ଭୁବନେଶ୍ବର ; ତା-୧୮/୦୧ ( ବିଏମସି ଟିଭି ଓଡ଼ିଆ) ସାରା ରାଜ୍ୟରେ ପକ୍ଷୀ ଗଣନା । ଚିଲିକା ଓ ହୀରାକୁଦରେ ପକ୍ଷୀ ଗଣନା ହେଉଛି । ଚିଲିକାରେ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ । ୫ଟି ରେଞ୍ଜ ପାଇଁ ମୋଟ ୨୨ଟି ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୩ ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଚିଲିକାର ବିଭିନ୍ନ ସ୍ଥାନ ବୁଲି ପକ୍ଷୀ ଗଣନା କରାଯାଉଛି ।ବାଇନା କୁଲାର, କ୍ୟାମେରା ଏବଂ ଜିପିଏସ ସାହାଯ୍ୟରେ ପକ୍ଷୀ ଗଣନା କରାଯାଉଛି । ସାତପଡାରେ ୪, ଟାଙ୍ଗୀରେ ୮, ବାଲୁଗାଁରେ ୭, ରମ୍ଭା -୨ ଓ ନୂଆପଡାରେ ଗୋଟିଏ ଟିମ୍ ନିୟୋଜିତ ଅଛନ୍ତି । ଚଳିତବର୍ଷ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢିଥିବା ଅନୁମାନ କରାଯାଉଛି । ଗତବର୍ଷ ୧୧ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀ ଆସିଥିଲେ । ଚଳିତବର୍ଷ ପକ୍ଷୀ…
Author: bmcnews
ପୋଲସରା ; ତା-୧୬/୦୧ ( ବିଏମସି ଟିଭି ଓଡ଼ିଆ) ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସିଦିପିଓ ତିଳୋତ୍ତମା ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ‘ବେଟି ବଚାଓ, ବେଟି ପଢାଓ’ ବ୍ଲକ ସ୍ତରୀୟ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅତିଥି ଭାବେ ଆଇନଜୀବୀ ତଥା ଜିଲ୍ଲା ରିସୋର୍ଚ୍ଚ ପର୍ସନ (ଆରପି) ଦାଶରଥି ତ୍ରିପାଠୀ ଓ ଆଇନଜୀବୀ ତଥା ରିସୋର୍ଚ୍ଚ ପର୍ସନ ଜମିର ଅଲ୍ଲୀ ଖାନ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ରହ୍ମପୁର (ଆର୍ଥିକ ସାକ୍ଷରତା) ଦିଲୀପ କୁମାର ଦଳାଇ, ବାପୁଜୀ କନିଆରୀ (ବିଏଚ୍ଇ ଡବ୍ଲୁ, ହୁବକ୍ଟାବଟ), ଶିକ୍ଷକ ଜିତେନ୍ଦ୍ର କୁମାର ମିଶ୍ର ଓ ଶିକ୍ଷକ ସମୀର କୁମାର ଦଳାଇ ପ୍ରମୁଖ ଯୋଗଦେଇ କିଶୋରୀ ବାଳିକାଙ୍କ ପାଇଁ ରହିଥିବା ବିଭିନ୍ନ ସାମ୍ବିଧାନିକ ପରିସରଭୁକ୍ତ ଅଧିକାର ଓ ଯୋଜନା, ସାମାଜିକ, ଅର୍ଥନୈତିକ ସମେତ ଆର୍ଥିକ ସାକ୍ଷରତା ସମ୍ପର୍କରେ ପ୍ରାଞ୍ଜଳ ଭାବରେ ଆଲୋକପାତ କରିଥିଲେ। ଏହି…
ବେଲଗୁଣ୍ଠା ; ତା-୧୭/୦୧ ( ବିଏମସି ଟିଭି ଓଡ଼ିଆ) ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ବେଲଗୁଣ୍ଠା ଜି.ଟି ହାଇସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିବା ବେଳେ ମୁଖ୍ୟ ବକ୍ତାଭାବେ ବିଡ଼ିଓ ସିଙ୍ଗାପୁରମ ହରି, ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ସାଂସଦ ପ୍ରତିନିଧି ନାରାୟଣ ସାହୁ, କାଉନସିଲର ଦିବ୍ୟ ରଞ୍ଜନ ଦାଶ ଓ ପ୍ରଦୀପ ସେଠି, ବେଲଗୁଣ୍ଠା ଏନ ଏ ସି ନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା, ଗୋଷ୍ଟୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବ୍ରଜକିଶୋର ମହାରଣା, ତନରଡ଼ା ସି ଆର ସି ସି ମନୋଜ ପଟ୍ଟନାୟକ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ,…
