ବେଲଗୁଣ୍ଠା: ତା -୧୪/୩(ବିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସିନେମା ହଲ୍ ଛକରେ ଏକ ଗଣ୍ଡଗୋଳ ମାମଲାରେ ପୋଲିସ ଉଭୟ ପକ୍ଷରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ କୋଳି ସାହିର ଚନ୍ଦ୍ରଶେଖର ପାତ୍ର ସିନେମା ହଲ୍ ଛକର କୁନା ବେହେରାଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ୧୨ ତାରିଖ ଦିନ ପୁଣି ଥରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ କୁନା ବେହେରା, ତାଙ୍କ ପତ୍ନୀ ପ୍ରମିଳା ଏବଂ ତାଙ୍କ ପୁଅ ମିଶି ଚନ୍ଦ୍ରଶେଖରଙ୍କୁ ଇଟାରେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଥିଲେ ଚନ୍ଦ୍ର ଶେଖର ପାତ୍ର । ବେଲଗୁଣ୍ଠା ପୋଲିସ ଏହି ଦୁଇଟି ପୃଥକ ମାମଲାରେ ତଦନ୍ତ କରି ଚନ୍ଦ୍ର ଶେଖର ପାତ୍ରଙ୍କ ଅଭିଯୋଗ ଅନୂଯାୟୀ ୯୪/୨୬ ରେ ଏକ ମାମଲା ରୁଜ୍ଜୁ କରି ପୋଲିସ…
Author: BMC NEWS ODISHA
ସମ୍ବଲପୁର/ଗୋଡଭଗା:ତା-୧୪/୦୩ (ବିଏମସି ଟିଭି ଓଡିଆ) କ୍ରମବର୍ଦ୍ଧିଷ୍ଣୁ ଗୋଡଭଗା ଛକ ତଥା ଗୋଶାଳା ଓ ଅତାବିରା ସନ୍ନିକଟ ଗ୍ରାମାଞ୍ଚଳରେ ରନ୍ଧନ ଗ୍ୟାସର ପ୍ରବଳ ଅଭାବ ଦେଖାଦେଇଛି, ଯାହା ସ୍ଥାନୀୟ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଆମେରିକା – ଇରାନ ଯୁଦ୍ଧର ବାହାନାରେ ବିଶେଷ କରି କମର୍ସିଆଲ୍ ଗ୍ୟାସ୍ ଯୋଗାଣ ପ୍ରାୟ ବନ୍ଦ ରହିଥିବା ବେଳେ ଘରୋଇ ଗ୍ୟାସ୍ ଉପରେ କଟକଣା ଲଗାଯାଇଛି। ଫଳରେ ଅଞ୍ଚଳର ହୋଟେଲ ବ୍ୟବସାୟ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ପରିବାର ଚୁଲି ଏବେ ଅଜଳା ହେବାରେ ଲାଗିଛି। ଗ୍ୟାସ୍ ହାଣ୍ଡିଟିଏ ପାଇବାକୁ ରନ୍ଧନ ଗ୍ୟାସ ଡିଲର୍ଠାରେ ପ୍ରତ୍ୟହ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପଭୋକ୍ତାମାନେ ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି। ଗ୍ୟାସ୍ ବୁକିଙ୍ଗ୍ ପାଇଁ ବାରମ୍ବାର କଲ୍ କଲେ ମଧ୍ୟ ଯୋଗାଯୋଗ ସମ୍ଭବ ହେଉନାହିଁ। ଗ୍ୟାସ୍ ସଙ୍କଟର ସୁଯୋଗ ନେଇ କଳାବଜାରୀମାନେ ଏଠି ସେଠି ସବୁଠି ସକ୍ରିୟ ହୋଇଉଠିଥିବାର ଆଲୋଚନା ହେଉଛି। ସାଧାରଣରେ ଶୁଣିବାକୁ ମିଳୁଛି ଯେ, ଗୋଟିଏ…
