ବେଲଗୁଣ୍ଠା: ତା -୧୧/୦୩(ବିଏମସି ଟିଭି ଓଡ଼ିଆ) ସ୍ଥାନୀୟ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗ ତରଫରୁ ବୀର ସୁରେନ୍ଦ୍ର ସାଏଙ୍କ ସମ୍ପର୍କରେ ଏକ ପାଠ ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ତଥା ସାଧନ ବ୍ୟକ୍ତିତ୍ୱ ଭାବେ ବୁଗୁଡ଼ା ପିପୁଲ୍ସ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲେଇ ଯୋଗ ଦେଇ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ଏବଂ ସଂଗ୍ରାମୀ ଜୀବନର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ, ଅଧ୍ୟାପକ ସପନ କୁମାର ପ୍ରଧାନ ଯୋଗ ଦେଇଥିଲେ । ଇତିହାସ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ବୀର ସୁରେନ୍ଦ୍ରସାଏଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ସୁନିତା କୁମାରୀ…
Author: BMC NEWS ODISHA
ବାଲିମେଳା: ତା -୧୧/୦୩(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଡ୍ରଗ ଲାଇନ ସ୍ଥିତ ଫାଷ୍ଟ ଲାଇନ ରେ ଥିବା ଜୟପୁର ଲୁଥରାନ୍ ଚର୍ଚ୍ଚ ଠାରେ ମଙ୍ଗଳବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି। ବାଲିମେଳା ପରିସରରେ ଥିବା ୟୁସିଆଇଏମ ଚର୍ଚ୍ଚ, ବାଇବେଲ ମିଶନ ଚର୍ଚ୍ଚ, ବେରସେବା ଚର୍ଚ୍ଚ, ଆଇଏମଏସଟି ଚର୍ଚ୍ଚର ପ୍ରାୟ ୨୦୦ରୁ ଉର୍ଦ୍ଧ ମହିଳା ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।ଆୟୋଜିତ ଶୋଭାରେ ମୁଖ୍ୟ ବକ୍ତା ଭାବେ ମାଲକାନଗିରି ମହାବିଦ୍ୟାଳୟ ର ଇକନୋମିକ ପ୍ରଫେସର ଶ୍ରୀମତି ପ୍ରେମ୍ ଲତା ଭାତ୍ରା ଯୋଗ ଦେଇ ସମାଜ ରେ ଏବଂ ନିଜ ଅଞ୍ଚଳରେ ମହିଳାଙ୍କ ଭୂମିକା ବିଷୟରେ ଆଲୋକପାତ କରିବା ସହ ବିଭିନ୍ନ କ୍ଷେତ୍ରରେ ମହିଳା ସଫଳତା ହାସଲ କରିଥିବା ତାହା ମତ ରଖିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଆୟୋଜକ ଚର୍ଚ୍ଚ ର ପାଳକ ରେଭ ଶୋଭାନା ଆଶା ପରିଚାଳନା କରିଥିବା…
ବୋଲଗଡ଼: ତା – ୧୦/୦୩(ବିଏମସି ଟିଭି ଓଡିଆ) ବୋଲଗଡ଼ ବନଖଣ୍ଡ ଅଧୀନସ୍ଥ ଫାସୀଓଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀସାହି ସ୍ଥିତ ମା’ଶିଖର ବାସିନୀ ସଂରକ୍ଷିତ ଜଙ୍ଗଲରେ ଜଙ୍ଗଲ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଜୁ, ମହୁଲ ଶାଳ, ଶାଗୁଆନ, ନିମ୍ବ, ପଟାସ, ଆମ୍ବ, ପିଆଶାଳ, ଆକାଶିଆ କୃଷ୍ଣ ଚୂଡ଼ା, ଚାକୁଣ୍ଡା, କଇଁଆ, ବର, ଓସ୍ତ, ଛତିଆନ ଆଦି ଗଛ ଲଗାଯାଇଥିଲା। ଗତକାଲି କୌଣସି ଅସାମାଜିକ ଯୁବଗୋଷ୍ଠି ଓ ନିଶାଶକ୍ତ ଲୋକମାନେ ଏହି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଦେବାରୁ ମୂଲ୍ୟବାନ ଗଛଗୁଡ଼ିକ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ସଂରକ୍ଷିତ ଜଙ୍ଗଲ ପରିଚାଳନା କମିଟିର ସଭାପତି ଦୀନବନ୍ଧୁ ସାମନ୍ତରାୟଙ୍କ ସମସ୍ତ ସଦସ୍ୟମାନେ ମିଳିତ ଭାବେ ଜଙ୍ଗଲର ଅଗ୍ନିକାଣ୍ଡ ସମ୍ପର୍କରେ ଲିଖୁତ ଭାବେ ବୋଲଗଡ଼ ବନଖଣ୍ଡ ଅଧିକାରୀଙ୍କୁ ଜଣାଇଛନ୍ତି। ବୋଲଗଡ଼ ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ବୋଲଗଡ଼ ସ୍ଥିତ ଅଗ୍ନି ନିର୍ବାପକ କାର୍ଯ୍ୟାଳୟକୁ ଜଣାଇବାରୁ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବୋଲଗଡ ବନଖଣ୍ଡ…
ବେଲଗୁଣ୍ଠା: ତା -୧୦/୦୩(ବିଏମସି ଟିଭି ଓଡ଼ିଆ) ,ଆଜି ପୁର୍ବାହ୍ନ ରେ ଭଞ୍ଜନଗର ବେଲଗୁଣ୍ଠା ରାସ୍ତା ନୁଆଗାଁ ରାସ୍ତା କଡ଼ରୁ ପୋଲିସ ଏକ ମୃତ ଦେହ ଉଦ୍ଧାର କରିଛନ୍ତି। ମୃତ ଶରୀର ପଚି ଯାଇଥିବାରୁ ତାଙ୍କୁ ଚିହ୍ନି ହେଉନାହିଁ। ସେହି ରାସ୍ତାରେ ଯାଉଥିବା କିଛି ଲୋକ ଶବକୁ ଦେଖି ବେଲଗୁଣ୍ଠା ପୋଲିସକୁ ଖବର ଦେଇଥିଲେ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ କିଛି ଦୂରରେ ଦୁଇଟି ବ୍ୟାଗ୍ ଜବତ କରିଛନ୍ତି। ଉକ୍ତ ବ୍ୟାଗ୍ ରେ କିଛି ପୋଷକ, ପାଣି ବୋତଲ ସହ କିଛି ଆବଶ୍ଯକୀୟ ସାମଗ୍ରୀ ଥିବା ଜଣାପଡ଼ିଛି। ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି। ମଦ୍ୟପାନ ଜନିତ କି ଅଂଶୁଘାତ ସନ୍ଦେହ ସୃଷ୍ଟି ହୋଇଛି। ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲ ଏଫ ଏମ ଟି କୁ ପଠାଇ ୬/୨୬ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବେଲଗୁଣ୍ଠା ରୁ ନାରାୟଣ…
ବାଲିମେଳା: ତା -୧୦/୦୩(ବିଏମସି ଟିଭି ଓଡ଼ିଆ) ମାନ୍ୟବର କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ମଙ୍ଗଳବାର କୁଡୁମୁଲୁଗୁମ୍ମାରେ ରହୁଥିବା ଧନଞ୍ଜୟ ଟୀକାଦାର ନାମକ ବ୍ୟକ୍ତିଙ୍କୁ ତାଙ୍କ ଘରୁ ଆଜି ପୋଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି। ତେବେ ଏନେଇ ଓର୍କେଲ ପୋଲିସ ପକ୍ଷରୁ ମଲିଥିବା ସୂଚନା ଅନୁଯାୟୀ,କୁଡୁମୁଲୁଗୁମ୍ମା ଅଞ୍ଚଳରେ ରହୁଥିବା ଧନଞ୍ଜୟ ଟୀକାଦାର-(୪୬) ଗତ ୨୦୧୪ ମସିହାରେ ସେ ଏକ ଠକେଇ ମାମଲାରେ ସମ୍ପୃକ୍ତ ଥିବାରୁ କାଲିମେଳା ପୋଲିସ ତାଙ୍କୁ ଗିରଫ କରିଥଲା। ଏ ନେଇ ପୋଲିସ ପକ୍ଷରୁ ଥାନାରେ ଗତ ୨୦୧୪ମସିହା ଅକ୍ଟୋବର ୨ ତାରିଖରେ କେସ ନମ୍ବର -୬୩/୨୦୧୪ରେ ଦଫା -୪୧୯/୪୨୦/୩୮୪/୧୨୦(ବି )/୩୪ ଆଇପିସିରେ ଧନଞ୍ଜୟଙ୍କ ବିରୁଦ୍ଧରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ଧନୁଞ୍ଜୟକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।ଘଟଣାର ପ୍ରାୟ କିଛି ଦିନ ପରେ ଧନଞ୍ଜୟ ଜମାନତରେ ଘରକୁ ଆସିଥିଲେ। ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାରାଧୀନ…
