ନୂଆପଡା ଉପନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ସେ କହିଛନ୍ତି ବିଜେପି ପଇସା ଦେଇ ଭୋଟ୍ କିଣିଛି। ପଇସା ପାଇଁ ବିଜେପି ଆଗରେ ରହିଛି। ମାଟି ପୁଅକୁ ଚିହ୍ନିଲେନି । ଭୋଟରମାନେ ଟଙ୍କାରେ କିଣି ହୋଇଗଲେ,କେନ୍ଦ୍ରୀୟ ନେତାଙ୍କ ସାହାଯ୍ୟ, ସମର୍ଥନ ମିଳିଲାନି ।ଆବ୍ରାହମ ଲିଙ୍ନ ୯ ଥର ହାରିଥିଲେ । ମୁଁ ୬ ଥର ହାରିଛି । ଆହୁରି ୩ ଥର ନିର୍ବାଚନ ଲଢିବି ।ଆଜି ନୂଆପଡା ଉପନିର୍ବାଚନ ଭୋଟର ଗଣତି ଚାଲିଛି ଗଣତି ସାରିବା ପରେ ଫଳାଫଳ ପ୍ରକାଶ ପାଇବ । ୨୬ ରାଉଣ୍ଡ ଯାଏ ଭୋଟ ଗଣତି ହେବ । ଏଯାଏ ୧୩ ରାଉଣ୍ଡ ସରିଛି । ୧୩ ରାଉଣ୍ଡ ରେ ବିଜେପି ୪୩,୨୩୪ ଭୋଟରେ ଆଗୁଆ ଅଛି । ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୬୩,୫୫୨ ଭୋଟ ମିଳିଛି ।ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୦,୨୮୮ ଭୋଟ ମିଳିଛି…
Author: bmcnews
ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ। ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି । ପୂର୍ବାହ୍ନ ୧୧ଟା ୫୦ ମିନିଟରେ ରାଷ୍ଟ୍ରପତି ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ବାହାରିବେ । ଦିନ ୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ରାଜଭବନ ଯିବେ । ମଧ୍ୟାହ୍ନ ବିରତି ପରେ ଅପରାହ୍ନ ୪ଟାରେ ରାଜଭବନସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସର ଗୃହ ଉଦ୍ଘାଟନ କରିବେ । ଅପରାହ୍ନ ୪ଟା ୨୦ ମିନିଟରେ ଓଡ଼ିଶା ବିଧାନସଭାରେ ପହଞ୍ଚିବେ ରାଷ୍ଟ୍ରପତି । ୫ଟା ୩୦ ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟମାନଙ୍କୁ ରାଷ୍ଟ୍ରପତି ସମ୍ବୋଧିତ କରିବେ । ୨୭ ତାରିଖ ରାତିରେ ରାଷ୍ଟ୍ରପତି ରାଜଭବନରେ ରହଣି କରିବେ ।ରାଜ୍ୟପାଳଙ୍କ ପକ୍ଷରୁ ଆୟୋଜିତ…