ବୋଲଗଡ଼: ତା -୧୩/୦୩(ବିଏମସି ଟିଭି ଓଡ଼ିଆ) ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱ ରେ ରନ୍ଧନଗ୍ୟାସ ଦରବୃଦ୍ଧି ଏବଂ ଏହାର ଅଭାବ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା ଏ ସଂପର୍କ ରେ ଏକ ସ୍ମାରକପତ୍ର ଜିଲ୍ଳା କଂଗ୍ରେସ କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଳା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ବକ୍ତବ୍ୟ ରେ “ରନ୍ଧନଗ୍ୟାସର ଦରବୃଦ୍ଧି ଓ କୃତିମ ଅଭାବକୁ ନେଇ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ତାହା ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଛାଦିନର ବାସ୍ତବ ଚିତ୍ର ବୋଲି କହିଥିଲେ । ଗତ ୨୦୨୫ ରେ ମୋଦି ସରକାର ସିଲିଣ୍ଡର ପିଛା ୫୦ ଟଙ୍କା ଦରବୃଦ୍ଧି କରିଥିବା ବେଳେ ଏବେ ପୁଣି ଘରୋଇ ସିଲିଣ୍ଡର ପିଛା ୬୦ ଟଙ୍କା ଏବଂ ବ୍ୟବସାୟିକ ସିଲିଣ୍ଡର ପିଛା ୧୧୫ ଟଙ୍କା…
ସମ୍ବଲପୁର:ତା-୧୩/୦୩(ବିଏମସି ଟିଭି ଓଡିଆ)ଶହ ଶହ ସାଧୁସନ୍ଥଙ୍କ ବେଦମନ୍ତ୍ର ଧ୍ୱନି ସହିତ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଭଜନ କୀର୍ତ୍ତନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ସିନ୍ଦୁରପଙ୍କ କେନଘାଟି ସ୍ଥିତ ଶ୍ରରାମ ବାଟିକା ପରିସରରେ। ରାଜ୍ଯ ଓ ରାଜ୍ଯ ବାହାରର ଅନ୍ୟୁନ୍ୟ ୨୦୦ରୁ ଉର୍ଦ୍ଧ୍ବ ସାଧୁସନ୍ଥ, ନାଗାଵାବା, ବ୍ରାହ୍ମଣ ଆଦି ବିଦ୍ୱାନ ଏହି ଭବ୍ୟ ପରିସରରେ ନିର୍ମିତ ଆଶ୍ରମରେ ଅବସ୍ଥାନ କରୁଛନ୍ତି। ଗୁରୁବାର ଅଧିବାସ ପରେ ଶୁକ୍ରବାର ସକାଳୁ ଚବିଶି ପ୍ରହରୀ ଅଖଣ୍ଡ ନାମ ଜପ ଆରମ୍ଭ ହୋଇଛି। ଏହି ଯଜ୍ଞସ୍ଥଳୀକୁ ଆସୁଥିବା ପ୍ରତ୍ୟେକ ସାଧୁସନ୍ଥଙ୍କ ରହିବା ଖାଇବା ସହ ଉଚିତ ଯତ୍ନ ନିଆଯାଉଛି ବୋଲି ଆୟୋଜକ କମିଟି ମୁଖ୍ୟ ସିଦ୍ଧାର୍ଥ ସାହା ପ୍ରକାଶ କରିଛନ୍ତି। ଶ୍ରୀ ସାହା କହିଛନ୍ତି ଯେ ଶନିବାର ଦିନ ୧୧ଟାରେ ପ୍ରାୟ ଦୁଇଶହ ସାଧୁସନ୍ଥ ଇଷ୍ଟଦେବୀ ମାଆ ସମଲେଶ୍ଵରୀଙ୍କ ଦର୍ଶନ କରିବା ସହ ଏକ ଭବ୍ୟ ଶୋଭାଯାତ୍ରାରେ ଦଳେଇପଡା ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ପର୍ଯ୍ୟନ୍ତ…