ଅତାବିରା/ବରଗଡ଼ ; ତା.୧୭.୦୧.୨୦୨୬ (ବି ଏମ୍ ସି ଟିଭି ଓଡ଼ିଆ)ଆଜି ‘ ଶନିବାର ‘ ଦିନ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କାଦୋବାହାଲ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୧୦ ତମ ‘ମାତୃ କର୍ମ ଶାଳା ‘ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଦିପ୍ତିମୟୀ ପଣ୍ଡା (କାଦୋ ବାହାଲ ଅଧ୍ୟାପିକା (ଗୃହବିଜ୍ଞାନ ବିଭାଗ ) ସମ୍ମାନୀତ ଅତିଥି ଭାବରେ ଶ୍ରୀମତୀ ରାଜେଶ୍ଵରୀ ଶତପଥୀ (କାଦୋବାହାଲ ଇତିହାସ ଅଧ୍ୟାପିକା )ଏବଂ ଶ୍ରୀଯୁକ୍ତ ତ୍ରିଲୋଚନ ଭୁଏ CRCC ଅତାବିରା, ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସୁକାନ୍ତି ସିଂହ ଏବଂ ସଭାଟିକୁ ଆଗେଇନେଇଥିଲେ ସଭାପତି ଶିଖାରାଣୀ ଭୋଏ (ଗୁରୁମା ) ଏବଂ ମଧୁମିତା ମହାକୁର ଗୁରୁମା ଧନ୍ୟବାଦ ଦେଇ ସଭାଟିକୁ ସାଂଗ କରିଥିଲେ। ଉକ୍ତ ଉତ୍ସବ କୁ ସୂଚାରୂ ରୂପେ ତୁଲାଇ ଥିଲେ ଯଶୋବନ୍ତି ମିଶ୍ର ଗୁରୁମା, ଚୁମକି ଭୁଏ ଗୁରୁମା, ରୀତାଞ୍ଜଳି ସିଂହ ଗୁରୁମା, ପି…
ବୋଲଗଡ଼, ତା-୧୫/୦୧ ( ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରିବାକୁ ଗୁରୁବାର ଦିନ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟ ଏବଂସହ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ମଣ୍ଡଳ ସଂଯୋଜକ କୈଳାସ ନାଥ ସ୍ୱାଇଁଙ୍କ ଆବାହକତ୍ୱରେ ଉପରୋକ୍ତ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅମିତା ମିଶ୍ର ପିଚୁକୁଳି ଏବଂ କଳାଙ୍ଗ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ଓ ବିଭୁପ୍ରସାଦ ମହାପାତ୍ର ,ପ୍ରାକ୍ତନ ଶିକ୍ଷକ ବାନାମ୍ବର୍ ଷଡ଼ଙ୍ଗୀ,ପ୍ରଧାନ ଶିକ୍ଷକମଳୟ କୁମାର ପଣ୍ଡା,ଭିକାରୀ ପୁଷ୍ଟି, ଚିତ୍ତରଞ୍ଜନ ସ୍ବାଇଁ, ମୁସ୍ତାହୁଦ୍ଦିନ ଖାଁ,ପ୍ରଫୁଲ୍ଲ ମହାପାତ୍ର,ଶିକ୍ଷକ ଅପର୍ତ୍ତି ଅଟ, ସୁକାନ୍ତ କୁମାର ଜେନା,ସନ୍ତୋଷ କୁମାର ନାୟକ, ଗୌର ଚରଣ ସୁବୁଦ୍ଧି,ଆଶିସ କୁମାର ସାହୁ,ପ୍ରକାଶ ଚନ୍ଦ୍ର ସାହୁ,ମୁଖ୍ୟ କିରାଣୀ ସେଖ ମୁନିର, ଶିବ ପ୍ରସାଦ ମିଶ୍ର, ଅଜୟ କୁମାର ବଲିୟାରରସିଂହ, ସଞ୍ଜୟ କୁମାର ଦଳେଇ, ସଞ୍ଜୟ…