ସମ୍ବଲପୁର:ତା-୦୯/ ୦୩ (ବିଏମସି ଟିଭି ଓଡିଆ) ରେଙ୍ଗାଲି ବ୍ଲକର କତରବଗା ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଫାଉଣ୍ଡେସନ ଫର୍ ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ଆୟୋଜିତ ସଭାରେ ଝାଙ୍କରପାଲି ସରପଞ୍ଚ ସୁକାନ୍ତ କୁମାର ସାହୁ, ବିପିଏମ ଅରବିନ୍ଦ ନାଏକ, ବିଏଲସି ରୀନା ପଟେଲ ଓ ଜପାମାଳି ଭୁସାଗର ଅତିଥିଭାବେ ଯୋଗଦେଇ ମହିଳାଙ୍କ ଆତ୍ମବିଶ୍ୱାସ ବଳରେ ଅସମ୍ଭବକୁ ସମ୍ଭବ କରିବା ସହଜ ହୋଇଥାଏ ବୋଲି ଅତିଥିମାନେ ମହିଳାଙ୍କ ଉତ୍ସାହ ବୃଦ୍ଧି କରିଥିଲେ। ଏମବିକେ ସ୍ଵାଗତିକା ସାହୁ, ନୀଳିମା ସାହୁ, କଲ୍ୟାଣୀ ବିଶ୍ୱାଲ, ବାସନ୍ତୀ ମିର୍ଦ୍ଧା ଏବଂ ସଂଯୁକ୍ତା ସାହୁଙ୍କ ସହିତ କୃଷି ମିତ୍ର, ପ୍ରାଣୀମିତ୍ର, ସିଆରପି ପ୍ରମୁଖ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ମୋଟ ୨୪ଜଣ ମହିଳା ଚାଷୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ସମସ୍ତ ପଞ୍ଚାୟତର ସିଆରପି, ଏମବିକେ, କୃଷିମିତ୍ର, ପ୍ରାଣୀମିତ୍ର, ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ପ୍ରମୁଖ ଯୋଗଦାନ କରିଥିଲେ। ସମ୍ବଲପୁର ଜିଲ୍ଲା ପ୍ରତିନିଧି…
ବେଲଗୁଣ୍ଠା: ତା -୦୮/୦୩(ବିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲପୁଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ସଂଘବଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।ପୋଲିସ ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ମିଳିଥିବା ସୂଚନା ଅନୁଯାୟୀ, ଗତ ୭ ତାରିଖ ଶନିବାର ବିଳମ୍ବିତ ରାତିରେ ମଙ୍ଗଳପୁର ପଞ୍ଚାୟତ ବେଲପୁଞ୍ଜି ଗ୍ରାମରେ ଚଢ଼ିଆପଲ୍ଲୀ ଢେପ ସାହିର ଗୋପାଳକୃଷ୍ଣ ସେଠୀ ଗାଁ ମୁଣ୍ଡ ଠାକୁରାଣୀ ମନ୍ଦିର ନିକଟରେ ଏକ ଶାଢ଼ୀ ପିନ୍ଧି ଫୁଲମାଳ ଗଳାଇ ଗୋଟିଏ ଖପୁରୀ ଧରି ପୂଜାଚନା କରୁଥିଲେ । ଗୁଣି ଗାରେଡି ସନ୍ଦେହ କରି ଗ୍ରାମବାସୀ ତାଙ୍କୁ ଏ ବିଷୟରେ ପଚାରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ୨୦/୩୦ ଜଣ ଗ୍ରାମବାସୀ ମାନେ ଗୋପାଳକୃଷ୍ଣଙ୍କ ହାତ ବାନ୍ଧି ପକାଇ ବାଉଁଶ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ। ଏହି ଆକ୍ରମଣରେ ଗୋପାଳକୃଷ୍ଣଙ୍କ ଶରୀରର ବିଭିନ୍ନ ସ୍ଥାନରେ…