ରଣପୁର: ତା- ୧୩/୦୩ (ବିଏମସି ଟିଭି ଓଡ଼ିଆ) ରାଜ୍ୟ ସରକାର ଜନସାଧାରଣମାନଙ୍କ ଗମନାଗମନ ସୁବିଧା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଦର୍ପନାରାୟଣପୁର ଅନ୍ତର୍ଗତ ଡେଙ୍ଗାଝରୀ ଗ୍ରାମରେ । ସୂଚନା ଅନୁଯାୟୀ ଏହି ରାସ୍ତା କାମ ନୟାଗଡ଼ ଜିଲ୍ଲାପରିଷଦ ତରଫରୁ ଡେଙ୍ଗାଝରୀ ଗ୍ରାମରେ ୫ଟି ନୂତନ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଅଛି । ପ୍ରଥମଟି -୪ଲକ୍ଷ ଏକତିରିସି ହଜାରଟଙ୍କା ,ଦ୍ୱତୀୟଟି ଏକ ଲକ୍ଷ ପଚାଶ ହଜାରଟଙ୍କା , ତୃତୀୟ କାର୍ଯ୍ୟଟି 3ଲକ୍ଷ ପଚାଶ ହଜାର ଟଙ୍କା,୪ର୍ଥ ଟି ଏକ ଲକ୍ଷ ଛାୟାଶୀ ହଜାର ପାଞ୍ଚଶହ ବତିଶ ଟଙ୍କା ଓ ୫ମ ଟି ଏକ ଲକ୍ଷ ପଚାଶ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଅଛନ୍ତି । ଏହିନୂତନ ଗ୍ରାମ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଯନ୍ତ୍ରୀଙ୍କ ଅନୁପସ୍ଥିତ ରହୁଥିବାରୁ ଠିକାଦାର ନିଜ ମନଇଚ୍ଛାରେ ଅଧିକା ବାଲି,ମେଣ୍ଟାଲ ଓ କମ ପରିମାଣର ସିମେଣ୍ଟ…
ସମ୍ବଲପୁର:ତା-୧୩/୦୩(ବିଏମସି ଟିଭି ଓଡିଆ) ସମ୍ବଲପୁର ଠାରେ ଥିବା ଶୋଭନୀୟ ଶିକ୍ଷାଶ୍ରମର ୨୩ତମ ବାର୍ଷିକ ଉତ୍ସବ ଶୋଭନୀୟ ଆନ୍ଦୋଳନର ଆନ୍ତର୍ଜାତିକ ନିର୍ଦ୍ଦେଶିକା ଅରୁନ୍ଧତୀ ଦେବୀଙ୍କ ପୌରାହିତ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ ଯୋଗଦେଇ ବୌଦ୍ଧିକ ଓ ନୈତିକ ଶିକ୍ଷାର ଉନ୍ନତି ପାଇଁ ପୂଜ୍ୟ ଶ୍ରୀ କୁମାର ଭାଇଙ୍କ ଶୋଭନୀୟ ଶିକ୍ଷାଶ୍ରମ ଶିକ୍ଷାଦାନ ସମାଜ ପାଇଁ ଏକ ଦର୍ଶନ। ପିଲାଟି ଦିନରୁ ପ୍ରାଥମିକ ଶିକ୍ଷା ସହିତ ବୌଦ୍ଧିକ ଓ ନୈତିକ ଶିକ୍ଷା ପିଲାଙ୍କ ଭବିଷ୍ୟତ ପାଇଁ ସୁନାଗରୀକ ହେବାର ଏକ ମହାନ ଶିକ୍ଷା ବୋଲି ଶ୍ରୀ ନାଏକ ଅବିହିତ କରିଥିଲେ।ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ ଯୋଗଦେଇ ଅନୁଷ୍ଠାନର ଶିକ୍ଷାର୍ଥୀମାନଙ୍କ ବିଭିନ୍ନ କ୍ଷେତ୍ରରେ କୃତିତ୍ୱକୁ ପ୍ରଶଂସା କରି ମହାଦ୍ରୁମରେ ପରିଣତ ହୋଇଥିବା ଅନୁଷ୍ଠାନର ଲକ୍ଷ୍ୟ ଓ ସାଧନା ଅନ୍ୟ ଶିକ୍ଷାଳୟ ଠାରୁ କିଭଳି ଅନନ୍ୟ ତାହା ବର୍ଣ୍ଣନା କରିଥିଲେ। ହସ୍ତତନ୍ତ…