ବୋଲଗଡ ; ତା-୧୭/୦୧ (ବିଏମସି ଟିଭି ଓଡ଼ିଆ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଫାସିଓଦା ସେବା ସମବାୟ ସମିତି ଲିଃ ପରିସରରେ ଆଜି ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ନିମନ୍ତେ ଧାନମଣ୍ଡି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ସମବାୟ ସମିତିର କର୍ମକର୍ତ୍ତା ଓ ବହୁ ସଂଖ୍ୟାରେ ଚାଷୀମାନେ ଯୋଗ ଦେଇଥିଲେ। ଧାନମଣ୍ଡି ଉଦଘାଟନୀ ଉତ୍ସବ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଧାନ ମଣ୍ଡି ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କାର୍ଯ୍ୟନିର୍ବାହୀ ବାଣିଜ୍ୟ ଅଧିକାରୀ ରାଜେନ୍ଦ୍ର ପରିଡ଼ା ଓ ସମ୍ମାନିତ ଅତିଥିଭାବେ ସେବା ସମବାୟ ସମିତି ଲିଃର ସଭାପତି ବାସୁଦେବ ସାମନ୍ତରାୟ,ବ୍ୟାଙ୍କ ପରିଦର୍ଶକ ବିରଞ୍ଚି କୁମାର ମହାପାତ୍ର,ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଧାନମଣ୍ଡି ଉଦଘାଟିନ କରିଥିଲେ । ସେବା ସମବାୟ ସମିତି ଲିଃର ସମ୍ପାଦକ ଭଗବାନ ଖଣ୍ଡେଇ ଚାଷୀମାନଙ୍କୁ ଉପଯୁକ୍ତ ଧାନର ପ୍ରାପ୍ୟ ୩୧୦୦ ଟଙ୍କା ପ୍ରଦାନ କରିବାକୁ…
ବାଲିମେଳା ; ତା-୧୫/୦୧ (ବିଏମସି ଟିଭି ଓଡ଼ିଆ)ରାଜ୍ୟ ସରକାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂକୃତି ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ରାଷ୍ଟ୍ର ଗୀତ “ବନ୍ଦେ ମାତରମ”ର ୧୫୦ତମ ବାର୍ଷିକ ପାଳନ ଅବସରରେ ସାମୂହିକ ବନ୍ଦେ ମାତରମ ଗାନ କାର୍ଯ୍ୟକ୍ରମ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମେ ମାଲକାନଗିରି ଜିଲ୍ଲା ପ୍ରଶାସନଙ୍କ ନିର୍ଦେଶ କ୍ରମେ କୋରୁକୋଣ୍ଡା ବ୍ଲକ ତଥା କୋରୁକୋଣ୍ଡା ପଞ୍ଚାୟତ ସମିତି ସ୍ତରୀୟ ସାମୁହିକ ବନ୍ଦେ ମାତରମ ଗାନ କାର୍ଯ୍ୟକ୍ରମ କରାଯିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ରାଜ୍ୟ ଓ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଧେଶ ଅନୁଯାୟୀ କୋରୁକୋଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ କୁମାର ସାହୁଙ୍କ ତତ୍ୱବଧାନରେ ଗୁରୁବାର ବ୍ଲକ କାର୍ଯ୍ୟାଳୟ ପରିସରରେ ବନ୍ଦେ “ମା ତରମ” ୧୫୦ତମ ବାର୍ଷିକୀ ପାଳନ ଅବସରରେ ପଞ୍ଚାୟତ ସମିତି ସ୍ତରୀୟ ସାମୁହିକ ବନ୍ଦେ ମାତରମ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ କୋରୁକୋଣ୍ଡା…
ବୋଲଗଡ ; ତା-୧୪/୦୧ ( ବିଏମସି ଟିଭି ଓଡ଼ିଆ ) କବିର କବିତା ସମାଜର ନିଚ୍ଛକ ଛବିପ୍ରତିବିମ୍ବିତ ହୋଇଥାଏ.