ପ୍ରୋଜେକ୍ଟ ପରୀକ୍ଷା ଦେବେ।ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଲଟ୍‌ ବା ଡିସେମ୍ବର ୨୨ରୁ ୩୧ ମଧ୍ୟରେ ପରୀକ୍ଷା ଦେଇ ନ ପାରିବେ, ସେମାନଙ୍କୁ ଆଉ ଗୋଟିଏ ସୁଯୋଗ ପ୍ରଦାନ କରାଯିବ। ଏଥିପାଇଁ ଅନୁପସ୍ଥିତିର ଉପଯୁକ୍ତ ପ୍ରମାଣ ଦାଖଲ କରିବାକୁ ପଡ଼ିବ।ଜାନୁଆରୀ ୨ରୁ ୧୫ ତାରିଖ ମଧ୍ୟରେ ସେମାନେ ପରୀକ୍ଷା ଦେଇପାରିବେ। ମୋଟ୍‌ ୨୦ରୁ ୬ ଏବଂ ୧୦ରୁ ୩ ମାର୍କ ରଖିଲେ କୃତକାର୍ଯ୍ୟ ହେବ।ସମସ୍ତ କଲେଜ୍‌ଗୁଡ଼ିକୁ ଏହି ପରୀକ୍ଷା ପ୍ରକ୍ରିୟାକୁ ସୁରୁଖୁରୁରେ ଓ ସ୍ୱଚ୍ଛତାର ସହ ସମାପ୍ତ କରିବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Read More

ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ମତଗଣନା ଶେଷ ହୋଇଛି। ୨୬ତମ ରାଉଣ୍ଡର ଭୋଟ୍‌ ଗଣତି ପରେ ତଥା ସଦ୍ୟତମ ସୂଚନା ଅନୁସାରେ ନୂ୍ଆପଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି) ବାଜି ମାରିଛି। ଜୟ ‌ଢୋଲକିଆ ୧, ୨୩, ୮୬୯ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଖଣ୍ଡ ଭୋଟ୍‌ ମିଳିଛି। ଅର୍ଥାତ ଜୟ ଢୋଲକିଆ ୮୩,୭୪୮ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି।

Read More

ଅଭିଜିତ ମଜୁମଦାର ପରେ ଓଲିଉଡ୍ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ କଣ୍ଠଶିଳୀ ହ୍ୟୁମାନ ସାଗରଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟବସ୍ଥା। ସିଙ୍ଗର୍ ହ୍ୟୁମାନ ସାଗର କିଡନି ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ପ୍ରଥମେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ଏବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି ।

Read More

ଆଜି ବିଶ୍ଵ ମଧୁମେହ ଦିବସ । ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ବିଶ୍ଵ ମଧୁମେହ ଦିବସ ପାଳନ କରାଯାଏ । ମଧୁମେହ ରୋଗ ବିଷୟରେ ସଚେତନା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।। ବିଶ୍ବର ପ୍ରାୟ ୪୦ କୋଟି ଲୋକ ମଧୁମେହରେ ପୀଡିତ ଥିବାବେଳେ ଏହି ଦିବସ ସଚେତନତା ଲାଗି ବାର୍ତ୍ତା ଦେଇଛି । ଉଚ୍ଚ ରକ୍ତ ଶର୍କରା କାରଣରୁ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ । ସଚେତନ ନହେଲେ ଦୃଷ୍ଟିହୀନତା, ଅଙ୍ଗଛେଦନ, ହୃଦଘାତ, କିଡନୀ ରୋଗ ଆଦିର ଶିକାର ହେବାକୁ ପଡିଥାଏ ।ଚିନିର ବ୍ୟବହାର କମ କରିବା, ନିୟମିତ କାମ କରିବା, ଯଥେଷ୍ଟ ପାନୀୟ ଜଳ ପିଇବା, ଶରୀର ଓଜନ ଯାଞ୍ଚ କରିବା, ଧୂମପାନ ତ୍ୟାଗ କରିବା, ଭିଟାମିନ-ଡି ସ୍ତର ସଠିକ୍ ରଖିବା, ଭିଟାମିନଯୁକ୍ତ ଶାଗ ସମେତ ଅନ୍ୟାନ୍ୟ ସବୁଜ ପରିବା ଖାଇବା ଦ୍ବାରା ମଧୁମେହକୁ ନିୟନ୍ତ୍ରଣ କରାଯାଇଥାଏ । ୧୯୫୦ରେ ଆମଷ୍ଟରଡ୍ୟାମରେ ଆନ୍ତର୍ଜାତିକ ମଧୁମେହ…

Read More

ବିହାରରେ ପୁଣି ଚାଲିଲା ମୋଦୀ ମ୍ୟାଜିକ୍ । ଏନଡିଏ ଉପରେ ଭରସା କଲେ ଭୋଟର । କିଛି ଏମିତି ଚିତ୍ର ସାମ୍ନାକୁ ଆସୁଛି ବିହାର ବିଧାନସଭା ନିର୍ବାଚନରେ । ବିଜେପି-ଜେଡିୟୁ ମେଣ୍ଟ ବଡ ବିଜୟ ଅଭିମୁଖେ ମୁହାଁଉଛନ୍ତି । ଅନ୍ୟ ଦିଗରେ ଆରଜେଡି ଏବଂ କଂଗ୍ରେସ ମାଟି କାମୁଡିଥିବା ଦେଖିବାକୁ ମିଳିଛି ।ସରକାରୀ ସୂଚନା ଅନୁଯାୟୀ ଏନଡିଏ କ୍ଷମତା ବଜାୟ ରଖିବାକୁ ଯାଉଛି, ବର୍ତ୍ତମାନ ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରୁ ୮୪ଟି ଆସନରେ ବିଜେପି, ୭୬ଟି ଆସନରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡିୟୁ, ୨୩ଟି ଆସନରେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ), ୪ଟି ଆସନରେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏବଂ ୧ଟି ଆସନରେ ରାଜ୍ୟସଭା ସାଂସଦ ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ଆଗରେ ଅଛି। ବିହାର ନିର୍ବାଚନ ଟ୍ରେଣ୍ଡରେ ଏନଡିଏ ଏବଂ ଜେଡିୟୁର ବିପୁଳ ଅଗ୍ରଣୀ ପରେ, ଦଳୀୟ…

Read More