ସମ୍ବଲପୁର:ତା-୧୨/୦୩ (ବିଏମସି ଟିଭି ଓଡିଆ)ସମ୍ବଲପୁରୀ ବସ୍ତ୍ର, ଭାଷା ଓ ସଂସ୍କୃତି ପରେ ଏବେ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପାଇବାକୁ ଯାଉଛି ସମ୍ବଲପୁରର ପାରମ୍ପରିକ ମିଠା ‘ସରସତିଆ’। ଏହି ସ୍ୱାଦିଷ୍ଟ ତଥା ସ୍ୱତନ୍ତ୍ର ତିନିକୋଣିଆ ମିଠାକୁ ଭୌଗଳିକ ମାନ୍ୟତା ବା ଜିଆଇ (GI Tag) ପ୍ରଦାନ କରିବା ପାଇଁ ପ୍ରଶାସନିକ ଉଦ୍ୟମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସୂଚନା ଅନୁଯାୟୀ, ସରସତିଆର ଐତିହାସିକ ପୃଷ୍ଠଭୂମି, ପ୍ରସ୍ତୁତି ଶୈଳୀ ଏବଂ ସ୍ୱାସ୍ଥ୍ୟଗତ ଗୁଣବତ୍ତାକୁ ନେଇ ଆବେଦନ କରାଯାଇଥିଲା। ଏହା ଉପରେ କେନ୍ଦ୍ର ସରକାର କିଛି ଅଧିକ ତଥ୍ୟ ଲୋଡ଼ିଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁଞ୍ଜେଲପଡ଼ାସ୍ଥିତ ପ୍ରସିଦ୍ଧ ସରସତିଆ କାରିଗର ପ୍ରଭୁଲାଲ ଗୁପ୍ତା (ମିଞ୍ଜୁ)ଙ୍କ ଠାରୁ ଆବଶ୍ୟକୀୟ କାଗଜପତ୍ର ଓ ଐତିହାସିକ ପ୍ରମାଣ ସଂଗ୍ରହ କରାଯାଇଛି। ଖୁବଶୀଘ୍ର ଏହି ତଥ୍ୟ ପୁନର୍ବାର ଦାଖଲ କରାଯିବ। ୨୦୦ ବର୍ଷର ପରମ୍ପରା ଓ ସ୍ୱତନ୍ତ୍ରତା ସରସତିଆ କୌଣସି ସାଧାରଣ ମିଠା…
ବାଲିମେଳା: ତା -୧୨/୦୩(ବିଏମସି ଟିଭି ଓଡ଼ିଆ) ୦୨/୦୩/୨୬ ତାରିଖ ଦିନ ସିଆଡ଼ିମାଲ ଗ୍ରାମ ରୁ ଭୀମ ମାଡକାମୀ ଙ୍କ ସ୍ତ୍ରୀ ନାଙ୍ଗି ମାଡକାମୀ ନିଖୋଜ ଖବର 0୫/ ୦୩ /୨୬ ତାରିଖ ଦିନ ମାଲକାନଗିରି ଥାନା ରେ ଏକ ମାମଲା ରୁଜୁ ହେଇଥିଲା ୨୬/୨୦୨୬ l ଏହି ଖବର ନିଖୋଜ ଥିବା ମହିଳା ଙ୍କ ଭାଇଙ୍କ ଜରିଆ ରେ ଅଖିଳ ଭାରତ ହିନ୍ଦୁ ମାହାସଭାର ମାଲକାନଗିରି ଜ଼ିଲ୍ଲା ସଭାପତି ପଦିଆ ପଡ଼ିଆମି ଏବଂ ନାରାୟଣ ସେଠି ଙ୍କ ପାଖର ଖବର ପହଞ୍ଚିବା ପରେ ତୁରନ୍ତ ସେ ମାଲକାନଗିରି ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ଏହାପରେ ପଡିଆ ଅଖିଳ ଭାରତ ହିନ୍ଦୁ ମାହାସଭାର ରାଜ୍ୟ ସଙ୍ଗଠନ ମନ୍ତ୍ରୀ ଡ଼ ବିଶ୍ୱଜିତ ମୁଦୁଲି ଙ୍କୁ ଜଣାଇଥିଲେ । ଡ଼ ବିଶ୍ୱଜିତ ଜାଣିବା ପରେ ତଳଦିନ ରେ ବାଲିମେଳା ର ଏକ ନିଖୋଜ ଘଟଣା କୁ ଆଧାର କରି ମଧ୍ୟପ୍ରଦେଶ (ସପ) ଙ୍କୁ…