ଯାହା ସମାଜକୁ ସୁଧାରି ଗତିଶୀଳ କରାଇଥାଏ। ବୋଲଗଡ ସାରସ୍ୱତ ଅନୁଷ୍ଠାନ ନନ୍ଦିଘୋଷ ର ବାର୍ଷିକ ମକର ମିଳନ ଉତ୍ସବ ରେ କବି କବୟିତ୍ରୀଙ୍କ ସମ୍ମିଳନୀ ରେ ଏହା ମତ ପ୍ରକାଶ ପାଇଛି। ବରିଷ୍ଠ ଶିକ୍ଷାବିତ ହରିବନ୍ଧୁ ସାହୁଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ରୂପେ ତିରୁପତି ବୈଦିକ ବିଶ୍ୱବିଦ୍ୟାଳୟ ର ଅଧକ୍ଷ ଡ଼. ହରିହର କାନୁନଗୋ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଦୀପକ ପରିଡା ନିର୍ଦେଶକ ଜ୍ଞାନ ଗଙ୍ଗା ଏବଂ ସମ୍ମାନିତ ଅତିଥି ରୂପେ ପ୍ରାଧ୍ୟାପକ ଡ଼. ପ୍ରଫୁଲ୍ଲ କୁମାର ସୁବୁଦ୍ଧି, ଐତିହାସିକ ରବୀନ୍ଦ୍ର କୁମାର ପରିଡା, ଲଲାଟ କେଶରୀ ସିଂ ପ୍ରମୁଖ ଯୋଗଦେଇଥିଲେ। ଏହି ଉସ୍ଚବରେ ସନାତନ ପାଟ୍ଟଶାଣୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ସମ୍ପାଦକ ଧୀରେସ ମହାପାତ୍ର ବିବରଣୀ ପାଠ କରିଥିଲେ।…
ମାଲକାନଗିରି /ବାଲିମେଳା ; ତା-୧୩/୦୧ ( ବିଏମସି ଟିଭି ଓଡ଼ିଆ)ମାଲକାନଗିରି ଜିଲ୍ଲାର ଜଣେ ଦକ୍ଷ ଶ୍ରମିକ ସଙ୍ଗଠକ ତଥା ବାଲିମେଳା ଟିପିଏସଓଡିଲ୍ ବାଲିମେଳା ସବ୍ ଡ଼ିଭିଜନରେ କାର୍ଯ୍ୟରତ ମଳୟ କୁମାର ପଟ୍ଟନାୟକ ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସ (ଆଇଏନଟିୟୁସି)ର ମାଲକାନଗିରି ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି। ଏନେଇ ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଆଜି (ଆଇଏନଟିୟୁସି ଚିଠି ନଂ ୨୪୭/୨୦୨୬) ରେ ସୂଚନା ଦେଇଛନ୍ତି। ଖୁବ୍ ଶୀଘ୍ର ଜିଲ୍ଲା କମିଟିର ନାଁ ସୁପାରିଶ କରି ପଠାଇବାକୁ ଶ୍ରୀ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଆସିଛି। ସୂଚନାଯୋଗ୍ୟଯେ ଶ୍ରୀ ପଟ୍ଟନାୟକ ଟିପିଏସଓଡିଲ୍ (ଟାଟା ପାୱାର)ର ମାଲକାନଗିରି ଡ଼ିଭିଜନାଲ୍ ସେକ୍ରେଟାରୀ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ସହ ଶ୍ରମିକ କର୍ମଚାରୀଙ୍କ ନାଯ୍ୟ ଦାବି ହାସଲ ନିମନ୍ତେ ଲଢେ଼ଇ ଜାରି ରଖିଛନ୍ତି। ଶ୍ରୀ ପଟ୍ଟନାୟକ ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସର ମାଲକାନଗିରି ଜିଲ୍ଲା ସଭାପତି ମନୋନୀତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ…
ବୋଲଗଡ଼, ତା-୧୪/୦୧ ( ବିଏମସି ଟିଭି ଓଡ଼ିଆ) ପବିତ୍ର ମକର ସଙ୍କ୍ରାନ୍ତି ଅବସରରେ ବୋଲଗଡ଼ ପ୍ରଖଣ୍ଡ ବଜରଙ୍ଗଦଳ ତରଫରୁ ମକର ମିଳନ କାଯ୍ୟକ୍ରମ ବୋଲଗଡ଼ ସ୍ଥିତ ଗୋପବନ୍ଧୁ ଛକ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି। ଏହି ମକର ମିଳନ କାଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଖୋଦ୍ଧା ଜିଲ୍ଲା ବଜରଙ୍ଗଦଳ ସୁରକ୍ଷା ପ୍ରଭାରୀ ମୁକେଶ ସାମନ୍ତରାୟ ଓ ସମ୍ମାନୀତ ଅତିଥି ଭାବେ ବୋଲଗଡ଼ ପ୍ରଖଣ୍ଡ ସଂଯୋଜକ ଇତେଶ କୁମାର ବେହେରା , ସୀତମ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସଂଗଠନର ସଦସ୍ଯ ମାନଙ୍କ ଉପସ୍ଥିତିରେ ପୂଜାପାଠ ଓ ହୋମଯଜ୍ଞ କରାଯାଇ ସାମୁହିକ ହନୁମାନ ଚାଳିଶା ପାଠ ପଠନ କରାଯାଇଥିଲା। ମକର ମିଳନ ଉପଲକ୍ଷେ ଭାଇଚାରାର ସଂମ୍ପର୍କ ରକ୍ଷା କରାଯାଇ ୩୦୦ ରୁ ଉଦ୍ଧ ପଥଚାରୀ ମାନଙ୍କୁ ମକର ଚାଉଳ ବଣ୍ଟନ କରିବା ସଙ୍ଗେ ସଙ୍ଗେ ବୁଲା ଗୋମାତା ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ସମସ୍ତ…
ବ୍ରହ୍ମପୁର ; ତା-୧୪/୦୧ ( ବିଏମସି ଟିଭି ଓଡ଼ିଆ) ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କେଶବ ପ୍ରଭାତ ଶାଖା ଦ୍ୱାରା ଆଜି ପ୍ରଭାତରେ ସ୍ଥାନୀୟ ନୀଳକଣ୍ଠେଶ୍ଵର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ମକର ସଂକ୍ରାନ୍ତି ଉତ୍ସବ ପାଳିତ ହୋଇ ସାରିଛି । ଏହି ଅବସରରେ ଶାଖା କାର୍ଯ୍ୟବାହ ବାସୁଦେବ ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିଖିଳ ଓଡିଶା ବିଶ୍ୱବିଦ୍ୟାଳୟ କର୍ମଚାରୀ ମହାସଂଘର ସଭାପତି ଡ ମିହିର କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱୟଂ ସେବକର ଭୂମିକା ଉପରେ ଆଲୋକପାତ କରିଥିଲେ । ଦୀନବନ୍ଧୁ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମକର ଉତ୍ସବର ମହତ୍ୱ ବିଷୟରେ ଅବଗତ କରାଇଥିଲେ ଏବଂ ଉତ୍ସବ ସମ୍ପର୍କିତ କବିତା ସ୍ୱଲିଖିତ କବିତା ପାଠ କରିଥିଲେ । ଉପ ନଗର କାର୍ଯ୍ୟ ବାହ ସିମାଞ୍ଚଳ ପଣ୍ଡା ସଭାରେ ଅଧ୍ୟକ୍ଷତା କରି ମକର ପସାଦ ପୂଜା କରି ବଣ୍ଟନ କରିଥିଲେ…
ବୋଲଗଡ଼ ; ତା-୧୪/୦୧ (ବିଏମସି ଟିଭି ଓଡ଼ିଆ ) ବୋଲଗଡ଼ସ୍ଥିତ ମା” ବୁଢ଼ୀ ଭୂଇଁଆଣୀ ଉର୍ନ୍ନୟନ ପରିଷଦ, ଭୂଇଁଆଣୀ ଦେବୀ ପରିଚାଳନା କମିଟି ଓ ବୋଲଗଡ଼ ଗ୍ରାମବାସୀମାନଙ୍କ ମିଳିତ ସହଯୋଗରେ ବୁଧବାର ଦିନ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ମା “ବୁଢ଼ୀ ଭୂଇଁ ଆଣୀ ଦେବୀଙ୍କର ପବିତ୍ର ଷଷ୍ଠତମ ବାର୍ଷିକ ମକର ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି । ଏହି ପବିତ୍ର ମକର ଉତ୍ସବରେ ବିଭିନ୍ନ କଳାକାରମାନଙ୍କ ଦ୍ୱାରା ମନୋରଞ୍ଜନ ଧର୍ମୀ ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ସହିତ ସଂକ୍ରୀତ୍ତନ, ଦାସକାଠିଆ, ପାଲ୍ଲା, ରାମନାଟକ ପରିବେଷଣ କରାଯାଇଥିଲା । ଉତ୍ସବର ପ୍ରାରମ୍ଭରେ ବରିଷ୍ଠ ପୂଜକ ବସନ୍ତ ପ୍ରଧାନଙ୍କ ଦ୍ୱାରା ଅଧିବାସ, ହୋମଯଜ୍ଞ, ପୂର୍ଣ୍ଣାହୁତି, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲ! । ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ମା” ବୁଢ଼ୀ ଭୂଇଁ ଆଣୀ ଠାକୁରାଣୀଙ୍କୁ ଦର୍ଶନ କରି କୃପା ଭିକ୍ଷା ଲାଭ କରିଥିଲେ । ଏହି ମକର ଉତ୍ସବ କାର୍ଯ୍ୟକ୍ରମକୁ ମା…