ବେଲଗୁଣ୍ଠା: ତା -୦୯/୦୩(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ନୂଆଁ ଉଢୁରା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୂପେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅକ୍ଷୟ କୁମାର ଦାସ ଦାୟିତ୍ୱ ଗ୍ରହଣ କରିବା ପରେ ବିଦ୍ୟାଳୟ ତରଫରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୋ ସ୍କୁଲ୍ ସଭାପତି ବାସୁଦେବ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ପ୍ରଭଞ୍ଜନ ଦାସ୍, ସଂଯୁକ୍ତା ବରାଡ଼, ସଞ୍ଜୁ ଗୌଡ଼, ସସ୍ମିତା ସାହୁ, ଝୁଲି ସାହୁ ଏବଂ ଗୀତାଞ୍ଜଳି ସାହୁଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ସୁନୀଲ ପାତ୍ର ,ବାବୁଲା ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ଶିକ୍ଷକ ଶ୍ରୀ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ…
ରାୟଗଡ଼ା: ତା -୦୯/୦୩(ବିଏମସି ଟିଭି ଓଡ଼ିଆ) ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମହାଡମ୍ବରରେ ଅନ୍ତର୍ଜାତୟ ମହିଳା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ନୂଆପଡ଼ା ଟାଉନସିପ ସ୍ଥିତ କ୍ଳବ୍ ହାଉସ ଠାରେ ଆୟୋଜତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ରୂପାଲି ପାତ୍ର (ଓପ୍ରସେ) ଓ ସହକାରୀ ଜିଲ୍ଲାପାଳ ଲିପ୍ସା ପଟେଲ୍ (ଓଆରଏସ୍) ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସୁଶ୍ରୀ ପାତ୍ର କହିଛନ୍ତି ଯେ, ସାଂପ୍ରତିକ ସମୟରେ ମହିଳା ସମସ୍ତ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଛନ୍ତି। ନିଜକୁ ସିମୀତ ନକରି ଜ୍ଞାନ ଆହରଣ ଓ ଦକ୍ଷତା ବୃଦ୍ଧି ଜରିଆରେ ନିଜକୁ ସ୍ବାବଲମ୍ବୀ କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ସୁଶ୍ରୀ ପଟେଲ୍ ଉଦବୋଧନ ଦେଇ କହିଥିଲେ ଯେ, ଶିକ୍ଷା ହିଁ ପରିବର୍ତ୍ତନର ମୁଖ୍ୟ ଅସ୍ତ୍ର। ପୂରାତନ କାଳରୁ ବର୍ତ୍ତମାନ ଆଧୁନିକ ଯୁଗରେ ଶିକ୍ଷା…
ସମ୍ବଲପୁର:ତା-୦୯/୦୩(ବିଏମସି ଟିଭି ଓଡ଼ିଆ) ସଦର ଥାନା ଅନ୍ତର୍ଗତ ପଡିଆବାହାଲ ଠାରେ ଏକ ଚୋରୀ ଘଟଣାକୁ ଆଧାର କରି ପୋଲିସର ଅବହେଳା ନେଇ ଆଜି ଏସପିଙ୍କ ଦ୍ୱାରସ୍ଥ ହୋଇଛି ପଡିଆବାହାଲ ସ୍ଥିତ ମହାଲକ୍ଷ୍ମୀ ବ୍ୟବସାୟୀ ସଂଘ। ଏସପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପିଙ୍କୁ ଭେଟି ୦୦୭୮/୦୮. ୦୩. ୨୦୨୬ କେଶର ତଦନ୍ତ କରାଯାଇ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ସଂଘ କର୍ମକର୍ତ୍ତା ପୋଲିସ ନିକଟରେ ଦାବି କରିଥିଲେ। ଏପରିକି ଆଲୋଚନା କାଳରେ ପଡିଆବାହାଲ ଅଞ୍ଚଳରେ ବିଭିନ୍ନ ସମୟରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ସହିତ ବଜାର ମଧ୍ୟରେ ବେନିୟମ ଭାବେ ଖୋଲାଖୋଲି ନିଶା ଦ୍ରବ୍ୟ ବିକ୍ରି ସହିତ ସଟ୍ଟା କାରବାର ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏପରିକି ବିଭିନ୍ନ ନିଛାଟିଆ ଓ ପଡିଆ ଜମି ଗୁଡିକରେ ନିଶାଗ୍ରସ୍ତଙ୍କ ଜମାଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହେବା ସହ ବିଭିନ୍ନ ସମୟରେ ନାନା ଘଟଣା ଦୁର୍ଘଟଣା ବୃଦ୍ଧି…
ଖଇରପୁଟ:ତା- ୦୯/୦୩(ବିଏମସି ଟିଭି ଓଡ଼ିଆ) ଖଇରପୁଟ ବ୍ଲକ ଅନ୍ତର୍ଗତ ପରକାନମାଳା ପଞ୍ଚାୟତର ସିରିପେଟା ଗ୍ରାମ ସ୍ଥିତ ଦୟଣା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ନୂତନ ଗର୍ଭ ଗୃହର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟ ନଗର ର ପ୍ରତିଷ୍ଠିତ ମହନ୍ତ ବ୍ରଜବନ୍ଧୁ ଦାସ ମହାରାଜ, ମହନ୍ତ ଗୈାରାଙ୍ଗ ଚରଣ ଦାସ, ମହନ୍ତ ରାଧାଚରଣ ଦାସ, ମହନ୍ତ କମଳାକ୍ଷ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ବିଧି ବିଧାନ ସହ ନୂତନ ମନ୍ଦିରର ଗର୍ଭଗୃହ ଭୂମି ପୂଜନ ଆରମ୍ଭ ହୋଇଥିଲା । ସକାଳୁ ଏକ ବିରାଟ ପଟୁଆରରେ ଜଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଏଥିରେ ଗ୍ରାମର ୨୧ ଜଣ ମହିଳା ନିକଟସ୍ଥ ନଦୀରୁ ମୁଣ୍ଡରେ ଜଳ କଳସ ଧରି ଏକ ବିରାଟ ଶୋଭାଯାତ୍ରାରେ ମନ୍ଦିର ପରିସରରେ ପହଞ୍ଚି କଳସ ସ୍ଥାପନ କରିଥିଲେ । ଯଜ୍ଞ ଆଚାର୍ଯ୍ୟ ଓ ମୁଖ୍ୟ ପୁରୋହିତ ପ୍ରମୋଦ କୁମାର…
ବାଲିମେଳା: ତା -୦୮/୦୩(ବିଏମସି ଟିଭି ଓଡ଼ିଆ) ଜିଲ୍ଲା ଓର୍କେଲ ପୋଲିସକୁ ମିଳିଛି ଏକ ବଡ ସଫଳତା। ଏକ କଣ୍ଟେନର ଗାଡି ଗାଡି ନମ୍ବର-ଆର- ଜେ ୧-୪ଜିଆର-୮୩୬୮ରେ ଏକ ସ୍ୱତନ୍ତ୍ର ଡ଼ିକି ବନାଇ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣକାରୀ ଓର୍କେଲ ଥାନା ଅଧିନସ୍ତ ନୁଆଗୁଡା ଗ୍ରାମ ନିକଟ ଅଞ୍ଚଳରୁ ରାଜସ୍ତାନ ରାଜ୍ୟକୁ ବେଆଇନ ଭାବେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଓର୍କେଲ ପୋଲିସ ହାତରେ ଧରା ପଡିଛନ୍ତି। ଏ ନେଇ ଓର୍କେଲ ପୋଲିସ ପକ୍ଷରୁ ରବିବାର ସକାଳେ ଓର୍କେଲ ଥାନାରେ ପୋଲିସ ପକ୍ଷରୁ ଗଞ୍ଜେଇ ନେଉଥିବା କଣ୍ଟେନର ଗାଡି ସହ ସେଥିରେ ଥିବା ଗଞ୍ଜେଇକୁ ଜବତ କରିବା ସହିତ ଗାଡି ଡ୍ରାଇଭର ଏବଂ ହେଲ୍ପରଙ୍କୁ ଗିରଫ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ଓର୍କେଲ ଥାନାରେ କେସ ନମ୍ବର-୬୬/୨୦୨୬ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।ତେବେ ଏହି ଘଟଣାରେ ଗିରଫ ହୋଇଥିବା ଦୁଇ ଜଣ…