ସମ୍ବଲପୁର/ବରପାଲି : ତା-୧୨/୦୩ (ବିଏମସି ଟିଭି ଓଡିଆ)ବରପାଲିର ଐତିହ୍ୟ ସମ୍ପନ୍ନ ଶୀତଳ ଷଷ୍ଠୀ ଯାତ୍ରାର ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ଯାତ୍ରା କମିଟିର ଭଣ୍ଡାର ଗୃହ ନୃପଲାଲ୍ କ୍ଲବ ଠାରେ ବରପାଲିର ବହୁ ବିଶିଷ୍ଟ ପଣ୍ଡିତ ମାନେ ବିଭିନ୍ନ ପଞ୍ଜିକା ପଠନ କରି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି।ଚଳିତ ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାରେ ଆସନ୍ତା ଏପ୍ରିଲ ୨୦ ତାରିଖ ସୋମବାର ଅକ୍ଷୟ ତୃତୀୟା ସକାଳେ ରୁଦ୍ରାଭିଷେକ ପରେ ସନ୍ଧ୍ୟା ୫.୪୦ ରେ ଯାତ୍ରାର ପ୍ରଥମ ପର୍ବ ଥାନଉଠା ପର୍ବ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ ଏହା ପରଠାରୁ ଯାତ୍ରାର ବିଭିନ୍ନ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ଚଳିତ ବର୍ଷ ଯାତ୍ରା ଆସନ୍ତା ଜୁନ ୧୫ ତାରିଖ ଦିନ ଠାରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଅଛି। ଜୁନ ୧୫ ତାରିଖ ପ୍ରତିପଦା ସୋମବାର ସକାଳ ୮:୪୬ ମିନିଟ ପରେ ଭଣ୍ଡାର ଗୃହରେ ଶ୍ରୀ ନଟରାଜ ମୂର୍ତ୍ତି ସ୍ଥାପନ, ଅପରାହ୍ନ…
ବାଲିମେଳା: ତା -୧୧/୦୩(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ବାଲିମେଳା ଏନଏସି ଦ୍ୱାରା ଗତ କିଛି ବର୍ଷ ପୂର୍ବେ ଡ୍ରଗଲାଇନ ଠାରେ କୋଟିଏରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଅଣୁ ଜୈବସାର ପ୍ରକ୍ରିୟା କରଣ କେନ୍ଦ୍ର ଏବଂ ଅଣୁ ବର୍ଯ୍ୟବସ୍ତୁ ପୁନଃରୁଦ୍ଧାର ପ୍ରକ୍ରିୟା କରଣ କେନ୍ଦ୍ରର ପରିସରରେ ଜମା ହୋଇଥିବା ବିପୁଳ ପରିମାଣର ବର୍ଜ୍ୟବସ୍ତୁରେ ବୁଧବାର ସକାଳ ପ୍ରାୟ ୬ ଟା ସମୟରେ କୌଣସି କାରଣରୁ ନିଆଁ ଲାଗି ସେଗୁଡିକ ହୁତୁ ହୁତୁ ହୋଇ ଜଳୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ସେମାନେ ଏ ସମ୍ପର୍କରେ ଏହି ପ୍ଲାଣ୍ଟର ପରିଚାଳନା ଏବଂ ତଦାରଖ ଦାୟିତ୍ୱରେ ଥିବା ସ୍ଵଛ ପରିମଳ ବେଶେଷଜ୍ଞ ସନ୍ତୋଷ ଖେମୁଡୁ, ଆର ଆଇ ସାଧୁ ଚରଣ ମହାନ୍ତି ଏବଂ ଅନ୍ୟ କର୍ମଚାରୀଙ୍କୁ ଅବଗତ କରାଇଥିଲେ। ଏହି ପ୍ଲାଣ୍ଟର କର୍ମଚାରୀ ମାନେ ଅଗ୍ନିଶମ ବିଭାଗକୁ…
ବୋଲଗଡ : ତା -୧୦/୦୩(ବିଏମସି ଟିଭି ଓଡିଆ) ସରକାର ମନରେଗା ଯୋଜନାରେ ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବାକୁ ୫ ଲକ୍ଷ ଟଙ୍କା ପଞ୍ଚାୟତ ସମିତି ହାତରେ ଟେକିଦେଲେ। ସମ୍ପୃକ୍ତ ବ୍ଳକ୍ର ତଦନ୍ତ ରିପୋର୍ଟ ମିଳିନି ଓ ରାତି ଅଧୁଆ ନିର୍ମାଣ କାମକୁ ସ୍ଥଗିତ ରଖିବାକୁ ବୋଲଗଡ଼ ବିଡ଼ିଓ ସୁମନ ସୁଧା କୁଣ୍ଡୁ ସ୍ଥାନୀୟ ପୁଲିସ ସହାୟତା ଲୋଡ଼ିଛନ୍ତି । ପ୍ରାୟ ୪ରୁ ୫ ବର୍ଷ ତଳେ ବୋଲଗଡ଼ ବ୍ଳକ୍ ଦୁର୍ନୀତିକୁ ଚାପିଦେବାକୁ ଚାଲିଛି ଲିପାପୋଛା ସ୍ଥଗିତ ରଖିବାକୁ ପୁଲିସ ସହାୟତା ଲୋଡ଼ିଲେ ବୋଲଗଡ଼ ବିଡିଓ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଟେଣ୍ଡର ପରବର୍ତେ ବିଭାଗୀୟ କାର୍ଯ୍ୟ ଆଳରେ ନିଜ ନାମରେ କାର୍ଯ୍ୟାଦେଶ ନେଲେ କିନ୍ତୁ ନିର୍ମାଣ କାର୍ଯ୍ୟ ଆଉ ଜଣେ କୁଜିନେତାଙ୍କ ହାତରେ ଟେକିଦେଲେ। ଏପଟେ ଅଙ୍ଗନବାଡ଼ି କେନ୍ଦ୍ର ପୂର୍ଣ୍ଣାଙ୍ଗ ତ’ ଦୂରର କଥା ବରଂ ଛାତନପକାଇ ୫ ଲକ୍ଷ ଟଙ୍କା ମିଳିମିଶି ଖାଇଗଲେ ବିଭାଗୀୟ ଯନ୍ତ୍ରୀ ଓ…
ବେଲଗୁଣ୍ଠା: ତା -୧୧/୦୩(ବିଏମସି ଟିଭି ଓଡ଼ିଆ) ଆଜି ସକାଳ ୯:୦୦ ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉସ୍ତିଆ ଗ୍ରାମର ଭଗବାନ ଜେନା (୫୨) ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ପୋଖରୀ ପାହାଚରେ ଶିଉଳି ପଡିଥିବାରୁ ଶିଉଳିରେ ଭଗବାନଙ୍କ ଗୋଡ଼ ଖସିଯିବାରୁ ସେ ପାଣି ଭିତରେ ପଡ଼ି ଯାଇଥିଲେ । ସେ ପାଣିରେ ବୁଡିଯାଉଥିବା ସମୟରେ କିଛି ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଭଗବାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭଗବାନଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଭଗବାନଙ୍କ ପୁଅ ଗଣେଶ ଜେନା ବେଲଗୁଣ୍ଠା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଭଞ୍ଜନଗର ମେଡିକାଲ୍ ରେ ପହଞ୍ଚି ମୃତ ଭଗବାନଙ୍କ ଶବକୁ ଜବତ କରି ୦୭/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲେ । ଶବ ବ୍ୟବଚ୍ଛେଦ ପରେ ଶବକୁ ତାର ପରିବାରକୁ…
